କୁରୁଣ୍ଟି ପଞ୍ଚାୟତରେ ୬ ପ୍ରକଳ୍ପ ନାଁରେ ୬ ଲକ୍ଷ ଫଲ୍ସ ବିଲ୍‌

ରାଜନଗର, ୬ା୧୨(ଡି.ଏନ.ଏ.):ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ କାମ ନ କରି ସରକାରୀ ଟଙ୍କା ଲୁଟି ନିଆଯାଇଛି। ୬ଟି ପ୍ରୋଜେକ୍ଟ ନାଁରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନିଆଯାଇଛି। ସରକାରୀ ପୋର୍ଟାଲରୁ ଏହି ତଥ୍ୟ ମିଳିବା ପରେ କୁରୁଣ୍ଟି ପଞ୍ଚାୟତବାସୀ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ କେନ୍ଦ୍ରାପଡା ଜିଲାପାଳ, ପଞ୍ଚାୟତିରାଜ ମନ୍ତ୍ରୀ, ପଞ୍ଚାୟତିରାଜ ସଚିବ, ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏହି ଅଭିଯୋଗ ପଠାଇଛନ୍ତି।
କୁରୁଣ୍ଟି ପଞ୍ଚାୟତର ବଳରାମପୁର ଗାଁରେ ଦୁଇଟି କଲଭର୍ଟ ନିର୍ମାଣ ହୋଇଥିବା ଦର୍ଶାଇ ୨୧ ନଭେମ୍ବର ୨୦୨୨ରେ ୧ ଲକ୍ଷ ୭୦ ହଜାର ଟଙ୍କା ଉଠାଯାଇଛି। କେନ୍ଦ୍ର ସରକାରଙ୍କ ୧୫ ତମ ଅର୍ଥ କମିଶନ ଅର୍ଥରେ ଗୋଟିଏ କଲଭର୍ଟ ପାଇଁ ୧ ଲକ୍ଷ ଟଙ୍କା ଓ ଅନ୍ୟ ଏକ କଲଭର୍ଟ ପାଇଁ ୭୦ ହଜାର ଟଙ୍କା ଉଠାଇ ନିଆଯାଇଛି। ମାତ୍ର ବଳରାମପୁରରେ କୌଣସି ସ୍ଥାନରେ କଲଭର୍ଟ ନିର୍ମାଣ ହୋଇନି। ଏହି ପଞ୍ଚାୟତର ପଶ୍ଚିମଭେଡା ଗାଁକୁ ଆଜି ଯାଏଁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇନାହିଁ। କିନ୍ତୁ ରାଜ୍ୟ ସରକାରଙ୍କ ୫ମ ଅର୍ଥ କମିଶନ ଅର୍ଥରେ ଏହି ଗାଁର ବିଜୟ ବଳଙ୍କ ଘର ଯାଏଁ ପାଇପ ଲାଇନ ପାଣି ସଂଯୋଗୀକରଣ କାମ କରାଯାଇଥିବା ଦର୍ଶାଇ ୧ ଲକ୍ଷ ଟଙ୍କା ବିଲ କରି ଉଠାଇ ନିଆଯାଇଛି। ୨୧ ନଭେମ୍ବର ୨୦୨୨ରେ ଏହି ଅର୍ଥ ଉଠାଇ ନିଆଯାଇଛି। ସେହିଭଳି କୁରୁଣ୍ଟି ଗାଁର ନରେନ୍ଦ୍ର ସାହି ଯାଏଁ ପାନୀୟଜଳ ପ୍ରକଳ୍ପ ନିମନ୍ତେ ପାଇପ ବିଛା ଯାଇ ନ ଥିବା ବେଳେ ୫ମ ଅର୍ଥ କମିଶନ ଯୋଜନାରେ ୭୬ ହଜାର ଟଙ୍କା ବିଲ କରି ଉଠାଇ ନିଆଯାଇଛି। ସେହିପରି ନୋଧାବସନ୍ତ ପ୍ରାଥମିକ ବିଦ୍ୟାଳୟରେ ନୂତନ ପାଇପଲାଇନ ସଂଯୋଗୀକରଣ କାର୍ଯ୍ୟ ହୋଇଥିବା ଦର୍ଶାଇ ୧ ଲକ୍ଷ ଟଙ୍କା ଉଠାଇ ନିଆଯାଇଛି। ବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ୧୫ତମ ଅର୍ଥ କମିଶନ ଅର୍ଥରେ ୨୯ ନଭେମ୍ବର ୨୦୨୨ରେ ଦେଢ ଲକ୍ଷ ଟଙ୍କା ଉଠାଯାଇଛି। ଏହି କାମ ମଧ୍ୟ ହୋଇ ନ ଥିବା ନେଇ ପଞ୍ଚାୟତର ରମେଶ ଚନ୍ଦ୍ର ବିଶ୍ୱାଳ, ପ୍ରଭାତ କୁମାର ପ୍ରଧାନ, ହିମାଂଶୁ ଶେଖର ନାୟକ, ପ୍ରଭାତ କୁମାର ସ୍ବାଇଁ, ନଟବର ପଲାଇ ପ୍ରମୁଖ ଅଭିଯୋଗ କରିଛନ୍ତି। ସୋମବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଅର୍ଥ ଲୁଟ ସମ୍ପର୍କରେ ପଞ୍ଚାୟତବାସୀ ରାଜନଗରଠାରେ ଅନୁଷ୍ଠିତ ହେଉଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ପହଞ୍ଚତ୍ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରଶାସନକୁ ରୋକ୍‌ଠୋକ୍‌ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ସସ୍ମିତା ମହାନ୍ତିଙ୍କୁ ପଚାରିବାରୁ କଲଭର୍ଟ ନିର୍ମାଣ ହୋଇନି, ପଶ୍ଚିମଭେଡା ଗାଁରେ ପାଇପ ଲାଇନ କାମ ହୋଇନି, ଅନ୍ୟ ସମସ୍ତ କାମ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ପାଇଁ ଦାଦା-ଖୁଡ଼ୀଙ୍କୁ ହତ୍ୟା, କୁଅରେ ଫିଙ୍ଗିଲେ: ପୁତୁରା ଅଟକ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୬ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ପଞ୍ଚାୟତ କୁଟୁରାବେଡା ଗାଁରେ ପାରିବାରିକ ଜମି ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି । ଜମିଲାଗି...

ମଧ୍ୟପ୍ରଦେଶରେ ନାବାଳିକା ବଳାତ୍କାର ମାମଲା: ଗୋଳାବନ୍ଧରୁ ଯୁବକଙ୍କୁ ଉଠାଇନେଲା ପୋଲିସ

ଗୋପାଳପୁର,୫ା୧୨-ଗତ କିଛିଦିନ ହେଲା ଦେଶରେ ବଳାତ୍କାର ବଢ଼ି ଚାଲିଛି। ପୋଲିସ ତଦନ୍ତରେ ଢିଲା ଯୋଗୁ ବିଭିନ୍ନ ସମୟରେ ଅପରାଧୀ ସହଜରେ ଖସି ଯାଉଛନ୍ତି। ମଧ୍ୟପ୍ରଦେଶରେ ଜଣେ...

ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକଙ୍କୁ ସ୍ବାଗତ

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲା ସଭାପତି ସୀମନ ଦାସମହାପାତ୍ରଙ୍କ ନେତୃତ୍ୱରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା...

ଭୁଶୁଡ଼ିଲା ନବନିର୍ମିତ ରେଳପଥ

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ,୨୧ା୮(ଡି.ଏନ.ଏ.): ହରିଦାସପୁର-ପାରାଦୀପ ରେଳପଥର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଯଦୁପୁର ନିକଟ ଖସାଡିଠାରେ ବୁଧବାର ସନ୍ଧ୍ୟାରେ ୩୦ଫୁଟ ଚଉଡାର ରେଳପଥ ଭୁଶୁଡି ପଡିଛି। ଏହାକୁ...

ବିକ୍ରି ନୁହେଁ, ଥଇଥାନ କରାଯାଇଛି

ପୁରୀ ଅଫିସ,୨୩।୮: ବଗଲା ଧର୍ମଶାଳା ଜମିକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ଭାଜପା ପକ୍ଷରୁ ବଗଲା ସମ୍ମୁଖରେ ଧାରଣା ଦିଆଯାଇଥିବାବେଳେ ଧୀରେ ଧୀରେ ଏହାକୁ...

କଟକ ସହରୁ ଆଜି ୧୪୭ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୪।୧୦-କଟକ ସହରରୁ ରବିବାର ମୋଟ୍‌ ୧୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୮୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୬...

ତେଜିଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ

ବାଲେଶ୍ୱର ଅଫିସ, ୧୪।୨: ବାଲେଶ୍ୱର ଜିଲାରେ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀରେ ଟଙ୍କା ଜମା ରଖି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନେ ଟଙ୍କା ଫେରସ୍ତ ପାଇଁ ‘ଆର୍ଥତ୍କ ସଂସ୍ଥାମାନଙ୍କ...

ବିଶୋଧନ ହେଲା ଖଣ୍ଡପଡ଼ା ସହର

ଖଣ୍ଡପଡା,୧୦ା୪(ସ୍ବ.ପ୍ର.): ଖଣ୍ଡପଡା ଅଗ୍ନିଶମ ବିଭାଗ ପକ୍ଷରୁ ସହରର ମୁଖ୍ୟ ରାସ୍ତା, ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନ ପରିସରକୁ ବିଶୋଧନ କରାଯାଇଛି। ଅଗ୍ନିଶମ କର୍ମଚାରୀମାନେ ଗୁରୁବାର...

Advertisement
Archives

Model This Week