ଉଷା ଆପ୍‌ରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ

ବ୍ରହ୍ମପୁର ଅଫିସ,୬ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ପ୍ରଦାନ କରାଯିବ। ଏ ନେଇ ବିଏମସି ପକ୍ଷରୁ ଗତ ୧୦ତାରିଖରେ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ଡ୍ରୋନ ମାଧ୍ୟମରେ ସହରର ୧୬୮ଟି ବସ୍ତିରେ ସର୍ଭେ କାର୍ଯ୍ୟ ସରିଥିବା ବେଳେ ୧୭,୮୬୮ ପରିବାରଙ୍କୁ ଚିହ୍ନଟ କରାଯାଇଛି। ଏହି ପରିବାରଗୁଡିକ ମଧ୍ୟରୁ ଟ୍ଟା ପ୍ରଦାନ ନିମନ୍ତେ ବର୍ତ୍ତମାନ ବିଏମସି ତଥ୍ୟ ସଂଗ୍ରହକାରୀ ଟିମ ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରାଯିବ। ଏ ନେଇ ସୋମବାର ବିଏମସି ନୂତନ ସମ୍ମିଳନୀ କକ୍ଷରେ ତଥ୍ୟ ସଂଗ୍ରହକାରୀମାନେ ବସ୍ତି ବାସିନ୍ଦାଙ୍କ କିଭଳି ତଥ୍ୟ ସଂଗ୍ରହ କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ହାଇଦ୍ରାବାଦର ଗାୟତ୍ରୀ ରୁରାଲ ଏଜୁକେସନ ସୋସାଇଟି ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦିଆାଯାଇଛି। ଏହି ସଂସ୍ଥା ଅଧୀନରେ ୪୨ଜଣ ତଥ୍ୟ ସଂଗ୍ରହକାରୀ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ କରିବେ। ତଥ୍ୟ ସଂଗ୍ରହକାରୀମାନେ ଉଷା (ଅର୍ବାନ ସ୍ଲମ ହାଉସ ହୋଲଡ ଏରିଆ ସର୍ଭେ) ମୋବାଇଲ ଆପ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ କରିବେ। ଆପ ମାଧ୍ୟମରେ କିଭଳି ତଥ୍ୟ ସଂଗ୍ରହ କରାଯିବ ସେ ସମ୍ବନ୍ଧରେ ଶିବିରରେ ସୂଚନା ପ୍ରଦାନ କରାଯାଇଥିଲା। ତଥ୍ୟ ସଂଗ୍ରହ ସମୟରେ ବସ୍ତି ବାସିନ୍ଦାଙ୍କ ସହ ଯୁକ୍ତି ନ କରି ସେହି ସ୍ଥାନରେ ରହୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିବେ। ଜାଗା ମାଲିକ ଭଡା ଦେଇ ଅନ୍ୟତ୍ର ରହୁଥିଲେ, ତାଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆପରେ ତଥ୍ୟ ସଂଗ୍ରହକାରୀମାନେ ନିଜର ଆଇଡି ଓ ପାସୱାର୍ଡ ମାଧ୍ୟମରେ ଲଗ ଇନ କରି ତଥ୍ୟ ସଂଗ୍ରହ କରିବେ। ଆପ ମାଧ୍ୟମରେ ତଥ୍ୟ ସଂଗ୍ରହ ଦ୍ୱାରା ବହୁ ଯୋଗ୍ୟ ହିତାଧିକାରୀ ପଟ୍ଟା ପାଇପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏବେ ସୁଦ୍ଧା ୨୦ଟି ବସ୍ତି ଚିହ୍ନଟ କରାଯାଇ ରାଜୀବ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ପ୍ରଦାନ କରାଯାଇଛି। ଏଥିସହ ୧୦ଟି ବସ୍ତି ଭଙ୍ଗାଯାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ନାଗେଶ୍ୱର ସୁବୁଦ୍ଧି ସୂଚନା ଦେଇଥିଲେ। ଶିବିରରେ ବିଏମସି କମିଶନର ଜେ.ସୋନାଲ, ଅତିରିକ୍ତ କମିଶନର ନୀଳମାଧବ ଭୋଇ, ଡେପୁଟି କମିଶନର ବିନୋଦ ବେହେରା, ଜାଗା ମିଶନର ରେଭୁନ୍ୟୁ କନସଲଣ୍ଟାଣ୍ଟ୍‌ ଆଲୋକ ରଞ୍ଜନ ସାମନ୍ତରାୟ, ସୁଚିସାନ୍ତ ସାହୁ, ନିକିତା ମିଶ୍ର, ସ୍ପାର୍କ ସଂସ୍ଥା ଏମଡି ଶୁଭଦର୍ଶିନୀ ମିଶ୍ର, ଟାଟା ମେମୋରିଆଲ ଟ୍ରଷ୍ଟର ଟିମ ମୁଖ୍ୟ ଶିଶିର ରଞ୍ଜନ ଦାଶ, ଗ୍ରେସର ପ୍ରୋଜେକ୍ଟ ମ୍ୟାନେଜର ସନ୍ତୋଷ କୁମାରଙ୍କ ସମେତ ନୋଡାଲ ସିଇଓ ଗୀତାଞ୍ଜଳୀ ସାମନ୍ତରାୟ ଓ ସ୍ମିତା ଦାଶ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri