ଭିରକାପଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି: ଗାଁରେ ପହଞ୍ଚିଲା ମେଡ଼ିକାଲ ଟିମ୍
କୋକସରା,୧୧।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଭିରକାପଡାରେ ଗତ ଏକ ସପ୍ତାହ ହେବ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଅନେକ ଲୋକ ସଂକ୍ରମିତ ହୋଇ ଚିକିତ୍ସିତ ପରେ ସୁସ୍ଥ ହୋଇଥିବା ବେଳେ ପୁଣି ଗୁରୁବାରଠାରୁ ଗାଁର ୩ଜଣ ଆକ୍ରାନ୍ତ ହୋଇଛନ୍ତି।…
ଦୁର୍ଘଟଣାଗ୍ରସ୍ତ ଡିଜେଲ ଭର୍ତ୍ତି ଟ୍ୟାଙ୍କରରୁ ତେଲ ବୋହିନେଲେ ଲୋକେ
କୋରାପୁଟ,୧୧।୧୧(ସ୍ବ.ପ୍ର./ଡି.ଏନ୍.ଏ.): କୋରାପୁଟ ଜିଲାର କାକିରିଗୁମ୍ମା-ଦାମନଯୋଡି ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏକ ଡିଜେଲ ଭର୍ତ୍ତି ଟ୍ୟାଙ୍କର (ଓଡି-୩୩ଟି-୧୧୫୦) ଭିତରଗଡ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଟ୍ୟାଙ୍କରରୁ ପ୍ଲାଷ୍ଟିକ ବୋତଲ, ଜାର, ହାଣ୍ଡି ଓ ବାଲ୍ଟି…
ହିଞ୍ଜିଳିରୁ ଆନ୍ତଃ ଜିଲା ଗାଡ଼ି ଚୋର ର଼୍ୟାକେଟ ଠାବ : ୩ ଅଭିଯୁକ୍ତ ଗିରଫ
ପୁରୁଷୋତ୍ତମପୁର,୧୧ା୧୧(ଡି.ଏନ.ଏ.): ପୁରୁଷୋତ୍ତମପୁର ପୋଲିସ ହିଞ୍ଜିଳି ନୂଆଁଗଡ ଶିବ ମନ୍ଦିର ନିକଟରୁ ଏକ ଆନ୍ତଃ ଜିଲା ଗାଡିଚୋର ର଼୍ୟାକେଟକୁ ଠାବ କରିଛି। ଏହି ଘଟଣାରେ ହିଞ୍ଜିଳି ଥାନା ସାହିର ତ୍ରିନାଥ ସାହୁ (୨୨), ଉମାକାନ୍ତ ସାହୁ (୩୪) ଓ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ…
ଟ୍ରକ୍ ପଛପଟୁ ଧକ୍କାଦେଲା ବାଇକ୍, ୩ ମୃତ
ସେମିଳିଗୁଡ଼ା/ସୁନାବେଡ଼ା,୧୧।୧୧ (ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା: ନନ୍ଦପୁର ରୋଡ୍ ଜାନିଗୁଡ଼ାସ୍ଥିତ ସିତମ କଲେଜ ନିକଟ ରାସ୍ତାରେ ଗୁରୁବାର ସାରେ ଏକ ଟ୍ରକ୍-ବାଇକ୍ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସେମିଳିଗୁଡ଼ା ବ୍ଲକ ପିତାଗୁଡ଼ା ପଞ୍ଚାୟତ ଜଗମପୁଟ ଗାଁର ରାଜମିସ୍ତ୍ରି ଅଜୟ…
ମାଳିପଦର ଜଙ୍ଗଲରେ ମାଓବାଦୀ-ଏସ୍ଓଜି ଗୁଳିବିନିମୟ: ୨ ମାଓବାଦୀ ନିହତ
କୋରାପୁଟ ,୧୧।୧୧ (ସ୍ବ.ପ୍ର.): କୋରାପୁଟ ଜିଲାର ବୈପାରିଗୁଡ଼ା ଥାନା ଅଧୀନ ମାଳିପଦର ଜଙ୍ଗଲରେ ଗୁରୁବାର ରାତିରେ ଏସ୍ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ବନ୍ଧୁକ, ବହୁ ବିସ୍ଫୋରକ, ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମାଗ୍ରୀ…
୨ ବଖରା ସହ ପୋଡ଼ିଗଲେ ମା’
ଖୁଣ୍ଟା,୧୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ବଣକାଟୀ ଗ୍ରାମର ମଙ୍ଗଲ ହେମ୍ବ୍ରମଙ୍କ ଘରେ ଅପରାହ୍ନରେ ନିଆଁ ଲାଗି ୨ବଖରା ପୋଡ଼ି ଯାଇଛି। ଏହି ଅଗ୍ନିକାଣ୍ଡରେ ମଙ୍ଗଲଙ୍କ ମା’ ଯବା(୬୫) ପୋଡ଼ିଯାଇ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି…
ଗାଈ ସହ ପିକ୍ଅପ୍ ଭ୍ୟାନ ଲୁଟ୍ ଘଟଣା: ଧରାପଡ଼ିଲେ ଫେରାର ଅଭିଯୁକ୍ତ
ବୈଶିଙ୍ଗା,୧୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମାଠାରେ ମୂଲ୍ୟବାନ ଗାଈ ସହ ପିକ୍ଅପ୍ ଭ୍ୟାନ ଲୁଟ ଘଟଣାରେ ସମ୍ପୃୃକ୍ତ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଛି। ସେ ହେଲେ ଗୋବିନ୍ଦରାୟପୁର ଗ୍ରାମର ନୁର୍ ହୁସେନ ଖଁାଙ୍କ…
ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୧୫ ଆହାତ
ଝାରସୁଗୁଡ଼ା ଅଫିସ,୧୧।୧୧: ଝାରସୁଗୁଡ଼ା ଜିଲା ବିଜୁ ଏକ୍ସପ୍ରେସ୍ ଖିଣ୍ଡାଛକ ନିକଟ ରାସ୍ତାରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଛକ ନିକଟଟ ରାସ୍ତା ପାର୍ଶ୍ୱରେ ଏକ ଟ୍ରକ୍ ଅଟକି ରହିଥିବା ବେଳେ ଝାରସୁଗୁଡ଼ା-ସମ୍ବଲପୁର ଅଭିମ୍ମୁଖେ ଯାଉଥିବା ମହାଲକ୍ଷ୍ମୀ ଯାତ୍ରୀବାହୀ ବସ୍ ଟ୍ରକ୍ର ପଛରୁ…
ବିଶ୍ୱ ହାତଧୂଆ ଦିବସ: ଗାଁ ଗାଁରେ ପହଞ୍ଚିଲା ବେଦାନ୍ତର ଭ୍ରାମ୍ୟମାଣ ହେଲଥ୍ ୟୁନିଟ୍
ଝାରସୁଗୁଡ଼ା ଅଫିସ,୧୧।୧୧: ବେଦାନ୍ତ ଆଲୁମିନିୟମ୍ ଉତ୍ପାଦକ କମ୍ପାନୀ ଝାରସୁଗୁଡ଼ା ପକ୍ଷରୁ ବିଶ୍ୱ ହାତଧୂଆ ଦିବସ ପାଳନ କରାଯାଇଛି। ଏହା ସହ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଲୋକମାନଙ୍କୁ ହାତ ଧୋଇବା ଓ ସ୍ବଚ୍ଛ ରହିବା ଉପରେ ଏକ ସପ୍ତାହବ୍ୟାପୀ ସଚେତନ ଅଭିଯାନ…
ବଢୁଛି ହଳଦୀପତ୍ରର ଚାହିଦା, ମିଳୁନି ସଠିକ୍ ଦର
ଦାରିଙ୍ଗବାଡ଼ି,୧୧ା୧୧(ଡି.ଏନ୍.ଏ.): ଆସନ୍ତା ବୁଧବାର ପାଳନ ହେବ ପ୍ରଥମାଷ୍ଟମୀ। ଏହି ପର୍ବ ଓଡ଼ିଶାରେ ବଡ଼ ଧୂମଧାମରେ ପାଳନ ହେଉଥିବା ବେଳେ ବିଶେଷକରି ଭୁବନେଶ୍ୱର, କଟକ, ବାଲେଶ୍ୱର ସମେତ ବିଭିନ୍ନ ଜିଲାରେ ପାଳନ କରାଯାଉଛି। ତେବେ ଏହି ପର୍ବ ପାଳନ ଅବସରରେ ପିଠା ପ୍ରସ୍ତୁତ…
ଧାନମଣ୍ଡି ଖୋଲିବା ଦାବିରେ ରାସ୍ତାରୋକୋ
କର୍ଲାମୁଣ୍ଡା,୧୧ା୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବିରେ ଶୁକ୍ରବାର ରିଷିଡ଼ା-ମରାମପୁର-ବଲାଙ୍ଗୀର ରାସ୍ତାର ଗଜବାହାଲ ଛକଠାରେ ଚାଷୀମାନେ ରାସ୍ତାରୋକୋ କରିଛନ୍ତି। ଫଳରେ ଭବାନୀପାଟଣା-ବଲାଙ୍ଗୀରକୁ କୌଣସି ଯାନବାହନ ଯାଇ ନ ପାରି ଅଟକି ରହିଛି। ଧାରଣାସ୍ଥଳରେ ବ୍ଲକ…
ଫସଲ କିଆରିରେ ମୃତ୍ୟୁଫାଶ, ବଳି ପଡୁଛନ୍ତିି ବନ୍ୟଜନ୍ତୁ
ବୈପାରିଗୁଡା,୧୧ା୧୧ (ଡି.ଏନ୍.ଏ. ): ଧାନ ଓ ମକା ଫସଲର ଅମଳ ସମୟ ହେଉଛି ଶୀତ ଦିନ ା ଏହାକୁ ଖାଇବା ଲାଗି ବନ୍ୟଜନ୍ତୁ କ୍ଷେତକୁ ଚାଲି ଆସନ୍ତି। ତେବେ ସେମାନଙ୍କୁ ଶିକାର କରିବା ପାଇଁ ଶିକାରୀ ମାନେ ଛକି ବସିଥାନ୍ତି। ସେମାନେ…

