ରେଞ୍ଜ୍‌ ଦାୟିତ୍ୱରେ ତଳିଆ କର୍ମଚାରୀ

ବାରିପଦା ଅଫିସ,୨୦।୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ରେଞ୍ଜ କାର୍ଯ୍ୟାଳୟ ଦାୟିତ୍ୱରେ ରହୁଛନ୍ତି ତଳିଆ କର୍ମଚାରୀ। ଦୀର୍ଘଦିନ ଛୁଟି ଦର୍ଶାଇ ସହରରେ ରେଞ୍ଜରମାନେ ବୁଲୁଥିବା ବେଳେ ଦାୟିତ୍ୱକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡୁଥିବା ସହ କାଠ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି।
ଶିମିଳିପାଳରେ ଦନ୍ତା ହାତୀ ଶିକାର ଓ ପ୍ରମାଣ ନଷ୍ଟ, ମହାବଳ ବାଘ ଚମଡ଼ା ବିକ୍ରି ଘଟଣାରେ ବନ ବିଭାଗ ପ୍ରତି ଲୋକଙ୍କ ଆସ୍ଥା ତୁଟିବାକୁ ବସିଛି। ଅଭୟାରଣ୍ୟ ନଁାରେ ଭୟର ବାତାବରଣ ଲାଗିରହିଛି। ଚାରିଆଡ଼େ ଶିକାର ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ନିରୀହ ଜୀବଜନ୍ତୁଙ୍କ ଉପରେ ପଡ଼ିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଥିବା ୯ଟି ରେଞ୍ଜ୍‌ରୁ ୫ ଓ ଉତ୍ତର ଡିଭିଜନରେ ୭ଟିରୁ ୪ ମୋଟ ୯ ରେଞ୍ଜର ପଦବୀ ଦୀର୍ଘଦିନ ଧରି ଖାଲିପଡ଼ିଛି। ଜେନାବିଲ ଓ ବାରହାକାମୁଡା ଭଳି ଗୁରୁତ୍ୱପୂର୍ଣ୍ଣ ରେଞ୍ଜ୍‌ କାର୍ଯ୍ୟାଳୟରେ ରେଞ୍ଜର ପଦବୀରେ ଫରେଷ୍ଟର ଦାୟିତ୍ୱ ତୁଲାଉଛନ୍ତି। ଫରେଷ୍ଟରଙ୍କୁ ରେଞ୍ଜ୍‌ ଦାୟିତ୍ୱ ଦିଆଯାଉଥିବା ବେଳେ ରେଞ୍ଜରମାନଙ୍କୁ ଅଫିସ କାର୍ଯ୍ୟରେ ନିୟୋଜିତ କରାଯାଇଛି। ରେଞ୍ଜରମାନେ ବଣ ଜଙ୍ଗଲ ଓ ଜୀବଜନ୍ତୁଙ୍କ ସହ ନ ରହି ସହରୀ ଚାକଚକ୍ୟ ମଧ୍ୟରେ ରହିବା ପାଇଁ ଦାୟିତ୍ୱ ଅପସାରଣ କରିବାରେ ଲାଗିଛନ୍ତି। ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ରେଞ୍ଜ୍‌ କାର୍ଯ୍ୟାଳୟଗୁଡ଼ିକ ହୁଗୁଳା ହୋଇପଡ଼ିଛି। କାର୍ଯ୍ୟାଳୟ ପରିସରକୁ ବିଷ ଆସିବା ଓ ଏହାକୁ କର୍ମଚାରୀ ତୁରାମ ପୂର୍ତ୍ତି ପିଇବା ଘଟଣାରେ ବନ ବିଭାଗ ଚୁପ ହୋଇ ବସିଛି। ସତ୍ୟତା ପ୍ରକାଶ କରିବାରେ ବିଭାଗ ସାହସ ଜୁଟାଇ ପାରୁନାହିଁ ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ସେହିପରି ଶିମିଳିପାଳର ଶୋଭା ବଢ଼ାଉଥିବା ଓ ସୁରକ୍ଷା ଯୋଗାଉଥିବା କୁମକୀ ହାତୀ ‘ଶୋଭା’ର ମୃତ୍ୟୁକୁ ନେଇ କରାଯାଇଥିବା ଅବହେଳାରେ ଦୋଷୀଙ୍କୁ ଦଣ୍ଡିତ କରିବା ଉଚିତ ବୋଲି ପ୍ରାଣୀପ୍ରେମୀମାନେ ଦାବି କରୁଛନ୍ତି। ୮ ଦିନ ବିତିବାକୁ ବସିବା ପରେ ମଧ୍ୟ ବେପାରୀଙ୍କଠାରେ ଥିବା ଦୁଇଟି ବାଘ ଚମଡ଼ା ଓ ଗୋଟିଏ ହାତୀଦାନ୍ତକୁ କ୍ରାଇମବ୍ରାଞ୍ଚ ଜବତ କରିବାରେ ବିଫଳ ହୋଇଛି। ଶିମିଳିପାଳ ଜୈବମଣ୍ଡଳ ତଥା ଅଭୟାରଣ୍ୟକୁ ସୁରକ୍ଷା ଯୋଗାଇବାରେ ନିୟୋଜିତ ଥିବା ଅନଭିଜ୍ଞ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ସହ ସେମାନଙ୍କ ଆୟବର୍ହିଭୂତ ସମ୍ପତ୍ତିର ଆକଳନ କରାଯାଉ। ଜଙ୍ଗଲ ମଧ୍ୟରେ ରହି ବନ୍ୟଜନ୍ତୁ ଶିକାରରେ ଜଡ଼ିତ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି। ଏ ସମ୍ପର୍କରେ ଆଞ୍ଚଳିକ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି.ଅଶୋକ କୁମାର କହନ୍ତି, ହାତୀ ଶିକାର ଓ ପୋଡ଼ିବା ଘଟଣା ପରେ ଛୁଟି ନେଇଥିବା ରେଞ୍ଜରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଫାଙ୍କା ପଡ଼ିଥିବା ରେଞ୍ଜର ପଦବୀ ପୂରଣ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରେଞ୍ଜର ନିଯୁକ୍ତି ହେଲେ ତଳିଆ କର୍ମଚାରୀଙ୍କୁ ଦାୟିତ୍ୱରୁ ଅପସାରଣ କରାଯିବ। ତେବେ ବନ୍ୟଜନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କଲେ ଅଭୟାରଣ୍ୟରେ ଜୀବଜନ୍ତୁ ନିର୍ଭୟରେ ରହିପାରିବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…

କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…

ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା: ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚମତ୍କାର ସଫଳତା

ଛତ୍ରପୁର, ୧।୯ (ଦିଲ୍ଲୀପ ସାମଲ): ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ…

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri