ରେଞ୍ଜ୍‌ ଦାୟିତ୍ୱରେ ତଳିଆ କର୍ମଚାରୀ

ବାରିପଦା ଅଫିସ,୨୦।୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ରେଞ୍ଜ କାର୍ଯ୍ୟାଳୟ ଦାୟିତ୍ୱରେ ରହୁଛନ୍ତି ତଳିଆ କର୍ମଚାରୀ। ଦୀର୍ଘଦିନ ଛୁଟି ଦର୍ଶାଇ ସହରରେ ରେଞ୍ଜରମାନେ ବୁଲୁଥିବା ବେଳେ ଦାୟିତ୍ୱକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡୁଥିବା ସହ କାଠ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି।
ଶିମିଳିପାଳରେ ଦନ୍ତା ହାତୀ ଶିକାର ଓ ପ୍ରମାଣ ନଷ୍ଟ, ମହାବଳ ବାଘ ଚମଡ଼ା ବିକ୍ରି ଘଟଣାରେ ବନ ବିଭାଗ ପ୍ରତି ଲୋକଙ୍କ ଆସ୍ଥା ତୁଟିବାକୁ ବସିଛି। ଅଭୟାରଣ୍ୟ ନଁାରେ ଭୟର ବାତାବରଣ ଲାଗିରହିଛି। ଚାରିଆଡ଼େ ଶିକାର ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ନିରୀହ ଜୀବଜନ୍ତୁଙ୍କ ଉପରେ ପଡ଼ିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଥିବା ୯ଟି ରେଞ୍ଜ୍‌ରୁ ୫ ଓ ଉତ୍ତର ଡିଭିଜନରେ ୭ଟିରୁ ୪ ମୋଟ ୯ ରେଞ୍ଜର ପଦବୀ ଦୀର୍ଘଦିନ ଧରି ଖାଲିପଡ଼ିଛି। ଜେନାବିଲ ଓ ବାରହାକାମୁଡା ଭଳି ଗୁରୁତ୍ୱପୂର୍ଣ୍ଣ ରେଞ୍ଜ୍‌ କାର୍ଯ୍ୟାଳୟରେ ରେଞ୍ଜର ପଦବୀରେ ଫରେଷ୍ଟର ଦାୟିତ୍ୱ ତୁଲାଉଛନ୍ତି। ଫରେଷ୍ଟରଙ୍କୁ ରେଞ୍ଜ୍‌ ଦାୟିତ୍ୱ ଦିଆଯାଉଥିବା ବେଳେ ରେଞ୍ଜରମାନଙ୍କୁ ଅଫିସ କାର୍ଯ୍ୟରେ ନିୟୋଜିତ କରାଯାଇଛି। ରେଞ୍ଜରମାନେ ବଣ ଜଙ୍ଗଲ ଓ ଜୀବଜନ୍ତୁଙ୍କ ସହ ନ ରହି ସହରୀ ଚାକଚକ୍ୟ ମଧ୍ୟରେ ରହିବା ପାଇଁ ଦାୟିତ୍ୱ ଅପସାରଣ କରିବାରେ ଲାଗିଛନ୍ତି। ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ରେଞ୍ଜ୍‌ କାର୍ଯ୍ୟାଳୟଗୁଡ଼ିକ ହୁଗୁଳା ହୋଇପଡ଼ିଛି। କାର୍ଯ୍ୟାଳୟ ପରିସରକୁ ବିଷ ଆସିବା ଓ ଏହାକୁ କର୍ମଚାରୀ ତୁରାମ ପୂର୍ତ୍ତି ପିଇବା ଘଟଣାରେ ବନ ବିଭାଗ ଚୁପ ହୋଇ ବସିଛି। ସତ୍ୟତା ପ୍ରକାଶ କରିବାରେ ବିଭାଗ ସାହସ ଜୁଟାଇ ପାରୁନାହିଁ ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ସେହିପରି ଶିମିଳିପାଳର ଶୋଭା ବଢ଼ାଉଥିବା ଓ ସୁରକ୍ଷା ଯୋଗାଉଥିବା କୁମକୀ ହାତୀ ‘ଶୋଭା’ର ମୃତ୍ୟୁକୁ ନେଇ କରାଯାଇଥିବା ଅବହେଳାରେ ଦୋଷୀଙ୍କୁ ଦଣ୍ଡିତ କରିବା ଉଚିତ ବୋଲି ପ୍ରାଣୀପ୍ରେମୀମାନେ ଦାବି କରୁଛନ୍ତି। ୮ ଦିନ ବିତିବାକୁ ବସିବା ପରେ ମଧ୍ୟ ବେପାରୀଙ୍କଠାରେ ଥିବା ଦୁଇଟି ବାଘ ଚମଡ଼ା ଓ ଗୋଟିଏ ହାତୀଦାନ୍ତକୁ କ୍ରାଇମବ୍ରାଞ୍ଚ ଜବତ କରିବାରେ ବିଫଳ ହୋଇଛି। ଶିମିଳିପାଳ ଜୈବମଣ୍ଡଳ ତଥା ଅଭୟାରଣ୍ୟକୁ ସୁରକ୍ଷା ଯୋଗାଇବାରେ ନିୟୋଜିତ ଥିବା ଅନଭିଜ୍ଞ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ସହ ସେମାନଙ୍କ ଆୟବର୍ହିଭୂତ ସମ୍ପତ୍ତିର ଆକଳନ କରାଯାଉ। ଜଙ୍ଗଲ ମଧ୍ୟରେ ରହି ବନ୍ୟଜନ୍ତୁ ଶିକାରରେ ଜଡ଼ିତ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି। ଏ ସମ୍ପର୍କରେ ଆଞ୍ଚଳିକ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି.ଅଶୋକ କୁମାର କହନ୍ତି, ହାତୀ ଶିକାର ଓ ପୋଡ଼ିବା ଘଟଣା ପରେ ଛୁଟି ନେଇଥିବା ରେଞ୍ଜରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଫାଙ୍କା ପଡ଼ିଥିବା ରେଞ୍ଜର ପଦବୀ ପୂରଣ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରେଞ୍ଜର ନିଯୁକ୍ତି ହେଲେ ତଳିଆ କର୍ମଚାରୀଙ୍କୁ ଦାୟିତ୍ୱରୁ ଅପସାରଣ କରାଯିବ। ତେବେ ବନ୍ୟଜନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କଲେ ଅଭୟାରଣ୍ୟରେ ଜୀବଜନ୍ତୁ ନିର୍ଭୟରେ ରହିପାରିବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri