ବିନା ନମ୍ବର ପ୍ଲେଟ, ଇନସ୍ୟୁରାନ୍ସରେ ଶୋ ରୁମରୁ ବାହାରୁଛି ଗାଡ଼ି

ରାଜନଗର,୨୦ା୧୨(ଡି.ଏନ.ଏ.):ରାଜନଗର ଥାନା ରାଜନଗର-ତାଳଚୁଆ ମୁଖ୍ୟ ରାସ୍ତାର ଚାନ୍ଦିବାଉଁଶମୂଳ ନିକଟରେ ସୋମବାର ସକାଳ ସାଢେ ୬ଟାରେ ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଏହି ଅଟୋରେ ଥିବା ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ନୂଆଗାଁର ଫୁକି ରାଉତ (୬୫), ବିଜୟ କୁମାର ରାଉତ (୪୯), ବିଭୁ ପ୍ରସାଦ ରାଉତ (୫), ସାବିତ୍ରୀ ରାଉତ (୪୦) ଆହତ ହୋଇଛନ୍ତି। ଏମାନଙ୍କୁ ଚିକିତ୍ସା ପାଇଁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ପରିବାରର ୪ ଜଣ ତାଙ୍କ ସମ୍ପର୍କୀୟଙ୍କ ଘର କଟକ ଯିବା ପାଇଁ ଗଁାରୁ ଅଟୋ ଯୋଗେ ଜରିମୂଳ ବଜାରରୁ ଛାଡୁଥିବା ବସ୍‌ ନିକଟକୁ ଆସୁଥିଲେ। ବସ ଛାଡିବା ସ୍ଥାନର କିଛି ମିଟର ପୂର୍ବରୁ ଏହି ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଅଟୋ ପଲଟିବା ପରେ ପୋଲିସ ଅଟୋ ଜବତ କରି ଥାନାକୁ ଆଣିଛି। ରିପୋର୍ଟ ଲେଖା ହେବା ଯାଏଁ କୌଣସି ଅଭିଯୋଗ ଥାନାରେ ହୋଇନି। ମାତ୍ର ଏହି ଅଟୋ ଦୁର୍ଘଟଣାଗ୍ରସ୍ତ ହେବା ପରେ ଶୋ ରୁମ ମାଲିକମାନେ କିପରି ମୋଟରଯାନ ଆଇନକୁ ଫାଙ୍କି ଚାଲିଛନ୍ତି ଏବଂ ବିନା କାଗଜପତ୍ରରେ ଗାଡି ରାସ୍ତାକୁ ଛାଡୁଛନ୍ତି, ତା’ର ବଡ ଦିଗ ସାମ୍ନାକୁ ଆସିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ପାଜିଓ ଅଟୋରେ ନମ୍ବର ପ୍ଲେଟ ନ ଥିବା ବେଳେ ଗାଡିରେ କୌଣସି କାଗଜପତ୍ର ନ ଥିଲା। ଗାଡିରେ ଇନ୍ସ୍ୟୁରାନ୍ସ, ପଲ୍ୟୁସନ, ଆରସି ବୁକ୍‌ ମଧ୍ୟ ନ ଥିଲା। ମୋଟରଯାନ ଆଇନ ଅନୁଯାୟୀ, କୌଣସି ଗାଡି ଶୋ ରୁମରୁ ବାହାରକୁ ଆସିବା ପୂର୍ବରୁ ଗାଡିର ରେଜିଷ୍ଟ୍ରେସନ କରାଯିବ। ଗାଡି ରେଜିଷ୍ଟ୍ରେସନ ପରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଗାଡିରେ ଲଗାଯିବ। ଗାଡିର ଇନସ୍ୟୁରାନ୍ସ କରାଯିବ। ଏହାପରେ ଗାଡି କିଣିଥିବା ଲୋକଙ୍କୁ ହସ୍ତାନ୍ତର କରାଯିବ। ମାତ୍ର ଦୁର୍ଘଟଣାଗ୍ରସ୍ତ ଅଟୋଟି ଚଳିତ ମାସ ୧୬ ତାରିଖଠାରୁ ରାସ୍ତାରେ ଗଡୁଛି। ପଟ୍ଟାମୁଣ୍ଡାଇର ଏକ ଶୋ ରୁମରୁ କଣ୍ଡିରା ପଞ୍ଚାୟତ ନଳଯୋଡି ଗଁାର ମହନ୍ତ ଜେନା ଆଣିଛନ୍ତି। ୧୬ ତାରିଖ ଧନୁ ସଂକ୍ରାନ୍ତି ଭଲ ଦିନ ଥିବାରୁ କ୍ରେତା ଏହି ଗାଡି ଶୋରୁମରୁ ଆଣି ଗାଁ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ୧୭ ତାରିଖଠାରୁ ଏହି ଅଟୋ ଯାତ୍ରୀଙ୍କୁ ନେବା ଆଣିବା କରୁଛି। ଏପରି କି ଏହି କାଗଜପତ୍ର ବିହୀନ ବେନାମୀ ଅଟୋକୁ ଜଣେ ନୂଆ ଚାଳକ, ଯାହାଙ୍କ ଡ୍ରାଇଭିଂ ଲାଇସେନ୍ସ ନାହିଁ, ସେ ଚଳାଉଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଏହି ଅଟୋଟି କିପରି ବିନା କାଗଜପତ୍ରରେ ଶୋରୁମ ବାହାରକୁ ଆସିଲା ଓ ୪ ଦିନ ହେଲା ରାସ୍ତାରେ ଗଡୁଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ବେଆଇନ ନିଶା କଫସିରପ୍ ରାକେଟ‌ର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧।୭(ପ୍ରମୋଦ ବହିଦାର): ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଷିଦ୍ଧ ନିଶା କଫସିରପ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri