ବିନା ନମ୍ବର ପ୍ଲେଟ, ଇନସ୍ୟୁରାନ୍ସରେ ଶୋ ରୁମରୁ ବାହାରୁଛି ଗାଡ଼ି

ରାଜନଗର,୨୦ା୧୨(ଡି.ଏନ.ଏ.):ରାଜନଗର ଥାନା ରାଜନଗର-ତାଳଚୁଆ ମୁଖ୍ୟ ରାସ୍ତାର ଚାନ୍ଦିବାଉଁଶମୂଳ ନିକଟରେ ସୋମବାର ସକାଳ ସାଢେ ୬ଟାରେ ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଏହି ଅଟୋରେ ଥିବା ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ନୂଆଗାଁର ଫୁକି ରାଉତ (୬୫), ବିଜୟ କୁମାର ରାଉତ (୪୯), ବିଭୁ ପ୍ରସାଦ ରାଉତ (୫), ସାବିତ୍ରୀ ରାଉତ (୪୦) ଆହତ ହୋଇଛନ୍ତି। ଏମାନଙ୍କୁ ଚିକିତ୍ସା ପାଇଁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ପରିବାରର ୪ ଜଣ ତାଙ୍କ ସମ୍ପର୍କୀୟଙ୍କ ଘର କଟକ ଯିବା ପାଇଁ ଗଁାରୁ ଅଟୋ ଯୋଗେ ଜରିମୂଳ ବଜାରରୁ ଛାଡୁଥିବା ବସ୍‌ ନିକଟକୁ ଆସୁଥିଲେ। ବସ ଛାଡିବା ସ୍ଥାନର କିଛି ମିଟର ପୂର୍ବରୁ ଏହି ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଅଟୋ ପଲଟିବା ପରେ ପୋଲିସ ଅଟୋ ଜବତ କରି ଥାନାକୁ ଆଣିଛି। ରିପୋର୍ଟ ଲେଖା ହେବା ଯାଏଁ କୌଣସି ଅଭିଯୋଗ ଥାନାରେ ହୋଇନି। ମାତ୍ର ଏହି ଅଟୋ ଦୁର୍ଘଟଣାଗ୍ରସ୍ତ ହେବା ପରେ ଶୋ ରୁମ ମାଲିକମାନେ କିପରି ମୋଟରଯାନ ଆଇନକୁ ଫାଙ୍କି ଚାଲିଛନ୍ତି ଏବଂ ବିନା କାଗଜପତ୍ରରେ ଗାଡି ରାସ୍ତାକୁ ଛାଡୁଛନ୍ତି, ତା’ର ବଡ ଦିଗ ସାମ୍ନାକୁ ଆସିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ପାଜିଓ ଅଟୋରେ ନମ୍ବର ପ୍ଲେଟ ନ ଥିବା ବେଳେ ଗାଡିରେ କୌଣସି କାଗଜପତ୍ର ନ ଥିଲା। ଗାଡିରେ ଇନ୍ସ୍ୟୁରାନ୍ସ, ପଲ୍ୟୁସନ, ଆରସି ବୁକ୍‌ ମଧ୍ୟ ନ ଥିଲା। ମୋଟରଯାନ ଆଇନ ଅନୁଯାୟୀ, କୌଣସି ଗାଡି ଶୋ ରୁମରୁ ବାହାରକୁ ଆସିବା ପୂର୍ବରୁ ଗାଡିର ରେଜିଷ୍ଟ୍ରେସନ କରାଯିବ। ଗାଡି ରେଜିଷ୍ଟ୍ରେସନ ପରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଗାଡିରେ ଲଗାଯିବ। ଗାଡିର ଇନସ୍ୟୁରାନ୍ସ କରାଯିବ। ଏହାପରେ ଗାଡି କିଣିଥିବା ଲୋକଙ୍କୁ ହସ୍ତାନ୍ତର କରାଯିବ। ମାତ୍ର ଦୁର୍ଘଟଣାଗ୍ରସ୍ତ ଅଟୋଟି ଚଳିତ ମାସ ୧୬ ତାରିଖଠାରୁ ରାସ୍ତାରେ ଗଡୁଛି। ପଟ୍ଟାମୁଣ୍ଡାଇର ଏକ ଶୋ ରୁମରୁ କଣ୍ଡିରା ପଞ୍ଚାୟତ ନଳଯୋଡି ଗଁାର ମହନ୍ତ ଜେନା ଆଣିଛନ୍ତି। ୧୬ ତାରିଖ ଧନୁ ସଂକ୍ରାନ୍ତି ଭଲ ଦିନ ଥିବାରୁ କ୍ରେତା ଏହି ଗାଡି ଶୋରୁମରୁ ଆଣି ଗାଁ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ୧୭ ତାରିଖଠାରୁ ଏହି ଅଟୋ ଯାତ୍ରୀଙ୍କୁ ନେବା ଆଣିବା କରୁଛି। ଏପରି କି ଏହି କାଗଜପତ୍ର ବିହୀନ ବେନାମୀ ଅଟୋକୁ ଜଣେ ନୂଆ ଚାଳକ, ଯାହାଙ୍କ ଡ୍ରାଇଭିଂ ଲାଇସେନ୍ସ ନାହିଁ, ସେ ଚଳାଉଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଏହି ଅଟୋଟି କିପରି ବିନା କାଗଜପତ୍ରରେ ଶୋରୁମ ବାହାରକୁ ଆସିଲା ଓ ୪ ଦିନ ହେଲା ରାସ୍ତାରେ ଗଡୁଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri