ଆମ ଜିଲା ଖବର

ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ପନିପରିବା ନଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୧୨ା୧୧: କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଶୀତଳଭଣ୍ଡାର ନାହିଁ। ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଜିଲାରେ ଆଳୁ ମିଶନ ଫେଲ ମାରିଛି। ସେହିପରି ପନିପରିବା ଜିଲାରେ ଚାଷ ହେଉଥିଲେ ମଧ୍ୟ ବର୍ଷର ଅଧିକାଂଶ ସମୟ ବାହାର ରାଜ୍ୟର ବିଷାକ୍ତ ପନିପରିବା…

ଯାତ୍ରୀଙ୍କ କାମରେ ଲାଗୁନି ପାନୀୟ ଜଳ ବିଶୋଧନ ଯନ୍ତ୍ର

ନାଉଗଁା,୧୨ା୧୧(ସ୍ବ.ପ୍ର.): ନାଉଗଁା ବସଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମାଗାର ରହିଛି। ଏଠାରେ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଉକ୍ତ ଗୃହରେ ପାନୀୟ ଜଳ ବିଶୋଧନ ଓ ଶୀତଳୀକରଣ ଯନ୍ତ୍ର ଲାଗିଛି। ଏହା ୬ମାସ ହେବ ଅଚଳ ହୋଇଯାଇଥିବାରୁ ଯାତ୍ରୀମାନେ ସମସ୍ୟା ଭୋଗୁଛନ୍ତି।…

ବାଲି ଟ୍ରକ୍‌ ଚଳାଚଳ ଯୋଗୁ ଲୋକେ ଅତିଷ୍ଠ

ରଘୁନାଥପୁର,୧୨।୧୧(ଡି.ଏନ୍‌.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ ରଇପଡାଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ୨ କିମି ରାସ୍ତାରେ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା ଟ୍ରକ ଚଳାଚଳ ହେଉଛି। ରାସ୍ତାର ଉଭୟ ପାର୍ଶ୍ୱରେ ଏହା ଚାଲୁଥିବାରୁ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ…

ମରଣଯନ୍ତା ପାଲଟିଛି ପଟ୍ଟାମୁଣ୍ଡାଇ ଫୁଟ୍‌ପାଥ୍‌

ପଟ୍ଟାମୁଣ୍ଡାଇ, ୧୨ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍‌ଡିଭିଜନ ଅଧୀନରେ ଥିବା ରାସ୍ତାଗୁଡିକର ନିର୍ମାଣ ଓ ମରାମତି ପାଇଁ ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁ ପଟ୍ଟାମୁଣ୍ଡାଇ ବଜାର ରାସ୍ତା ବାଇପାସଠାରୁ ଡାକବଙ୍ଗଳା ପର୍ଯ୍ୟନ୍ତ ଫୁଟ୍‌ପାଥ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାକୁ ପୁନଃ…

ବୁଡ଼ିଥିବା ଜାହାଜ ଯୋଗୁ ହେଉଛି ବୋଟ୍‌ ଦୁର୍ଘଟଣା

ମହାକାଳପଡ଼ା,୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ହୁକିଟୋଲା ମୁହାଣ ମୁହଁର ଅନତି ଦୂରରେ ମାଦଳି ନିକଟରେ ଫରାସୀର ଏକ ପଣ୍ୟବାହୀ ଜାହାଜ ଭେଲଦା ୧୮୬୬/୬୭ ମସିହାରେ ବୁଡି ଯାଇଥିଲା। ଏହି ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ…

ଗରଦପୁର ବ୍ଲକରେ ଦୁର୍ନୀତି ଅଭିଯୋଗ

ପାଟକୁରା,୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକ ଏବେ ଦୁର୍ନୀତିର ଗନ୍ତାଘର ସାଜିଛି। ଉନ୍ନୟନ ଅର୍ଥର ବ୍ୟାପକ ହେରଫେର ହୋଇଛି। ଏପରି ଅଭିଯୋଗର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ…

ଭୁଶୁଡ଼ିବାକୁ ବସିଛି ମକରା ନଦୀବନ୍ଧ

କଣାସ,୧୨।୧୧(ସ୍ବ.ପ୍ର.): କଣାସ ବ୍ଲକକୁ ୧୭ରୁ ଊର୍ଦ୍ଧ୍ୱ ନଦୀନାଳ ଘେରି ରହିଛି। ନଦୀବନ୍ଧ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ପ୍ରତିବର୍ଷ ବନ୍ୟା ସମୟରେ ବିଭିନ୍ନ ନଦୀ ବନ୍ଧ ଭାଙ୍ଗି ଅଞ୍ଚଳର ଲୋକେ ଦୁଦ୍ଦର୍ର୍ଶା ଭୋଗୁଛନ୍ତି। ଚଳିତବର୍ଷ ବନ୍ୟାରେ ରାଜୁଆ…

ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା ଅଫିସ,୧୨ା୧୧: ଖୋର୍ଦ୍ଧା ସଦର ଥାନା ଅଧୀନ ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର ଗ୍ରାମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ରବୀନ୍ଦ୍ରନାଥ ବଳିୟାରସିଂ (୭୦)। ଖବରପାଇ ପୋଲିସ ଘଟଣସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର…

ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ ଅଫିସ,୧୨ା୧୧: ରାଜ୍ୟରେ ଅନିୟନ୍ତ୍ରିତ ହାତୀମୃତ୍ୟୁ ରୋକିବା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପୋଲିସ ଓ ବନ ବିଭାଗର ମିଳିତ ଭାବେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସର ଆଗାମୀ କାର୍ଯ୍ୟାବଳୀ ସମ୍ପର୍କିତ ସତ୍ୟପାଠ ଶୁକ୍ରବାର ହାଇକୋର୍ଟରେ…

ଶକ୍ତି ସୁଗାର୍ସ ସ୍ଥାନ ନେଲା ଆଇପିଏଲ୍‌

ଢେଙ୍କାନାଳ ଅଫିସ, ୧୨।୧୧: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ହରିପୁର ଗ୍ରାମ ୫୫ନଂ. ଜାତୀୟ ରାଜପଥ ନିକଟରେ ପ୍ରତିଷ୍ଠିତ ପ୍ରମୁଖ ଚିନି କାରଖାନା ‘ଶକ୍ତି ସୁଗାର୍ସ’ର ସ୍ଥାନ ନେଇଛି ଇଣ୍ଡିଆନ୍‌ ପଟାସ୍‌ ଲିମିଟେଡ୍‌ (ଆଇପିଏଲ୍‌)। ଶୁକ୍ରବାର ନୂଆ କମ୍ପାନୀର ପ୍ରଥମ ୟୁନିଟ୍‌…

ସରକାରୀ ସେବାରେ ସନ୍ତୁଷ୍ଟି ନାହିଁ

ରତନ ନାୟାର/ଅସମାପିକା ସାହୁ ଢେଙ୍କାନାଳ ଅଫିସ/ଭୁବନେଶ୍ୱର (ବ୍ୟୁରୋ) , ୧୨।୧୧: ନିରାପଦ ମାତୃତ୍ୱ ପାଇଁ ସରକାରଙ୍କ ଅନେକ ଯୋଜନା। ମାତୃ ଏବଂ ଶିଶୁ ମୃତ୍ୟୁହାରକୁ ଯଥାସମ୍ଭବ ହ୍ରାସ କରିବା ଲାଗି ଆରମ୍ଭ ହୋଇଛି ଅଭିଯାନ। ଗର୍ଭସଞ୍ଚାରଠାରୁ ଆରମ୍ଭ କରି ସୁରକ୍ଷିତ ପ୍ରସବ…

ଘର ଆଗରୁ ପକ୍କ୍‌ଅପ୍‌ ଗାଡି ଚୋରି ଅଭିଯୋଗ

କୋକସରା,୧୧।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଗ୍ରାମର ବ୍ୟବସାୟୀ ସନ୍ତୋଷ ଅଗ୍ରୱାଲଙ୍କ ପିକ୍‌ଅପ୍‌ ଗାଡି ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏ ନେଇ ଥାନାରେ ତାଙ୍କ ଭାଇ ପ୍ରମୋଦ ଅଗ୍ରୱାଲ ଅଭିଯୋଗ କରିଛନ୍ତି। କୋକସରା ଷ୍ଟେଟ ବ୍ୟାଙ୍କ ନିକଟ ୨୬ ନମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?