୨୦୦ ଟଙ୍କାର ହିସାବ ମିଳୁନି

ହାଟଡିହୀ,୨୦।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳା ସଂସ୍କୃତି ସଂଘକୁ ଆସିଥିବା ଅନୁଦାନ ଏବଂ ଉକ୍ତ ଅନୁଦାନର ଖର୍ଚ୍ଚରୁ ୨୦୦ ଟଙ୍କାର ହିସାବ ମିଳୁନି। ଖର୍ଚ୍ଚ ସମ୍ପର୍କିତ ରିପୋର୍ଟକୁ ଦେଖିଲେ ଏ କଥା ସ୍ପଷ୍ଟ ହୋଇଛି। ୨୦୦ ଟଙ୍କା ବଡ଼ କଥା ହୋଇ ନ ପାରେ କିନ୍ତୁ ଅନ୍ୟପକ୍ଷେ ବ୍ଲକ କଳା ସଂସ୍କୃତି ସଂଘର କ୍ୟାସ ବହି ଏବଂ ଖର୍ଚ୍ଚ ଅନୁଦାନର କାର୍ଯ୍ୟ ତାଲିକା ମଧ୍ୟ ହଜିଯାଇଛି। ଫଳରେ କେବଳ ୨୦୦ ନା ଅଧିକ ଅର୍ଥ ହେର୍‌ଫେର ହୋଇଛି ତାହା ତଦନ୍ତସାପେକ୍ଷ।
ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅବିନାଶ ପତିଙ୍କ ସୂଚନା ଅନୁସାରେ, ୨୦୧୧ ଅଗଷ୍ଟ ୨୨ରେ ବ୍ଲକ କଳା ସଂସ୍କୃତି ସଂଘ ଗଠନ ହୋଇଥିଲା। ବିଡିଓ ଏହି ସଂଘର ସଭାପତି। ସଂଘକୁ ୨୦୧୦-୧୧ ବର୍ଷରେ ୨ ଲକ୍ଷ ଟଙ୍କା ସରକାରୀ ଅନୁଦାନ ମିଳିଥିଲା। ୨୦୧୩-୧୪ ରେ ସେଥିରୁ ୧ ଲକ୍ଷ ୮୭ ହଜାର ୨୦୦ ଟଙ୍କା ଦାସକାଠିଆ/ପାଲା ଟ୍ରୁପ୍ସ ବାବଦରେ ଖର୍ଚ୍ଚ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୟୁସି (ୟୁଟିଲାଇଜେସନ ସାର୍ଟିଫିକେଟ ବା ଉପଯୋଗିତା ପ୍ରମାଣପତ୍ର) ଫର୍ମ ଓଜିଏଫଆର.୭-ଏ, ରୁଲ ୧୭୨ ଅନୁସାରେ ଦର୍ଶାଯାଇଛି, ମିଳିଥିବା ୨ ଲକ୍ଷ ଅନୁଦାନରୁ ୧ ଲକ୍ଷ ୮୭ ହଜାର ୨୦୦ ଟଙ୍କା ଖର୍ଚ୍ଚ ହେବା ପରେ ଆଉ ୧୨ହଜାର ୬୦୦ ଟଙ୍କା ଅନୁଦାନ ବଳକା ରହିଛି। କିନ୍ତୁ ବଳକା ଅନୁଦାନ ୧୨ ହଜାର ୮୦୦ ଟଙ୍କା ରହିବା କଥା। ଏ ନେଇ ଖୋଦ ବିଡିଓ ଚିଠି ନଂ. ୪୯୩୦/୨୫ ନଭେମ୍ବର ୨୦୧୩ରେ କେନ୍ଦୁଝର ଡିଆଇପିଆର୍‌ଓଙ୍କୁ ଜଣାଇଥିଲେ। ୟୁସି ପ୍ରଦାନ କରିଥିବା ପୂର୍ବତନ ବିଡିଓ ବିଚିତ୍ର କର କହିଛନ୍ତି, ବ୍ଲକ ଅଫିସରେ ୟୁସି ଯିଏ ଲେଖିଥିଲେ ସିଏ ଦାୟୀ। ମୁଁ କେବଳ ବିଡିଓ ହିସାବରେ ଦସ୍ତଖତ କଲି। ପରବର୍ତ୍ତୀ ବିଡିଓ ସେ ସବୁ ଦେଖିବା କଥା। ସେହିପରି ବ୍ଲକ କଳା ସଂସ୍କୃତି ସଂଘର କ୍ୟାସ ବହି ଏବଂ ଖର୍ଚ୍ଚ ଅନୁଦାନର କାର୍ଯ୍ୟ ତାଲିକା ନ ଥିବା ପତି କହିଛନ୍ତି। ବିଡିଓ ବିନିତା ବିଜୟିନୀଙ୍କ ସହ ଯୋଗାଯୋଗ ପାଇଁ ବାରମ୍ବାର ଚେଷ୍ଟା ସତ୍ତ୍ୱେ ସମ୍ଭବ ହୋଇପାରି ନାହିଁ। ସୂଚନା ଥାଉକି, ବ୍ଲକରେ ବିଭିନ୍ନ କାର୍ଯ୍ୟର ଅଡିଟ୍‌ ସମୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଗୋପବନ୍ଧୁ ନାୟକଙ୍କ ନାମରେ ୧୩୨ ଟଙ୍କା ପାଇଁ ଆପତ୍ତି ଉଠିବାରୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍‌ ଜାରି କରି ଜବାବ ରଖିବାକୁ କହିଥିଲେ। କିନ୍ତୁ ପୂର୍ବତନ ବିଡିଓ ୨୦୦ ଟଙ୍କାର ହିସାବ ଦେଇପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri