ଆବାସ ଯୋଜନାରୁ ବଞ୍ଚିତ ୭ ଭୂମିହୀନ ପରିବାର

ରସୁଲପୁର,୨୦ା୧୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ ଭୋଟକା ପଞ୍ଚାୟତ ସମ୍ମୁଖରେ ଭଙ୍ଗାକୁଡିଆରେ ବସବାସ କରୁଥିବା ୭ ଭୂମିହୀନ ପରିବାର ସରକାରୀ ଆବାସରୁ ବଞ୍ଚତ୍ତ ହୋଇ ଆସୁଛନ୍ତି। ଚଳିତ ମାସ ୩୧ ତାରିଖ ସୁଧା ସମ୍ପୃକ୍ତ ଭୂମିହୀନ ପରିବାରକୁ ମୋ ଡିହ ଯୋଜନାରେ ଘରବାଡି ପଟ୍ଟା ପ୍ରଦାନ କରା ନ ଗଲେ ଆବାସ ଯୋଜନା ପାଇଁ ଉର୍ଦ୍ଦିଷ୍ଟ ସରକାରୀ ଅନୁଦାନ ଫେରିଯିବ ବୋଲି ସୂଚନା ମିଳିଛି। ଏପରି ହେଲେ ଉପରୋକ୍ତ ପରିବାର ସଦସ୍ୟଙ୍କ ଛାତ ଘରେ ବାସ କରିବାର ଆଶା ଧୂଳିସାତ୍‌ ହୋଇଯିବ ବୋଲି ମତ ପ୍ରକାଶ ପାଇଛି।
ସୂଚନ ଅନୁଯାୟୀ, ଆଜିକୁ ପ୍ରାୟ ୫୦ବର୍ଷ ଶ୍ରୀପତି ବେହେରା, କବି ବେହେରା, ଧ୍ୟାନ ବେହେରା, କୈଳାସ ବେହେରା, ରବି ବେହେରା, ଫକୀର ବେହେରାଙ୍କ ସେମେତ ୧୦ରୁ ଊର୍ଦ୍ଧ୍ୱ ପରିବାର ଭୋଟକା ପଞ୍ଚାୟତରେ ବସବାସ କରିଆସୁଛନ୍ତି ା ଏହି ପାଛିଆ ବୁଣା ଯାଯାବର ପରିବାର କାମଧନ୍ଦା ଖୋଜିବାକୁ ଆସି ଏଠାରେ ରହିଯାଇଥିଲେ। ସେମାନଙ୍କ ବଂଶଧର କେହି ନାହାଁନ୍ତି କି ସେମାନଙ୍କ ନାମରେ ଅନ୍ୟ କୌଣସି ସ୍ଥାନରେ ପୈତୃକ ସମ୍ପତ୍ତି ନାହିଁ। ଏହି ସ୍ଥାନରେ ରହି ସେମାନେ ଭୋଟଦାନ କରୁଛନ୍ତି। ରାଶନକାର୍ଡ ଜରିଆରେ ଚାଉଳ ଓ ଗହମ ପାଉଛନ୍ତି। ନିଜ ଠିକଣାରେ ଆଧାର କାର୍ଡ ରହିଛି। ଏହାକୁ ଆଧାରକରି ସେମାନଙ୍କ ନାମକୁ ପଞ୍ଚାୟତ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ପ୍ରସ୍ତୁତ ଅଗ୍ରାଧିକାର ତାଲିକାରେ ସ୍ଥାନ ଦିଆଯାଇ ଆସୁଛି। ୨୦୧୭ରୁ ଉପରୋକ୍ତ ପରିବାର ଆବାସ ପ୍ରଦାନ କରିବା ପାଇଁ ବାରମ୍ବାର ତଦନ୍ତ କରାଯାଉଛି। ସେମାନଙ୍କ ନାମରେ ଘର ନିର୍ମାଣ କରିବା ପାଇଁ ନିଜସ୍ବ ଘରବାଡି ଜମି ନ ଥିବାରୁ ଆବାସ ତାଲିକା କ୍ରମରେ ପରିବର୍ତ୍ତନ କରିଦିଆଯାଉଛି। ତଦନ୍ତ ଅଧିକାରୀଙ୍କ ପକ୍ଷରୁ ହିତାଧିକାରୀମାନଙ୍କ ନାମରେ ଜମି ନାହିଁ ବୋଲି ଦର୍ଶାଇ ଉକ୍ତ ପରିବାରକୁ ଅଣଦେଖା କରାଯାଇଆସୁଛି। ଏହି କ୍ଷେତ୍ରରେ ତହସିଲ ପକ୍ଷରୁ ଜମି ପ୍ରଦାନ କରିବାରେ ବିଳମ୍ବ କରାଯାଉଛି। ସରକାରୀ ଘୋଷଣା ମୁତାବକ ବାସହୀନ ପରିବାର, କଚ୍ଚାଘର, କୁଡିଆ, ପଲିଥିନ, ଗଛତଳେ, ବନ୍ୟା, ବାତ୍ୟା, ଅଗ୍ନି ବିପନ୍ନ ଆଦି ପରିବାରଗୁଡିକୁ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଯୋଜନାରେ ସରକାରୀ ଆବାସ ଯୋଗାଇ ଦିଆଯିବ। ଏଥିସହ ଯେଉଁମାନେ ଭୂମିହୀନ ସମ୍ପୃକ୍ତ ପରିବାରକୁ ଜମିପଟ୍ଟା ସହ ସରକାରୀ ଆବାସ ଜରିଆରେ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ବିଧି ରହିଛି। ଏହି ନିୟମକୁ ପ୍ରଶାସନିକସ୍ତରରେ କାର୍ଯ୍ୟକାରୀ କରିବାକୁ କଡା ନିର୍ଦ୍ଦେଶ ରହିଛି। ମାତ୍ର ଏହାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ୭ ବାସହୀନ ପରିବାର ପାଇଁ ମଞ୍ଜୁର ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଅନୁଦାନ ଫେରିଯିବା ସ୍ପଷ୍ଟ ହୋଇଯାଇଛି।
ରାଜସ୍ବ ନିରୀକ୍ଷକ କ୍ଷେତ୍ର ପରିଦର୍ଶନ କରି ଫେରି ଯାଇଛନ୍ତି। ଏଯାଏଁ ସେମାନଙ୍କୁ ପଟ୍ଟା ମିଳିବାରେ ପ୍ରଶାସନ ପକ୍ଷରୁ ଟାଳଟୁଳନୀତି ଅବଲମ୍ବନ କରାଯାଇ ଆସୁଛି। ଏହି ପରିବାରକୁ ତୁରନ୍ତ ପଟ୍ଟା ପ୍ରଦାନ କରା ନ ଗଲେ ସେମାନେ ସରକାରୀ ଆବାସରୁ ବଞ୍ଚତ୍ତ ହେବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ଦିଗରେ ହିତାଧିକାରୀମାନଙ୍କୁ ପଚାରିଲେ ଆମେ ନିରକ୍ଷର ଓ ଗରୀବ ଲୋକ, ସରକାରୀ ନିୟମ କାନୁନ ଜାଣୁ ନାହୁଁ। ସରକାରୀ ବାବୁମାନେ ଯଦି ଦୟାକରିବେ ଆମେ ଛାତ ତଳେ ବାସ କରିବାର ସୁଯୋଗ ପାଇବୁ ବୋଲି ମତ ରଖିଛନ୍ତି। ଏ ଦିଗରେ ଯାଜପୁର ଜିଲା ଉପ-ଜିଲାପାଳ ଗୋପୀନାଥ କୁଅଁରଙ୍କୁ ପଚାରିବାରୁ ଭୂମିହୀନ ପରିବାରକୁ ପଟ୍ଟା ମିଳିବାରେ ଅସୁବିଧା ନାହିଁ। ରସୁଲପୁର ତହସିଲ ଅଧୀନରେ ଯେତୋଟି କେସ୍‌ ରହିଥିବ ତାକୁ ତୁରନ୍ତ ଫଇସଲା କରି ଦିଆଯିବ। ଏ ଦିଗରେ ସଂପୃକ୍ତ ତହସିଲଦାରଙ୍କ ସହ ଯୋଗାଯୋଗକରି ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିବା କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?