ନଦୀଜଳ ଉପରେ ଶିଳ୍ପ ବୋଝ

ଯାଜପୁର ଅଫିସ,୨୦ା୧୨:ଖରାଦିନେ ନଦୀ ଜଳସ୍ରୋତ ବହୁଳମାତ୍ରାରେ ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ୧୦ରୁ ଊର୍ଦ୍ଧ୍ୱ ଶିଳ୍ପ କମ୍ପାନୀ ବ୍ରାହ୍ମଣୀ ନଦୀଜଳ ଉପରେ ନିର୍ଭର କରୁଛନ୍ତି। ଦୈନିକ ୩୦୦ରୁ ଊର୍ଦ୍ଧ୍ୱ କ୍ୟୁସେକ ପାଣି ଶିଳ୍ପଗୁଡ଼ିକ ବ୍ୟବହାର କରୁଛନ୍ତି। ଏବେ ପୁଣି ଇଡ୍‌କୋ, ଏଲ୍‌.ଏନ. ମେଟାଲିକ୍ସ, ଶ୍ରୀମେଟାଲିକ୍ସ ଲିଃ ପ୍ରଭୃତି କମ୍ପାନୀ କର୍ତ୍ତୃପକ୍ଷ ସହ ରାଜ୍ୟ ସରକାରଙ୍କ ଜଳଯୋଗାଣ ଓ ପରିମଳ ବିଭାଗ ନଦୀଜଳ ବ୍ୟବହାର ପାଇଁ ଜଳସମ୍ପଦ ବିଭାକୁ ଆବେଦନ କରିଛନ୍ତି। ବିଶେଷକରି ଏଥିଯୋଗୁ ଯାଜପୁର ଜିଲା ଦେଇ ପ୍ରଭାବିତ ବୈତରଣୀ ଏବଂ ବ୍ରାହ୍ମଣୀ ସହ ଏହାର ଶାଖାନଦୀଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି କରିଛି।
ପୂର୍ବରୁ ବିଆର୍‌ପିଏଲ୍‌ ସ୍ଲରି ପାଇପ୍‌ଲାଇନ ଯୋଗେ ବୈତରଣୀ ନଦୀଜଳ ସହାୟତାରେ ଲୁହାପଥର ପରିବହନ କରୁଛି। ଏହାସହ ବୈତରଣୀ ନଦୀ ଆଖୁଆପଦା ବ୍ୟାରେଜ ଡାଉନଷ୍ଟ୍ରିମ୍‌ରେ ଇନ୍‌ଟେକ ୱେଲ ଖୋଳି ୪.୫ କ୍ୟୁସେକ ନଦୀ ଜଳ ଧାମନଗର ଟେକ୍ସଟାଇଲ ଏବଂ ଫୁଡ୍‌ସ ପାର୍କରେ ବ୍ୟବହାର ପାଇଁ ଇଡ୍‌କୋ ପକ୍ଷରୁ ଆବେଦନ କରାଯାଇଛି। ଏହାବାଦ୍‌ ଶ୍ରୀମେଟାଲିକ୍ସ ଲିଃ ବୈତରଣୀ ନଦୀର ୬.୬୨ କ୍ୟୁସେକ ନଦୀଜଳ ବ୍ୟବହାର କରିବାକୁ ଆବେଦନ କରିଛନ୍ତି। ଏପରିସ୍ଥଳେ ବୈତରଣୀ ଓ ବ୍ରାହ୍ମଣୀ ନଦୀର ସ୍ରୋତ ହ୍ରାସ ପାଇବା ସହ ଜିଲାର ଭୂତଳ ଜଳସ୍ତର ନିମ୍ନଗାମୀ ହୋଇ ପାନୀୟ ଜଳସମସ୍ୟା ଉତ୍କଟ ହୋଇପାରେ। ଅନ୍ୟପକ୍ଷେ ବୈତରଣୀ ନଦୀର ଶାଖା ବୁଢା ନଦୀ ଜଳରେ ଯାଜପୁର ଜିଲା ସଦର ବ୍ଲକ ସମେତ ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ୧୩,୧୦୦ ହେକ୍ଟର ଚାଷଜମିରେ ହେଉଥିବା ଜଳସେଚନ ପ୍ରଭାବିତ ହେବା ଆଶଙ୍କା ରହିଛି।
ପାଣି ସମସ୍ୟାକୁ ଅଞ୍ଚଳବାସୀ ନିଜର ଜୀବନ ସହିତ ଯୋଡ଼ି ନ ଚେତିଲେ ଆଗାମୀ ଦିନରେ ଓଡ଼ିଶାରେ ପାଣି ପାଇଁ ଭୟାନକ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ। ଏଥିପାଇଁ ରାଜସ୍ଥାନ ଭଳି ସେନା ଡକାଇ ପାଣିକୁ ନିୟନ୍ତ୍ରଣ କରାଯିବ। ଦେଶରେ ପାଣି ବାବା ଭାବରେ ପରିଚିତ ରମଣ ମାଗାସେସେ ପୁରସ୍କାର ବିଜେତା ରାଜେନ୍ଦ୍ର ସିଂ ପୂର୍ବରୁ ଏହି ଚେତାବନୀ ଦେଇଛନ୍ତି। କର୍ପୋରେଟ ଜଗତ ନଦୀଜଳକୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିବାକୁ ଚକ୍ରାନ୍ତ ଚଳାଇଛନ୍ତି। ଓଡ଼ିଶା ସରକାର ବିଶ୍ୱବ୍ୟାଙ୍କର ନିର୍ଦ୍ଦେଶରେ ୨୦୦୨ ମସିହାର ଜଳନୀତି ଓ ପାଣି ପଞ୍ଚାୟତ ଜରିଆରେ ପାଣି ଉପରେ ସାମାଜିକ ଅଧିକାରକୁ କର୍ପୋରେଟ ଜଗତ ହାତକୁ ଟେକି ଦେବା ପାଇଁ କରିଥିବା ବ୍ୟବସ୍ଥା ବିଗତ ୧୦ ବର୍ଷରେ ତ୍ୱରାନ୍ବିତ ହୋଇଛି। ଓଡ଼ିଶାର ନଦୀ, ନାଳ, ଝରଣା ଉପରେ କର୍ପୋରେଟ ଜଗତର ଏହି କବଜା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗରିବ ଚାଷୀଙ୍କ ହାତରୁ ଜଳ, ଜମି ଓ ଜଙ୍ଗଲ ଛଡାଇ ବିକାଶ ନାମରେ ପୁଞ୍ଜିପତିଙ୍କ ହାତକୁ ଟେକିଦେବାରେ ଓଡ଼ିଶା ସରକାର ଦେଶର ସବୁ ରାଜ୍ୟଠାରୁ ଆଗରେ ଅଛନ୍ତି ବୋଲି ମତପ୍ରକାଶ ପାଇଛି।
ଜଳ ସମ୍ପଦ ବିଭାଗ ପକ୍ଷରୁ ଦର୍ଶାଯାଇଛିି ଯେ, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବଂଶଧାରା, ବୁଢାବଳଙ୍ଗ, କୋଲାବ, ଇନ୍ଦ୍ରାବତୀ, ବାହୁଦା, ନାଗାବଳୀ ଓ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଆକଳନ ଅନୁଯାୟୀ ମୋଟ ଜଳ ଅମଳ କ୍ଷମତା ୯୫,୫୪୦ ଏମ୍‌ସିଏମ୍‌(ମିଲିୟନ କ୍ୟୁବିକ ମିଟର)। ଏଥିରୁ ଜଳସେଚନ, ସାଧାରଣ ପାନୀୟ ଜଳ ବ୍ୟବହାର, ଶିଳ୍ପ ଅନୁଷ୍ଠାନ ଏବଂ ପରିବେଶ ସନ୍ତୁଳନ ପାଇଁ ୪୪,୮୯୪ ଏମ୍‌ସିଏମ୍‌ ଜଳ ବ୍ୟବହାର ହେଉଛି। ଅବଶିଷ୍ଟ ନଦୀଜଳ ମଧ୍ୟରୁ ପ୍ରାୟ ୮୦୦୦ ଏମ୍‌ସିଏମ୍‌ ବିଭିନ୍ନ ନଦୀବନ୍ଧ ଜଳଭଣ୍ଡାରରେ ଗଚ୍ଛିତ ହେଉଛି। ଏହାସହ ପ୍ରାୟ ୧୧,୭୦୦ କୋଟି ଟଙ୍କାର ଅଟକଳ କରାଯାଇ ୪୬ଟି ନଦୀଗର୍ଭ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହାଦ୍ୱାରା ପ୍ରାୟ ୫୪୦ ଏମ୍‌ସିଏମ୍‌ ଜଳ ସଂରକ୍ଷଣ କରାଯାଇ ପାରିବ। ପୁଣି ଷ୍ଟେଟ୍‌ ୱାଟର ଭିଜନ ୨୦୪୭ ଅନୁଯାୟୀ ୫୮ଟି ବିଭିନ୍ନ ଜଳ ପ୍ରକଳ୍ପ ଦ୍ୱାରା ପ୍ରାୟ ୩୬୦୫ ଏମ୍‌ସିଏମ୍‌ ଜଳ ଗଚ୍ଛିତ ରଖିବାକୁ ଯୋଜନା ରହିଛି ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri