ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ବେଳେ ଉତ୍ତେଜନା

ସଇଁତଳା, ୨୦ା୧୨ (ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ଜେଏମ୍‌ଏଫସି କୋର୍ଟରେ ସୋମବାର ଜଣେ ଅଭିଯୁକ୍ତଙ୍କୁ ପୋଲିସ ହାଜର କରିବା ସମୟରେ ତୁମଳକାଣ୍ଡ ଘଟିଛି। ଜିଲା ଯୁବ କନ୍ଧ ସମାଜର କେତେଜଣ କର୍ମକର୍ତ୍ତା ସ୍ଥାନୀୟ କୋର୍ଟ ସମ୍ମୁଖରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାରାବାଜି କରିଥିଲେ। ଏଥିଯୋଗୁ ଉପସ୍ଥିତ ବିଚାରପତି, ଓକିଲ ଓ କୋର୍ଟ କର୍ମଚାରୀ ଦୀର୍ଘ ସମୟ ଧରି କୋର୍ଟ ଭିତରେ କବାଟ ବନ୍ଦ କରି ରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଏସ୍‌ପି ନୀତିନ କୁଶଲକର ଟିଟିଲାଗଡ଼ ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଳା ଥାନାଧିକାରୀ ଅବନୀ କୁମାର ସାହୁ, ଟିିଟିଲାଗଡ଼ ଥାନାଧିକାରୀ ରଞ୍ଜନ ବରିହାଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲେ। ବିଶୃଙ୍ଖଳିତ ଆଚରଣ ପାଇଁ ପୋଲିସ ଧନେଶ୍ୱର ମାଝି, ଲାଲୁ ମାଝିଙ୍କ ସମେତ ୧୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଟିଟିଲାଗଡ଼ ଜେଲକୁ ପଠାଇ ଦିଆଯାଇଛି। ଏସପି କୁଶଲକରଙ୍କୁ ଏନେଇ ପଚାରିବାରୁ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ମାମଲା ରହିଛି ବୋଲି କହିଛନ୍ତି। ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି, ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁ, ଦେବରାଜ ପଣ୍ଡା, ସୁବୋଧ ମିଶ୍ର, ଜପେଶ୍ୱର ଜାନୀ, ସତ୍ୟନାରାୟଣ ସାହୁ, ପ୍ରଶାନ୍ତ ପୁଟେଲ, ଫିରୋଜ ବଗର୍ତ୍ତି ପ୍ରମୁଖ କୋର୍ଟ ପରିସରରେ ଏଭଳି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।
ପୋଲିସ ସୂଚନା ଅନୁସାରେ ସଇଁତଳା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତ ଅଞ୍ଚଳରେ ଆଦିତ୍ୟ ବିର୍ଲା କମ୍ପାନୀ ତରଫରୁ ନିର୍ମାଣାଧୀନ ସୌର ପ୍ରକଳ୍ପକୁ ଦୀର୍ଘଦିନରୁ ଜିଲା ଯୁବ ଆଦିବାସୀ କର୍ମକର୍ତ୍ତାମାନେ ବିରୋଧ କରି ଆସୁଛନ୍ତି। ରବିବାର ଅପରାହ୍ନରେ ସଂଘ ତରଫରୁ ପ୍ରଦର୍ଶନ ଜାରି ରହିଥିବାବେଳେ ଖୁସୀରାମ ଜାନୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଉପସ୍ଥିତ ପୋଲିସ ଅଧିକାରୀଙ୍କ ପ୍ରତି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଗିରଫ ହୋଇଥିଲେ। ସୋମବାର ପୂର୍ବାହ୍ନରେ ଜାନୀଙ୍କୁ ସଇଁତଳା ସିଭିଲ କୋର୍ଟ ପରିସରରେ ଥିବା ଜେଏମ୍‌ଏଫସି ଅଦାଲତରେ ହାଜର କରାଯାଇଥିଲା। ଏହି ସମୟରେ ସଂଘର ଧନେଶ୍ୱର ମାଝି, ଲାଲୁ ମାଝିଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଅସ୍ତ୍ରଶସ୍ତ୍ର ଧରି କୋର୍ଟ ପରିସରକୁ ପଶି ଯାଇଥିଲେ। ଓକିଲ, ମହକିଲ, ଖବରଦାତା ତଥା କୋର୍ଟ କର୍ମଚାରୀମାନଙ୍କୁ ସେମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ କୋର୍ଟରୁମ୍‌ରେ ବିଚାରପତି ସାକ୍ଷ୍ୟ ଗ୍ରହଣ କରୁଥିଲେ। ପାଟିତୁଣ୍ଡ ଶୁଣି ଉପସ୍ଥିତ ଓକିଲମାନଙ୍କ ସହିତ କଥା ହୋଇ ଜେଏମଏଫସିି ଜିଲାଜଜ ଏବଂ ଏସ୍‌ପିଙ୍କୁ ଫୋନ ଯୋଗେ ଘଟଣା ବିଷୟରେ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…

କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…

ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା: ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚମତ୍କାର ସଫଳତା

ଛତ୍ରପୁର, ୧।୯ (ଦିଲ୍ଲୀପ ସାମଲ): ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ…

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri