ଷଡ଼ଯନ୍ତ୍ରରୁ ମୁକୁଳିବ ବ୍ୟାସନଗର

ଯାଜପୁର ରୋଡ,୨୦ା୧୨(ଡି.ଏନ.ଏ.):ରାଜନୈତିକ ଓ ପ୍ରଶାସନିକ ଅବହେଳାର ଶିକାର ହୋଇଆସିଛି ବ୍ୟାସନଗର ପୌରପରିଷଦ ଅଞ୍ଚଳ। ଏଠାକାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ୟାସନଗର ନାଗରିକ କମିଟି ଅଣ୍ଟା ଭିଡିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିବାକୁ ଜାଣିଶୁଣି ଅଣଦେଖା ଏବଂ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଷଡ଼ଯନ୍ତ୍ର କରିବା ନାଗରିକ କମିଟିକୁ ଆନ୍ଦୋଳନମୁଖୀ କରିଛି। ଏହିକ୍ରମରେ ସୋମବାର କମିଟି ପକ୍ଷରୁ ବ୍ୟାସନଗର ପୌରାଧ୍ୟକ୍ଷାଙ୍କୁ ଭେଟି ଏକ ୧୭ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସ୍ମାରକପତ୍ରରେ ପୌରପରିଷଦର ପାନୀୟଜଳ ସମସ୍ୟା, ଡ୍ରେନ, ଅପମିଶ୍ରଣ ଖାଦ୍ୟ ବିକ୍ରୟ, ସଂସ୍କୃତି ଭବନକୁ ତୁରନ୍ତ କାର୍ଯ୍ୟକ୍ଷମ, ମଶା ପ୍ରାଦୁର୍ଭାବକୁ ରୋକିବା, ପୌରାଞ୍ଚଳରେ ଚାରାରୋପଣ, ସମସ୍ତ ପୌରପରିଷଦ ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା, ଡେଲି ମାର୍କେଟ, ପୌରପରିଷଦର ଅତିଥିଗୃହକୁ କାର୍ଯ୍ୟକ୍ଷମ, ବହୁଗୁଣ ବଢାଯାଇଥିବା ହୋଲ୍‌ଡିଂ ଟ୍ୟାକ୍ସ ହ୍ରାସ, ୧୦୦ ଶଯ୍ୟାବିଶିଷ୍ଟ ମଲ୍ଟିସ୍ପେଶାଲିଷ୍ଟ ଡାକ୍ତରଖାନାର କାର୍ଯ୍ୟାରମ୍ଭ, ରେଲ୍‌ୱେ ଫ୍ଲାଏ ଓଭରବ୍ରିଜ ଓ ଗଳିପୋଲର ତୁରନ୍ତ ନିର୍ମାଣ, ରେଳଷ୍ଟେସନ ଯାଜପୁର-କେନ୍ଦୁଝରରୋଡ ନାମ ପରିବର୍ତ୍ତନ କରି ନ୍ୟୁ-ବ୍ୟାସନଗର ବା ବ୍ୟାସକଳିଙ୍ଗନଗର ନାମରେ ନାମିତ କରିବା, ବ୍ୟାସନଗରରୁ କୌଣସି ସରକାରୀ ଅଫିସକୁ ଅନ୍ୟତ୍ର ଉଠାଇ ନନେବା, ଷ୍ଟେସନ ସମ୍ମୁଖ ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତିଠାରୁ ପୌରପରିଷଦ ରାସ୍ତାକୁ ଦୋହରୀକରଣ, ବିଦ୍ୟୁତ୍‌ ବିଭାଗର ଏକତରଫା ଓ ମନମୁଖି କାର୍ଯ୍ୟ ଯୋଗୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ଆଦିି ଦାବିଗୁଡ଼ିକ ଦର୍ଶାଯାଇଛି।
ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଦାବିଗୁଡ଼ିକ ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। ତାଙ୍କ କହିବାନୁଯାୟୀ, ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁଛି। ଏଥିପାଇଁ ୱାଟ୍‌କୋକୁ ଦାୟିତ୍ୱ ଦିଆଯାଇଛି, ଡ଼୍ରେନ ସମସ୍ୟା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ସର୍ଭେ କାମ ଚାଲୁଛି। ସେମାନେ ରିପୋର୍ଟ ଦେବାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଅପମିଶ୍ରଣ ଖାଦ୍ୟ ପାଇଁ ଡାକବାଜି ଯନ୍ତ୍ରଦ୍ୱାରା ପ୍ରଚାର କରି ଜନସାଧାରଣ ଓ ବ୍ୟବସାୟୀମାନଙ୍କୁ ସଚେତନ କରିବା ସହ ଦାୟିତ୍ୱରେ ଥିବା ପୌର କର୍ମଚାରୀମାନଙ୍କୁ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦିଆଯିବ। ଏଥିସହ ସମସ୍ତଙ୍କ ମିଳିତ ସହଯୋଗରେ ଏକ ବୈଠକ ବସିବା ପାଇଁ ସ୍ଥିର କରାଯାଇଛି। ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତିଠାରୁ ପୌରପରିଷଦ ପର୍ଯ୍ୟନ୍ତ ରାସ୍ତାକୁ ଦୋହରୀକରଣ କରାଯିବ। ସେହିପରି ଗାଡ଼ି ରଖିବାପାଇଁ ପାର୍କିଂ ଜୋନ୍‌ ଖୁବ୍‌ଶୀଘ୍ର କରାଯିବ, ବିଦ୍ୟୁତ୍‌ ବିଭାଗ ଦୌରାମତ୍‌ୟ ପାଇଁ ଟାଟା ପାୱାର ସହିତ କଥା ହେବେ ବୋଲି ପୌରାଧ୍ୟକ୍ଷା କହିଛନ୍ତି। ଏଥିସହ ଡେଲିମାର୍କେଟ କିଛି ଅଞ୍ଚଳରେ ଅଛି ଓ ଅନ୍ୟ ଅଞ୍ଚଳ ପାଇଁ ଚେଷ୍ଟା କରାଯିବ। ରେଲୱେ ଫ୍ଲାଏ ଓଭରବ୍ରିଜ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ପୌରପରିଷଦର ଅତିଥିଶାଳାକୁ ସରକାରୀ ଅନୁମୋଦନ କ୍ରମେ କାର୍ଯ୍ୟକ୍ଷମ କରାଯିବ। ବ୍ୟାସନଗରରୁ କାୈଣସି ଅଫିସ୍‌ ଅନ୍ୟତ୍ର ସ୍ଥାନାନ୍ତର ହେବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ୧୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ୍‌ ପାଇଁ ସ୍ଥାନ ନିରୂପଣ ପରେ କାର୍ଯ୍ୟାରମ୍ଭ ହେବ ଏବଂ ସଂସ୍କୃତି ଭବନ ଖୁବ୍‌ଶୀଘ୍ର ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ହେବ। ହୋଲ୍‌ଡିଂ ଟିକସ ବୃଦ୍ଧି ସମ୍ପର୍କରେ ଠିକ୍‌ ବିଚାର କରାଯିବା ସହ ମଶା ଉପଦ୍ରବ, ଚାରାରୋପଣ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା ପିଙ୍ଗୁଆ ପ୍ରକାଶ କରିଛନ୍ତି। ନାଗରିକ କମିଟି ପକ୍ଷରୁ ସଭାପତି ହେମନ୍ତ କିଶୋର ସାହୁ, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ରାଉତ, ଉପଦେଷ୍ଟା ଦୁଷ୍ମନ୍ତ କୁମାର ନାୟକ, ଉପସଭାପତି ହୃଦାନନ୍ଦ ସାମଲ, ପ୍ରଫୁଲ୍ଲ କୁମାର ନାୟକ, ସଦାଶିବ ଦାଶ, ପ୍ରସନ୍ନ କୁମାର ସାମଲ, ପଦ୍ମନାଭ ସ୍ବାଇଁ ଓ ପୀତବାସ ଭୂୟାଁ, କାଉନ୍‌ସିଲରମାନଙ୍କ ତରଫରୁ ଅଶୋକ କୁମାର ରାଉତ ଓ ପାର୍ଥସାରଥି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୌରାଧ୍ୟକ୍ଷା ପିଙ୍ଗୁଆଙ୍କ ପ୍ରତିଶ୍ରୁତି ଆଗାମୀ ଦିନରେ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?