ଷଡ଼ଯନ୍ତ୍ରରୁ ମୁକୁଳିବ ବ୍ୟାସନଗର

ଯାଜପୁର ରୋଡ,୨୦ା୧୨(ଡି.ଏନ.ଏ.):ରାଜନୈତିକ ଓ ପ୍ରଶାସନିକ ଅବହେଳାର ଶିକାର ହୋଇଆସିଛି ବ୍ୟାସନଗର ପୌରପରିଷଦ ଅଞ୍ଚଳ। ଏଠାକାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ୟାସନଗର ନାଗରିକ କମିଟି ଅଣ୍ଟା ଭିଡିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିବାକୁ ଜାଣିଶୁଣି ଅଣଦେଖା ଏବଂ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଷଡ଼ଯନ୍ତ୍ର କରିବା ନାଗରିକ କମିଟିକୁ ଆନ୍ଦୋଳନମୁଖୀ କରିଛି। ଏହିକ୍ରମରେ ସୋମବାର କମିଟି ପକ୍ଷରୁ ବ୍ୟାସନଗର ପୌରାଧ୍ୟକ୍ଷାଙ୍କୁ ଭେଟି ଏକ ୧୭ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସ୍ମାରକପତ୍ରରେ ପୌରପରିଷଦର ପାନୀୟଜଳ ସମସ୍ୟା, ଡ୍ରେନ, ଅପମିଶ୍ରଣ ଖାଦ୍ୟ ବିକ୍ରୟ, ସଂସ୍କୃତି ଭବନକୁ ତୁରନ୍ତ କାର୍ଯ୍ୟକ୍ଷମ, ମଶା ପ୍ରାଦୁର୍ଭାବକୁ ରୋକିବା, ପୌରାଞ୍ଚଳରେ ଚାରାରୋପଣ, ସମସ୍ତ ପୌରପରିଷଦ ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା, ଡେଲି ମାର୍କେଟ, ପୌରପରିଷଦର ଅତିଥିଗୃହକୁ କାର୍ଯ୍ୟକ୍ଷମ, ବହୁଗୁଣ ବଢାଯାଇଥିବା ହୋଲ୍‌ଡିଂ ଟ୍ୟାକ୍ସ ହ୍ରାସ, ୧୦୦ ଶଯ୍ୟାବିଶିଷ୍ଟ ମଲ୍ଟିସ୍ପେଶାଲିଷ୍ଟ ଡାକ୍ତରଖାନାର କାର୍ଯ୍ୟାରମ୍ଭ, ରେଲ୍‌ୱେ ଫ୍ଲାଏ ଓଭରବ୍ରିଜ ଓ ଗଳିପୋଲର ତୁରନ୍ତ ନିର୍ମାଣ, ରେଳଷ୍ଟେସନ ଯାଜପୁର-କେନ୍ଦୁଝରରୋଡ ନାମ ପରିବର୍ତ୍ତନ କରି ନ୍ୟୁ-ବ୍ୟାସନଗର ବା ବ୍ୟାସକଳିଙ୍ଗନଗର ନାମରେ ନାମିତ କରିବା, ବ୍ୟାସନଗରରୁ କୌଣସି ସରକାରୀ ଅଫିସକୁ ଅନ୍ୟତ୍ର ଉଠାଇ ନନେବା, ଷ୍ଟେସନ ସମ୍ମୁଖ ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତିଠାରୁ ପୌରପରିଷଦ ରାସ୍ତାକୁ ଦୋହରୀକରଣ, ବିଦ୍ୟୁତ୍‌ ବିଭାଗର ଏକତରଫା ଓ ମନମୁଖି କାର୍ଯ୍ୟ ଯୋଗୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ଆଦିି ଦାବିଗୁଡ଼ିକ ଦର୍ଶାଯାଇଛି।
ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଦାବିଗୁଡ଼ିକ ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। ତାଙ୍କ କହିବାନୁଯାୟୀ, ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁଛି। ଏଥିପାଇଁ ୱାଟ୍‌କୋକୁ ଦାୟିତ୍ୱ ଦିଆଯାଇଛି, ଡ଼୍ରେନ ସମସ୍ୟା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ସର୍ଭେ କାମ ଚାଲୁଛି। ସେମାନେ ରିପୋର୍ଟ ଦେବାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଅପମିଶ୍ରଣ ଖାଦ୍ୟ ପାଇଁ ଡାକବାଜି ଯନ୍ତ୍ରଦ୍ୱାରା ପ୍ରଚାର କରି ଜନସାଧାରଣ ଓ ବ୍ୟବସାୟୀମାନଙ୍କୁ ସଚେତନ କରିବା ସହ ଦାୟିତ୍ୱରେ ଥିବା ପୌର କର୍ମଚାରୀମାନଙ୍କୁ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦିଆଯିବ। ଏଥିସହ ସମସ୍ତଙ୍କ ମିଳିତ ସହଯୋଗରେ ଏକ ବୈଠକ ବସିବା ପାଇଁ ସ୍ଥିର କରାଯାଇଛି। ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତିଠାରୁ ପୌରପରିଷଦ ପର୍ଯ୍ୟନ୍ତ ରାସ୍ତାକୁ ଦୋହରୀକରଣ କରାଯିବ। ସେହିପରି ଗାଡ଼ି ରଖିବାପାଇଁ ପାର୍କିଂ ଜୋନ୍‌ ଖୁବ୍‌ଶୀଘ୍ର କରାଯିବ, ବିଦ୍ୟୁତ୍‌ ବିଭାଗ ଦୌରାମତ୍‌ୟ ପାଇଁ ଟାଟା ପାୱାର ସହିତ କଥା ହେବେ ବୋଲି ପୌରାଧ୍ୟକ୍ଷା କହିଛନ୍ତି। ଏଥିସହ ଡେଲିମାର୍କେଟ କିଛି ଅଞ୍ଚଳରେ ଅଛି ଓ ଅନ୍ୟ ଅଞ୍ଚଳ ପାଇଁ ଚେଷ୍ଟା କରାଯିବ। ରେଲୱେ ଫ୍ଲାଏ ଓଭରବ୍ରିଜ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ପୌରପରିଷଦର ଅତିଥିଶାଳାକୁ ସରକାରୀ ଅନୁମୋଦନ କ୍ରମେ କାର୍ଯ୍ୟକ୍ଷମ କରାଯିବ। ବ୍ୟାସନଗରରୁ କାୈଣସି ଅଫିସ୍‌ ଅନ୍ୟତ୍ର ସ୍ଥାନାନ୍ତର ହେବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ୧୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ୍‌ ପାଇଁ ସ୍ଥାନ ନିରୂପଣ ପରେ କାର୍ଯ୍ୟାରମ୍ଭ ହେବ ଏବଂ ସଂସ୍କୃତି ଭବନ ଖୁବ୍‌ଶୀଘ୍ର ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ହେବ। ହୋଲ୍‌ଡିଂ ଟିକସ ବୃଦ୍ଧି ସମ୍ପର୍କରେ ଠିକ୍‌ ବିଚାର କରାଯିବା ସହ ମଶା ଉପଦ୍ରବ, ଚାରାରୋପଣ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା ପିଙ୍ଗୁଆ ପ୍ରକାଶ କରିଛନ୍ତି। ନାଗରିକ କମିଟି ପକ୍ଷରୁ ସଭାପତି ହେମନ୍ତ କିଶୋର ସାହୁ, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ରାଉତ, ଉପଦେଷ୍ଟା ଦୁଷ୍ମନ୍ତ କୁମାର ନାୟକ, ଉପସଭାପତି ହୃଦାନନ୍ଦ ସାମଲ, ପ୍ରଫୁଲ୍ଲ କୁମାର ନାୟକ, ସଦାଶିବ ଦାଶ, ପ୍ରସନ୍ନ କୁମାର ସାମଲ, ପଦ୍ମନାଭ ସ୍ବାଇଁ ଓ ପୀତବାସ ଭୂୟାଁ, କାଉନ୍‌ସିଲରମାନଙ୍କ ତରଫରୁ ଅଶୋକ କୁମାର ରାଉତ ଓ ପାର୍ଥସାରଥି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୌରାଧ୍ୟକ୍ଷା ପିଙ୍ଗୁଆଙ୍କ ପ୍ରତିଶ୍ରୁତି ଆଗାମୀ ଦିନରେ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri