୪ ଗୋରୁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ: ଡାକ୍ତରଖାନାରେ ଭର୍ତ୍ତି
ସୋରଡ଼ା,୫ା୧(ଡି.ଏନ୍.ଏ.): ଗୋରୁ ବ୍ୟବସାୟ କରୁଥିବା ୪ ଜଣଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଛି। ସମସ୍ତଙ୍କୁ ସୋରଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇଛି। ଆଜି ଭୋର୍ ସମୟରେ ସ୍ଥାନୀୟ ଜରଉ ଛକରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ି…
ଅସାଧୁ ମେଣ୍ଟ ନଛୋଡ଼ବନ୍ଦା
ଯାଜପୁର ଅଫିସ,୫ା୧: ଧାନ ବିକ୍ରିରେ ଚାଷୀଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ଓଜନ, ଗୁଣମାନ ଓ ଗାଡ଼ି ଭଡା ପାଇଁ ଚାଷୀଙ୍କୁ ପୂର୍ବଭଳି ଆଉ ମିଲ ମାଲିକଙ୍କ ପାଖକୁ ଯିବାକୁ ପଡୁନାହିଁ। ବିକ୍ରି ଧାନର…
ବାଘଙ୍କୁ ବିପଦ ବାର୍ହା ଫାଶ
ଅନୁଗୋଳ ଅଫିସ, ୫ା୧: ବାର୍ହା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ବିଛାଯାଉଛି ବିଦ୍ୟୁତ୍ ଫାଶ। ଫଳରେ କେତେବେଳେ ଏଥିରେ ଲାଗି ହାତୀ ତ ଆଉ କେବେ କଲରାପତରିଆ ବାଘଙ୍କ ଜୀବନ ଯାଉଛି। ଜଙ୍ଗଲକୁ ଶିକାରୀ ମୁକ୍ତ କରିବା ଦିଗରେ ବନ ବିଭାଗ ଦୀର୍ଘଦିନ…
ପ୍ରତି ବ୍ଲକରେ ହେବ ୨ ଶୀତଳ ଭଣ୍ଡାର
ଢେଙ୍କାନାଳ ଅଫିସ,୫।୧: ଢେଙ୍କାନାଳ ଜିଲା ପରିଷଦର ୪ର୍ଥ ସାଧାରଣ ବୈଠକ ବୁଧବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର…
ଦୋଷୀଙ୍କୁ ସୁରକ୍ଷା ଦେଉଛି ଦିଗହରା ତଦନ୍ତ
ବାରିପଦା ଅଫିସ,୫ା୧: ଶିମିଳିପାଳ ଅଭୟାରଣ୍ୟରେ ବହୁ ଚର୍ଚ୍ଚିତ ଦନ୍ତା ହାତୀ ପୋଡ଼ି ଓ ପ୍ରମାଣ ନଷ୍ଟ ଘଟଣାର ତଦନ୍ତ ଦିଗହରା ସାଜିଛି। ଅଭିଯୁକ୍ତମାନେ ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ ପାଇଁ ପ୍ରୟାସ କରୁଥିବା ବେଳେ ଅଧିକାରୀମାନେ ସେମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି। ମାମଲାକୁ…
ଭୋଜିଭାତରେ ମାତିଲେ ଡାକ୍ତରଖାନା କର୍ମଚାରୀ
ସାରସକଣା, ୫ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଶୀର୍ଷାସ୍ଥିତ ସାରସକଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ରୋଗୀ ସେବା ଛାଡ଼ି ଭୋଜିଭାତରେ ମାତିବା ଓ ଉପଯୁକ୍ତ ଚିକିତ୍ସା ନ ପାଇ ରୋଗୀ ଛଟପଟ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତଦନ୍ତ ହେବ…
ପଣ୍ୟବାହୀ ଜାହାଜରେ ରୁଷୀୟ ନାଗରିକ ମୃତ୍ୟୁ ଘଟଣା: ମୁଣ୍ଡରେ ଲାଗିଛି ଆଘାତ
ପାରାଦୀପ, ୫ା୧(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପ ବନ୍ଦର ଆଙ୍କରେଜ ଏରିଆରେ ଥିବା ଏମ.ଭି. ଅଲ୍ଦନାହ ଜାହାଜରେ ମଙ୍ଗଳବାର ଭୋରରୁ ଜଣେ ରୁଷୀୟ ନାଗରିକ ତଥା ଜାହାଜର ମୁଖ୍ୟଯନ୍ତ୍ରୀ ମିଲିୟାକୁଭ୍ ସର୍ଗେଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଶବ…
ଫେବୃୟାରୀ ୨୧ରୁ ଓସିଏସ୍ ମେନ୍ ପରୀକ୍ଷା
କଟକ ଅଫିସ,୫ା୧:ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍)-୨୦୨୧ ମେନ୍ ପରୀକ୍ଷା ଆସନ୍ତା ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ହେବ। ଏ ନେଇ ଓପିଏସ୍ସି ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତିଦିନ ୨ ସିଟିଂରେ…
ଛୁଟିରେ ସ୍କୁଲ ପରିସରରୁ କାଟିନେଲେ ୧୦୬ ଗଛ
ନବରଙ୍ଗପୁର,୫ା୧(ବି.ପ୍ର.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ଇନ୍ଦିରା ପ୍ରିୟଦର୍ଶିନୀ ଉଚ୍ଚ ବିଦ୍ୟାଳୟ ପରିସରରେ ବର୍ଷ ବର୍ଷ ଧରି ଠିଆ ହୋଇଥିବା ୧୦୦ରୁ ଊର୍ଦ୍ଧ୍ୱ ଗଛ କାଟି ନିଆଯାଇଛି। ପରିତାପର ବିଷୟ, ସ୍କୁଲ କର୍ତ୍ତୃପକ୍ଷ ଏହା ଜାଣିପାରିଲେନାହିଁ। ଏମିତିକି ଜଣାପଡ଼ିବା ପରେ ମଧ୍ୟ…
୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିର ଗର୍ଭଗୃହ
କୋଣାର୍କ, ୫ା୧(ଡି.ଏନ୍.ଏ):୧୩ ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହ ଦୀର୍ଘ ୧୨୦ ବର୍ଷ ପରେ ପୁଣି ଖୋଲାଯିବ। ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ପକ୍ଷରୁ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଗର୍ଭଗୃହରୁ…
ଆଜି ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦ୍ଘାଟନ
ରାଉରକେଲା ଅଫିସ୍, ୫ା୧:ଷ୍ଟିଲସିଟି ରାଉରକେଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଗସ୍ତ କରୁଛନ୍ତି। ରାଉରକେଲାରେ ପ୍ରଥମ ଥର କରି ପୁରୁଷ ହକି ବିଶ୍ୱକପ୍ ମ୍ୟାଚ ଖେଳା ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଛେଣ୍ଡ କଳିଙ୍ଗବିହାରସ୍ଥିତ ନବ ନିର୍ମିତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ…
ଇବ୍ ଟ୍ରାଜେଡି: ମିଳିଲା ଜଣଙ୍କ ମୃତଦେହ
ସୁନ୍ଦରଗଡ଼,୪ା୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଇବ୍ ନଦୀର କନାକୁଣ୍ଡ ଘାଟକୁ ବୁଧବାର ପିକ୍ନିକ୍ କରିବାକୁ ଆସି ଥିବା ୨୫ ଜଣଙ୍କ ମଧ୍ୟରୁ ୩ ଯୁବକ ଗାଧୋଉଥିବା ବେଳେ ଅପରାହ୍ନରେ ନଦୀ ପାଣିରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ…

