ଫେବୃୟାରୀ ୨୧ରୁ ଓସିଏସ୍‌ ମେନ୍‌ ପରୀକ୍ଷା

କଟକ ଅଫିସ,୫ା୧:ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ ମେନ୍‌ ପରୀକ୍ଷା ଆସନ୍ତା ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ହେବ। ଏ ନେଇ ଓପିଏସ୍‌ସି ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତିଦିନ ୨ ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। ୩ଘଣ୍ଟା ଧରି ପରୀକ୍ଷା ହେବାକୁ ଥିବାବେଳେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ୧ ଘଣ୍ଟା ସମୟ ଦିଆଯିବ। ମାର୍ଚ୍ଚ ୭ ଓ ୮ରେ ପରୀକ୍ଷା ହେବ ନାହିଁ। ପରୀକ୍ଷାର୍ଥୀମାନେ ପ୍ରକାଶିତ ବିଜ୍ଞପ୍ତିରେ ସବିଶେଷ ତଥ୍ୟ ପାଇପାରିବେ। ଓପିଏସ୍‌ସି ୱେବ୍‌ସାଇଟ୍‌ରେ ଖୁବ୍‌ଶୀଘ୍ର ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହେବ। ଯଦି କୌଣସି ପରୀକ୍ଷାର୍ଥୀଙ୍କର ଓପିଏସ୍‌ସି ଦ୍ୱାରା ନିର୍ଦ୍ଧାରିତ ତାରିଖରେ ୟୁପିଏସ୍‌ସି ସିଭିଲ ସର୍ଭିସ ସାକ୍ଷାତ୍‌କାର ପରୀକ୍ଷା ଅଛି ତା’ହେଲେ ସେମାନେ ଅନ୍ୟ ଏକ ତାରିଖରେ ଓସିଏ ମେନ୍‌ ପରୀକ୍ଷା ଦେଇପାରିବେ। ଏଥିପାଇଁ ସେମାନଙ୍କୁ ଆସନ୍ତା ୯ ତାରିଖ ସୁଦ୍ଧା ୟୁପିଏସ୍‌ସି ସାକ୍ଷାତ୍‌କାରର ଚିଠିକୁ ଓପିଏସ୍‌ସି ନିକଟରେ ଦାଖଲ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri