ଦୋଷୀଙ୍କୁ ସୁରକ୍ଷା ଦେଉଛି ଦିଗହରା ତଦନ୍ତ

ବାରିପଦା ଅଫିସ,୫ା୧: ଶିମିଳିପାଳ ଅଭୟାରଣ୍ୟରେ ବହୁ ଚର୍ଚ୍ଚିତ ଦନ୍ତା ହାତୀ ପୋଡ଼ି ଓ ପ୍ରମାଣ ନଷ୍ଟ ଘଟଣାର ତଦନ୍ତ ଦିଗହରା ସାଜିଛି। ଅଭିଯୁକ୍ତମାନେ ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ ପାଇଁ ପ୍ରୟାସ କରୁଥିବା ବେଳେ ଅଧିକାରୀମାନେ ସେମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି। ମାମଲାକୁ ରଫାଦଫା କରିବାର ଅପଚେଷ୍ଟା କରାଯାଉଛି ବୋଲି ପ୍ରାଣୀପ୍ରେମୀମାନେ ଅଭିଯୋଗ କରିଛନ୍ତି। ମୁଖ୍ୟ ସାକ୍ଷୀଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିବା ବନବିଭାଗ ଓ ପୋଲିସ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଅନ୍ୟ ପକ୍ଷରେ ଘଟଣାର ଏକ ମାସ ବିତିବାକୁ ବସିଥିବା ବେଳେ ମୃତ ଦନ୍ତାର ମୂଲ୍ୟବାନ ଦାନ୍ତକୁ ଅଦ୍ୟାବଧି ଠାବ କରିବାରେ ବିଭାଗ ଫେଲ ମାରିଛି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଜେନାବିଲ ରେଞ୍ଜରେ ଦନ୍ତା ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଜେଲ ଯାଇଥିବା ଫରେଷ୍ଟର ଶିବ ଶଙ୍କର ସାମଲ, ଚନ୍ଦ୍ରଭାନୁ ବେହେରା ଓ ବିନୋଦ କୁମାର ଦାସଙ୍କୁ ଇତିମଧ୍ୟରେ ଉଦଳା କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳଛି। ହାତୀ ପୋଡ଼ି ମାମଲାରେ ମୁଖ୍ୟ ସାକ୍ଷୀ ତୁରାମ ପୂର୍ର୍ତ୍ତିିଙ୍କୁ ବିଷ ପିଇବାକୁ ବାଧ୍ୟ କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଚିଲମ ପୂର୍ତ୍ତିଙ୍କ ଅଭିଯୋଗ କ୍ରମେ ଯଶୀପୁର ଥାନାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ମାତ୍ର ଏହି ମାମଲା ଶୀଥିଳ ହେବାକୁ ଯାଉଛି। ଚାକିରି ଭୟରେ କୌଣସି କର୍ମଚାରୀ ମୁହଁ ଖୋଲୁ ନ ଥିବା ବେଳେ ଦୀର୍ଘ ଦିନ ଧରି ରେଞ୍ଜ କାର୍ଯ୍ୟାଳୟରେ ଚାଲୁଥିବା କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ହାତୀ ଦାନ୍ତକୁ ଚାଲାଣ କରାଯାଇଛି ନା ଲୁଚାଇ ରଖାଯାଇଛି ତାହାକୁ ନେଇ ଉପରିସ୍ଥ ଅଧିକାରୀମାନେ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ତଦନ୍ତକାରୀ ଅଧିକାରୀମାନେ ସୁରାକ ପାଇପାରୁ ନାହାନ୍ତି। ଦାନ୍ତକୁ ଖୋଜି ପାଇବା ପାଇଁ ବନବିଭାଗ ନୟାନ୍ତ ହୋଇପଡ଼ିଛି। ମହାବଳ ବାଘ ଚମଡ଼ା ବିକ୍ରି ଘଟଣାରେ ଜଡିତ ଥିବା ଅଭିଯୁକ୍ତଙ୍କ ଜରିଆରେ ତଦନ୍ତର ଦିଗ ଆଗକୁ ବଢୁଥିବା ଆରସିସିଏଫ୍‌ ଟି.ଅଶୋକ କୁମାର କହିଛନ୍ତି। ତେବେ ଦିଗହରା ତଦନ୍ତରୁ ଦନ୍ତା ଶିକାରରେ ଜଡ଼ିତ ଅଭିଯୁକ୍ତ ଓ ଦାନ୍ତ ଜବତ ଘଟଣା ଫାଇଲ ତଳେ ଚାପି ହୋଇ ରହିଯିବ ବୋଲି ପ୍ରାଣୀ ତତ୍ତ୍ୱାବଧାରକମାନେ ପ୍ରକାଶ କରିଛନ୍ତି। ଭୁବନେଶ୍ୱରସ୍ଥିତ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ୍‌) ଏସ.କେ.ପୋପଲି ଓ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ସିସିଏଫ୍‌) ମନୋଜ ଭି.ନାୟାର ଦୁଇଥର ଶିମିଳିପାଳ ଗସ୍ତରେ ଆସି ଘଟଣାର ତଦନ୍ତ କରି ଫେରିଛନ୍ତି। ବିଭାଗୀୟ ତଦନ୍ତ ପରିବର୍ତ୍ତେ ସିବିଆଇ ତଦନ୍ତ କରାଗଲେ ବିଗତ ଦିନରେ ଶିକାର କରାଯାଇଥିବା ବନ୍ୟପ୍ରାଣୀଙ୍କ ସୂଚନା ସହ ସଦ୍ୟ ଘଟଣାର ପର୍ଦ୍ଦାଫାଶ ହୋଇ ପାରିବ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି ା
ହାତୀ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ଜଣେ ଅଧିକାରୀ ବିପୁଳ ସମ୍ପତ୍ତିର ଅଧିକାରୀ ବୋଲି ଚର୍ଚ୍ଚା ହେଉଛି। ମୟୂରଭଞ୍ଜ ଜିଲାରୁ ଆରମ୍ଭ କରି ସୀମାନ୍ତରେ ଥିବା ଝାଡ଼ଖଣ୍ଡର ଟାଟା ସହର ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି ତାଙ୍କ କଳା ସାମ୍ରାଜ୍ୟ। ବାରିପଦା ସହରରେ ସେ ହାଇ ପ୍ରୋଫାଇଲ ଜୀବନଯାପନ କରୁଥିବା ବେଳେ ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେଉଛି। ଭିଜିଲାନ୍ସ ବିଭାଗର ସ୍କାନରରୁ ଏଭଳି ଅଧିକାରୀ କିଭଳି ଖସି ଯାଉଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ଅନ୍ୟ ପକ୍ଷରେ ରେଞ୍ଜ କାର୍ଯ୍ୟାଳୟର ଷ୍ଟୋର ରୁମରେ ତାଲା ଝୁଲୁଥିବା ବେଳେ ଅଦ୍ୟାବଧି ଏହାର ତଦନ୍ତ କରାଯାଇ ନାହିଁ। ଏହି ରୁମରେ ହାତୀ ଦାନ୍ତ ଲୁଚାଇ ରଖାଯାଇଥିବା ନେଇ ସନ୍ଦେହ ଉପୁଜିଥିବା ବେଳେ କାହିଁକି ଏହାର ଚାବି ଖୋଲାଯାଉ ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ଷ୍ଟୋର ରୁମରେ ବିଶାଳ ପିଆଶାଳ ଗଛର ଗଣ୍ଡି ସବୁ ଗଚ୍ଛିତ ରହିଛି। ଯାହାକି ନିଲମ୍ବିତ କର୍ମଚାରୀଙ୍କ ଘରର କବାଟ ଓ ଝରକା ଏବଂ ସୌଖିନ କାଠ ସରଞ୍ଜାମ ନିର୍ମାଣରେ ବ୍ୟବହାର ପାଇଁ ରଖାଯାଇଥିଲା ବୋଲି ଆଲୋଚନା ହେଉଛି। ଏହି ଷ୍ଟୋର ରୁମର ତାଲା ଖୋଲିଲେ ଅନେକ ଗୁମର ପଦାକୁ ଆସିବ ବୋଲି ପ୍ରାଣୀ ତତ୍ତ୍ୱାବଧାରକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri