ଦୋଷୀଙ୍କୁ ସୁରକ୍ଷା ଦେଉଛି ଦିଗହରା ତଦନ୍ତ

ବାରିପଦା ଅଫିସ,୫ା୧: ଶିମିଳିପାଳ ଅଭୟାରଣ୍ୟରେ ବହୁ ଚର୍ଚ୍ଚିତ ଦନ୍ତା ହାତୀ ପୋଡ଼ି ଓ ପ୍ରମାଣ ନଷ୍ଟ ଘଟଣାର ତଦନ୍ତ ଦିଗହରା ସାଜିଛି। ଅଭିଯୁକ୍ତମାନେ ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ ପାଇଁ ପ୍ରୟାସ କରୁଥିବା ବେଳେ ଅଧିକାରୀମାନେ ସେମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି। ମାମଲାକୁ ରଫାଦଫା କରିବାର ଅପଚେଷ୍ଟା କରାଯାଉଛି ବୋଲି ପ୍ରାଣୀପ୍ରେମୀମାନେ ଅଭିଯୋଗ କରିଛନ୍ତି। ମୁଖ୍ୟ ସାକ୍ଷୀଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିବା ବନବିଭାଗ ଓ ପୋଲିସ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଅନ୍ୟ ପକ୍ଷରେ ଘଟଣାର ଏକ ମାସ ବିତିବାକୁ ବସିଥିବା ବେଳେ ମୃତ ଦନ୍ତାର ମୂଲ୍ୟବାନ ଦାନ୍ତକୁ ଅଦ୍ୟାବଧି ଠାବ କରିବାରେ ବିଭାଗ ଫେଲ ମାରିଛି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଜେନାବିଲ ରେଞ୍ଜରେ ଦନ୍ତା ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଜେଲ ଯାଇଥିବା ଫରେଷ୍ଟର ଶିବ ଶଙ୍କର ସାମଲ, ଚନ୍ଦ୍ରଭାନୁ ବେହେରା ଓ ବିନୋଦ କୁମାର ଦାସଙ୍କୁ ଇତିମଧ୍ୟରେ ଉଦଳା କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳଛି। ହାତୀ ପୋଡ଼ି ମାମଲାରେ ମୁଖ୍ୟ ସାକ୍ଷୀ ତୁରାମ ପୂର୍ର୍ତ୍ତିିଙ୍କୁ ବିଷ ପିଇବାକୁ ବାଧ୍ୟ କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଚିଲମ ପୂର୍ତ୍ତିଙ୍କ ଅଭିଯୋଗ କ୍ରମେ ଯଶୀପୁର ଥାନାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ମାତ୍ର ଏହି ମାମଲା ଶୀଥିଳ ହେବାକୁ ଯାଉଛି। ଚାକିରି ଭୟରେ କୌଣସି କର୍ମଚାରୀ ମୁହଁ ଖୋଲୁ ନ ଥିବା ବେଳେ ଦୀର୍ଘ ଦିନ ଧରି ରେଞ୍ଜ କାର୍ଯ୍ୟାଳୟରେ ଚାଲୁଥିବା କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ହାତୀ ଦାନ୍ତକୁ ଚାଲାଣ କରାଯାଇଛି ନା ଲୁଚାଇ ରଖାଯାଇଛି ତାହାକୁ ନେଇ ଉପରିସ୍ଥ ଅଧିକାରୀମାନେ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ତଦନ୍ତକାରୀ ଅଧିକାରୀମାନେ ସୁରାକ ପାଇପାରୁ ନାହାନ୍ତି। ଦାନ୍ତକୁ ଖୋଜି ପାଇବା ପାଇଁ ବନବିଭାଗ ନୟାନ୍ତ ହୋଇପଡ଼ିଛି। ମହାବଳ ବାଘ ଚମଡ଼ା ବିକ୍ରି ଘଟଣାରେ ଜଡିତ ଥିବା ଅଭିଯୁକ୍ତଙ୍କ ଜରିଆରେ ତଦନ୍ତର ଦିଗ ଆଗକୁ ବଢୁଥିବା ଆରସିସିଏଫ୍‌ ଟି.ଅଶୋକ କୁମାର କହିଛନ୍ତି। ତେବେ ଦିଗହରା ତଦନ୍ତରୁ ଦନ୍ତା ଶିକାରରେ ଜଡ଼ିତ ଅଭିଯୁକ୍ତ ଓ ଦାନ୍ତ ଜବତ ଘଟଣା ଫାଇଲ ତଳେ ଚାପି ହୋଇ ରହିଯିବ ବୋଲି ପ୍ରାଣୀ ତତ୍ତ୍ୱାବଧାରକମାନେ ପ୍ରକାଶ କରିଛନ୍ତି। ଭୁବନେଶ୍ୱରସ୍ଥିତ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ୍‌) ଏସ.କେ.ପୋପଲି ଓ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ସିସିଏଫ୍‌) ମନୋଜ ଭି.ନାୟାର ଦୁଇଥର ଶିମିଳିପାଳ ଗସ୍ତରେ ଆସି ଘଟଣାର ତଦନ୍ତ କରି ଫେରିଛନ୍ତି। ବିଭାଗୀୟ ତଦନ୍ତ ପରିବର୍ତ୍ତେ ସିବିଆଇ ତଦନ୍ତ କରାଗଲେ ବିଗତ ଦିନରେ ଶିକାର କରାଯାଇଥିବା ବନ୍ୟପ୍ରାଣୀଙ୍କ ସୂଚନା ସହ ସଦ୍ୟ ଘଟଣାର ପର୍ଦ୍ଦାଫାଶ ହୋଇ ପାରିବ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି ା
ହାତୀ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ଜଣେ ଅଧିକାରୀ ବିପୁଳ ସମ୍ପତ୍ତିର ଅଧିକାରୀ ବୋଲି ଚର୍ଚ୍ଚା ହେଉଛି। ମୟୂରଭଞ୍ଜ ଜିଲାରୁ ଆରମ୍ଭ କରି ସୀମାନ୍ତରେ ଥିବା ଝାଡ଼ଖଣ୍ଡର ଟାଟା ସହର ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି ତାଙ୍କ କଳା ସାମ୍ରାଜ୍ୟ। ବାରିପଦା ସହରରେ ସେ ହାଇ ପ୍ରୋଫାଇଲ ଜୀବନଯାପନ କରୁଥିବା ବେଳେ ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେଉଛି। ଭିଜିଲାନ୍ସ ବିଭାଗର ସ୍କାନରରୁ ଏଭଳି ଅଧିକାରୀ କିଭଳି ଖସି ଯାଉଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ଅନ୍ୟ ପକ୍ଷରେ ରେଞ୍ଜ କାର୍ଯ୍ୟାଳୟର ଷ୍ଟୋର ରୁମରେ ତାଲା ଝୁଲୁଥିବା ବେଳେ ଅଦ୍ୟାବଧି ଏହାର ତଦନ୍ତ କରାଯାଇ ନାହିଁ। ଏହି ରୁମରେ ହାତୀ ଦାନ୍ତ ଲୁଚାଇ ରଖାଯାଇଥିବା ନେଇ ସନ୍ଦେହ ଉପୁଜିଥିବା ବେଳେ କାହିଁକି ଏହାର ଚାବି ଖୋଲାଯାଉ ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ଷ୍ଟୋର ରୁମରେ ବିଶାଳ ପିଆଶାଳ ଗଛର ଗଣ୍ଡି ସବୁ ଗଚ୍ଛିତ ରହିଛି। ଯାହାକି ନିଲମ୍ବିତ କର୍ମଚାରୀଙ୍କ ଘରର କବାଟ ଓ ଝରକା ଏବଂ ସୌଖିନ କାଠ ସରଞ୍ଜାମ ନିର୍ମାଣରେ ବ୍ୟବହାର ପାଇଁ ରଖାଯାଇଥିଲା ବୋଲି ଆଲୋଚନା ହେଉଛି। ଏହି ଷ୍ଟୋର ରୁମର ତାଲା ଖୋଲିଲେ ଅନେକ ଗୁମର ପଦାକୁ ଆସିବ ବୋଲି ପ୍ରାଣୀ ତତ୍ତ୍ୱାବଧାରକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?