ଛୁଟିରେ ସ୍କୁଲ ପରିସରରୁ କାଟିନେଲେ ୧୦୬ ଗଛ

ନବରଙ୍ଗପୁର,୫ା୧(ବି.ପ୍ର.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ଇନ୍ଦିରା ପ୍ରିୟଦର୍ଶିନୀ ଉଚ୍ଚ ବିଦ୍ୟାଳୟ ପରିସରରେ ବର୍ଷ ବର୍ଷ ଧରି ଠିଆ ହୋଇଥିବା ୧୦୦ରୁ ଊର୍ଦ୍ଧ୍ୱ ଗଛ କାଟି ନିଆଯାଇଛି। ପରିତାପର ବିଷୟ, ସ୍କୁଲ କର୍ତ୍ତୃପକ୍ଷ ଏହା ଜାଣିପାରିଲେନାହିଁ। ଏମିତିକି ଜଣାପଡ଼ିବା ପରେ ମଧ୍ୟ ସ୍କୁଲ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଏତଲା ଦିଆଯାଇନାହିଁ।
କୁକୁଡ଼ାବାଇ ସ୍ଥିତ ଇନ୍ଦିରା ପ୍ରିୟଦର୍ଶିନୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ଅନ୍ତର୍ଭୂକ୍ତ କରାଯାଇ ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତରୀକରଣ କାର୍ଯ୍ୟ ଆଗେଇ ଚାଲିଛି। ଏଠାରେ ନବମ ଶ୍ରେଣୀରେ ୬୮ ଓ ୧୦ମ ଶ୍ରେଣୀରେ ୬୭ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ବିଦ୍ୟାଳୟ ପରିସର ପାଚେରି ଚତୁଃପାର୍ଶ୍ୱରେ ୧୪୦ଟି ବିରାଟକାୟ ଆକାଶିଆ ଓ ଚାକୁଣ୍ଡା ଗଛ ଥିଲା। ଚାରାରୋପଣ କରିବାଠାରୁ ଏହାର ଯତ୍ନ ନେଇ ବଡ଼ କରିବା ପର୍ଯ୍ୟନ୍ତ ଅନେକ ଶିକ୍ଷକଙ୍କ ହାତ ରହିଥିଲା। ଏହାଦ୍ୱାରା ବିଦ୍ୟାଳୟ ପରିବେଶ ସୁନ୍ଦର ଲାଗିବା ସହ ଛାୟା ଏବଂ ଅମ୍ଳଜାନ
ଯୋଗାଉଥିଲା। ହେଲେ ଖ୍ରୀଷ୍ଟମାସ ଛୁଟିରେ ସେଥିମଧ୍ୟରୁ ୧୦୬ ଗଛ କାଟି ନିଆଯିବା ପରେ ବିଦ୍ୟାଳୟ ପରିସର ଏବେ ଶ୍ରୀହୀନ ହୋଇପଡ଼ିଛି। ଗଛ କଟାଯିବା ଫଳରେ ଅନେକ ସ୍ଥାନରେ ପାଚେରି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ସୂଚନାଯୋଗ୍ୟ, ଡିସେମ୍ବର ୨୨ରୁ ଜାନୁୟାରୀ ୧ ପର୍ଯ୍ୟନ୍ତ ଖ୍ରୀଷ୍ଟମାସ ଛୁଟି ଥିଲା। ଏହାର ସୁଯୋଗ ନେଇ କେତେଜଣ କରତ ସାହାଯ୍ୟରେ ଶତାଧିକ ଗଛ ମୂଳରୁ କାଟି ନେଇଛନ୍ତି। ଅନ୍ୟପକ୍ଷରେ ଏତେ ସଂଖ୍ୟାରେ ଗଛ ରାତିରେ ନୁହେଁ ଦିନରେ ହିଁ କଟାଯାଇଥିବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ୫-ଟି ମାଧ୍ୟମରେ ପାଚେରି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ରଙ୍ଗ ଦିଆଯାଇଛି। ରୂପାନ୍ତରୀକରଣ କାର୍ଯ୍ୟ ଚାଲିଥିବାରୁ ଶ୍ରମିକ ଓ ମିସ୍ତ୍ରି ମଧ୍ୟ କାମରେ ନିୟୋଜିତ ରହିଛନ୍ତି। ତେଣୁ ଗଛ କେଉଁମାନେ କାଟିଲେ ଏବଂ କିଭଳି କାଠ ଚାଲାଣ ହେଲା ସେମାନେ ତାହା ଦେଖିଥିବେ ବୋଲି ଅନୁମାନ କରାଯାଉଛି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ଗଛ କଟାଯିବା ପଛରେ କେଉଁମାନେ ଅଛନ୍ତି ତାହା ଜଣାପଡ଼ିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ଏ ନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ପାଲଙ୍କୁ ପଚାରିବାରୁ ସେ କହିଛନ୍ତି, ଛୁଟି ପରେ ବିଦ୍ୟାଳୟ ୨ ତାରିଖରେ ଖୋଲିଥିଲା। ଏହାପରେ ଗଛ କଟାଯାଇଥିବା ଜଣାପଡ଼ିଥିଲା। ଘଟଣା ବିଷୟରେ ଡିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି। ଶୁକ୍ରବାର ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରଧାନ ଶିକ୍ଷକ ପାଲ କହିଛନ୍ତି। ଗଛ କଟାଯିବା ନେଇ ପୂର୍ବରୁ କୌଣସି ରିଜୋଲ୍ୟୁଶନ ପାସ୍‌ କରାଯାଇଥିଲା କି ବୋଲି ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ଗଛ କଟାଯିବା ବିଷୟ ହିଁ ଉଠି ନ ଥିଲା ବୋଲି କହିଛନ୍ତି। ଅପରପକ୍ଷେ ଘଟଣା ନେଇ ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ଗଛ କଟାଯିବା ପାଇଁ ବିଦ୍ୟାଳୟ ପକ୍ଷରୁ ଆବେଦନ ହୋଇନାହିଁ କି କୌଣସି ଅନୁମତି ମଧ୍ୟ ଦିଆଯାଇ ନାହିଁ। ଅଭିଯୋଗ ଆସିଲେ ଏହାର ତଦନ୍ତ କରାଯିବ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri