୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିର ଗର୍ଭଗୃହ

କୋଣାର୍କ, ୫ା୧(ଡି.ଏନ୍‌.ଏ):୧୩ ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହ ଦୀର୍ଘ ୧୨୦ ବର୍ଷ ପରେ ପୁଣି ଖୋଲାଯିବ। ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଗର୍ଭଗୃହରୁ ବାଲି କଢ଼ାଯିବା ଦ୍ୱାରା ଜଗମୋହନ ସୁରକ୍ଷା ସହ ମନ୍ଦିର ମୁଖଶାଳା ଦେଇ ପ୍ରଥମ ସୂର୍ଯ୍ୟୋଦୟର କିରଣ ପଡ଼ୁଥିବା ପଥରକୁ ପର୍ଯ୍ୟଟକମାନେ ଦେଖିପାରିବେ। ଏ ନେଇ ପ୍ରକ୍ରିୟା ଆରମ୍ଭ ପରେ ଏଏସ୍‌ଆଇ ଏବଂ ବିଡିଆର୍‌ କନଷ୍ଟ୍ରକ୍‌ଶନ ଲିମିଟେଡ୍‌ କମ୍ପାନୀର ନିର୍ମାଣ ବିଭାଗ ପକ୍ଷରୁ ଲିଫ୍ଟ ପାଇଁ ପ୍ଲାଟଫର୍ମ ମୂଳଦୁଆ ଓ ଉତ୍ତର-ପଶ୍ଚିମ କୋଣରେ ରାସ୍ତା ନିର୍ମାଣ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଚାଲିଛି। ବୁଧବାର ଗୋଟିଏ ବଡ଼ ଲୁହାବିମ୍‌କୁ ମନ୍ଦିରର ଉତ୍ତର କୋଣରେ ଲଗାଯାଇଛି। ଆହୁରି ତିନୋଟି ଏହିଭଳି ପ୍ଲାଟଫର୍ମ ବିମ୍‌ ଲଗାଯିବ। ପରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହି ସ୍ବତନ୍ତ୍ର ଲିଫ୍ଟ ମାଧ୍ୟମରେ ଗର୍ଭଗୃହରେ ଥିବା ବାଲିକୁ ପର୍ଯ୍ୟାୟ କ୍ରମେ ମନ୍ଦିର ପାଦଦେଶକୁ
ସୁରକ୍ଷିତ ଉପାୟରେ ବାହାର କରାଯିବ। ପାଦଦେଶରୁ ପାଇପ ଯୋଗେ ବାଲିକୁ ସ୍ବତନ୍ତ୍ର ରାସ୍ତା ଦେଇ ବାହାର କରାଯାଇ ଉତ୍ତର-ପଶ୍ଚିମ କୋଣରେ ସୁରକ୍ଷିତ ଭାବେ ରଖାଯିବ।
ସୂଚନା ଥାଉକି, ଇଂରେଜମାନେ ୧୯୦୩ରୁ ୧୯୦୯ ମସିହା ମଧ୍ୟରେ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ସମ୍ପୂର୍ଣ୍ଣ ବାଲି ପୂରଣ କରି ଏହାର ପ୍ରବେଶ ପଥଗୁଡିକୁ ସିଲିଂ କରିଦେଇଥିଲେ।
ତେବେ କୋଣାର୍କ ସୁରକ୍ଷା ସମିତିର ପୂର୍ବତନ ସଭାପତି ସ୍ବର୍ଗତ ବାଦଲ ଦାଶଙ୍କ ଦ୍ୱାରା ଗର୍ଭଗୃହରୁ ବାଲି କାଢି ସର୍ବସାଧାରଣଙ୍କ ପାଇଁ ପ୍ରବେଶ ପଥ ଖୋଲିବାକୁ ଦାବି ନେଇ ଆନ୍ଦୋଳନ ଏବଂ କଟକର ଜଣେ ବରିଷ୍ଠ ଆଇନଜୀବୀଙ୍କ ଦ୍ୱାରା ଏନେଇ ଜନସ୍ବାର୍ଥ ମାମଲା (ପିଏଲ୍‌ଆଇ) ରୁଜୁ ପରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ାଗଲେ କୌଣସି ବିପଦ ନ ଥିବା ସେ ମତ ଦେଇଥିଲେ। ସେହିପରି ଗତ ଦୁଇବର୍ଷ ହେବ ବିଭିନ୍ନ ବିଭାଗର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଇଞ୍ଜିନିୟରମାନଙ୍କୁ ନେଇ ସର୍ଭେ କରାଯାଇ ସମସ୍ତ ତଥ୍ୟ ସଂଗ୍ରହ କରାଯିବା ପରେ ଏଏସ୍‌ଆଇ ପକ୍ଷରୁ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଗତ ସେପ୍ଟେମ୍ବରରେ ସୂର୍ଯ୍ୟମନ୍ଦିିରର ଉତ୍ତର ଦିଗ ପଟ ଗର୍ଭଗୃହ ଦ୍ୱାର ନିକଟରେ ବାସ୍ତୁ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରାଯାଇଥିଲା। ପ୍ରଥମେ ସୂର୍ଯ୍ୟମନ୍ଦିର ଜଗମୋହନ ମନ୍ଦିରର ଉପରିଭାଗ ପଶ୍ଚିମ ଦିଗରେ ୫ଫୁଟ ୬ଇଞ୍ଚର ଏକ ସ୍ବତନ୍ତ୍ର ଟନେଲ ପଥର କଟାଯିବ। ତା’ପରେ ସୁରକ୍ଷିତ ଭାବେ ଗର୍ଭଗୃହରେ ଥିବା ବାଲିକୁ ସ୍ବତନ୍ତ୍ର ଲିଫ୍ଟ ମାଧ୍ୟମରେ ସେଠାରୁ ସ୍ଥାନାନ୍ତର କରାଯିବ। ଏନେଇ ପ୍ରଥମେ ଏଏସ୍‌ଆଇ ପକ୍ଷରୁ ନିଯୁକ୍ତ ବିିଡିଆର କମ୍ପାନୀର ବରିଷ୍ଠ ଇଞ୍ଜିନିୟର ଏବଂ ଆର୍କିିଟେକ୍‌ ଡିଜାଇନର ଲୋକନାଥ ବେହେରାଙ୍କ ତତ୍ତ୍ୱାବଧାନ ଏବଂ ଏଏସ୍‌ଆଇର ବରିଷ୍ଠ ଇଞ୍ଜିନିୟରଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ଧାତୁରେ ନିର୍ମିତ ପ୍ଲାଟଫର୍ମଗୁଡ଼ିକୁ ଗର୍ଭଗୃହରେ ପର୍ଯ୍ୟାୟ କ୍ରମେ ଲଗାଯାଇ ଜଗମୋହନ ମନ୍ଦିରକୁ ସୁରକ୍ଷିତ ଓ ସୃଦୃଢ଼ କରାଯିବ। ଏହାପରେ ଲିଫ୍ଟ ସାହାଯ୍ୟରେ ଦୀର୍ଘବର୍ଷ ହେବ ପଡ଼ିରହିଥିବା ବାଲି କଢ଼ାଯିବ। ଏଭଳି ଜ୍ଞାନକୌଶଳ ଦ୍ୱାରା ବାଲି କଢାଯିବା ବିଶ୍ୱରେ ପ୍ରଥମ ବୋଲି ଐତହାସିକ ଅନିଲ ଧୀର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?