ପଣ୍ୟବାହୀ ଜାହାଜରେ ରୁଷୀୟ ନାଗରିକ ମୃତ୍ୟୁ ଘଟଣା: ମୁଣ୍ଡରେ ଲାଗିଛି ଆଘାତ

ପାରାଦୀପ, ୫ା୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ଆଙ୍କରେଜ ଏରିଆରେ ଥିବା ଏମ.ଭି. ଅଲ୍‌ଦନାହ ଜାହାଜରେ ମଙ୍ଗଳବାର ଭୋରରୁ ଜଣେ ରୁଷୀୟ ନାଗରିକ ତଥା ଜାହାଜର ମୁଖ୍ୟଯନ୍ତ୍ରୀ ମିଲିୟାକୁଭ୍‌ ସର୍ଗେଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି। ଅପରପକ୍ଷେ ଜାହାଜରେ ଅନ୍ୟ ୨୨ ଜଣ ନାବିକଙ୍କ ବୟାନ ରେକର୍ଡ କରାଯାଇଛି। ସେମାନଙ୍କ ପାସ୍‌ପୋର୍ଟ ଜବତ କରି ବ୍ୟକ୍ତିଗତ ଜିମାରେ ଫେରାଇ ଦିଆଯାଇଛି।
ଘଟଣାରେ ଜାହାଜର ଏଜେଣ୍ଟ କାହ୍ନୁ ସିପିଂ ପକ୍ଷରୁ ମେରାଇନ୍‌ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଅପମୃତ୍ୟୁ ମାମଲା (ନଂ.୧/୨୦୨୩) ରୁଜୁ କରିଥିଲା। ପୋଲିସ ବୁଧବାର ମୃତଦେହକୁ ଜାହାଜରୁ ନେଇ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇଛି। ମାଜିଷ୍ଟ୍ରେଟ ଭାବେ କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କ ଉପସ୍ଥିତିରେ ଏକ ୫ ଜଣିଆ ଡାକ୍ତରୀ ଟିମ୍‌ ମୃତଦେହ ବ୍ୟବଚ୍ଛେଦ କରିଥିଲେ। ପରେ ମୃତଦେହକୁ ଆଣି ପୋଲିସ ବନ୍ଦର ଚିକିତ୍ସାଳୟରେ ଥିବା ଶବାଗାର ଘରେ ସଂରକ୍ଷିତ ରଖିଛି। ଥାନାଧିକାରୀ ଲିଜାରାଣୀ ବିଶ୍ୱାଳ କୁହନ୍ତି, ମୃତଦେହ ସଂରକ୍ଷିତ ରହିବ। ସମସ୍ତ ରିପୋର୍ଟ ବୈଦେଶିକ ମନ୍ତ୍ରଣାଳୟ ପାଖକୁ ପଠାଯିବ। ସମ୍ପୃକ୍ତ ରିପୋର୍ଟ ରୁଷୀୟ ଦୂତାବାସ ଜରିଆରେ ତାଙ୍କ ଦେଶକୁ ଯିବ। ସେଠାରୁ ସମସ୍ତ କ୍ଲିୟରାନ୍ସ ମିଳିବା ପରେ ମୃତଦେହ ରୁଷିଆ ଯିବ କି ଅନ୍ୟ କୌଣସି ବ୍ୟବସ୍ଥା କରାଯିବ ତାହା ଜଣାପଡ଼ିବ। ଯନ୍ତ୍ରୀ ସର୍ଗେ ପକେଟରେ ଟର୍ଚ୍ଚ ଓ ସ୍କୃ ରଖି କାମ କରିବାବେଳେ ଅସୁସ୍ଥ ଲାଗିବାରୁ ତଳେ ପଡ଼ିଯାଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ସେତେବେଳେ ହୁଏତ ତାଙ୍କ ମୁଣ୍ଡ ପାଖରେ ଥିବା ଲୁହା ବାଡରେ ଲାଗିଥାଇପାରେ ବୋଲି ବିଶ୍ୱାଳ କହିଛନ୍ତି। ମୃତଦେହ ଆଣିବା ଲାଗି ମଙ୍ଗଳବାର ସାରେ ପୋଲିସ ଟିମ୍‌ ଏକ ଟଗ୍‌ ବୋଟ ଯୋଗେ ଆଙ୍କରେଜ ଏରିଆକୁ ଯାଇଥିଲେ। ସମୁଦ୍ର କରେଣ୍ଟ ଅଧିକ ଥିବାରୁ ଜାହାଜରୁ ମୃତଦେହ କାଢ଼ିବା ସମ୍ଭବ ହୋଇ ପାରି ନ ଥିଲା। ପରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ମାତ୍ର ଘଣ୍ଟାଏ ପାଇଁ ବର୍ଥିଂ କରାଯାଇଥିଲା। ରାତି ୨ଟାରେ ପୋଲିସ ମୃତଦେହ ଜବତ କରିବା ପରେ ଜାହାଜ ପୁଣି ଆଙ୍କରେଜ ଏରିଆରେ ଯାଇ ରହିଛି। ଅର୍ଥ ଜମା କରିବା ପରେ ଗୁରୁବାର ଜାହାଜ ବର୍ଥିଂ ହେବ। ଜାହାଜରେ ୫୬ ହଜାର ମେଟ୍ରିକ ଟନ୍‌ ଲୁହାପଥର ବୋଝେଇ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ନ୍ୟାୟ ପାଇଁ ଲଢେଇ ସଙ୍ଗଠନର ସଭାପତି ସୁବ୍ରତ ଦାସ ଘଟଣାକୁ ନେଇ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ (ନଂ.୧୯୩/୨୩) ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ପାଇଁ ୧୦ ଫୁଟ୍‌ର ଧୂପକାଠି

ପୁରୀ ଅଫିସ, ୧୧।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଜଣେ ଭକ୍ତ କର୍ନାଟକ ଜିଲାର ମହୀଶୂରରୁ ୧୦ଫୁଟ ଧୂପକାଠି ଆଣିଛନ୍ତି। ସେ ଭକ୍ତ ହେଉଛନ୍ତି ଠାକୁରମୁଣ୍ଡାସ୍ଥିତ ଆଶ୍ରମରେ...

ରାସ୍ତା ତିଆରି କଲେ ଗ୍ରାମବାସୀ

ଭଣ୍ଡାରିପୋଖରୀ, ୮।୩(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ କୁରିଗଁା ପଞ୍ଚାୟତ ଅଧୀନ ୧୨ ନଂ. ୱାର୍ଡ ସୁନିଗ୍ରାମ ରାସ୍ତା ଅବସ୍ଥା ଶୋଚନୀୟ। ୧୦ ବର୍ଷ ତଳେ ଏହି ରାସ୍ତାରେ ମୋରମ...

ଓଡ଼ିଶା ଉପକୂଳରେ ବାଂଲାଦେଶୀ ବୋଟ୍‌

ପାରାଦୀପ,୨୭।୧୨(ସ୍ବ.ପ୍ର.): ପାରାଦୀପ-ଅସ୍ତରଙ୍ଗ ସମୁଦ୍ର ସୀମା ମଧ୍ୟରେ ବୁଲୁଥିବା ଏକ ଅଣ ପଞ୍ଜୀକୃତ ବାଂଲାଦେଶୀ ବୋଟ୍‌କୁ ରବିବାର ସ୍ଥାନୀୟ ମତ୍ସ୍ୟଜୀବୀ ଠାବକରି ମେରାଇନ ପୋଲିସ ଜିମା ଦେଇଛନ୍ତି।...

ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମର ସପ୍ତାହ ପରେ ଅଚଳ

ଭଞ୍ଜନଗର,୩୦।୧୨(ଡି.ଏନ.ଏ): କରୋନାର ସମ୍ଭାବ୍ୟ ଚତୁର୍ଥ ଲହରକୁ ସାମନା କରିବାକୁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଭଞ୍ଜନଗର ଉପଖଣ୍ଡ...

ବନ୍ଧୁକ ଦେଖାଇ ୧୧ ଲକ୍ଷ, ୩୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌

କୁଆଁରମୁଣ୍ଡା,୧୫।୧୦(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ମଙ୍ଗଳବାର ସକାଳ ପ୍ରାୟ ୭ଟା୨୦ ମିନିଟରେ ସିକ୍ୟୁରିଟି ଏଜେନ୍ସି କ୍ୟାସ୍‌ ଭ୍ୟାନରୁ...

‘କୋରାପୁଟ ଜିଲାର ବିକାଶ ଏବେ ଶୀର୍ଷରେ’

କୋରାପୁଟ,୨୬ା୧: ଭାରତର ସ୍ବାଧୀନତା ଆନ୍ଦୋଳନରେ କୋରାପୁଟ ଜିଲାର ଅବଦାନ ଅତୁଳନୀୟ। କୋରାପୁଟସ୍ଥିତ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ୍‌ ନିୟମ ଉଲ୍ଲଂଘନ ପ୍ରସଙ୍ଗ: ପୂଜା କମିଟିକୁ ଜରିମାନା

ଝାରସୁଗୁଡ଼ା ଅଫିସ,୧୮ା୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହାକୁ କେହି ଖିଲାପ କଲେ ସେମାନଙ୍କ ବିରୋଧରେ ଆଇନ...

ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ: ପୋଡିଲେ ଜେସିବି, ଟ୍ରାକ୍ଟର

ଫୁଲବାଣୀ ଅଫିସ, ୮।୨: କନ୍ଧମାଳ ଜିଲାରେ ମାଓବାଦୀମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ବ୍ଲକ କିଆମୁଣ୍ଡାରେ ରାସ୍ତା ନିର୍ମାଣକୁ ବିରୋଧ କରି ଏକ ଠିକା...

Advertisement
Archives

Model This Week