ଅସାଧୁ ମେଣ୍ଟ ନଛୋଡ଼ବନ୍ଦା

ଯାଜପୁର ଅଫିସ,୫ା୧: ଧାନ ବିକ୍ରିରେ ଚାଷୀଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ଓଜନ, ଗୁଣମାନ ଓ ଗାଡ଼ି ଭଡା ପାଇଁ ଚାଷୀଙ୍କୁ ପୂର୍ବଭଳି ଆଉ ମିଲ ମାଲିକଙ୍କ ପାଖକୁ ଯିବାକୁ ପଡୁନାହିଁ। ବିକ୍ରି ଧାନର ଉଚିତ୍‌ ପ୍ରାପ୍ୟ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଉଛି। ହେଲେ ଦୀର୍ଘବର୍ଷରୁ ଧାନ ସଂଗ୍ରହରେ ଚାଷୀଙ୍କୁ ଶୋଷଣ କରି ଆସୁଥିବା ଅସାଧୁ ମେଣ୍ଟ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇବାରେ ନଛୋଡବନ୍ଦା ହୋଇଛନ୍ତି। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଧାନ ବିକ୍ରି ଟଙ୍କା ଯାଉଥିବାରୁ ସେମାନଙ୍କୁ ଚିହ୍ନଟ କରିବା ଅସମ୍ଭବ ବୋଲି ବିଭାଗ ପକ୍ଷରୁ ଅସହାୟତା ପ୍ରକାଶ କରାଯାଇଛି। ଜିଲା ଧାନ ସଂଗ୍ରହ କମିଟି ବାରମ୍ବାର ବ୍ୟବସ୍ଥା ସପକ୍ଷରେ ନିଷ୍ପତ୍ତି ନେଉଥିବାବେଳେ ପୂର୍ବ ବର୍ଷଗୁଡିକରେ ଯାଜପୁର ଜିଲାପାଳ ବିଳମ୍ବରେ ଖୋଲିଥିବା ପାକ୍ସ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହେଲେ ଏକ ଅଦୃଶ୍ୟ ଶକ୍ତି ବଳରେ ବଳୀୟାନ ପାକ୍ସ ସମ୍ପାଦକମାନେ କାହାରି ନୋଟିସକୁ ଭ୍ରୂକ୍ଷେପ କରୁନାହାନ୍ତି। ଯାହାର ଉଦାହରଣ ବୁଧବାର ଧାନ ସଂଗ୍ରହର ପ୍ରଥମ ଦିନରେ ଦେଖିବାକୁ ମିଳିଛି।

ନିର୍ଦ୍ଧାରିତ ୧୨୦ରୁ ପ୍ରଥମ ଦିନରେ ମାତ୍ର ୨ ପାକ୍ସରେ ୪୬୫ କୁଇଣ୍ଟାଲ ଧାନ କିଣାଯାଇଛି। ଚଳିତବର୍ଷ ଧାନ କିଣା ବ୍ୟବସ୍ଥା ସୁରୁଖୁରୁରେ ଚାଲିବ ବୋଲି ଆଶା କରାଯାଉଥିବାବେଳେ ଅସାଧୁ ମେଣ୍ଟ ବ୍ୟବସ୍ଥାକୁ ବିଫଳ କରିବା ପାଇଁ ନଛୋଡବନ୍ଦା ଥିବା ମନେ ହେଉଛି । ଧାନ ଅମଳ ହେବାର ପ୍ରାୟ ୧ ମାସ ଅତିକ୍ରାନ୍ତ ହେବା ପରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ଫଳରେ ଚାଷୀ ସରକାରୀ ଧାର୍ଯ୍ୟମୂଲ୍ୟଠାରୁ ୫ଶହରୁ ୬ଶହ ଟଙ୍କା କମରେ ମଧ୍ୟସ୍ଥି ହାତରେ ଧାନ ବିକ୍ରି କରିଦେଲେ ା କେତେକ ମିଲରେ ପୂର୍ବରୁ ଧାନ ଗଦା ହୋଇଥିବା ମଧ୍ୟ ଚର୍ଚ୍ଚା ହୋଇଛି। ବିଭାଗୀୟ ଅଧିକାରୀମାନଙ୍କ ମିଲ ମାଲିକମାନଙ୍କ ସହ ଭିିତିରିଆ ବୁଝାମଣା ଥିବାରୁ ଉପଯୁକ୍ତ ତଦନ୍ତ କରାଯାଇ ପାରୁନାହିଁ। ମିଲ ପରିସରରେ କେତେ ସରକାରୀ ଧାନ ଗଚ୍ଛିତ ରହିଛି ଏବଂ କେତେ ପରିମାଣର ଚାଉଳ ସରକାରୀ ଗୋଦାମଗୃହକୁ ଯାଇଛି ତାହାର ସଠିକ ହିସାବକିତାବ ଦାଖଲ କରାଯାଇ ପାରୁନାହିଁ। ବର୍ତ୍ତମାନ ମଧ୍ୟସ୍ଥମାନେ ଚାଷୀମାନଙ୍କ ଟୋକନ୍‌ ଧରି ପାକ୍ସରେ ଧାନ ବିକ୍ରି କରି ମାଲାମାଲ ହେବାକୁ ଯୋଜନା ରଖିଛନ୍ତି ା ଜିଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ପରିମାଣ ଧାନ ସଂଗ୍ରହ କରିବାକୁ ଏହି ମିଲର୍ସମାନଙ୍କ ଲକ୍ଷ୍ୟ ନ ଥିବା ମନେ ହେଉଛି ା କମ ଖର୍ଚ୍ଚରେ ଚାଉଳ ରିସାଇକ୍ଲିଂ କରି ମାଲାମାଲ ହେବାକୁ ଲକ୍ଷ୍ୟ ରଖିଥିବାରୁ ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ସେଭଳି ଆଗ୍ରହ ପ୍ରକାଶ କରୁ ନ ଥିବା ଧାନ ସଂଗ୍ରହ ତଥ୍ୟରୁ ସ୍ପଷ୍ଟ ହେଉଛି ା

ଚଳିତ ବର୍ଷ ଜିଲାରେ ୮,୬୫,୦୦୦ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ଚଳିତ ବର୍ଷ ୫୩,୮୪୯ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କା ରହିଛି। ଟୋକନ୍‌ ପାଇଥିବା ଚାଷୀ ଯେପରି ଧାନ ବିକ୍ରିରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଇଛି। ଧାନ ସଂଗ୍ରହର ଅତିରିକ୍ତ ଲକ୍ଷ୍ୟ ପୂରଣ ଦିଗରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମକୁ ମିଲରମାନଙ୍କୁ ଆଗୁଆ ଜଣାଇବାକୁ ସମବାୟ ସମିତି ଉପନିବନ୍ଧକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ା ପୂର୍ବ ବର୍ଷଗୁଡିକରେ ଧାନ ସଂଗ୍ରହ ସମୟରେ ଯାହା ସମସ୍ୟା ରହିଥିଲା ତାହା ଦୂରୀକରଣ କରିବାକୁ ଯତ୍ନବାନ ହେବେ ବୋଲି ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ମିଲରମାନେ ଠିକ୍‌ ସମୟରେ ଗାଡ଼ି ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ଗନି ବ୍ୟାଗ ମହଜୁଦ ରଖିବେ । ଜିଲାରେ ଧାନ ସଂଗ୍ରହକୁ ସୁଗମ ତଥା ବ୍ୟବସ୍ଥିତ କରିବାକୁ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ଜିଲା ନୋଡାଲ ଅଫିସର ଦାୟିତ୍ୱ ତୁଳାଉଥିବାବେଳେ ୧୦ ବ୍ଳକ ଓ ୨ ସହରାଞ୍ଚଳରେ ତହସିଲଦାରମାନଙ୍କୁ ନୋଡାଲ ଅଫିିସର ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷେ ଉପଜିଲାପାଳ, ଅତିରିକ୍ତ ଯୋଗାଣ ଅଧିକାରୀ, ଜିଲା କୃଷି ଅଧିକାରୀ, ଉପନିବନ୍ଧକ, କୋ-ଅପରେଟିଭ ସୋସାଇଟି, ଜିଲା ସମାଜ ମଙ୍ଗଳ ଅଧିକାରୀ କମିଟିର ସଦସ୍ୟ ରହିଛନ୍ତି। ଏଭଳି କାଗଜପତ୍ରରେ ବ୍ୟବସ୍ଥା ଚାଷୀମାନଙ୍କୁ ଧାନ ବିକ୍ରିରେ କେତେଦୂର ସହଯୋଗ କରୁଛି ତାହା ଦେଖିବାକୁ ରହିଲା ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri