ଅସାଧୁ ମେଣ୍ଟ ନଛୋଡ଼ବନ୍ଦା

ଯାଜପୁର ଅଫିସ,୫ା୧: ଧାନ ବିକ୍ରିରେ ଚାଷୀଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ଓଜନ, ଗୁଣମାନ ଓ ଗାଡ଼ି ଭଡା ପାଇଁ ଚାଷୀଙ୍କୁ ପୂର୍ବଭଳି ଆଉ ମିଲ ମାଲିକଙ୍କ ପାଖକୁ ଯିବାକୁ ପଡୁନାହିଁ। ବିକ୍ରି ଧାନର ଉଚିତ୍‌ ପ୍ରାପ୍ୟ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଉଛି। ହେଲେ ଦୀର୍ଘବର୍ଷରୁ ଧାନ ସଂଗ୍ରହରେ ଚାଷୀଙ୍କୁ ଶୋଷଣ କରି ଆସୁଥିବା ଅସାଧୁ ମେଣ୍ଟ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇବାରେ ନଛୋଡବନ୍ଦା ହୋଇଛନ୍ତି। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଧାନ ବିକ୍ରି ଟଙ୍କା ଯାଉଥିବାରୁ ସେମାନଙ୍କୁ ଚିହ୍ନଟ କରିବା ଅସମ୍ଭବ ବୋଲି ବିଭାଗ ପକ୍ଷରୁ ଅସହାୟତା ପ୍ରକାଶ କରାଯାଇଛି। ଜିଲା ଧାନ ସଂଗ୍ରହ କମିଟି ବାରମ୍ବାର ବ୍ୟବସ୍ଥା ସପକ୍ଷରେ ନିଷ୍ପତ୍ତି ନେଉଥିବାବେଳେ ପୂର୍ବ ବର୍ଷଗୁଡିକରେ ଯାଜପୁର ଜିଲାପାଳ ବିଳମ୍ବରେ ଖୋଲିଥିବା ପାକ୍ସ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହେଲେ ଏକ ଅଦୃଶ୍ୟ ଶକ୍ତି ବଳରେ ବଳୀୟାନ ପାକ୍ସ ସମ୍ପାଦକମାନେ କାହାରି ନୋଟିସକୁ ଭ୍ରୂକ୍ଷେପ କରୁନାହାନ୍ତି। ଯାହାର ଉଦାହରଣ ବୁଧବାର ଧାନ ସଂଗ୍ରହର ପ୍ରଥମ ଦିନରେ ଦେଖିବାକୁ ମିଳିଛି।

ନିର୍ଦ୍ଧାରିତ ୧୨୦ରୁ ପ୍ରଥମ ଦିନରେ ମାତ୍ର ୨ ପାକ୍ସରେ ୪୬୫ କୁଇଣ୍ଟାଲ ଧାନ କିଣାଯାଇଛି। ଚଳିତବର୍ଷ ଧାନ କିଣା ବ୍ୟବସ୍ଥା ସୁରୁଖୁରୁରେ ଚାଲିବ ବୋଲି ଆଶା କରାଯାଉଥିବାବେଳେ ଅସାଧୁ ମେଣ୍ଟ ବ୍ୟବସ୍ଥାକୁ ବିଫଳ କରିବା ପାଇଁ ନଛୋଡବନ୍ଦା ଥିବା ମନେ ହେଉଛି । ଧାନ ଅମଳ ହେବାର ପ୍ରାୟ ୧ ମାସ ଅତିକ୍ରାନ୍ତ ହେବା ପରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ଫଳରେ ଚାଷୀ ସରକାରୀ ଧାର୍ଯ୍ୟମୂଲ୍ୟଠାରୁ ୫ଶହରୁ ୬ଶହ ଟଙ୍କା କମରେ ମଧ୍ୟସ୍ଥି ହାତରେ ଧାନ ବିକ୍ରି କରିଦେଲେ ା କେତେକ ମିଲରେ ପୂର୍ବରୁ ଧାନ ଗଦା ହୋଇଥିବା ମଧ୍ୟ ଚର୍ଚ୍ଚା ହୋଇଛି। ବିଭାଗୀୟ ଅଧିକାରୀମାନଙ୍କ ମିଲ ମାଲିକମାନଙ୍କ ସହ ଭିିତିରିଆ ବୁଝାମଣା ଥିବାରୁ ଉପଯୁକ୍ତ ତଦନ୍ତ କରାଯାଇ ପାରୁନାହିଁ। ମିଲ ପରିସରରେ କେତେ ସରକାରୀ ଧାନ ଗଚ୍ଛିତ ରହିଛି ଏବଂ କେତେ ପରିମାଣର ଚାଉଳ ସରକାରୀ ଗୋଦାମଗୃହକୁ ଯାଇଛି ତାହାର ସଠିକ ହିସାବକିତାବ ଦାଖଲ କରାଯାଇ ପାରୁନାହିଁ। ବର୍ତ୍ତମାନ ମଧ୍ୟସ୍ଥମାନେ ଚାଷୀମାନଙ୍କ ଟୋକନ୍‌ ଧରି ପାକ୍ସରେ ଧାନ ବିକ୍ରି କରି ମାଲାମାଲ ହେବାକୁ ଯୋଜନା ରଖିଛନ୍ତି ା ଜିଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ପରିମାଣ ଧାନ ସଂଗ୍ରହ କରିବାକୁ ଏହି ମିଲର୍ସମାନଙ୍କ ଲକ୍ଷ୍ୟ ନ ଥିବା ମନେ ହେଉଛି ା କମ ଖର୍ଚ୍ଚରେ ଚାଉଳ ରିସାଇକ୍ଲିଂ କରି ମାଲାମାଲ ହେବାକୁ ଲକ୍ଷ୍ୟ ରଖିଥିବାରୁ ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ସେଭଳି ଆଗ୍ରହ ପ୍ରକାଶ କରୁ ନ ଥିବା ଧାନ ସଂଗ୍ରହ ତଥ୍ୟରୁ ସ୍ପଷ୍ଟ ହେଉଛି ା

ଚଳିତ ବର୍ଷ ଜିଲାରେ ୮,୬୫,୦୦୦ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ଚଳିତ ବର୍ଷ ୫୩,୮୪୯ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କା ରହିଛି। ଟୋକନ୍‌ ପାଇଥିବା ଚାଷୀ ଯେପରି ଧାନ ବିକ୍ରିରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଇଛି। ଧାନ ସଂଗ୍ରହର ଅତିରିକ୍ତ ଲକ୍ଷ୍ୟ ପୂରଣ ଦିଗରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମକୁ ମିଲରମାନଙ୍କୁ ଆଗୁଆ ଜଣାଇବାକୁ ସମବାୟ ସମିତି ଉପନିବନ୍ଧକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ା ପୂର୍ବ ବର୍ଷଗୁଡିକରେ ଧାନ ସଂଗ୍ରହ ସମୟରେ ଯାହା ସମସ୍ୟା ରହିଥିଲା ତାହା ଦୂରୀକରଣ କରିବାକୁ ଯତ୍ନବାନ ହେବେ ବୋଲି ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ମିଲରମାନେ ଠିକ୍‌ ସମୟରେ ଗାଡ଼ି ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ଗନି ବ୍ୟାଗ ମହଜୁଦ ରଖିବେ । ଜିଲାରେ ଧାନ ସଂଗ୍ରହକୁ ସୁଗମ ତଥା ବ୍ୟବସ୍ଥିତ କରିବାକୁ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ଜିଲା ନୋଡାଲ ଅଫିସର ଦାୟିତ୍ୱ ତୁଳାଉଥିବାବେଳେ ୧୦ ବ୍ଳକ ଓ ୨ ସହରାଞ୍ଚଳରେ ତହସିଲଦାରମାନଙ୍କୁ ନୋଡାଲ ଅଫିିସର ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷେ ଉପଜିଲାପାଳ, ଅତିରିକ୍ତ ଯୋଗାଣ ଅଧିକାରୀ, ଜିଲା କୃଷି ଅଧିକାରୀ, ଉପନିବନ୍ଧକ, କୋ-ଅପରେଟିଭ ସୋସାଇଟି, ଜିଲା ସମାଜ ମଙ୍ଗଳ ଅଧିକାରୀ କମିଟିର ସଦସ୍ୟ ରହିଛନ୍ତି। ଏଭଳି କାଗଜପତ୍ରରେ ବ୍ୟବସ୍ଥା ଚାଷୀମାନଙ୍କୁ ଧାନ ବିକ୍ରିରେ କେତେଦୂର ସହଯୋଗ କରୁଛି ତାହା ଦେଖିବାକୁ ରହିଲା ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?