୪ ଗୋରୁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ: ଡାକ୍ତରଖାନାରେ ଭର୍ତ୍ତି

ସୋରଡ଼ା,୫ା୧(ଡି.ଏନ୍‌.ଏ.): ଗୋରୁ ବ୍ୟବସାୟ କରୁଥିବା ୪ ଜଣଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଛି। ସମସ୍ତଙ୍କୁ ସୋରଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇଛି। ଆଜି ଭୋର୍‌ ସମୟରେ ସ୍ଥାନୀୟ ଜରଉ ଛକରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ି ଜଣେ ଯୁବକ ଛଟପଟ ହେଉଥିବା ଖବର ପାଇ ପୋଲିସ ଏସ୍‌ଆଇ ସୁନିଲ କଣ୍ଡୋଗୋରି ପହଞ୍ଚିଥିଲେ। ସଙ୍ଗେ ସଙ୍ଗେ ଦମକଳକୁ ଖବର ଦେଇ ମେଡିକାଲ ଆଣିଥିଲେ। ଯୁବକ ଜଣକ ଦିଗପହଣ୍ଡି ନିକଟ ମୁକୁନ୍ଦପୁର ଗ୍ରାମର ସୁରଥ ନାୟକ (୨୯) ଓ ସେ ଜଣେ ଡ୍ରାଇଭର ବୋଲି ଜଣାପଡ଼ିଛି। ପରେ ସେହି ସମୟରେ ସୁରେଖାଦେଇପୁରର ରାଜୁ ସ୍ବାଇଁ (୫୫) ଓ ବାୟା ଗଉଡ (୬୦) ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୁରଥଙ୍କ ହାତ ଗୋଡ଼,ମୁଣ୍ଡ,ପେଟ,ମୁହଁରେ ପ୍ରବଳ ଆଘାତ ଥିବା ବେଳେ ରାଜୁ ଓ ବାୟାଙ୍କ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଅନ୍ୟ ଜଣେ କୁଲାଙ୍ଗୀର ରାଜା ନାୟକଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ପଠାଯାଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ପ୍ରତି ଗୁରୁବାର ଗଜପତି ଜିଲା ମୋହନାରେ ଗୋରୁହାଟ ବ୍ୟବସାୟ ହେଉଛି। ସେଥିପାଇଁ ସୋରଡ଼ା ଅଞ୍ଚଳର ଲଠିପଡ଼ା,କୁଳାଙ୍ଗି,ସାରବାଡି,ବଡ଼ଗଡ଼,ଜୟଶୀଙ୍ଗୀ ଅଞ୍ଚଳରୁ ଗୋରୁ ବ୍ୟବସାୟୀମାନେ ଗୋରୁ କିଣି ଉକ୍ତ ହାଟକୁ ବିକ୍ରି ପାଇଁ ନେଇଥାନ୍ତି। ଏହି ବ୍ୟବସାୟୀମାନଙ୍କଠାରୁ କିଛି ଖଳ ପ୍ରକୃତିର ଯୁବକ ବଟି ନେଉଥିବାର ଅନୁମାନ କରାଯାଉଛି। ତେବେ କିଛି ସପ୍ତାହ ହେଲା ଗୋରୁ ବ୍ୟବସାୟୀମାନେ ଆଉ ବଟି ଦେଇ ନ ଥିବାରୁ ସେମାନଙ୍କୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଏପରିକି ଉକ୍ତ ଆକ୍ରମଣକାରୀ ଯୁବକମାନେ ସଙ୍ଘବଦ୍ଧ ଭାବେ ଭୋର୍‌ ସମୟରୁ ୨/୩ଟି କାର୍‌,ବୋଲେରୋରେ ଆସି ସୋରଡ଼ା, ବଡ଼ଗଡ଼ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଏପରିକି ଜରଉ ସେତୁ ଉପରେ ଗୋରୁ ବୋଝେଇ ଭ୍ୟାନକୁ ଅଟକାଇ ଡ୍ରାଇଭର ସୁରଥ ନାୟକଙ୍କୁ ଲହୁଲୁହାଣ କରିଛନ୍ତି। ସୁରଥ ଓ ରାଜା ଗୋଟିଏ ଭ୍ୟାନ୍‌ରେ ଗୋରୁ ନେଇ ଯାଉଥିବା ବେଳେ ସେମାନଙ୍କୁ ଜରଉ ସେତୁ ଉପରେ ଓ ବାୟା ଗଉଡ଼ଙ୍କୁ ବଡ଼ଗଡ଼ ପେଟ୍ରୋଲ ପମ୍ପ ନିକଟରେ, ରାଜୁ ସ୍ବାଇଁଙ୍କୁ ସୁରେଖାଦେଇପୁର ନିକଟରେ ଆକ୍ରମଣ ହୋଇଛି। ଉକ୍ତ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୭/୮ ଜଣ ସମ୍ପୃକ୍ତ ଥିବାର ଅନୁମାନ କରାଯାଉଛି। ସମସ୍ତ ଗୁରୁତରଙ୍କୁ ୩ ଟି ସ୍ଥାନରେ ଏହି ଭୋର ସମୟରେ ଆକ୍ରମଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?