୪ ଗୋରୁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ: ଡାକ୍ତରଖାନାରେ ଭର୍ତ୍ତି

ସୋରଡ଼ା,୫ା୧(ଡି.ଏନ୍‌.ଏ.): ଗୋରୁ ବ୍ୟବସାୟ କରୁଥିବା ୪ ଜଣଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଛି। ସମସ୍ତଙ୍କୁ ସୋରଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇଛି। ଆଜି ଭୋର୍‌ ସମୟରେ ସ୍ଥାନୀୟ ଜରଉ ଛକରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ି ଜଣେ ଯୁବକ ଛଟପଟ ହେଉଥିବା ଖବର ପାଇ ପୋଲିସ ଏସ୍‌ଆଇ ସୁନିଲ କଣ୍ଡୋଗୋରି ପହଞ୍ଚିଥିଲେ। ସଙ୍ଗେ ସଙ୍ଗେ ଦମକଳକୁ ଖବର ଦେଇ ମେଡିକାଲ ଆଣିଥିଲେ। ଯୁବକ ଜଣକ ଦିଗପହଣ୍ଡି ନିକଟ ମୁକୁନ୍ଦପୁର ଗ୍ରାମର ସୁରଥ ନାୟକ (୨୯) ଓ ସେ ଜଣେ ଡ୍ରାଇଭର ବୋଲି ଜଣାପଡ଼ିଛି। ପରେ ସେହି ସମୟରେ ସୁରେଖାଦେଇପୁରର ରାଜୁ ସ୍ବାଇଁ (୫୫) ଓ ବାୟା ଗଉଡ (୬୦) ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୁରଥଙ୍କ ହାତ ଗୋଡ଼,ମୁଣ୍ଡ,ପେଟ,ମୁହଁରେ ପ୍ରବଳ ଆଘାତ ଥିବା ବେଳେ ରାଜୁ ଓ ବାୟାଙ୍କ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଅନ୍ୟ ଜଣେ କୁଲାଙ୍ଗୀର ରାଜା ନାୟକଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ପଠାଯାଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ପ୍ରତି ଗୁରୁବାର ଗଜପତି ଜିଲା ମୋହନାରେ ଗୋରୁହାଟ ବ୍ୟବସାୟ ହେଉଛି। ସେଥିପାଇଁ ସୋରଡ଼ା ଅଞ୍ଚଳର ଲଠିପଡ଼ା,କୁଳାଙ୍ଗି,ସାରବାଡି,ବଡ଼ଗଡ଼,ଜୟଶୀଙ୍ଗୀ ଅଞ୍ଚଳରୁ ଗୋରୁ ବ୍ୟବସାୟୀମାନେ ଗୋରୁ କିଣି ଉକ୍ତ ହାଟକୁ ବିକ୍ରି ପାଇଁ ନେଇଥାନ୍ତି। ଏହି ବ୍ୟବସାୟୀମାନଙ୍କଠାରୁ କିଛି ଖଳ ପ୍ରକୃତିର ଯୁବକ ବଟି ନେଉଥିବାର ଅନୁମାନ କରାଯାଉଛି। ତେବେ କିଛି ସପ୍ତାହ ହେଲା ଗୋରୁ ବ୍ୟବସାୟୀମାନେ ଆଉ ବଟି ଦେଇ ନ ଥିବାରୁ ସେମାନଙ୍କୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଏପରିକି ଉକ୍ତ ଆକ୍ରମଣକାରୀ ଯୁବକମାନେ ସଙ୍ଘବଦ୍ଧ ଭାବେ ଭୋର୍‌ ସମୟରୁ ୨/୩ଟି କାର୍‌,ବୋଲେରୋରେ ଆସି ସୋରଡ଼ା, ବଡ଼ଗଡ଼ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଏପରିକି ଜରଉ ସେତୁ ଉପରେ ଗୋରୁ ବୋଝେଇ ଭ୍ୟାନକୁ ଅଟକାଇ ଡ୍ରାଇଭର ସୁରଥ ନାୟକଙ୍କୁ ଲହୁଲୁହାଣ କରିଛନ୍ତି। ସୁରଥ ଓ ରାଜା ଗୋଟିଏ ଭ୍ୟାନ୍‌ରେ ଗୋରୁ ନେଇ ଯାଉଥିବା ବେଳେ ସେମାନଙ୍କୁ ଜରଉ ସେତୁ ଉପରେ ଓ ବାୟା ଗଉଡ଼ଙ୍କୁ ବଡ଼ଗଡ଼ ପେଟ୍ରୋଲ ପମ୍ପ ନିକଟରେ, ରାଜୁ ସ୍ବାଇଁଙ୍କୁ ସୁରେଖାଦେଇପୁର ନିକଟରେ ଆକ୍ରମଣ ହୋଇଛି। ଉକ୍ତ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୭/୮ ଜଣ ସମ୍ପୃକ୍ତ ଥିବାର ଅନୁମାନ କରାଯାଉଛି। ସମସ୍ତ ଗୁରୁତରଙ୍କୁ ୩ ଟି ସ୍ଥାନରେ ଏହି ଭୋର ସମୟରେ ଆକ୍ରମଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri