୩୦ହଜାର ଟଙ୍କାରେ ୧୫ଦିନର ଶିଶୁ ବିକ୍ରି
ସୋର,୪।୧୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅଞ୍ଚଳରେ ୩୦ହଜାର ଟଙ୍କାରେ ଏକ ନବଜାତ ଶିଶୁ ବିକ୍ରି ନେଇ ଅଭିଯୋଗ ହୋଇଛି। ଖବରପାଇ ଚାଇଲ୍ଡଲାଇନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ହେଲେ ମହିଳା ଜଣକ କୋଳରେ ଧରିଥିବା ୧୫ ଦିନର ନବଜାତ ଶିଶୁ ସମ୍ପର୍କରେ…
ପୂର୍ବ ଶତ୍ରୁତାରୁ ଆକ୍ରମଣ: ସାନଭାଇ ମୃତ, ବଡ଼ ଗୁରୁତର
ସାକ୍ଷୀଗୋପାଳ,୩ା୧୨(ଡି.ଏନ୍.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ଗୋଷ୍ଠୀ ଆକ୍ରମଣରେ ଇନ୍ଦ୍ରମଣି ପଣ୍ଡା (୪୬)ଙ୍କର ମୃତ୍ୟୁ ଘଟିଛି। ମୃତ ଇନ୍ଦ୍ରମଣି ଗ୍ରାମ ନିକଟ କେନାଲକୁ ଶୌଚ ପାଇଁ ଯାଇଥିବା ବେଳେ ପୂର୍ବରୁ ସେଠାରେ…
ଠାକୁରଙ୍କ ସମ୍ପତ୍ତିରୁ ଜବରଦଖଲ ଉଚ୍ଛେଦ
କେନ୍ଦୁଝର,୩ା୧୨(ସ୍ବ.ପ୍ର.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କ ନାମରେ ଥିବା ବାଘୁଆବେଢ଼ା ନିକଟରେ ମୂଲ୍ୟବାନ ଜମିକୁ ଜବରଦଖଲ କରିବା ନେଇ କେନ୍ଦୁଝର ଉପଜିଲାପାଳ ତଥା ନିର୍ବାହୀ ଅଧିକାରୀଙ୍କ ନିକଟରେ କେନ୍ଦୁଝରଗଡ଼ ପୌରପାଳିକାର ସ୍ଥାନୀୟ ଅଞ୍ଚଳର କାଉନସିଲର ଓ ସ୍ଥାନୀୟ ଜଗନ୍ନାଥ ପ୍ରେମୀ…
ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର
କୋକସରା,୩ା୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଶନିବାର ୮ ଦଫା ଦାବି ନେଇ କୋକସରା ବିଇଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। କୋକସରା ବ୍ଲକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକଙ୍କ ଆବାହନରେ ଶତାଧିକ…
ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀ କୋର୍ଟ ଚାଲାଣ
ଗଞ୍ଜାମ,୩ା୧୨(ଡି.ଏନ.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସ୍ତ୍ରୀ ସୁଫଳା ଦାସ ଯୌତୁକ ଜନିତ ନିର୍ଯାତନା ସହି ନ ପାରି ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ…
ମହିଳାଙ୍କୁ ସ୍ବାବଲମ୍ବୀ କରିଛି ପନିପରିବା ଚାଷ
ରାଇକିଆ,୩ା୧୨(ଡି.ଏନ୍.ଏ.): ସକାଳୁ ତାଜା ପନିପରିବା ସହ ରାସ୍ତା ପାଶର୍ବରେ ମହିଳାଙ୍କ ପନିପରିବା ବ୍ୟବସାୟର ଲମ୍ବା ଧାଡ଼ି। ଫୁଲ କୋବି, ବିନ୍ସ, ବନ୍ଧା କୋବିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶାଗ ବିକ୍ରି କରୁଛନ୍ତି ମହିଳା। ସତେଜ ପନିପରିବା ପାଇଁ ଗ୍ରାହକଙ୍କ ମଧ୍ୟ…
ଡ୍ରୋନ ଯୋଗେ ଶ୍ରୀମନ୍ଦିରର ଭିଡିଓ ରେକର୍ଡିଂ, ୟୁଟ୍ୟୁବରେ ଭାଇରାଲ ପରେ ସୁରକ୍ଷା ନେଇ ପ୍ରଶ୍ନବାଚୀ
ପୁରୀ ଅଫିସ,୩।୧୨: ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ କ୍ୟାମେରା। ଆକାଶ ମାର୍ଗରୁ ଏହାର ଭିଡିଓ ଉତ୍ତୋଳନ କରାଯାଇ ୟୁଟ୍ୟୁବ୍ରେ ଶେୟାର କରାଯାଇଛି। ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକ ଉକ୍ତ ଭିଡିଓକୁ ନିଜର ଆକାଉଣ୍ଟ(ୟୁନିଫାଏଡ୍ ଅନିମେଶ)ରୁ ଦୁଇ ସପ୍ତାହ ତଳେ…
ପ୍ରସ୍ତାବିତ ସିଆର୍ପିଏଫ୍ କ୍ୟାମ୍ପକୁ ଗ୍ରାମବାସୀଙ୍କ ବିରୋଧ
ବାଲିଗୁଡ଼ା,୩ା୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍ଏସି ନୂଆସାହି ଅନ୍ତର୍ଗତ ଡୁମାସ୍କା ପଦରରେ ପ୍ରସ୍ତାବିତ ସିଆର୍ପିଏଫ୍ କ୍ୟାମ୍ପକୁ ନୂଆସାହି ଗ୍ରାମ୍ୟ କମିଟିର ତିନୋଟି ଓ୍ବାର୍ଡବାସୀ ବିରୋଧ କରିଛନ୍ତି। ଏନେଇ ବାଲିଗୁଡ଼ା ତହସିଲଦାର, ଉପଜିଲାପାଳ, କନ୍ଧମାଳ ଜିଲାପାଳ, ଏନ୍ଏସି ଅଧ୍ୟକ୍ଷ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ…
୪ ଦଫା ଦାବିରେ ଆଶାକର୍ମୀଙ୍କ ଗଣଧାରଣା
ହିଞ୍ଜିଳିକାଟୁ,୩ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଶନିବାର ବିକ୍ଷୋଭ ଓ ଗଣଧାରଣା କରାଯାଇଛି। ଭାରତୀୟ ମଜଦୂର ସଂଘ ଡାକରାରେ ୪ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବ୍ଲକ ଆଶାକର୍ମୀ ସଂଘ…
ଉଦ୍ଘାଟନର ୪୮ ଘଣ୍ଟା ପରେ ବି ମଣ୍ଡିରୁ ଉଠୁନି ଧାନ
କର୍ଲାମୁଣ୍ଡା,୩ା୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ୩ ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ସିଧାସଳଖ ଭାବେ ଚାଷୀଙ୍କଠାରୁ ଧାନ କ୍ରୟ ପାଇଁ ମଣ୍ଡିଗୁଡ଼ିକୁ ସ୍ଥାନୀୟ ତହସିଲଦାର ମିଳନ କୁମାର ଝାଙ୍କର ଉଦ୍ଘାଟନ କରିଥିଲେ। ତେବେ ଉଦ୍ଘାଟନ ହେବାର…
ଆଶାକର୍ମୀଙ୍କ କାର୍ଯ୍ୟବନ୍ଦ, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ
ସୋରଡ଼ା,୩ା୧୨(ଡି.ଏନ୍.ଏ.): ରାଜ୍ୟ ଆଶାକର୍ମୀ ସଂଘ ନିଷ୍ପତ୍ତି କ୍ରମେ ୭ ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ୨୧.୧୧.୨୦୨୨ରେ ଦାବିପତ୍ର ପ୍ରଦାନ କରାଯାଇଥିଲା ଏବଂ ୨୯.୧୧.୨୦୨୨ରେ ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଥିଲା। କିନ୍ତୁ କୌଣସି ସମାଧାନ ହୋଇପାରି ନ ଥିଲା। ପୁଣି ରାଜ୍ୟ…
ହାଇକୋର୍ଟ ବିଚାରପତିଙ୍କ ବ୍ରହ୍ମପୁର ଗସ୍ତ: କୋର୍ଟର ସୁରକ୍ଷା ଅନୁଧ୍ୟାନ
ବ୍ରହ୍ମପୁର ଅଫିସ,୩।୧୨: ହାଇକୋର୍ଟ ବିଚାରପତି ତଥା ଗଞ୍ଜାମ ପ୍ରୋଟକଲ ଜଜ ଡ.ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଶନିବାର ବ୍ରହ୍ମପୁର ଗସ୍ତରେ ଯାଇଛନ୍ତି। ସେ ଏହି ଅବସରରେ ଜିଲା ଓ ଦୌରା ଜଜଙ୍କ କୋର୍ଟ ପରିସରରେ ସ୍ଥାପନ ହୋଇଥିବା ବ୍ୟାଙ୍କ ଏଟିଏମ୍ ଏବଂ ଚଲାପଥ…

