ମନମୁଖି ଚାଲିଛି ମେଗା ପ୍ରକଳ୍ପ କାମ

ଯାଜପୁର ଅଫିସ/ଜେନାପୁର (ଡି.ଏନ.ଏ.),୧୨।୧: ଆଗକୁ ଆସୁଛି ଗ୍ରୀଷ୍ମଋତୁ । ଏବେଠୁ ନଦୀ ନାଳ ଶୁଖିବାକୁ ଆରମ୍ଭ ହେଲାଣି। ନଦୀନାଳ ଭରା ଯାଜପୁର ଜିଲାରେ ମଧ୍ୟ ବ୍ରାହ୍ମଣୀ ନଦୀ ପାଣି କୂଳରୁ ଦୂରେଇ ଯାଉଛି। ଏଭଳି ସ୍ଥିତିରେ ଧର୍ମଶାଳା ବ୍ଲକରେ ପାନୀୟ ଜଳ କ୍ଲିଷ୍ଟତା ଏବେଠୁ ଦେଖା ଦେଇଛି। ଅଞ୍ଚଳବାସୀଙ୍କୁ ଗରାଏ ପିଇବା ପାଣି ଆଣିବାକୁ ବ୍ରାହ୍ମଣୀ ନଦୀ ବାଲିରେ ପ୍ରାୟ ୨ କିମି ଚାଲିଚାଲି ଯିବାକୁ ପଡୁଛି । ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଏବଂ ନଳକୂପ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ଯଥେଷ୍ଟ ପରିମାଣରେ ଜଳଯୋଗାଣ କରାଯାଉଛି ବୋଲି ଦାବି କରାଯାଉଛି। କିନ୍ତୁ ବାସ୍ତବରେ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଓ ନଳକୂପ ଦ୍ୱାରା ଲୋକେ ଉପକୃତ ହେଉଛନ୍ତି ନା ନାହିଁ ତାର ସତ୍ୟତା ଖୋଜିବାକୁ କାହାରି ପାଖରେ ଆନ୍ତରିକତା ନ ଥିବା ମନେ ହେଉଛି । ଯଦ୍ୱାରା ବାସ୍ତବ କ୍ଷେତ୍ରରେ ଉପୁଜୁଥିବା ପାଣି ସମସ୍ୟା ଦୂରୀଭୂତ ହୋଇ ପାରୁନାହିଁ ବୋଲି ମତପ୍ରକାଶ ପାଇଛି।

ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଥିବା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ(ପିଡବ୍ଲୁଏସ୍‌) ସମ୍ପର୍କରେ ପୂର୍ବରୁ ବିଧାନସଭାରେ ଏକାଧିକ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନର ଉତ୍ତରରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କାଗଜପତ୍ରରେ ଉତ୍ତର ରଖି ଜନ ପ୍ରତିନିଧିଙ୍କୁ ଚୁପ କରି ଦେଉଥିବା ଅନୁମାନ କରାଯାଉଛି। ଏହି ନିର୍ବାଚନ ମଣ୍ଡଳୀରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି। ବଡ଼ଚଣା ଓ ଧର୍ମଶାଳା ବ୍ଲକର ୨୪୭ ଗ୍ରାମବାସୀଙ୍କ ପାଇଁ ୩୩୫.୭ କୋଟି ଟଙ୍କାରେ ଏକ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମେଘା ଇଞ୍ଜିନିୟର ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ସଂପୃକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ କେହି ତାଗିଦା କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ଫଳରେ ମନମୁଖି ଓ ନିମ୍ନମାନର କାର୍ଯ୍ୟ ହେଉଥିବାବେଳେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାସ୍ତବରେ ଏହି ନିର୍ବାଚନମଣ୍ଡଳୀର ଆଭ୍ୟନ୍ତରୀଣ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଉଗ୍ରରୂପ ନେବାରେ ଲାଗିଛି ।

କଳିଙ୍ଗନଗରରେ ଗଢି ଉଠିଥିବା ବୃହତ୍‌ ଶିଳ୍ପ କମ୍ପାନୀଗୁଡିକ ଅନୁମତିଠାରୁ ବହୁ ଗୁଣରେ ଅଧିକ ନଦୀ ଜଳ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ହେଉଛି। କିନ୍ତୁ ସାଧାରଣ ଲୋକଙ୍କ ଅତି ଜରୁରୀ ପାନୀୟ ଜଳ ଟିକକ ପାଇଁ ଜିଲାବାସୀ ହାହାକାର ହେଉଛନ୍ତି । ଧର୍ମଶାଳା ବ୍ଳକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ଅଧୀନ ବାଲିକୁଦିଆ ବ୍ରାହ୍ମଣୀ ନଦୀ କୂଳରେ ୫ଏକର ବିଶିଷ୍ଟ ସରକାରୀ ଜମି ଉପରେ ୧୫୬ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ଏହି ପ୍ରକଳ୍ପରୁ ଧର୍ମଶାଳା ବ୍ଲକର ୪୫ ଟି ପଞ୍ଚାୟତବାସୀ ଉପକୃତ ହେବେ ବୋଲି ଆଶା ରଖିଛନ୍ତି। ପାଇପ୍‌ ଯୋଗେ ସମସ୍ତ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସ୍ଥିର କରିଥିବା ବେଳେ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରାୟ ପ୍ରତି ଗ୍ରାମର ରାସ୍ତା ପାର୍ଶ୍ୱ ଓ ଗାଁ ବିଭିନ୍ନ ଛକର କଂକ୍ରିଟ ରାସ୍ତାଗୁଡିକୁ ମେଶିନ ଯୋଗେ ତାଡି ଛିନଭିନ୍‌ କରି ଦିଆଯାଉଛି। ଫଳରେ ରାସ୍ତା ପାର୍ଶ୍ୱରୁ ମାଟି ଓ କଂକ୍ରିଟ ଉଠି ଯିବା ସହ ବହୁ ସ୍ଥାନରେ ରାସ୍ତା ଖାଲ ଖମା ସୃଷ୍ଟି ହୋଇଛି । ତେବେ ପାନୀୟ ଜଳ ଭଳି ମୌଳିକ ସୁବିଧା ହେଉଥିବାରୁ ଅଞ୍ଚଳବାସୀ ଏହି ସମସ୍ୟାକୁ ନଜର ଅନ୍ଦାଜ କରିଛନ୍ତି। କିନ୍ତୁ ୨୦୧୯ ରୁ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ୨୦୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ହେଲେ ଏଯାଏ ୫୦ ପ୍ରତିଶତ କାମ ବି ସରି ନ ଥିବା କୁହାଯାଉଛି। ଏ ସଂକ୍ରାନ୍ତରେ ଆରଡବ୍ଲୁଏସ୍‌ଏସ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ କୁଳମଣି ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି, ରାସ୍ତାରେ ପାଇପ୍‌ ବିଛା କାମ ବିଳମ୍ବ ହେଉଛି । ୨୦୨୩ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ ହୋଇଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri