ମନମୁଖି ଚାଲିଛି ମେଗା ପ୍ରକଳ୍ପ କାମ

ଯାଜପୁର ଅଫିସ/ଜେନାପୁର (ଡି.ଏନ.ଏ.),୧୨।୧: ଆଗକୁ ଆସୁଛି ଗ୍ରୀଷ୍ମଋତୁ । ଏବେଠୁ ନଦୀ ନାଳ ଶୁଖିବାକୁ ଆରମ୍ଭ ହେଲାଣି। ନଦୀନାଳ ଭରା ଯାଜପୁର ଜିଲାରେ ମଧ୍ୟ ବ୍ରାହ୍ମଣୀ ନଦୀ ପାଣି କୂଳରୁ ଦୂରେଇ ଯାଉଛି। ଏଭଳି ସ୍ଥିତିରେ ଧର୍ମଶାଳା ବ୍ଲକରେ ପାନୀୟ ଜଳ କ୍ଲିଷ୍ଟତା ଏବେଠୁ ଦେଖା ଦେଇଛି। ଅଞ୍ଚଳବାସୀଙ୍କୁ ଗରାଏ ପିଇବା ପାଣି ଆଣିବାକୁ ବ୍ରାହ୍ମଣୀ ନଦୀ ବାଲିରେ ପ୍ରାୟ ୨ କିମି ଚାଲିଚାଲି ଯିବାକୁ ପଡୁଛି । ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଏବଂ ନଳକୂପ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ଯଥେଷ୍ଟ ପରିମାଣରେ ଜଳଯୋଗାଣ କରାଯାଉଛି ବୋଲି ଦାବି କରାଯାଉଛି। କିନ୍ତୁ ବାସ୍ତବରେ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଓ ନଳକୂପ ଦ୍ୱାରା ଲୋକେ ଉପକୃତ ହେଉଛନ୍ତି ନା ନାହିଁ ତାର ସତ୍ୟତା ଖୋଜିବାକୁ କାହାରି ପାଖରେ ଆନ୍ତରିକତା ନ ଥିବା ମନେ ହେଉଛି । ଯଦ୍ୱାରା ବାସ୍ତବ କ୍ଷେତ୍ରରେ ଉପୁଜୁଥିବା ପାଣି ସମସ୍ୟା ଦୂରୀଭୂତ ହୋଇ ପାରୁନାହିଁ ବୋଲି ମତପ୍ରକାଶ ପାଇଛି।

ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଥିବା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ(ପିଡବ୍ଲୁଏସ୍‌) ସମ୍ପର୍କରେ ପୂର୍ବରୁ ବିଧାନସଭାରେ ଏକାଧିକ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନର ଉତ୍ତରରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କାଗଜପତ୍ରରେ ଉତ୍ତର ରଖି ଜନ ପ୍ରତିନିଧିଙ୍କୁ ଚୁପ କରି ଦେଉଥିବା ଅନୁମାନ କରାଯାଉଛି। ଏହି ନିର୍ବାଚନ ମଣ୍ଡଳୀରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି। ବଡ଼ଚଣା ଓ ଧର୍ମଶାଳା ବ୍ଲକର ୨୪୭ ଗ୍ରାମବାସୀଙ୍କ ପାଇଁ ୩୩୫.୭ କୋଟି ଟଙ୍କାରେ ଏକ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମେଘା ଇଞ୍ଜିନିୟର ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ସଂପୃକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ କେହି ତାଗିଦା କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ଫଳରେ ମନମୁଖି ଓ ନିମ୍ନମାନର କାର୍ଯ୍ୟ ହେଉଥିବାବେଳେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାସ୍ତବରେ ଏହି ନିର୍ବାଚନମଣ୍ଡଳୀର ଆଭ୍ୟନ୍ତରୀଣ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଉଗ୍ରରୂପ ନେବାରେ ଲାଗିଛି ।

କଳିଙ୍ଗନଗରରେ ଗଢି ଉଠିଥିବା ବୃହତ୍‌ ଶିଳ୍ପ କମ୍ପାନୀଗୁଡିକ ଅନୁମତିଠାରୁ ବହୁ ଗୁଣରେ ଅଧିକ ନଦୀ ଜଳ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ହେଉଛି। କିନ୍ତୁ ସାଧାରଣ ଲୋକଙ୍କ ଅତି ଜରୁରୀ ପାନୀୟ ଜଳ ଟିକକ ପାଇଁ ଜିଲାବାସୀ ହାହାକାର ହେଉଛନ୍ତି । ଧର୍ମଶାଳା ବ୍ଳକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ଅଧୀନ ବାଲିକୁଦିଆ ବ୍ରାହ୍ମଣୀ ନଦୀ କୂଳରେ ୫ଏକର ବିଶିଷ୍ଟ ସରକାରୀ ଜମି ଉପରେ ୧୫୬ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ଏହି ପ୍ରକଳ୍ପରୁ ଧର୍ମଶାଳା ବ୍ଲକର ୪୫ ଟି ପଞ୍ଚାୟତବାସୀ ଉପକୃତ ହେବେ ବୋଲି ଆଶା ରଖିଛନ୍ତି। ପାଇପ୍‌ ଯୋଗେ ସମସ୍ତ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସ୍ଥିର କରିଥିବା ବେଳେ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରାୟ ପ୍ରତି ଗ୍ରାମର ରାସ୍ତା ପାର୍ଶ୍ୱ ଓ ଗାଁ ବିଭିନ୍ନ ଛକର କଂକ୍ରିଟ ରାସ୍ତାଗୁଡିକୁ ମେଶିନ ଯୋଗେ ତାଡି ଛିନଭିନ୍‌ କରି ଦିଆଯାଉଛି। ଫଳରେ ରାସ୍ତା ପାର୍ଶ୍ୱରୁ ମାଟି ଓ କଂକ୍ରିଟ ଉଠି ଯିବା ସହ ବହୁ ସ୍ଥାନରେ ରାସ୍ତା ଖାଲ ଖମା ସୃଷ୍ଟି ହୋଇଛି । ତେବେ ପାନୀୟ ଜଳ ଭଳି ମୌଳିକ ସୁବିଧା ହେଉଥିବାରୁ ଅଞ୍ଚଳବାସୀ ଏହି ସମସ୍ୟାକୁ ନଜର ଅନ୍ଦାଜ କରିଛନ୍ତି। କିନ୍ତୁ ୨୦୧୯ ରୁ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ୨୦୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ହେଲେ ଏଯାଏ ୫୦ ପ୍ରତିଶତ କାମ ବି ସରି ନ ଥିବା କୁହାଯାଉଛି। ଏ ସଂକ୍ରାନ୍ତରେ ଆରଡବ୍ଲୁଏସ୍‌ଏସ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ କୁଳମଣି ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି, ରାସ୍ତାରେ ପାଇପ୍‌ ବିଛା କାମ ବିଳମ୍ବ ହେଉଛି । ୨୦୨୩ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ ହୋଇଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?