ମାଣ୍ଡିଆ ଚାଷ କରି ଏସ୍‌ଏଚ୍‌ଜି ସ୍ବାବଲମ୍ବୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୧ା୧: କନ୍ଧମାଳ ଜିଲା ଫିରିଙ୍ଗିଆ ପଞ୍ଚାୟତ ସିଟିକାପଟି ଗାଁର ଧରଣୀ ପେନୁ ଓ ଅମ୍ବିକା ସ୍ବୟଂ ସହାୟିକା ଗୋଷ୍ଠୀର ୨୦ଜଣ ସଦସ୍ୟା ମାଣ୍ଡିଆ ଚାଷ କରି ଆର୍ଥତ୍କ ସ୍ବାବଲମ୍ବୀ ହୋଇଛନ୍ତି। ଏହି ଦୁଇ ସ୍ବୟଂ ସହାୟିକା ଗୋଷ୍ଠୀ ପୂର୍ବରୁ ପରିବା ଚାଷ କରି ଭଲ ରୋଜଗାର କରୁଥିଲୋ ବର୍ତ୍ତମାନ ପୁଣି ଗାଁରେ ୧୦ ଏକର ଜାଗାରେ ମାଣ୍ଡିଆ ଚାଷ କରି ସଫଳତାର ସହ ଏବେ ଅମଳ କରୁଛନ୍ତି।

ଦୁଇ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ୧୦ ଏକର ଜମିରେ ୬କେଜି ମାଣ୍ଡିଆ ବିହନ ନେଇ ଚାଷ କରିଥିଲେ । ସେମାନଙ୍କ ପରିବାରର ପୁରୁଷମାନେ ଏଥିପାଇଁ ଉତ୍ସାହିତ କରିବା ସହ କାମରେ ମଧ୍ୟ ସହଯୋଗ କରିଥିବା କହିଛନ୍ତି ଧରଣୀ ପେନୁ ସ୍ବୟଂ ସହାୟିକା ଗୋଷ୍ଠୀ ସଭାପତି ମଲି କହଁର ଓ ଅମ୍ବିକା ସ୍ବୟଂ ସହାୟିକା ଗୋଷ୍ଠୀ ସଭାପତି ସୀତା କହଁର । ଚଳିତବର୍ଷ ଭଲ ମାଣ୍ଡିଆ ଚାଷ ହୋଇଥିବାରୁ ଅଧିକ ରୋଜଗାର ହେବା ଆଶା ଅଛି ବୋଲି ଧରଣୀ ପେନୁ ଗୋଷ୍ଠୀର ସମ୍ପାଦିକା କୁମାରୀ କହଁର କହିଛନ୍ତି। ଫିରିଙ୍ଗିଆ ବ୍ଲକରେ ଖାଲ ଢିପ ଏବଂ ପାହାଡିଆ ଅଞ୍ଚଳ ରହିଛି । ଚାଷ ପାଇଁ ପାଣି ବ୍ୟବସ୍ଥା ନ ଥିବାରୁ ମାଣ୍ଡିଆ ଚାଷ ପାଇଁ ଏହା ଉପଯୋଗୀ ହୋଇପାରିବ ବୋଲି ଆଶା କରାଯାଉଛି । ଗତବର୍ଷ ମିଲେଟ ମିଶନ ସ୍ବୟଂ ସହାୟିକା ଗୋଷ୍ଠୀକୁ ବିଭିନ୍ନ ତାଲିମ ପ୍ରଦାନ କରିବା ସହ ମାଣ୍ଡିଆ ବିହନ ଯୋଗାଇ ଦେଇଥିଲା । ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତଙ୍କ ଉଦ୍ୟମରେ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଫୁଲ ଚାଷ, ଷ୍ଟବେରୀ, ଡ୍ରାଗନ୍‌ ଫ୍ରୁଟ ଭଳି ଚାଷ କରିବାକୁ ପ୍ରୟାସ ଜାରି ରହିଛି । ଆଗାମୀ ଦିନରେ ଏହି ଦୁଇ ସ୍ବୟଂ ସହାୟିକା େଗାଷ୍ଠୀ ଏସବୁ ଚାଷ କରି ଅଧିକ ରୋଜଗାର କରିବାକୁ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

କାହିଁକି ଆତ୍ମହତ୍ୟା କଲେ IIC: ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ ସିପି

କଟକ, ୪।୭ (ପ୍ରଭୁକଲ୍ୟାଣ ପାଲ): ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି।…

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି: ନଦୀ ତଟବର୍ତ୍ତିି ଗ୍ରାମକୁ ସତର୍କ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଶନିବାର ଠାରୁ  ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

ଖୋଲିଲା ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍: ନିଷ୍କାସିତ ହେଲା ବର୍ଷାଜଳ

ଲମତାପୁଟ, ୪।୭: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଶନିବାର ଚଳିତ ବର୍ଷ ପ୍ରଥମ ଥର ପାଇଁ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ହୋଇପାରୁନି ସରକାର-ଡାକ୍ତରଙ୍କ ସହ ବୁଝାମଣା: ୪ PHC ସମ୍ପୂର୍ଣ୍ଣ ଠପ୍‌, CHC ଭରସା ମାତ୍ର ଜଣେ ଡାକ୍ତର

ଜଗନ୍ନାଥ ପ୍ରସାଦ ,୪।୭(ବିଭୁ ପ୍ରସାଦ ପଟ୍ଟନାୟକ): ରାଜ୍ୟରେ ସରକାର ଏବଂ ଆନ୍ଦୋଳନରତ ଡାକ୍ତରମାନଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri