ସ୍ଲରି ପାଇପ୍‌ ଲାଇନ ଟ୍ରେଞ୍ଚ୍‌ ସାଜିଛି ବିପଦ

କେନ୍ଦୁଝର,୧୨ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ମୃତ୍ୟୁ ଚିନ୍ତାଜନକ ହୋଇଛି। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବହୁବିଦ୍ଧ ପଦକ୍ଷେପ ଗ୍ରହଣ କରାଯାଉଛି। ହାତୀମାନଙ୍କ ସୁରକ୍ଷିତ ଯାତାୟାତ ପାଇଁ ବିଭିନ୍ନ ସ୍ଥାନରେ ହାତୀ ଚଲାପଥ ଚିହ୍ନଟ କରାଯାଇଛି। ଉକ୍ତ ସ୍ଥାନଗୁଡ଼ିକରେ ସତର୍କତା ସୂଚନା ଫଳକ ମରାଯାଇଛି। ଏଥିସହ ଅନେକ ସ୍ଥାନରେ ହାତୀ ଯାତାୟାତ ନିମନ୍ତେ ଅଣ୍ଡରପାସ୍‌ ନିର୍ମାଣ କରାଯାଇଛି। ମାତ୍ର ପାରାଦୀପକୁ ଖଣିଗୁଡ଼ିକରୁ ମାଲ ପରିବହନ ନିମନ୍ତେ ବିଛା ଯାଉଥିବା ସ୍ଲରି ପାଇପ୍‌ ଲାଇନ୍‌ ପାଇଁ ଖୋଳାଯାଇଥିବା ଟ୍ରେଞ୍ଚ ହାତୀଙ୍କ ପାଇଁ ବିପଦ ସାଜିଛି। ଫଳରେ ହାତୀ ଅସୁରକ୍ଷିତ ଭାବେ ଯାତାୟାତ କରିବା ସହ ଜନବସତି ମୁହଁା ହେଉଛନ୍ତି।

ପ୍ରକାଶଯୋଗ୍ୟ, ଏନ୍‌ଏଚ୍‌ ୨୦ ସଦର ରେଞ୍ଜ ବଡ଼ପଶି ନିକଟ ବିଭିନ୍ନ ସ୍ଥାନରେ ହାତୀ ଗୋଟିଏ ପାଖ ଜଙ୍ଗଲରୁ ଅନ୍ୟ ପାଖକୁ ଯିବା ଆସିବା କରନ୍ତି। ସେସବୁ ସ୍ଥାନରେ ହାତୀପଲ ସୁରକ୍ଷିତ ଯାତାୟାତ ପାଇଁ ବନ ବିଭାଗ ଏକ ପୋଷ୍ଟ ନିର୍ମାଣ କରି କର୍ମଚାରୀ ମୁତୟନ କରିଛି। ହାତୀ ଯାତାୟାତ ନିମନ୍ତେ ଅଣ୍ଡରପାସ୍‌ ମଧ୍ୟ ନିର୍ମାଣ କରାଯାଇଛି। ଏବେ ଏନ୍‌ଏଚ୍‌ ୨୦ କଡ଼ରେ ଜଙ୍ଗଲ ମଧ୍ୟରେ ଦୀର୍ଘ କି.ମି. ବ୍ୟାପୀ ସ୍ଲରି ପାଇପ ଲାଇନ ପାଇଁ ବଡ଼ ବଡ଼ ଟ୍ରେଞ୍ଚ ଖୋଳାଯାଇ ଖୋଲା ଛାଡ଼ି ଦିଆଯାଇଛି। ଫଳରେ ହାତୀପଲ ପାଇଁ ବିପଦ ସୃଷ୍ଟି କରିଛି। ଉକ୍ତ ସ୍ଥାନରେ ଜଙ୍ଗଲ ନଷ୍ଟ କରି ସ୍ଲରି ପାଇପ ବିଛାଯାଉଥିବା ନେଇ ଖବର ପ୍ରକାଶ ପରେ ବନ ବିଭାଗ କାମ ବନ୍ଦ କରିଦେଇଛି। ଫଳରେ କାମ କରୁଥିବା ସଂସ୍ଥା ଉକ୍ତ ସ୍ଥାନରେ ହାତୀ ଚଲାପଥ ଥିବା ଜାଣି ସତ୍ତ୍ୱେ ବିନା ସୁରକ୍ଷା ବ୍ୟବସ୍ଥାରେ ଖୋଳାଯାଇଥିବା ଟ୍ରେଞ୍ଚକୁ ମୁକୁଳା ଛାଡ଼ି ପଳାଇଛି। ଟ୍ରେଞ୍ଚ୍‌ ଖୋଳାଯାଇଥିବାରୁ ହାତୀପଲ ଜନବସତି ମୁହଁା ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇବା ସମ୍ଭାବନା ସୃଷ୍ଟି ହେଉଛି ବୋଲି ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି। ସେହିପରି ଅଣ୍ଡରପାସ୍‌ ନିକଟରେ ମଧ୍ୟ ପାଇପ ବିଛା କାମ ଚାଲିଥିବାରୁ ହାତୀ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଉକ୍ତ ଟ୍ରେଞ୍ଚରେ ହାତୀ ପଡ଼ିବାର ଆଶଙ୍କା ଥିବାରୁ ଏହାକୁ ନେଇ ପରିବେଶବିତ୍‌ ଘୋର ଚିନ୍ତା ବ୍ୟକ୍ତ କରିଛନ୍ତି। ଏନେଇ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ରେଞ୍ଜ ଅଧିକାରୀ ବିଜୟ ମହାନ୍ତ କହିଛନ୍ତି, ପାଇପ ବିଛା କାମ ବନ୍ଦ ରହିଛି। ତେବେ ହାତୀ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କରିବାକୁ କାମ କରୁଥିବା ସଂସ୍ଥାକୁ କୁହାଯାଇଛି। ନଚେତ୍‌ ଅଘଟଣ ଘଟିଲେ ସେମାନେ ଦାୟୀ ରହିବେ ବୋଲି ମହାନ୍ତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri