ସ୍ଲରି ପାଇପ୍‌ ଲାଇନ ଟ୍ରେଞ୍ଚ୍‌ ସାଜିଛି ବିପଦ

କେନ୍ଦୁଝର,୧୨ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ମୃତ୍ୟୁ ଚିନ୍ତାଜନକ ହୋଇଛି। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବହୁବିଦ୍ଧ ପଦକ୍ଷେପ ଗ୍ରହଣ କରାଯାଉଛି। ହାତୀମାନଙ୍କ ସୁରକ୍ଷିତ ଯାତାୟାତ ପାଇଁ ବିଭିନ୍ନ ସ୍ଥାନରେ ହାତୀ ଚଲାପଥ ଚିହ୍ନଟ କରାଯାଇଛି। ଉକ୍ତ ସ୍ଥାନଗୁଡ଼ିକରେ ସତର୍କତା ସୂଚନା ଫଳକ ମରାଯାଇଛି। ଏଥିସହ ଅନେକ ସ୍ଥାନରେ ହାତୀ ଯାତାୟାତ ନିମନ୍ତେ ଅଣ୍ଡରପାସ୍‌ ନିର୍ମାଣ କରାଯାଇଛି। ମାତ୍ର ପାରାଦୀପକୁ ଖଣିଗୁଡ଼ିକରୁ ମାଲ ପରିବହନ ନିମନ୍ତେ ବିଛା ଯାଉଥିବା ସ୍ଲରି ପାଇପ୍‌ ଲାଇନ୍‌ ପାଇଁ ଖୋଳାଯାଇଥିବା ଟ୍ରେଞ୍ଚ ହାତୀଙ୍କ ପାଇଁ ବିପଦ ସାଜିଛି। ଫଳରେ ହାତୀ ଅସୁରକ୍ଷିତ ଭାବେ ଯାତାୟାତ କରିବା ସହ ଜନବସତି ମୁହଁା ହେଉଛନ୍ତି।

ପ୍ରକାଶଯୋଗ୍ୟ, ଏନ୍‌ଏଚ୍‌ ୨୦ ସଦର ରେଞ୍ଜ ବଡ଼ପଶି ନିକଟ ବିଭିନ୍ନ ସ୍ଥାନରେ ହାତୀ ଗୋଟିଏ ପାଖ ଜଙ୍ଗଲରୁ ଅନ୍ୟ ପାଖକୁ ଯିବା ଆସିବା କରନ୍ତି। ସେସବୁ ସ୍ଥାନରେ ହାତୀପଲ ସୁରକ୍ଷିତ ଯାତାୟାତ ପାଇଁ ବନ ବିଭାଗ ଏକ ପୋଷ୍ଟ ନିର୍ମାଣ କରି କର୍ମଚାରୀ ମୁତୟନ କରିଛି। ହାତୀ ଯାତାୟାତ ନିମନ୍ତେ ଅଣ୍ଡରପାସ୍‌ ମଧ୍ୟ ନିର୍ମାଣ କରାଯାଇଛି। ଏବେ ଏନ୍‌ଏଚ୍‌ ୨୦ କଡ଼ରେ ଜଙ୍ଗଲ ମଧ୍ୟରେ ଦୀର୍ଘ କି.ମି. ବ୍ୟାପୀ ସ୍ଲରି ପାଇପ ଲାଇନ ପାଇଁ ବଡ଼ ବଡ଼ ଟ୍ରେଞ୍ଚ ଖୋଳାଯାଇ ଖୋଲା ଛାଡ଼ି ଦିଆଯାଇଛି। ଫଳରେ ହାତୀପଲ ପାଇଁ ବିପଦ ସୃଷ୍ଟି କରିଛି। ଉକ୍ତ ସ୍ଥାନରେ ଜଙ୍ଗଲ ନଷ୍ଟ କରି ସ୍ଲରି ପାଇପ ବିଛାଯାଉଥିବା ନେଇ ଖବର ପ୍ରକାଶ ପରେ ବନ ବିଭାଗ କାମ ବନ୍ଦ କରିଦେଇଛି। ଫଳରେ କାମ କରୁଥିବା ସଂସ୍ଥା ଉକ୍ତ ସ୍ଥାନରେ ହାତୀ ଚଲାପଥ ଥିବା ଜାଣି ସତ୍ତ୍ୱେ ବିନା ସୁରକ୍ଷା ବ୍ୟବସ୍ଥାରେ ଖୋଳାଯାଇଥିବା ଟ୍ରେଞ୍ଚକୁ ମୁକୁଳା ଛାଡ଼ି ପଳାଇଛି। ଟ୍ରେଞ୍ଚ୍‌ ଖୋଳାଯାଇଥିବାରୁ ହାତୀପଲ ଜନବସତି ମୁହଁା ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇବା ସମ୍ଭାବନା ସୃଷ୍ଟି ହେଉଛି ବୋଲି ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି। ସେହିପରି ଅଣ୍ଡରପାସ୍‌ ନିକଟରେ ମଧ୍ୟ ପାଇପ ବିଛା କାମ ଚାଲିଥିବାରୁ ହାତୀ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଉକ୍ତ ଟ୍ରେଞ୍ଚରେ ହାତୀ ପଡ଼ିବାର ଆଶଙ୍କା ଥିବାରୁ ଏହାକୁ ନେଇ ପରିବେଶବିତ୍‌ ଘୋର ଚିନ୍ତା ବ୍ୟକ୍ତ କରିଛନ୍ତି। ଏନେଇ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ରେଞ୍ଜ ଅଧିକାରୀ ବିଜୟ ମହାନ୍ତ କହିଛନ୍ତି, ପାଇପ ବିଛା କାମ ବନ୍ଦ ରହିଛି। ତେବେ ହାତୀ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କରିବାକୁ କାମ କରୁଥିବା ସଂସ୍ଥାକୁ କୁହାଯାଇଛି। ନଚେତ୍‌ ଅଘଟଣ ଘଟିଲେ ସେମାନେ ଦାୟୀ ରହିବେ ବୋଲି ମହାନ୍ତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?