ଆମ ଜିଲା ଖବର

ଲୋକଙ୍କ କାମରେ ଲାଗୁନି ବିଜୁ ସେତୁ

ଯାଜପୁର ଅଫିସ,୪।୧୨: ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ଜନକଲ୍ୟାଣକାରୀ ‘ବିଜୁ ସେତୁ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ କେତେକ ସ୍ଥାନରେ ବିଜୁ ସେତୁ ନିର୍ମାଣ ହୋଇସାରିଛି। କିନ୍ତୁ ସେତୁ ପାଇଁ ଆପ୍ରୋଚ୍‌ ରୋଡ୍‌ ହୋଇପାରୁ ନ…

ଖୋଲା ଆକାଶ ତଳେ ୯ ପରିବାର

ମହାକାଳପଡ଼ା,୪।୧୨ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବିଜୟନଗର (ଶାସନପଡ଼ା) ଠାରେ ୯ ପରିବାର ଦୀର୍ଘବର୍ଷ ହେବ ଗୋଚର ଜମିକୁ ଜବରଦଖଲ କରି ସ୍ଥାୟୀ ବାସଗୃହ ନିର୍ମାଣ କରି ବସବାସ କରୁଥିଲେ। ଏ ନେଇ ଶାସନପଡ଼ାର କେତେଜଣ ଲୋକ ହାଇକୋର୍ଟରେ…

ସ୍ବପ୍ନରେ ସୀମିତ ୮୭୫ ଏକରରେ ବିଦ୍ୟୁତ୍‌ ପ୍ଲାଣ୍ଟ

କେନ୍ଦ୍ରାପଡ଼ା ଅଫିସ, ୪।୧୨: ଭୁବନେଶ୍ୱରସ୍ଥ ଜନତା ମଇଦାନରେ ମେକ୍‌ଇନ ଓଡ଼ିଶା କନକ୍ଲେଭ ୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଚାଲିଛି। ଏହି କନ୍‌କେଲଭରେ ଅଦ୍ୟାବଧି କେନ୍ଦ୍ରାପଡ଼ା ଜିଲାର ଆର୍ଥିକ ଭିତ୍ତିଭୂମି ସୁଦୃଢ଼ ପାଇଁ କୌଣସି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇନାହିଁ। ଯାହା…

ବାଲେଶ୍ୱରରେ ପାଗଳା କୁକୁର ଆତଙ୍କ: ଆକ୍ରମଣରେ ୨୨ ଆହତ

ବାଲେଶ୍ୱର ଅଫିସ, ୪।୧୨: ବାଲେଶ୍ୱର ସହରରେ ଶନିବାର ସକାଳେ ଏକ ପାଗଳ କୁକୁର ଆତଙ୍କ ଖେଳାଇଥିଲା। ମର୍ଣ୍ଣିଂଓ୍ବାକ କରୁଥିବା ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡିଲା। ଆକ୍ରମଣରେ ୨୨ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…

ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ

ସମ୍ବଲପୁର,୪।୧୨(ବ୍ୟୁରୋ): ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଦେଖିବାକୁ ମିଳିଛି। ଗତ ୧ତାରିଖରେ ପର୍ଯ୍ୟଟକ ଓ ବନ ବିଭାଗ କର୍ମଚାରୀ କରିଥିବା ଭିଡିଓ ଏବେ ଭାଇରାଲ ହୋଇଛି। ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ ଅଭୟାରଣ୍ୟରେ ମହାବଳ ବାଘ ଥିବା ନେଇ…

ବାହାର ନେତା ନିର୍ବାଚନମଣ୍ଡଳୀ ଛାଡ଼ନ୍ତୁ

ପଦ୍ମପୁର,୪।୧୨(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ୍‌ଗ୍ରହଣ ହେବ। ଏହାକୁ ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ମତଦାନର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଶନିବାର ଅପରାହ୍ନ ୪ଟାରୁ ପ୍ରଚାର ଶେଷ ହୋଇଛି। ପଦ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବରଗଡ଼…

ମଧ୍ୟାହ୍ନଭୋଜନ ବନ୍ଦକୁ ନେଇ ସ୍କୁଲରେ ତାଲା

ବଡ଼ସାହି,୪।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦେଉଳିଆ ଗ୍ରାମ ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ବନ୍ଦକୁ ନେଇ ଅସନ୍ତୋଷ ଦେଖାଦେଇଛି। ଶନିବାର ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ପ୍ରକାଶ ଯେ, ଶୁକ୍ରବାର ସ୍କୁଲରେ ଛାତ୍ରୀଛାତ୍ରଙ୍କୁ…

ଚର୍ଚ୍ଚ ଅଫ୍‌ ଗଡ୍‌ରେ ଝରଣାଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ ଅଫିସ,୪।୧୨: ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ କଟକ ଗୋରାକବର ନିକଟସ୍ଥ ଚର୍ଚ୍ଚ ଅଫ୍‌ ଗଡ୍‌ ପରିସରରେ ଶନିବାର ସମ୍ପନ୍ନ ହୋଇଛି। ଅପରାହ୍ନ ୨ଟାରେ କଟକ ଚଣ୍ଡୀଛକସ୍ଥିତ ବାସଭବନରୁ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଶୈଳବାଳା ମହିଳା…

ଶ୍ରୀମନ୍ଦିରର ଡ୍ରୋନ୍‌ ଭିଡିଓ ଭାଇରାଲ

ପୁରୀ ଅଫିସ,୪।୧୨: ଶ୍ରୀମନ୍ଦିରର ଭିଡିଓ ପୁଣିଥରେ ଭାଇରାଲ ହୋଇଛି। ଏଥର କିନ୍ତୁ ଭିଡିଓଟି ମନ୍ଦିର ଭିତରର ହୋଇ ନ ଥିବାବେଳେ ସମ୍ପୂର୍ଣ୍ଣ ମନ୍ଦିରର ଚିତ୍ର ଆକାଶରୁ ଡ୍ରୋନ ଦ୍ୱାରା ଉଠାଯାଇ ଭାଇରାଲ କରାଯାଇଛି, ଯାହାକୁ ନେଇ ଅଗଣିତ ଜଗନ୍ନାଥ ପ୍ରେମୀ ଓ…

ଦେଢ଼ କୋଟିରୁ ଊର୍ଦ୍ଧ୍ୱ ହଡ଼ପ: ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗିରଫ

ରଘୁନାଥପୁର,୪।୧୨(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ୧ କୋଟି ୬୨ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ନେଇ ସେପ୍ଟେମ୍ବର ୫ରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ନଭେମ୍ବର ୩୦ରେ ଅବସର…

ଜିଲାପାଳଙ୍କ ଅଫିସ୍‌ ଫାଟକରେ ତାଲା ପକାଇ ପଳାଇଲେ ଯୁବକ

ବାଲେଶ୍ୱର ଅଫିସ, ୪।୧୨: ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ର ଦୁଇଟିଯାକ ମୁଖ୍ୟ ଫାଟକରେ ଜଣେ ଯୁବକ ଶନିବାର ଅପରାହ୍ନ ୨ଟାରେ ହଠାତ୍‌ ତାଲା ପକାଇଦେଇଥିଲେ। ଲୋକମାନେ ତାହା ଦେଖିଥିଲେ ମଧ୍ୟ କିଛି ବୁଝିବା ପୂର୍ବରୁ ସେ ସେଠାରୁ ପଳାଇଯାଇଥିଲେ। ଲୋକେ ତାଙ୍କୁ ଅଟକାଇ…

ଓଟିଏମ୍‌କୁ ନିଜ ଅକ୍ତିଆରକୁ ନେଲେ ସରକାର

ମଙ୍ଗୁଳି-ଜଗତପୁର/ଚୌଦ୍ୱାର, ୪।୧୨(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଷ୍ଟାଇଲ ମିଲ୍‌ସ(ଓଟିଏମ୍‌) ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟ ଆସନ୍ତା ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେବା ପାଇଁ ଶୁକ୍ରବାର ନିର୍ଦ୍ଦେଶ ଦେଇଥିଲେ। ତେବେ ୨୪ଘଣ୍ଟା ନ ପୂରୁଣୁ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?