ଡମପଡ଼ା-ଚନ୍ଦକା ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା: ୩୧ ପ୍ରଜାତିର ୧୯,୧୦୯ ବିଦେଶୀ ପକ୍ଷୀ ଚିହ୍ନଟ

ବାଙ୍କୀ,୧୨ା୧(ସ୍ବ.ପ୍ର.): ଡମପଡ଼ା, ଚନ୍ଦକା ବନ ବିଭାଗ ପକ୍ଷରୁ ବୁଧବାର ବାଙ୍କୀ-ଡମପଡ଼ା ରେଞ୍ଜର ଜାରିଆପାଟ, ପାଥପୁର, ଅରାଚଣ୍ଡୀ ପାଟ ଓ ମହାନଦୀ ଭଳି ୨୭ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟରେ ବନ ବିଭାଗ ପକ୍ଷରୁ ୧୨ଟି ୟୁନିଟ୍‌ରେ ଅଧିକାରୀ ଓ ବିଶେଷଜ୍ଞମାନେ ବିଭକ୍ତ ହୋଇ ପକ୍ଷୀ ଗଣନା ସମ୍ପନ୍ନ ହୋଇଥିବା ଚନ୍ଦକା ବନ ବିଭାଗର ଏସିିଏଫ୍‌ ସଂଗ୍ରାମ କେଶରୀ ମହାନ୍ତି କହିଛନ୍ତି। ବିଶେଷଜ୍ଞମାନେ ପକ୍ଷୀ ଗଣନା ସମୟରେ ୩୧ଟି ପ୍ରଜାତିର ୧୯,୧୦୯ ବିଦେଶୀ ପକ୍ଷୀ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ୫ଟି ନୂଆ ପ୍ରଜାତିର ବିଦେଶୀ ପକ୍ଷୀ ଗଣନା ସମୟରେ ଚିହ୍ନଟ କରାଯାଇଥିବା ବିଶେଷଜ୍ଞମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗଣନାରେ ଅବୈତନିକ ଜଙ୍ଗଲ ୱାଡେନ୍‌, ଜଙ୍ଗଲ କର୍ମଚାରୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ଛାତ୍ର, ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, କୃଷି ମହାବିଦ୍ୟାଳୟ, ସ୍ବେଚ୍ଛାସେବୀମାନେ ଏହି ଗଣନା କାର୍ଯ୍ୟରେ ଭାଗ ନେଇଥିଲେ ବୋଲି ଡିଭିଜନାଲ୍‌ ଫରେଷ୍ଟ ଅଫିସର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନ, କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

ସକାଳୁ ସକାଳୁ ପୋଖରୀରେ ଭାସୁଛି କ୍ଷୁଦ୍ର ଜଳସେଚନ ବିଭଗ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୁରୁଣା ପଡାସ୍ଥିତ ସାନବନ୍ଧରୁ ରବିବାର ସକାଳୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ସର୍ବ ଭାରତୀୟ ସ୍ତର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ବନ୍ଦ ଡାକରା : ୨୦ରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ

ଦେବଗଡ଼,୧୭।୫ (ଶଶାଙ୍କ ଶେଖର ଝାଙ୍କର): ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରେ ଦେବଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri