ତଟବନ୍ଧ ସୁରକ୍ଷା ନେଇ ଜିଲାପାଳଙ୍କୁ ଭର୍ତ୍ସନା

କେନ୍ଦ୍ରାପଡ଼ା ଅଫିସ, ୧୨ା୧: ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ ରେଳପଥରେ ମହାନଦୀ ଓ ବ୍ରାହ୍ମଣୀ ତଟର ଲଘୁ ଖଣିଜ ସମ୍ପଦ ବିନିଯୋଗ ବିରୋଧରେ ହୋଇଥିବା ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମାମଲାର ଶୁଣାଣୀ ଗତ ୯ ତାରିଖରେ ହୋଇଛି। କେନ୍ଦ୍ରାପଡ଼ା ଜିଲାପାଳ ଗତ ୬ ତାରିଖ ଓ ୨୦୨୨ ସେପ୍ଟେମ୍ବର ୨୨ରେ ପ୍ରଦାନ କରିଥିବା ସତ୍ୟପାଠରେ ସାଟେଲାଇଟ ସର୍ଭିଲାନ୍ସ ସହିତ ସିସିଟିଭି ଲଗାଇବା ସମ୍ପର୍କରେ ନୀରବ ରହିଥିବାରୁ ଜଷ୍ଟିସ ବି. ଅମିତ ସ୍ଥଳେକର ଓ ବିଶେଷଜ୍ଞ ସଭ୍ୟ ପ୍ରଫେସର ଏ. ସେନ୍ଥିଲ ଭେଲ ବିରକ୍ତ ପ୍ରକାଶ କରିଛନ୍ତି। ୨୦୨୧ ନଭେମ୍ବର ୧୮ରେ ପ୍ରଦାନ କରାଯାଇଥିବା ରାୟକୁ ଜିଲାପାଳ ବୁଝି ନ ଥିବା ଅଥବା ଜାଣିଶୁଣି ଏହାକୁ କାର୍ଯ୍ୟକାରୀ କରୁ ନ ଥିବା ଦର୍ଶାଇଛନ୍ତି। ଏଥିସହିତ ଆସନ୍ତା ଫେବୃୟାରୀ ୩ ସୁଦ୍ଧା ନିର୍ଦ୍ଦେଶନାମାକୁ କାର୍ଯ୍ୟାକାରୀ କରିବା ପାଇଁ ସମୟ ଦେଇଛନ୍ତି। ସେହି ନିର୍ଦ୍ଦେଶନାମାରେ ନଦୀତଟର ସୁରକ୍ଷା ପାଇଁ ସାଟେଲାଇଟ ସର୍ଭିଲାନ୍ସ ସହ ଆବଶ୍ୟକ ପଡିଲେ ସିସିଟିଭି ଲଗାଇବାକୁ ଏନ୍‌ଜିଟି ରାୟରେ ଉଲ୍ଲେଖ ଅଛି । ସେହିପରି ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ମାର୍ଶାଘାଇ, ଡେରାବିଶ ଓ କେନ୍ଦ୍ରାପଡ଼ା ତହସିଲ ଅଧୀନରେ ଲଘୁ ଖଣିଜ ସମ୍ପଦ ଲୁଟ୍‌ର କ୍ଷତି ଭରଣା ବାବଦ ୨,୫୫,୧୧,୬୩୨ ଟଙ୍କା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ କରିବାକୁ ଏହି ରାୟରେ ଉଲ୍ଲେଖ ହୋଇଥିଲା ।

ହରିଦାସପୁର ପାରାଦୀପ ରେଳପଥ ମୋଟ ୮୨ କିଲୋମିଟର ଲମ୍ବ। ଏହାର ନିର୍ମାଣ ସମୟରେ କେନ୍ଦ୍ରାପଡ଼ା ଜିଲାର ୪ ତହସିଲ ଅନ୍ତର୍ଗତ ୪୦ କିଲୋମିଟର ଲମ୍ବର ମହାନଦୀ ଓ ବ୍ରାହ୍ମଣୀ ତଟାଞ୍ଚଳରୁ ବାଲି, ମାଟି ଓ ଗୋଡି ନିର୍ମାଣକାରୀ ସଂସ୍ଥା ରେଳ ବିକାଶ ନିଗମ ଲିମିଟେଡ ଉଠାଇଥିଲେ । ଏହାକୁ ବିରୋଧକରି କେନ୍ଦୁଝରର ଶଶୀଭୂଷଣ ବେହେରା, କେନ୍ଦ୍ରାପଡ଼ା ଜିଲାର ଅଶେଷ କୁମାର ଖଟୁଆ, ଆଳୟ ସାମନ୍ତରାୟ ଓ ପ୍ରତାପ କୁମାର ମହାନ୍ତି ଏନ୍‌ଜିଟିରେ ୨୦୧୮ ଡିସେମ୍ବର ୧୨ରେ ମାମଲା (ନଂ.୫୫/୧୮) କରିଥିଲେ । ଏଥିରେ ରାଜ୍ୟ ସରକାର, କେନ୍ଦ୍ରାପଡ଼ା ଜିଲାପାଳ, ଆରଭିଏନ୍‌ଏଲ୍‌ର ମୁଖ୍ୟ ପ୍ରକଳ୍ପ ପରିଚାଳକଙ୍କ ସମେତ ମୋଟ ୧୨ ପ୍ରତିପକ୍ଷ ଅଛନ୍ତି  ଏନ୍‌ଜିଟିର ଶୁଣାଣୀ ସମୟରେ ବିଭିନ୍ନ ସମୟରେ ଏହି ମାମଲା ପାଇଁ ତଦନ୍ତ ହୋଇଛି । ଏପରିକି ଟ୍ରିବ୍ୟୁନାଲର ନିର୍ଦ୍ଦେଶକ୍ରମେ ରାଉରକେଲାସ୍ଥ ଏନ୍‌ଆଇଟିର ଗୋଟିଏ ଟିମ୍‌ ତଦନ୍ତ କରି ଫେରିଛନ୍ତି। ତଦନ୍ତ ସମୟରେ କେନ୍ଦ୍ରାପଡ଼ା ଜିଲାର ଏହି ୪ ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଲୁଟ୍‌ ହୋଇଥିବା ନେଇ ରିପୋର୍ଟ ଏନ୍‌ଜିଟିକୁ ଦିଆଯାଇଛି। ରିପୋର୍ଟକୁ ଭିତ୍ତି କରି କେନ୍ଦ୍ରାପଡ଼ା ତହସିଲ ଅଞ୍ଚଳର କ୍ଷତିଭରଣା ପାଇଁ ୫୮,୪୮,୫୭୬ ଟଙ୍କା ଜରିମାନା ଦେବାକୁ ନିର୍ଣ୍ଣୟ ନିଆଯାଇଛି । ସେହିପରି ମାର୍ଶାଘାଇ ତହସିଲ ଅଞ୍ଚଳର କ୍ଷତି ପାଇଁ ୫୯,୨୦,୧୯୫ ଟଙ୍କା, ଡେରାବିଶର ୭୧,୦୬,୮୨୬ ଟଙ୍କା, ମହାକାଳପଡ଼ାର ୬୬,୩୬,୦୩୫ ଟଙ୍କା ଏପରି ମୋଟ ୨,୫୫,୧୧,୬୩୨ ଟଙ୍କା ଭରଣା କରିବାକୁ ନିର୍ଦ୍ଦେଶ ହୋଇଛି । ତେବେ ଏହି କ୍ଷତିଭରଣା ଟଙ୍କାକୁ ନେଇ ଆରଭିଏନ୍‌ଏଲ୍‌ ଉଚ୍ଚ ନ୍ୟାୟାଳୟର ଆଶ୍ରା ନେଇଛି । ଅପରପକ୍ଷେ ନଦୀ ତଟାଞ୍ଚଳରୁ କ୍ରମାଗତ ଖଣିଜ ଲଘୁ ସମ୍ପଦ ଚୋରି ନେଇ ଏନ୍‌ଜିଟି ରାୟରେ ଉଦ୍‌ବେଗ ପ୍ରକାଶ କରାଯାଇଛି । ତଟାଞ୍ଚଳର ସୁରକ୍ଷା ପାଇଁ ଖାଲ ସ୍ଥାନକୁ ପୋତିବା, ସଂରକ୍ଷଣ ପାଇଁ ବନୀକରଣ ଓ ଘାସ ବିଛାଇବା ପାଇଁ ଏହି ରାୟରେ ଉଲ୍ଲେଖ କରାଯାଇଛି । ଏହି ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?