ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ନେଇ ଦ୍ୱନ୍ଦ୍ୱ

ପୁରୀ ଅଫିସ, ୧୨।୧: ଶ୍ରୀମନ୍ଦିରରେ ଅସରପା ଓ ମୂଷାଙ୍କ ଉତ୍ପାତ ଯୋଗୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି ହୋଇଥିବା ଆଶଙ୍କା ଦେଖାଦେଇଛି। ଏନେଇ କେତେଜଣ ସେବାୟତ ଅଭିଯୋଗ ଆଣିବା ସହ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗର୍ଭଗୃହରେ ଅନ୍ଧାରର ସୁଯୋଗ ନେଇ ମୂଷାମାନେ ଉତ୍ପାତ କରୁଛନ୍ତି। ସେହିପରି ରତ୍ନଭଣ୍ଡାର ପରିସରରେ ବହୁ ସଂଖ୍ୟକ ମୂଷା ରହିଛନ୍ତି। ଖାଲି ମୂଷା ନୁହେଁ, ଅସରପାଙ୍କ ପ୍ରାଦୁର୍ଭାବ ମଧ୍ୟ ବୃଦ୍ଧି ପାଉଛି। ଯାହାକୁ ନେଇ ସେବାୟତ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ଶ୍ରୀଅଙ୍ଗ ସୁରକ୍ଷିତ କହି ଦୋଷ ଲୁଚାଉଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗୁଥିବା ନାଗନାଗୁଣି ଦଉଡ଼ିିକୁ ମୂଷାମାନେ କାଟି ଦେଇଥିବା ସେବାୟତ କହୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନର ଏପରି ଉତ୍ତର ସବୁରି ମହଲରେ ଅସନ୍ତୋଷ ସୃଷ୍ଟି କରିଛି। କିଏ ସତ ଏବଂ କିଏ ମିଛ କହୁଛନ୍ତି ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ସେବାୟତଙ୍କ କହିବା ଅନୁଯାୟୀ, ଶ୍ରୀମନ୍ଦିର ଗର୍ଭଗୃହରେ ବଡ଼ ବଡ ମୂଷାଙ୍କ ଉତ୍ପାତ ଲାଗିରହିଛି। ଦାରୁଦିଅଁଙ୍କ ଶ୍ରୀମସ୍ତକ ଉପରେ ଲାଗିଥିବା କନକମୁଣ୍ଡି ଚାନ୍ଦୁଆରେ ବହୁ ସଂଖ୍ୟକ ମୂଷା ରହିଛନ୍ତି। ସେପଟେ ମହାପ୍ରଭୁଙ୍କ ରାତ୍ରପହୁଡ଼ ପରେ ଅନ୍ଧାରର ସୁଯୋଗ ନେଇ ମୂଷାମାନେ ଠାକୁରଙ୍କ ବସ୍ତ୍ର ଓ ନାଗନାଗୁଣୀ ଦଉଡ଼ିିକୁ କାଟି ଦେଉଛନ୍ତି। ଏଥିଯୋଗୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଏବେ ସଙ୍କଟରେ ରହୁଛି। ସେପଟେ ପ୍ରତ୍ୟେକ ମାସର କିଛିଦିନ ବ୍ୟବଧାନରେ ମହାପ୍ରଭୁଙ୍କ ବନକଲାଗି ହେଉଥିବାବେଳେ ମୂଷାଙ୍କ ଉତ୍ପାତ ଯୋଗୁ ଶ୍ରୀମୁଖ ପ୍ରତି ବିପଦ ରହୁଥିବା ସେବାୟତ କହିଛନ୍ତି। ତେଣୁ ଖୁବଶୀଘ୍ର ଅଧିକରୁ ଅଧିକ ଯନ୍ତା ବସାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସେବାୟତମାନେ ଅନୁରୋଧ କରିଛନ୍ତି। ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ରତ୍ନଚାନ୍ଦୁଆ ଉପରେ ଅନେକ ମୂଷା ରହୁଛନ୍ତି। ମହାପ୍ରଭୁଙ୍କୁ ଲାଗିହେଉଥିବା ମହାପ୍ରସାଦ ଖାଇ ସେମାନେ ବଂଶବୃଦ୍ଧି କରୁଛନ୍ତି। ଭୋଗ ସବୁ ନଳା ପାଖରେ ଜମାହୋଇ ରହୁଛି। ତାକୁ ମଧ୍ୟ ମୂଷାମାନେ ଖାଉଛନ୍ତି। ପ୍ରଶାସନ ପକ୍ଷରୁ କଳାହାଟ ଦ୍ୱାର ପାଖରେ ଯେଉଁ ଯନ୍ତା ବସାଯାଉଛି ସେଥିରେ ମୂଷା ପ୍ରାୟତଃ ପଡୁନାହାନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଧାନ ଦେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଦାରୁବିଗ୍ରହଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଏବେ ଜଗନ୍ନାଥପ୍ରେମୀଙ୍କ ମନରେ ଅସନ୍ତୋଷ ଭରିଛି। ବଡ଼ସିଂହାର ବେଶ ପରେ ମୂଷାଙ୍କୁ ଆୟତ୍ତ କରିବା ପାଇଁ ବେଳେବେଳେ ପ୍ରଶାସନ ପକ୍ଷରୁ ଯନ୍ତା ବସାଯାଉଥିଲେ ମଧ୍ୟ ତାହା ଯଥେଷ୍ଟ ପଦକ୍ଷେପ ନୁହେଁ ବୋଲି ଭକ୍ତ ମତ ଦେଉଛନ୍ତି। ଶ୍ରୀଅଙ୍ଗ ସୁରକ୍ଷା ପ୍ରତି ପ୍ରାଥମିକତା ଦିଆଯିବା ଉଚିତ ବୋଲି ଭକ୍ତମାନେ ମତ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି, ଗର୍ଭଗୃହ ପରିସରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। କୌଣସି ଅସୁବିଧା ନାହିଁ। ମୂଷା ଓ ଅସରପାଙ୍କ ନିୟନ୍ତ୍ରଣ ତଥା ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଉଛି। ମୁଖ୍ୟତଃ ରଥଯାତ୍ରା ସମୟରେ ଗର୍ଭଗୃହ କାର୍ଯ୍ୟ କରାଯାଉଛି। ସେତେବେଳେ ମୂଷା ଆସିବାକୁ ଥିବା ରାସ୍ତାଗୁଡିକୁ ବନ୍ଦ କରାଯାଇଥାଏ। ସେହିପରିି ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଶ୍ରୀଅଙ୍ଗରେ ଚୂଆ ଚନ୍ଦନ, କର୍ପୂର ଲାଗିକରାଯାଉଛି। ତେଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି କାୈଣସି ବିପଦ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri