ଆମ ଜିଲା ଖବର

ବରଗଡ଼ ଧନୁଯାତ୍ରା: ଗୋପପୁରରେ ଶୁଭଧ୍ବଜା ସ୍ଥାପିତ

ବରଗଡ ଅଫିସ,୩।୧୨: ବରଗଡ଼ ଧନୁଯାତ୍ରା ପାଇଁ ଗୋପପୁରରେ ଶୁଭଧ୍ୱଜା ସ୍ଥାପିତ ହୋଇଛି। ଶୁକ୍ରବାର ଅପରାହ୍ନ ୩ଟାରେ ଅମ୍ବାପାଲିର ଦେବୀ ମାଁ ସମଲେଶ୍ୱରୀଙ୍କଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଗୋପପୁର ଗାଁର ସମସ୍ତ ଛୋଟବଡ଼ ମନ୍ଦିରରେ…

ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ହୋଇଛି ବ୍ୟବସ୍ଥା

ସୁନାବେଡ଼ା/ସେମିଳିଗୁଡ଼ା,୩ା୧୨(ସ୍ବ.ପ୍ର.): ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲା। ସେମିଳିଗୁନା ବ୍ଲକ ଅନ୍ତର୍ଗତ ଦୁଧାରି ପଞ୍ଚାୟତର ପୁଟସିଲ ଓ ଫୁଲବନ୍ଧ ମଧ୍ୟରେ ଥିବା ପର୍ବତ ହେଉଛି ଗିର୍ଲିମାଳି। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଓଡ଼ିଶା ସରକାର ଗତବର୍ଷ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିଲେ।…

ବିଡିଓଙ୍କ ନାଁରେ କୋର୍ଟରେ ମାମଲା ଦାଏର କଲେ ବ୍ଲକ ଅଧ୍ୟକ୍ଷା

ଗୁଣପୁର,୩ା୧୧(ଡି.ଏନ୍‌.ଏ.): ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କ ନାମରେ ବ୍ଲକ ଅଧ୍ୟକ୍ଷା ଝିଲି ଶବର କୋର୍ଟରେ ଶୁକ୍ରବାର ମାମଲା ଦାୟର କରିଛନ୍ତି। ଏ ନେଇ ଗୁଣପୁର ଏସଡିଜେଏମ୍‌ଙ୍କ କୋର୍ଟରେ ୱାନ୍‌ ସିସି ୨୮/୨୨, ଦଫା ୫୦୦, ୫୦୩, ୫୦୬ରେ ମାମଲା ରୁଜୁ ହୋଇଛି।…

ଶିକ୍ଷକଙ୍କ ଲମ୍ବା ଛୁଟି ତଥ୍ୟ ପୁନଃ ମାଗିଲେ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ

ନବରଙ୍ଗପୁର,୩।୧୨(ବି.ପ୍ର.): ନବରଙ୍ଗପୁର ଜିଲାରେ କେତେଜଣ ଶିକ୍ଷକ ଲମ୍ବା ଛୁଟିରେ ତ ଆଉ କେଉଁଠି ନକଲି ସାର୍ଟିଫିକେଟ ଦେଇ ଚାକିରି କରିଛନ୍ତି। ଯାଞ୍ଚ ପରେ ଧରା ପଡିଲେ ଚାକିରିରୁ ବହିଷ୍କୃତ କରାଯାଉଛି। ବହିଷ୍କାର ପୂର୍ବରୁ ନକଲିି ଶିକ୍ଷକଙ୍କୁ ଆଗୁଆ ଜଣାଇଦେବା ଓ ପରେ…

ତତ୍ପରତାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

ଅନୁଗୋଳ ଅଫିସ,୩ା୧୨(ଡି.ଏନ୍‌.ଏ.): ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ଶୁକ୍ରବାର ଅନୁଗୋଳ ଜିଲା ଗସ୍ତରେ ଆସି ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବିଭିନ୍ନ ବିଭାଗର କାର୍ଯ୍ୟାବଳୀ ନିରୀକ୍ଷଣ କରିଥିଲେ। ସରକାରଙ୍କ ଜନହିତକର ଯୋଜନାଗୁଡିକ କିପରି ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇପାରିବ…

ଦାୟିତ୍ୱ ନେଲେ ନାଲ୍‌କୋର ନୂଆ ଇଡି

ବଅଁରପାଳ,୩ା୧୨ (ଡି.ଏନ.ଏ.): ଅନୁଗୋଳ ଜିଲା ନାଲ୍‌କୋର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ନିଯୁକ୍ତି ପାଇଥିବା ଭୀମସେନ ପ୍ରଧାନ ଶୁକ୍ରବାର ସ୍ମେଲଟର ଓ ପାଓ୍ବାର କମ୍ପ୍ଲେକ୍ସଠାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ଏସ୍‌ ଆଣ୍ଡ ପି କମ୍ପ୍ଲେକ୍ସର କର୍ମଚାରୀଗଣ, ସମସ୍ତ…

ସମ୍ବଳ ଅଭାବକୁ ଆଳ

ଢେଙ୍କାନାଳ ଅଫିସ, ୩।୧୨: ‘ଆମର ଯାହା ସମ୍ବଳ ଅଛି, ଆମେ ସେତିକି କରିପାରିବୁ। ଧିରେ ଧିରେ ସବୁ ଅଞ୍ଚଳରେ ତେଲ ପଡ଼ିବ, ଧୂଆଁ ଛଡ଼ାଯିବ। ତରବରିଆ ହେଲେ କିଛି କାମ ହୋଇପାରିବ ନାହିଁ’। ମଶା ଦୌରାତ୍ମ୍ୟରେ କଲବଲ ହେଉଥିବା ଢେଙ୍କାନାଳ ସହରବାସୀଙ୍କ…

ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ପରଲୋକ

ଭୁବନେଶ୍ୱର ବ୍ୟୁରୋ,୩।୧୨: ବରିଷ୍ଠ ଖବରଦାତା ତଥା ଗାନ୍ଧୀବାଦୀ ବୈଷ୍ଣବ ଜେନାଙ୍କ ପରଲୋକ ଘଟିଛି। ଶନିବାର ଭୋରରୁ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ତାଙ୍କ ଘର ଯାଜପୁର ଜିଲା ବରି ବ୍ଳକ ମନ୍ଦାରୀ ପଞ୍ଚାୟତ…

ପଦ୍ମପୁର ଉପନିର୍ବାଚନ: ଆଜି ପ୍ରଚାର ଶେଷ

ପଦ୍ମପୁର,୩।୧୨(ଡି.ଏନ.ଏ.): ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନ ପାଇଁ ଶନିବାର ଶେଷ ପ୍ରଚାର ଥିବା ବେଳେ ରାଜନେତା ନିଜ ନିଜ ପ୍ରାର୍ଥୀଙ୍କ ସହ ପ୍ରଚାରକୁ ଜୋରଦାର କରିଛନ୍ତି। ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଯାତ୍ରୀ ବିଶ୍ରାମାଗାର ପୁନଃ ନିର୍ମାଣ ଦାବି

କୁଜଙ୍ଗ,୩ା୧୨(ଡି.ଏନ୍‌.ଏ.): କୁଜଙ୍ଗ ବଜାରସ୍ଥିତ କଟକ-ପାରାଦୀପ ରାଜ୍ୟ ରାଜପଥ କଡ଼ରେ ଥିବା ଏକ ସ୍ଥାୟୀ ଯାତ୍ରୀ ବିଶ୍ରାମାଗାରକୁ ବ୍ଲକ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇ ଦୋକାନ ଘର ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏନେଇ ଶୁକ୍ରବାର…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ପରେ ବି ରାସ୍ତା ଅବସ୍ଥା ସୁଧୁରୁନି

ପଟ୍ଟାମୁଣ୍ଡାଇ,୩ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଅଳଭା-ଗଣ୍ଡାକିଆ ସାଢେ ୧୦ କିମି ରାସ୍ତା ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ପାଇଁ ରୋଜଗାରର ପଥ ସାଜିଛି। ଏହି ରାସ୍ତା ଜଳସମ୍ପଦ ବିଭାଗ ଅଧୀନରେ ଥିବାବେଳେ ଗୋବରୀ ସମ୍ପ୍ରସାରିତ କେନାଲ…

୨୭ ଦିନ ପରେ ବି କାରଣ ଅସ୍ପଷ୍ଟ

ପାରାଦୀପ,୩ା୧୨(ସ୍ବ.ପ୍ର.): ପାରାଦୀପ ନୂଆବଜାରସ୍ଥିତ ସଞ୍ଜୟ ଗାନ୍ଧୀ ବିଦ୍ୟାଳୟରୁ ଗତ ୫ ରେ ପିଲାଙ୍କ ପାଇଁ ସରକାର ଯୋଗାଇଥିବା ଉପାଦେୟ ବହି (ଉଜ୍ଜ୍ବଳ ଉତ୍‌ଥାନ) ରଦ୍ଦି କାଗଜରେ ବିକ୍ରି ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ବିକ୍ରି କରିଥିତ୍ବା ଅଭିଯୁକ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?