ଉଠୁନି ଅଳିଆ, ବଢୁଛି ମଶାଙ୍କ ପ୍ରାଦୁର୍ଭାବ
ଖୋର୍ଦ୍ଧା ଅଫିସ,୧୮ା୧୨: ଖୋର୍ଦ୍ଧା ସହରର ମୁଖ୍ୟ ସ୍ଥାନଗୁଡ଼ିକୁ ବାଦ୍ ଦେଲେ ସାହି ଗଳିକନ୍ଦିରୁ ଅଳିଆ ହଟୁନି। ଖାଦ୍ୟ ଲାଳସାରେ ଗୋରୁଗାଈ, କୁକୁର ଅଳିଆକୁ ରାସ୍ତାରେ ଖେଳାଇ ଦେଉଛନ୍ତି। କୁଢ଼ କୁଢ଼ ଅଳିଆ ଆବର୍ଜନା ମଧ୍ୟରେ ପୂତିଗନ୍ଧମୟ ପରିବେଶ ମଧ୍ୟରେ ନାକ ଫାଟିପଡୁଛି।…
ବିଗୁଡୁଛି ଗହୀରମଥା ପରିବେଶ: ବନ୍ଦ ହେଉନାହିଁ ହୁଇଲର ଦ୍ୱୀପରୁ ମିଶାଇଲ ପରୀକ୍ଷା
କେନ୍ଦ୍ରାପଡ଼ା ଅଫିସ, ୧୮ା୧୨: ବିଶ୍ୱ ପ୍ରସିଦ୍ଧ ଗହିରମଥା ସାମୁଦ୍ରିକ ଅଞ୍ଚଳରେ ବିରଳ ଅଲିଭ ରିଡଲେ କଇଁଛ ଠୁଳ ହୋଇଛନ୍ତି । ଆଇୟୁସିଏନ୍ର ରେଡ ଡାଟା ବୁକ୍ରେ ଥିବା ଏହି ବିରଳ ପ୍ରଜାତିଙ୍କ ପ୍ରଜନନ ସ୍ଥଳ ତଟକ୍ଷୟ ଯୋଗୁ କମିବାରେ ଲାଗିଛି ।…
ଜୀବନ୍ତ ବୋମା ଉଦ୍ଧାର
ଚିତ୍ରକୋଣ୍ଡା, ୧୮ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ନିକଟସ୍ଥ ଜଙ୍ଗଲରୁ ମାଟି ତଳେ ଖଞ୍ଜା ଯାଇଥିବା ଏକ ଜୀବନ୍ତ ବୋମାକୁ ଶନିବାର ବିଏସ୍ଏଫ୍ ଯବାନମାନେ ଜବତ କରିଛନ୍ତି। ଯନ୍ତ୍ରୀ ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳରେ…
କେନ୍ଦ୍ର ଶୁଣୁନି ଓଡ଼ିଶା ଏମ୍ପିଙ୍କ ଦାବି
ଯାଜପୁର ଅଫିସ,୧୮ା୧୨: ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁସାରେ ପୂର୍ବତଟ ରେଳପଥ ଜୋନରେ ଗତ ୩ ବର୍ଷରେ ରାଜସ୍ବ ଆଦାୟ ଅନ୍ୟ ଜୋନ୍ ତୁଳନାରେ ସର୍ବାଧିକ। ୨୦୧୯-୨୦ରେ ୧୭,୭୪୬.୫୫ କୋଟି, ୨୦୨୦-୨୧ରେ ୧୭,୪୯୭.୫୦ କୋଟି ଏବଂ ୨୦୨୧-୨୨ରେ…
୩ ବର୍ଷ ହେଲା ମେସ୍କୋ ଷ୍ଟିଲ କାରଖାନା ବନ୍ଦ, ଦୁର୍ଦ୍ଦିନରେ ବିସ୍ଥାପିତ ପରିବାର
ଯାଜପୁର ଅଫିସ,୧୮ା୧୨: କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନା ୨୦୧୯ ଡିସେମ୍ବରରୁ ବନ୍ଦ ପଡ଼ିଛି। କାମ ନାହିଁ ତ ଦରମା ନାହିଁ ନୀତିରେ ପ୍ରାୟ ୧୫୦୦ କର୍ମଚାରୀ ଓ ଶ୍ରମିକଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡ଼ିଛି। ଏନେଇ ଜିଲା ପ୍ରଶାସନଠାରୁ ଆରମ୍ଭ କରି…
ଜଳ ନିଷ୍କାସନ ହେଉନି, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ
ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ୍.ଏ.),୧୮ା୧୨: ବର୍ଷା ଓ ବନ୍ୟା ଜଳ ନିଷ୍କାସନ ହୋଇ ନ ପାରିବାରୁ ଯାଜପୁର ଜିଲା ବିଞ୍ଝାରପୁର ଓ ଦଶରଥପୁର ଅଞ୍ଚଳ ଚାଷୀ ଧାନ ଅମଳ କରି ନ ପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ଦୁଇ ବ୍ଲକର…
ବାରଙ୍ଗ ଥାନା ଏଏସ୍ଆଇଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ
ବାରଙ୍ଗ,୧୮।୧୨(ଡି.ଏନ୍.ଏ.): ଆତ୍ମହତ୍ୟା କରିଛନ୍ତି ବାରଙ୍ଗ ଥାନା ଏଏସ୍ଆଇ ଅଶୋକ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର ପକୃତ କାରଣ ଜଣାପଡି ନ ଥିବାବେଳେ ପାରିବାରିକ କଳହ ଯୋଗୁ ଏହି ଘଟଣା ଘଟିଥାଇପାରେ…
ପୋତାଯିବ ବେଆଇନ ଖାଦାନ
ଢେଙ୍କାନାଳ ଅଫିସ, ୧୮।୧୨: ଢେଙ୍କାନାଳ ଜିଲାରେ ପଥର ମାଫିଆଙ୍କ ଦୌରାତ୍ମ୍ୟ ରୋକିବା ଲାଗି ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ଏଭଳି ବେଆଇନ କାର୍ଯ୍ୟ ଚାଲୁଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ରାତି ଅଧିଆ ଚଢ଼ାଉ ଆରମ୍ଭ ହୋଇଛି। ରାଜସ୍ବ ବିଭାଗ କର୍ମଚାରୀଙ୍କ କର୍ତ୍ତବ୍ୟରେ…
କଳାରୁ ବଞ୍ଚିତ କଳାକାର
ବଅଁରପାଳ, ୧୭ା୧୨ (ଡି.ଏନ.ଏ.): ମଞ୍ଚଟିଏ ମିଳିଗଲେ ପ୍ରଫୁଲ୍ଲ ହୋଇଉଠେ ମନ। ଆୟର ଉତ୍ସ ଥାଉ କି ନ ଥାଉ ପ୍ରତିଭା ପ୍ରଦର୍ଶନ ପାଇଁ ଆଗେଇ ଆସନ୍ତି କଳାକାର। ହେଲେ ପ୍ରଶାସନିକ ଉଦାସୀନତା କାରଣରୁ ହେଉ ଅବା ଅନ୍ୟ କିଛି, ଅନୁଗୋଳ ଜିଲା…
ପାଖେଇ ଆସୁଛି ଗୋପାଳପୁର ବେଳାଭୂମି ମହୋତ୍ସବ: ସମ୍ପୂର୍ଣ୍ଣ ହୋଇନି ରାସ୍ତା,ଆଲୋକୀକରଣ କାର୍ଯ୍ୟ
ଗୋପାଳପୁର,୧୭।୧୨,(ଡି.ଏନ୍.ଏ.): ଗୋପାଳପୁର ବେଳାଭୂମିକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ସୌନ୍ଦର୍ଯ୍ୟକରଣ କରାଯାଉଛି। ବିଗତ ଦୁଇ ବର୍ଷ ହେବ କରୋନା ମହାମାରୀ କାରଣରୁ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କ…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବଟେଶ୍ୱର ଶୈବପୀଠ
ଗଞ୍ଜାମ,୧୮ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜାତୀୟ ରାଜପଥ ହୁମାଠାରୁ ମାତ୍ର ୩କିମି ରାସ୍ତା ପରେ ପଡିବ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ପୀଠ। ଅନ୍ୟାନ୍ୟ ଋତୁ ସମେତ ଶୀତରିତୁ ଆସିବାମାତ୍ରେ ସେଠାରେ ପ୍ରବଳ ଭିଡ଼ ଜମିଥାଏ। ଝାଉଁ ଜଙ୍ଗଲ ମଧ୍ୟରେ ଥିବା ଏହି ବଟେଶ୍ୱର…
ନିଶରେ ଟ୍ରାକ୍ଟର ଟାଣି ଚର୍ଚ୍ଚାରେ ବାଲେଶ୍ୱରର ଶୁଭପ୍ରସାଦ
ବାଲେଶ୍ୱର ଅଫିସ, ୧୮।୧୨: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ତାଳପଦା ଭିଲ୍ଲା ଗ୍ରାମର ଶୁଭପ୍ରସାଦ ମଳିକ ନିଶରେ ଟ୍ରାକ୍ଟର ଟାଣି ଚର୍ଚ୍ଚାକୁ ଆସିଛନ୍ତି। ପଶ୍ଚିମବଙ୍ଗ ରାଜ୍ୟ ପଶ୍ଚିମମେଦିନୀପୁର ଜିଲା ସୁଲତାନପୁର ଅଞ୍ଚଳରେ ହେଉଥିବା ‘ନେତାଜୀ ମେଳା’ରେ ଶୁଭପ୍ରସାଦ ୪ ବର୍ଷ…

