ପାଟଣାରେ ପତାକା ଉତ୍ତୋଳନ କଲେ ବିଧାୟକ

ପାଟଣା,୨୬ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣାରେ ବ୍ଲକସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ଗୁରୁବାର ମୁଖ୍ୟାଳୟ ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଜାତୀୟ ପତାକା ଉତ୍ତୋଳନ କରି ୨୬ଟି ପରେଡ ଗ୍ରୁପରୁ ଅଭିବାଦନ ଗ୍ରହଣ କରିଛନ୍ତି। ବକ୍ତବ୍ୟରେ ରାଷ୍ଟ୍ରକୁ ପରମ ବୈଭବଶାଳୀ କରିବାକୁ ନାଗରିକଙ୍କୁ ଦେଶ ଗଠନରେ ଭାଗିଦାରୀ ହେବାକୁ ଉପସ୍ଥିତ ଛାତ୍ରୀଛାତ୍ର କର୍ମଚାରୀ ଓ ଜନତାଙ୍କୁ ବିଧାୟକ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଉପାଧ୍ୟକ୍ଷା ବୀଣାପାଣି ନାଏକ, ବଡ଼ପାଟଣା ସରପଞ୍ଚ ବିନତି ବାନରା, ସମିତିସଭ୍ୟ ମୋହନ ସୁନ୍ଦର ମହାନ୍ତ, ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ତାପସ ରଞ୍ଜନ ଦେହୁରୀ, ବିଇଓ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ, ରେଞ୍ଜର ଘାସିନାଥ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପରେଡର ବିଚାରକ ଭାବେ ରେଞ୍ଜର ଘାସିନାଥ ପାତ୍ର,ଥାନାଧିକାରୀ ମନୋରଞ୍ଜନ ପ୍ରଧାନ, ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ମହାନ୍ତ ଯୋଗ ଦେଇଥିଲେ। ପରେଡର ସିନିୟରଗ୍ରୁପ ଜି ଏନ ହାଇସ୍କୁଲ ବାଳକ ପ୍ରଥମ,ଜୁନିୟରରେ ଜିଏନ୍‌ ହାଇସ୍କୁଲ ବାଳିକା, ସବ୍‌ଜୁନିୟରରେ ସେଣ୍ଟ ଜାଭିୟର ସ୍କୁଲ ବାଳକ ପ୍ରଥମ ସ୍ଥାନ ଗ୍ରହଣ କରି ସିଲ୍ଡ ପାଇଥିବା ବେଳେ ଜି ଏନ୍‌ ହାଇସ୍କୁଲ ସ୍ବାମପାଟଣା ଚାମ୍ପିଅନ ହୋଇଥିଲା। ସ୍ଥାନୀୟ ମହାବିଦ୍ୟାଳୟକୁ ସ୍ବତନ୍ତ୍ର ସିଲ୍ଡ ପ୍ରଦାନ କରାଯାଇଥିଲା। ବ୍ଲକରେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ତହସିଲରେ ତହସିଲଦାର ତାପସ ରଞ୍ଜନ ଦେହୁରୀ,ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡା. ଲକ୍ଷ୍ମଣ ମହାନ୍ତ, କଲେଜରେ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁ, ରେଞ୍ଜ କାର୍ଯ୍ୟାଳୟରେ ରେଞ୍ଜର ଘାସିନାଥ ପାତ୍ର, ମୁକ୍ତି ତୀର୍ଥ କ୍ଲବ ସ୍ବାମ୍‌ରେ ଭାଗୀରଥି ଦାଶ, ଅଗ୍ନିଶମ କାର୍ଯ୍ୟାଳୟରେ ହାବିଲଦାର ଚନ୍ଦ୍ରାଇ ସୋରେନ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ କାମରେ ଅନିୟମିତତା

ହାଟଡିହୀ,୮।୧(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ...

ବାରଣ୍ଡାରେ ଚାଲିଛି ପାଠପଢ଼ା

ହାଟଡ଼ିହୀ, ୩୧।୭ (ଡି.ଏନ.ଏ.)-ସରକାର ଅଙ୍ଗନୱାଡ଼ି ପାଇଁ ଯୋଜନାମାନ କରି ସ୍ବାସ୍ଥ୍ୟ ପରିବେଶ ଓ ଉନ୍ନତ ମାନର ଗୃହ ପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି । ପ୍ରଶାସନର...

ରାଜନଗରରେ କରୋନା ସନ୍ଦେହ: ନିରୀକ୍ଷଣରେ ୩ ଯୁବକ

ରାଜନଗର, ୧୬।୩(ଡି.ଏନ୍‌.ଏ.): ଓଡ଼ିଶାରେ ପ୍ରଥମ କରୋନା ପଜିଟିଭି ଚିହ୍ନଟ ହେବା ପରେ ଆତଙ୍କ ଖେଳିଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜନଗରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।...

୨୪ ଦିନର ପୁଅକୁ ହାଣି ହତ୍ୟା କଲେ ମା’; ଝିଅକୁ ମାରି ଜେଲ ଯାଇଥିଲେ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ତେଲକୋଇ(ରଞ୍ଜିତ ବିଶ୍ୱାଳ),୧୫ା୮:କେନ୍ଦୁଝର ଜିଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ନମକାନି ଗ୍ରାମ ଜୁଆଙ୍ଗ ସାହିର ମହିଳା ଲକ୍ଷ୍ମୀ ଜୁଆଙ୍ଗ (୩୦) ୨୦୧୮ରେ...

ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ଯୋଡ଼ା,୨୦ା୮(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନାରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ...

ଅଟୋକୁ ଧକ୍କା ଦେବାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ

ଯୋଡ଼ା,୨୨।୨: କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ା-ବିଚାକୁଣ୍ଡି ରାସ୍ତା କଡ଼ରେ ଥିବା ଏକ ଠିକାସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଗାଡ଼ି ଧକ୍କାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ...

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଆନନ୍ଦପୁର,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ବୁଧବାର ଏକ ମାମଲାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ନନ୍ଦିପଦା ଥାନା...

ରବି ଚାଷରେ ଆଗୁଆ ଯୋଡ଼ା

ଚମ୍ପୁଆ/ଯୋଡ଼ା, ୮।୨(ଡି.ଏନ.ଏ)-ଖଣି ଖାଦାନ ଭରା ଚମ୍ପୁଆ ଉପଖଣ୍ଡ ଏବେ ଚାଷ ଆଡ଼କୁ ମୁହଁ।ଉଛି। ଖଣି ଖାଦାନ ବନ୍ଦ ଫଳରେ ଲୋକେ ବେରୋଜଗାର ହଟାଇବା ସହିତ କୃଷି...

Advertisement
Archives

Model This Week