୨୭ ଦିନ ହେଲା ଜଳ ଯୋଗାଣ ବନ୍ଦ

ଲାଞ୍ଜିଗଡ଼,୨୬।୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ସହରରେ ଆଜକୁ ୨୭ଦିନ ହେଲା ପାଇପ ଯୋଗେ ଆସୁଥିବା ପାଣି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ସହରର ବିଭିନ୍ନ ପଡାର ହଜାର ହଜାର ଲୋକ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଲାଞ୍ଜିଗଡ଼ଠାରେ ଜଳ ସଙ୍କଟ ଦୂର ପାଇଁ ୨୦୧୦ରେ ୧ କୋଟି ୩୦ ଲକ୍ଷ ଅଟକଳ ମୂଲ୍ୟରେ ନିକଟସ୍ଥ ବଂଶଧାରା ନଦୀରେ ୨ଟି ଷ୍ଟକ ଟାଙ୍କି ନିର୍ମାଣ ହୋଇଥିଲା। ସହର ବିଭିନ୍ନ ପଡାକୁ ଜଳ ଯୋଗାଣ ପାଇଁ ପାଇପ ବିଛାଯାଇଥିଲା। ଠିକାଦାରଙ୍କ ନିମ୍ନମାନର କାମ ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁ ପାଇପଗୁଡିକ ନିମ୍ନମାନର ହୋଇଥିବାରୁ ନିର୍ମାଣର ୮ ମାସ ମଧ୍ୟରେ ଲାଞ୍ଜିଗଡ଼ ସହରରେ ଜଳ ଯୋଗାଣରେ ବ୍ୟାହତ ହୋଇଥିଲା। ଏ ନେଇ ପ୍ରଥମରୁ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ ଲୋକଙ୍କ କଥାକୁ ଠିକାଦାର କିମ୍ବା କୌଣସି ଅଧିକାରୀ ଶୁଣି ନ ଥିଲେ। ଫଳରେ ମାତ୍ର ନିର୍ମାଣର ୮ ମାସ ପରେ ବିଛାଯାଇଥିବା ପାଇପ ବିଭିନ୍ନ ସ୍ଥାନରେ ଫାଟି ଯାଇଥିଲା। ଫଳରେ ଆଜକୁ ୧୧ ବର୍ଷ ହେଲା ପାଇପ ଫାଟିବା ଫଳରେ ମାସକୁ ବହୁ କଷ୍ଟରେ ୧୦ ଦିନ ପାଣି ମିଳୁଥିବା ବେଳେ ୨୦ଦିନ ବନ୍ଦ ରହୁୁଥିବାରୁ ଲୋକଙ୍କୁ ଠିକ ଭାବେ ଜଳ ଯୋଗାଣ ହୋଇପାରୁନାହିଁ। କିଛି ଦିନ ତଳେ ସହରର ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତା କଡରେ ଥିବା ପାଇପ ଫାଟିବା ଯୋଗୁ ଲୋକେ ରାସ୍ତାରେ ଯାତାୟତ କରିବା ସମ୍ଭବ ହୋଇ ନ ଥିଲା। ପାଇପ ଲାଇନ ଓଲଡିଂ କାମ କରିବା ପରେ ପୁଣି ପାଣି ଛଡାଯିବ ବୋଲି କୁହାଯାଉଛି। କିନ୍ତୁ ଆଜକୁ ୨୭ ଦିନ ହେଲା ସହରର ପୂଜାରିପଡା, ଡ଼ମ୍ବିଶିପଡା, ଗଉଡ଼ପଡା, କଲୋନିପଡା, ପ୍ରଧାନୀପଡା, ରଜାପଡା ଓ ମହାଦେବ ପଡାକୁ ଜଳଯୋଗାଣ ବନ୍ଦ ଯୋଗୁ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଯଦି ଏହାର ସମାଧାନ କରା ନ ଯାଏ ତାହାହେଲେ ପଞ୍ଚାୟତ ଓ ବ୍ଳକ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଲାଞ୍ଜିଗଡ଼ବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ବ୍ଲକ ଜଳଯୋଗାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝିଙ୍କୁ ପଚାରିବାରୁ ମୋଟର ପୋଡି ଯାଇଥିଲା। ତେଣୁ ଜଳ ଯୋଗାଣ ବନ୍ଦ ଥିଲା। ଆଜି ଆମର ଷ୍ଟାଫମାନେ ପୁରୁଣା ପୋଡି ଯାଇଥିବା ମୋଟର ବାହାର କରି ନୂଆ ମୋଟର ଆଣିବା ପାଇଁ ଯାଇଛନ୍ତି। ଆଣିବା ପରେ ଶୀଘ୍ର ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri