ରାୟଗଡ଼ା,୨୬।୧(ସ୍ବ.ପ୍ର.): ରାୟଗଡ଼ା ଜିଲାରେ ବିଜେଡି ଏବେ ଦୁଇ ଗୋଷ୍ଠୀରେ ପରିଣତ ହୋଇଛି। ଦଳର ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ବିବାଦ ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ଆଲୋଚନା ହେଉଛି। ଜିଲାରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏନ୍. ଭାସ୍କର ରାଓଙ୍କ ପତିଆରା ରହିଥିବାବେଳେ ଜିଲାର କେତେଜଣ ନେତା ଏହି ପୁରୁଖା ନେତାଙ୍କୁ କୋଣଠେସା କରିବାକୁ ଯୋଜନା ଚଳାଇଥିବା ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏଭଳି ସମୟରେ ରବିବାର ଚଇତି ମହୋତ୍ସବ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବାକୁ ଆସି ମନ୍ତ୍ରୀ ପ୍ରମିଳା ମଲ୍ଲିକ ଭାସ୍କରଙ୍କୁ ତାଙ୍କ ରାୟଗଡ଼ା ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି। ଏହାପରେ ମନ୍ତ୍ରୀ ମଲ୍ଲିକ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଫୋନ୍ରେ ଆଲୋଚନା କରି ଭାସ୍କରଙ୍କୁ ଭୁବନେଶ୍ୱର ଡକାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଜିଲାରେ ଶୀତଦିନରେ ରାଜନୀତି ସରଗରମ ହୋଇଛି। ଆଗକୁ ଜିଲା ରାଜନୀତିରେ ବଡ଼ ପରିବର୍ତ୍ତନ ହେବା ସହ ଭାସ୍କରଙ୍କୁ ବଡ଼ ଦାୟିତ୍ୱ ମିଳିବା ସମ୍ଭାବନା ରହିଥିବା ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ସେହିପରି ଦଳୀୟ ଗୋଷ୍ଠୀ କନ୍ଦଳର ସମାଧାନ ପାଇଁ ମଧ୍ୟ ଆଲୋଚନା ହେବ ବୋଲି ଶୁଣିବାକୁ ମିଳୁଛି। ଏ ବିଷୟରେ ଭାସ୍କରଙ୍କୁ ପଚାରିବାରୁ ମନ୍ତ୍ରୀ ସୌଜନ୍ୟମୂଳକ ସାକ୍ଷାତ କରିଥିବା କହିଛନ୍ତି। ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସନ୍ଧ୍ୟାରେ ଭାସ୍କରଙ୍କ ଘରକୁ ଯାଇ ସାକ୍ଷାତ କରିବା କାର୍ଯ୍ୟକ୍ରମ ଥିଲା। ହେଲେ ସମୟ ଅଭାବ ଯୋଗୁ ସେ ଯାଇପାରି ନ ଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ୧୯୯୭ରେ ବିଜେଡି ଗଠନ ପରେ ଭାସ୍କରଙ୍କ ଦକ୍ଷତା ବଳରେ ଦଳ ଅବିଭକ୍ତ କୋରାପୁଟ ଜିଲାରେ ପତିଆରା ବିସ୍ତାର କରିଥିଲା। ଏବେ ଭାସ୍କରଙ୍କ ପତିଆରା କମାଇବା ପାଇଁ ଭିତିରିଆ ଯୋଜନା ଚାଲିଥିବା ନେଇ ଚର୍ଚ୍ଚା ହେଉଛି। ଏପରିକି ପୂର୍ବତନ ଏମ୍ପି ଝିନ୍ନ ହିକ୍କା ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କୁ ମଧ୍ୟ ଅଣଦେଖା କରାଯାଉଥିବା ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଅନ୍ୟପକ୍ଷରେ ବିଜେଡିର ଗୋଷ୍ଠୀକନ୍ଦଳରୁ ଫାଇଦା ଉଠାଉଛନ୍ତି ବିରୋଧୀ କଂଗ୍ରେସ ଏବଂ ଭାଜପା। ଏମିତି ମଧ୍ୟ ଚର୍ଚ୍ଚା ହେଉଛି ଯେ, ୨୦୧୯ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନ ଏବଂ କୋରାପୁଟ ଲୋକ ସଭା ଆସନରେ ବିଜେଡିକୁ ପରାଜିତ କରିବା ପାଇଁ କେତେଜଣ ଦଳୀୟ ନେତା ଯୋଜନା କରିଥିଲେ। ରାୟଗଡ଼ା ବିଧାନସଭା ଆସନରେ କେତେଜଣ ବିଜେଡି ନେତା ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କୁ ଭିତିରିଆ ସମର୍ଥନ କରି ଲାଲବିହାରୀ ହିମିରିକାଙ୍କୁ ପରାଜିତ କରାଇଥିବା ମଧ୍ୟ କୁହାଯାଉଛି। ସେହିଭଳି ଭାସ୍କରଙ୍କୁ ଅଣଦେଖା କରି ଜିଲାର ବିଷମକଟକ ଓ ଗୁଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ସ୍ବାଧୀନ ବିଧାୟକଙ୍କୁ ଆମନ୍ତ୍ରିତ କରାଯାଇଥିଲେ ମଧ୍ୟ ଜିଲାସ୍ତରୀୟ ନେତା ଭାସ୍କରଙ୍କୁ ଭୁଲି ଯାଇଥିଲେ। ଏ ନେଇ ଜିଲା ବିଜେଡି ସଭାପତି ସୁଧୀର ଦାଶଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ। ଏନ୍. ଭାସ୍କର ରାଓଙ୍କୁ ପଚାରିବାରୁ ସେ କହିଛନ୍ତି, ଦଳରେ କୌଣସି କନ୍ଦଳ ନାହିଁ। ନିର୍ବାଚନ ବେଳେ ଦିଆଯାଇଥିବା ଦାୟିତ୍ୱ ସମ୍ପାଦନ କରିବାରେ ସଫଳ ହୋଇଥିଲି। ତେବେ ଯେଉଁଠି ମୋର ଆବଶ୍ୟକ ପଡ଼େ ଡାକିଲେ ମୁଁ ଯାଏ ବୋଲି ଭାସ୍କର କହିଛନ୍ତି। ସେହିପରି ଜିଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କୁ ଏବିଷୟରେ ପଚାରିବାରୁ, ଦଳରେ କୌଣସି କନ୍ଦଳ ନାହିଁ ବୋଲି କହିଛନ୍ତି। ଦଳ ଦୃଢ଼ ଅଛି, ଦଳରେ ଜଣେ ନେତା ଆଉ ସମସ୍ତେ କର୍ମୀ। ଯଦି କୌଣସି ସମସ୍ୟା ରହିଥାଏ ତେବେ ଶୀଘ୍ର ସମାଧାନ ହୋଇଯିବ ବୋଲି ଅତନୁ କହିଛନ୍ତି।
Posted inଆମ ଜିଲା ଖବର, ରାୟଗଡା View All
ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…
ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ
ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…
ଓଡ଼ିଆ-ଅର୍ଥନୀତି ବିଭାଗର ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ଶୃଙ୍ଖଳିତ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ
ଭଞ୍ଜନଗର,୨୩।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଅର୍ଥନୀତି ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ…
ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ
ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…
୨ ସୁଯୋଗ୍ୟ ସନ୍ତାନ ସରସ୍ବତୀ-ଜିତେନ୍ଦ୍ର ସମ୍ବର୍ଦ୍ଧିତ: ଅଞ୍ଚଳ ପାଇଁ ଆଣିଲେ ଗୌରବ
କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମର ଶ୍ରୀରାମ ମଣ୍ଡପ ପରିସରରେ ମା’ ସୁନାମୁଖୀ ଯୁବ ସଂଗଠନ, ପୌରକେଲା ପକ୍ଷରୁ ମଙ୍ଗଳବାର…
ପାଣିଘେରରେ ଛତ୍ରପୁର ପୌରପରିଷଦର ୩ ଅଞ୍ଚଳ
ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ…
ସମୁଦ୍ର ଅଶାନ୍ତ: ଜେଟିରେ ବୁଡ଼ିଲା ଡଙ୍ଗା, ସ୍ଥାନୀୟ ମତ୍ସ୍ୟଜୀବୀ…
ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ…
ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି
କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

