ରାତି ୧୨ରେ ଉଠିବ ମହାଦୀପ

ଶରଣକୁଳ,୨୬ା୧(ଡି.ଏନ.ଏ.): ପ୍ରସିଦ୍ଧ ଶୈବକ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ଜାଗର ଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପ ଜିଲାପାଳ ଶକ୍ତିକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ଗଁା ତହସିଲଦାର ବିଜୟିତା ସାମନ୍ତସିଂହାର, ଶରଣକୁଳ ଏସ୍‌ଡିପିଓ କରିଣ ହେମ୍ବ୍ରମ୍‌, ଜିଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ, ସମିତି ସଭ୍ୟ ଭାଗବତ ସେଠୀ, ପ୍ରତୀକ ମହାପାତ୍ର, ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶକ ଭାସ୍କର ମହାପାତ୍ର, ନୟାଗଡ ଦେବୋତ୍ତର ମ୍ୟାନେଜର ତାପସ ରଞ୍ଜନ ପଟ୍ଟନାୟକ, ମନ୍ଦିର ପରିଚାଳକ ସୁବାଷ ଚନ୍ଦ୍ର ବରାଡ, ଶୈବ ସେବାୟତ ସଂଘର ସଭାପତି ତ୍ରିଲୋଚନ ମହାପାତ୍ର ପ୍ରମୁଖ ଯୋଗଦେଇ ନିଜସ୍ବ ମତ ଉପସ୍ଥାପନ କରିଥିଲେ।

ଆସନ୍ତା ୧୮ରେ ହେବାକୁ ଥିବା ଜାଗର ଯାତ୍ରାକୁ କିପରି ଶୃଙ୍ଖଳିତ ଭାବେ ପାଳନ କରାଯାଇପାରିବ ସେନେଇ ବିସ୍ତୁତ ଆଲୋଚନା ହୋଇଥିଲା। ଠାକୁରଙ୍କ ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ନୀତିକାନ୍ତି ଓ ଯାତ୍ରୀ ଦର୍ଶନ ଶୃଙ୍ଖଳାରେ କରିବା ପାଇଁ ମନ୍ଦିର ପରିଚାଳକ, ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ମହାଶିବରାତ୍ରୀ ଦିନ ଠାକୁରଙ୍କ ଅବକାଶ ନୀତି ରାତ୍ର ୧୨ଘଟିକାରୁ ଆରମ୍ଭ ହୋଇ ସକାଳ ପୂଜାନୀତି ଭୋର ୩ଟା ମଧ୍ୟରେ ସମ୍ପାଦିକ ହେବ। ଭୋର ୪ଟାରୁ ସନ୍ଧ୍ୟା ୬.୩୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ୬.୩୦ ରୁ ୭.୩୦ ସନ୍ଧ୍ୟା ପୂଜାନୀତି, ରାତ୍ର ୭.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଏବଂ ରାତ୍ର ୧୦.୩୦ ଠାରୁ ମହାଶିବରାତ୍ରୀ ବେଢା ପରିକ୍ରମା ହୋଇ ରାତ୍ର ୧୨ଟା ମଧ୍ୟରେ ମହାଦୀପ ଉଠିବ। ଏହାପରେ ଅନ୍ୟାନ୍ୟ ଦେବନୀତି ସମ୍ପନ୍ନ କରାଯାଇ ମନ୍ଦିର ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ ମୋଟର ଯାନ ସଂଶୋଧନ ଆଇନ: ଜନସାଧାରଣଙ୍କ ଅବଗତ ପାଇଁ ସଚେତନତା ଶୋଭାଯାତ୍ରା

କୋରୁକୋଣ୍ଡା ୫।୯(ଡ଼ି.ଏନ.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଓରକେଲ ଥାନା ପକ୍ଷରୁ ୨୦୧୯ ମୋଟର ଯାନ ସଂଶୋଧନ ଆଇନ ବିଷୟରେ ଜନସଚେତନତା ନିମନ୍ତେ...

ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ଆଦାୟ ଘଟଣା: ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଗୋପ,୨୨।୮(ଡି.ଏନ୍‌.ଏ.): ଗୋପ ବ୍ଲକ ଦିହୁଡା ନୀଳକଣ୍ଠେଶ୍ୱର ନୋଡାଲ ସ୍କୁଲରେ ଶନିବାର ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ନିଆଯାଇଥିଲା। ଏଥିସହ ୯ମ ଶ୍ରେଣୀ ପିଲାଙ୍କଠାରୁ ନାମ ରେଜିଷ୍ଟ୍ରେଶନ...

ଜିଲାପାଳ କାର୍ଯ୍ୟାଳୟ ଘେରିଲା ପୂର୍ବତନ ସୈନିକ ସଙ୍ଘ

ବଲାଙ୍ଗୀର ଅଫିସ,୩।୪: ଦେଶରେ ଓ୍ବାନ ର଼୍ୟାଙ୍କ ଓ୍ବାନ ପେନସନ ଦାବିରେ ସୋମବାର ସମସ୍ତ ଜିଲା ମୁଖ୍ୟାଳୟମାନଙ୍କରେ ପୂର୍ବତନ ସୈନିକ ସଙ୍ଘ ବିକ୍ଷୋଭ ପ୍ରଦର୍ଶନ କରିଛି। ସେହି...

ଧୂଳି ନ ଉଡ଼ିବାକୁ ୨୧ଲକ୍ଷ ଖର୍ଚ୍ଚ

କଟକ ଅଫିସ,୨୩ା୧୧: ବାଲିଯାତ୍ରାରେ ଅନିୟମିତତା ଅଭିଯୋଗରେ ଜିଲା ପ୍ରଶାସନ ବିବାଦରେ ଥିବା ବେଳେ ଏବେ ଏହା ଭିତରକୁ ଟାଣି ହୋଇଆସିଛି କଟକ ମହାନଗର ନିଗମ(ସିଏମ୍‌ସି) ା...

୩ ମାସ ମଧ୍ୟରେ ନିୟମିତ କର: ହାଇକୋର୍ଟ

କଟକ ଅଫିସ,୨ା୬: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟଙ୍କ ଚାକିରି ୩ ମାସ ମଧ୍ୟରେ ନିୟମିତ କରିବାକୁ ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି...

ବିଦେଶ ଫେରନ୍ତାଙ୍କ ତଥ୍ୟ ସଂଗ୍ରହ

ଅନୁଗୋଳ ଅଫିସ୍‌, ୧୯।୩ : ଅନୁଗୋଳ ଜିଲାରେ କରୋନା ମୁକାବିଲା କରିବାକୁ ଜିଲା ପ୍ରଶାସନ ତପତ୍ର ହୋଇଛି। ବୁଧବାର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡ଼ିଓ କନଫରେନ୍ସ...

ହାତୀ ନେଲା ୪ଜଣଙ୍କ ଜୀବନ

ପଦ୍ମପୁର, ୬/୪ (ଡି.ଏନ.ଏ.) – ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ରବିବାର ବିଳମ୍ବିତ ରା ତିରେ ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ...

୬୦ରୁ ଅଧିକ ବେଗରେ ବାଇକ୍‌ ଚଳାଇଲେ ଲାଗିବ ଫାଇନ୍‌

ବାରିପଦା ଅଫିସ,୧୫ା୭: ଜନସାଧାରଣଙ୍କ ସୁରକ୍ଷା ଲାଗି ମୟୂରଭଞ୍ଜ ଜିଲାରେ ଦ୍ରୁତ ଗାଡ଼ି ଚଳାଚଳ ଉପରେ ଜିଲାପାଳ ବିନୀତ ଭରଦ୍ୱାଜ ପ୍ରତିବନ୍ଧକ ଲଗାଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର...

Advertisement
Archives

Model This Week