ଆମ ଜିଲା ଖବର

ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ଦିବ୍ୟାଂଶୀ

ବାଲେଶ୍ୱର ଅଫିସ, ୧୮।୧୨: ବାଲେଶ୍ୱର ସହର ଫକୀରମୋହନ ନଗରରେ ବସବାସ କରୁଥିବା ଇଂ. ସନ୍ତୋଷ କୁମାର ଆଚାର୍ଯ୍ୟ ଓ ପ୍ରିୟମ୍ବଦା ମହାପାତ୍ରଙ୍କ କନ୍ୟା ଦିବ୍ୟାଂଶୀ ୨ବର୍ଷ ୫ମାସର ହୋଇଥିବା ବେଳେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛନ୍ତି। ସେ ଶରୀରର…

ଶାଗମାଛ ଦରରେ ଧାନ ବିକୁଛନ୍ତି ଚାଷୀ

ଗୋପବନ୍ଧୁ ନଗର,୧୮।୧୨(ଡି.ଏନ.ଏ): ଗୋପବନ୍ଧୁ ନଗର ବ୍ଲକ୍‌ ଆଦିବାସୀ ଅଧୂଷିତ ଅଞ୍ଚଳରେ ୯୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ। କୃଷି ମୁଖ୍ୟ ଓ ପ୍ରଧାନ ଜୀବିକା। ତେବେ ଡିସେମ୍ବର ଅଧା ହୋଇ ଯାଇଥିଲେ ମଧ୍ୟ ସରକାରୀସ୍ତରରେ ମଣ୍ଡି ଖୋଲିନାହିଁ। ଫଳରେ ସାଧାରଣ…

ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ମାଡ଼, ଭିଡିଓ ଭାଇରାଲ୍‌

ଦଶରଥପୁର,୧୮ା୧୨(ଡି.ଏନ୍‌.ଏ.): ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ ଅଧୀନ କସପା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁଙ୍କୁ ଗୁରୁବାର ଅପରାହ୍ନରେ ବିଚ୍‌ରାସ୍ତାରେ ଆକ୍ରମଣ କରାଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ଯାଜପୁର ଟାଉନ…

ବିଦ୍ୟୁତ୍‌ ତାର ଲାଗି ମାଈ ହାତୀର ମୃତ୍ୟୁ ଘଟଣା: ବନ୍ଧା ହେଲେ ୨ ଚାଷୀ

ଦେବଗଡ଼/ରିଆମାଳ,୧୮।୧୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣି ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ଏଥିରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୨ ଜଣ ଜମି ମାଲିକ…

ଚିଲିକାରେ ୭ ଲକ୍ଷ ବିଦେଶୀ ପକ୍ଷୀ

ବାଲୁଗାଁ, ୧୮ା୧୨(ଡି.ଏନ୍‌.ଏ.): ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁଦୂର ବରଫାବୃତ୍ତ ରାଷ୍ଟ୍ରାଞ୍ଚଳରୁ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ ଆଗମନ ବଢ଼ିବାରେ ଲାଗିଛି। ୧୫ ତାରିଖ(ଗୁରୁବାର) ସୁଦ୍ଧା ସମଗ୍ର ଚିଲିକାରେ ୧୦୬ ପ୍ରଜାତିର ୭ ଲକ୍ଷ ୭ ହଜାର…

ହକି ବିଶ୍ୱକପ୍‌ ପାଇଁ ଜାତୀୟ ସଙ୍ଗୀତ ଗାଇବେ କୋରାପୁଟର ନମିତା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଆସନ୍ତା ବର୍ଷ ଜାନୁୟାରୀ ୧୩ରେ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ ହେଉଛି। ଏଥିପାଇଁ ଜାତୀୟ ସଙ୍ଗୀତ ରେକର୍ଡ କରିବେ ନମିତା ମେଲେକା। କୋରାପୁଟ ଜିଲାର ବନ୍ଧୁଗାଓଁ ବ୍ଲକ୍‌ ବାସିନ୍ଦା ନମିତା ଓଡ଼ିଆ, ହିନ୍ଦୀ ସହ ସ୍ଥାନୀୟ କୁଇ ଭାଷାରେ ଗୀତ…

ଅଲିଭ୍‌ ରିଡ୍‌ଲେଙ୍କୁ ବିପଦ ଟ୍ରଲର, ବୋଟ୍‌; ନିଷିଦ୍ଧାଞ୍ଚଳରେ ଚାଲିଛି ଅବାଧ ମାଛମରା

କୋଣାର୍କ,୧୮ା୧୨(ଡି.ଏନ୍‌.ଏ.): ଉପକୂଳରେ ଅସୁରକ୍ଷିତ ଅଲିଭ ରିଡ୍‌ଲେ। ଅନ୍ତୁଡ଼ିଶାଳ ପାଲଟିଛି ଶ୍ମଶାନ। ଅଣ୍ଡାଦାନରେ ବାଧକ ସାଜିଛି ବେଆଇନ ଟ୍ରଲର ଚଳାଚଳ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୧ରୁ ମେ ୩୧ପର୍ଯ୍ୟନ୍ତ ସମୁଦ୍ରକୂଳରୁ ୨୦କିଲୋମିଟର ମଧ୍ୟକୁ କେହି ମାଛ ଧରିବା ପାଇଁ ଯାଇପାରିବେ ନାହିଁ।…

୩ ଦିନ ପରେ ବି ନାବାଳକ ଛାତ୍ରଙ୍କ ପତ୍ତା ମିଳୁନି, ସନ୍ଦେହଘେରକୁ ଆସିଲା ପାଲଟଣା ଭ୍ୟାନ

ନୟାଗଡ଼ ଅଫିସ/ଓଡ଼ଗାଁ, ୧୮ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ସୁବୁଦ୍ଧି ସାହିର ୭ମ ଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର(୧୨) ନିଖୋଜ ହେବାର ଆଜିକୁ ୩ ଦିନ ବିତିବାକୁ ବସିଛି। ହେଲେ ତାଙ୍କର ଟେର ମିଳୁନି। ଘର ନିକଟ…

ଆଖିବୁଜିଲା ପୋଷା ହାତୀ ‘ଶୋଭା’

ବାରିପଦା ଅଫିସ, ୧୮ା୧୨: ବନ ବିଭାଗର ଖାମଖିଆଲି ଯୋଗୁ ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ହାତୀ ମଡ଼କ ବଢ଼ିଚାଲିଛି। ନିୟମିତ ଭାବେ ହାତୀ ମୃତ୍ୟୁ ଘଟଣା ପରିବେଶବିତ୍‌ ତଥା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଜେନାବିଲ…

ଖଳାରେ ଧାନ ଜଗିଥିବା ବେଳେ କଚାଡ଼ିଲା ହାତୀ, ଯୁବକଙ୍କ ଜୀବନ ଗଲା

ଦେବଗଡ଼,୧୮।୧୨(ଡି.ଏନ୍‌.ଏ.): ଖଳାରେ ଧାନ ଜଗିଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ଚିରଗୁଣିକୁଦର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଭାଗ୍ୟ କିସାନ(୩୫)। ସୂଚନାନୁଯାୟୀ, ଘର ନିକଟରେ ଥିବା ନିଜ…

ଢେଙ୍କାନାଳରୁ ଜାଲ ନୋଟ୍‌ ଜବତ ଘଟଣା: ଦୁଇ ମାଷ୍ଟର ମାଇଣ୍ଡଙ୍କୁ ଦେବଗଡ଼ରୁ ବାନ୍ଧିଲା ପୋଲିସ

ଦେବଗଡ଼,୧୮।୧୨(ଡି.ଏନ୍‌.ଏ.): ଢେଙ୍କାନାଳରୁ ଜାଲ ନୋଟ ଜବତ ଘଟଣାରେ ଦେବଗଡ଼ରୁ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଦେବଗଡ ବରପାଳି ସାହିର ବିଶ୍ୱନାଥ ଆଚାର୍ଯ୍ୟ(କାଳିଆ) ଏବଂ ଗୁରୁସାହିରେ ରହୁଥିବା ତ୍ରିନାଥ ଦାଶ। ଅଭିଯୁକ୍ତଙ୍କ ପାଖରୁ ଜାଲ ନୋଟ ତିଆରିରେ…

ବ୍ରିଜ୍‌କୁ ପିଟି ହୋଇ ଓଲଟିଲା କାର୍‌, ବୃଦ୍ଧାଙ୍କ ଜୀବନ ଗଲା

ବେଗୁନିଆପଡ଼ା,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡାଠାରୁ ଭେଜିପୁଟ ରାସ୍ତାର ସୁମଣ୍ଡଳ ନିକଟସ୍ଥ ମା’ କାଳୀ ମନ୍ଦିର ପାଖରେ ଥିବା ବ୍ରିଜରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ କାର୍‌ ଭାରସାମ୍ୟ ହରାଇ ବ୍ରିଜକୁ ଧକ୍କା ଦେବା ପରେ ରାସ୍ତା ପାର୍ଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?