ଡୁଙ୍ଗଡୁଙ୍ଗା ବାଦ୍ୟ ବଜାଇ ଜାତୀୟ ସଙ୍ଗୀତ ଗାନ କଲେ ଆନନ୍ଦ

ନବରଙ୍ଗପୁର,୨୬ା୧(ବି.ପ୍ର.): ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀମାନଙ୍କ ସର୍ବପୁରାତନ ପାରମ୍ପାରିକ ବାଦ୍ୟଯନ୍ତ୍ର (ଡୁଙ୍ଗଡୁଙ୍ଗା) ବଜାଇ ଭାରତର କୋଟି କୋଟି ଜନତାଙ୍କ ହୃଦୟରେ ଥିବା ଜାତୀୟ ସଙ୍ଗୀତ ଗାନ କରି ବର୍ତ୍ତମାନ ଚର୍ଚ୍ଚା ପାଲଟିଛନ୍ତି ନବରଙ୍ଗପୁର ସହରର ଆନନ୍ଦ କୁମାର ଦାଶ। ତାଙ୍କର ଏଭଳି ପ୍ରୟାସକୁ ଜିଲାବାସୀ ମଧ୍ୟ ସ୍ବାଗତ କରିବା ସହ ସଫଳତାର ଶିଡ଼ି ଚଢ଼ିବାକୁ କାମନା କରିଛନ୍ତି।

ନବରଙ୍ଗପୁର ସହରର ୧୭ ନମ୍ବର ଓ୍ବାର୍ଡ (ହିର୍ଲି ଡଙ୍ଗରି)ରେ ରୁହନ୍ତି ଆନନ୍ଦ। ବାପା ଭାବଗ୍ରାହୀ ଦାଶ ଓ ସ୍ବର୍ଗତାଃ ମା’ ପଦ୍ମାବତୀଙ୍କ ସାନ ପୁଅ ହେଉଛନ୍ତି ଆନନ୍ଦ l ସେ ଛୋଟ ବେଳୁ ହିଁ ଆଦିବାସୀ ପାରମ୍ପାରିକ ବାଦ୍ୟଯନ୍ତ୍ର ପ୍ରତି ଆକୃଷ୍ଟ ହୋଇ ଧିରେ ଧିରେ ସେସବୁ ବଜାଇବା ଶିଖିଥିଲେ। ସେ ନବରଙ୍ଗପୁର କଲେଜରେ ଜୁଲୋଜି ବିଷୟରେ ବିଏସ୍‌ସି ଶିକ୍ଷା ସମାପ୍ତ କରିଥିବା ବେଳେ ବର୍ତ୍ତମାନ ଏକ ମେରିକୋ ଇଣ୍ଡିଆ ଏଲ୍‌ଟିଡି ନାମକ ଏକ ତେଲ କମ୍ପାନୀରେ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ ଭାବରେ କାର୍ଯ୍ୟ କରୁଛନ୍ତି। ସେ ପେସାରେ ତେଲକମ୍ପାନୀରେ କାମ କରୁଥିଲା ବେଳେ ତାଙ୍କର ନିଶା କିନ୍ତୁ ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ବଜାଇବା ଓ ଲୁପ୍ତ ହୋଇଯାଉଥିବା ବାଦ୍ୟଯନ୍ତ୍ରଗୁଡ଼ିକୁ ପୁଣିଥରେ ଜନମାନସରେ ଉଜ୍ଜୀବିତ କରିବା। ସେଇ ଲକ୍ଷ୍ୟ ନେଇ ସେ ଓଡ଼ିଶାର ବିଭିନ୍ନ ଜିଲାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କେବଳ ନବରଙ୍ଗପୁର ଜିଲାର ଲୋକ ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରୁଛନ୍ତି। ଏଥିସହ ନବରଙ୍ଗପୁରର ୨୦ରୁ ୨୨ଜଣ ସ୍ଥାନୀୟ କଳାକାରଙ୍କୁ ଲୋକସଂସ୍କୃତି ଓ ଲୋକବାଦ୍ୟ ଶିକ୍ଷା ଦେଇ ରୋଜଗାର ମଧ୍ୟ ଦେଇଛନ୍ତି। ଏଥିସହିତ ସେ ଅବିଭକ୍ତ କୋରାପୁଟ ଜିଲାର ଲୋକବାଦ୍ୟ ଘୁଡୁକି, ଗୋଚିବାଜା, ଟାମକ, ଢାମ୍ପ, ଟୁଡୁବୁ ଖଞ୍ଜଣୀ, ବଂଶୀ, ତବଲା, ଢ଼ୋଲକ, ଝୁମୁକା ମଧ୍ୟ ବଜାଇ ଜାଣନ୍ତି l

ଲୋକେ ଆନନ୍ଦଙ୍କୁ ପ୍ରଶଂସା କରିବା ସହ ଶୁଭକାମନା ମଧ୍ୟ ଜଣାଇଛନ୍ତି। ସେ ଧରିଥିବା ଡୁଙ୍ଗଡୁଙ୍ଗା ବାଦ୍ୟ ହେଉଛି ଆଦିବାସୀମାନଙ୍କ ପ୍ରାକୃତିକ ଖାଦ୍ୟ ‘ଲାଉ ’ରୁ ନିର୍ମିତ l ଯାହାକି ଦେଖିବାକୁ ‘ମା’ ସରସ୍ବତୀ’ ଙ୍କ ବୀଣା ସଦୃଶ। ସେ ଜାତୀୟ ସଙ୍ଗୀତ ଗାନ କରି ବେଶ୍‌ ଖୁସି ଥିବା ସହ ଆଗାମୀ ପିଢ଼ି ପାଇଁ ଅବିଭକ୍ତ କୋରାପୁଟ ଜିଲାର ପାରମ୍ପରିକ ବାଦ୍ୟଯନ୍ତ୍ରର ପ୍ରଚାର ପ୍ରସାର ପାଇଁ ଏଭଳି ପ୍ରୟାସ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ଓଡ଼ିଆ-ଅର୍ଥନୀତି ବିଭାଗର ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ଶୃଙ୍ଖଳିତ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ

ଭଞ୍ଜନଗର,୨୩।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଅର୍ଥନୀତି ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?