ଆମ ଜିଲା ଖବର

ଖଣି ଅଞ୍ଚଳରେ ପାର୍ବଣ ଫିକା

କେନ୍ଦୁଝର,୪ା୧୦(ସ୍ବ.ପ୍ର.): ଖଣିଖାଦାନ ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ମା’ ଦୁର୍ଗାଙ୍କ ପୂଜା, ପାର୍ବଣ ଅଞ୍ଚଳରେ ଅନ୍ୟତମ ପ୍ରମୁଖ ଉତ୍ସବ ଭାବରେ ପାଳିତ ହୋଇଥାଏ। କୋଭିଡ୍‌ ପରେ ଉତ୍ସବ ଚଳିତ ବର୍ଷ ଧୁମ୍‌ଧାମରେ ପାଳନ ହେବା ନେଇ ସମସ୍ତେ ଆଶା ରଖିଥିଲେ।…

ମହଙ୍ଗା ପଡ଼ିଲା ଜାଲ ସାର୍ଟିଫିକେଟ: ଚାକିରୀରୁ ବିଦା ହେଲେ ପଞ୍ଚାୟତ ଅଧିକାରୀ

ବରଗଡ଼ ଅଫିସ,୪।୧୦: ବରଗଡ଼ ଜିଲା ବରପାଲି ବ୍ଲକରେ ଅବସ୍ଥାପିତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବାନନ୍ଦ ପଣ୍ଡାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି। ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଦେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ହାତେଇଥିବା ନେଇ ପ୍ରଶାସନିକ ତଦନ୍ତରୁ ଜଣାପଡିଛି।…

ଶେଷ ହେଲା ମା’ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ,୪ା୧୦(ଡି.ଏନ.ଏ.): ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ନବ ଦିନ ବ୍ୟାପୀ ମା’ବିରଜାଙ୍କ ସିଂହଧ୍ୱଜ ରଥଯାତ୍ରା ସୋମବାର ଶେଷ ହୋଇଛି। ସେହିପରି ଅଷ୍ଟମୀଗତେ ମହାନବମୀ ସୋମବାର ମା’ବିରଜାଙ୍କ ପୀଠରେ ପାଳିତ ହୋଇଯାଇଛି। ମହାନବମୀ ପୂଜା ଅବସରରେ ଦଶାଶ୍ୱମେଧ ଘାଟରୁ ବ୍ରାହ୍ମଣଙ୍କ ଦ୍ୱାରା ଅଣାଯାଇଥିବା…

ଗୋଖାଦ୍ୟ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ

ଚଣ୍ଡିଖୋଲ,୪/୧୦(ଡି.ଏନ୍‌.ଏ.): ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ପ୍ରତି ମାସରେ ହିତାଧିକାରୀଙ୍କୁ ୫କେଜି ଚାଉଳ ଅଥବା ଗହମ ଦିଆଯାଉଛି। ଗହମ ଗଚ୍ଛିତ ନ ଥିବା ହେତୁ ସମସ୍ତ ହିତାଧିକାରୀଙ୍କୁ ଚାଉଳ ଯୋଗାଣ କରାଯାଉଛି। ତେବେ ବଡ଼ ଆଶ୍ଚର୍ଯ୍ୟର କଥା…

ଭିତରକନିକାର ମା’ଜୟଦୁର୍ଗା

ରାଜନଗର,୪ା୧୦(ଭାସ୍କର ରାଉତରାୟ):ପ୍ରକୃତିର ଗନ୍ତାଘର ଭିତରକନିକା ଜାତୀୟ ଉଦ୍ୟାନରେ ଅନନ୍ୟ ସ୍ବାକ୍ଷର ବହନ କରିଛନ୍ତି ମା’ଜୟଦୁର୍ଗା। ମା’ଜୟଦୁର୍ଗା ଏଠାରେ ବନଦୁର୍ଗା ଭାବେ ଆବିର୍ଭୁତା ହୋଇଥିଲେ ବି ଜଗତ ଜନଙ୍କର ମଙ୍ଗଳ ବିଧାନ ପାଇଁ ତାଙ୍କୁ ଅଷ୍ଟଭୂଜା କୁଷ୍ମାଣ୍ଡା ଦେବୀ ଭାବେ ଗ୍ରହଣ କରାଯାଇପାରେ।…

ପ୍ରେମିକ ପାଇଁ ଶିଶୁପୁତ୍ରକୁ ହତ୍ୟାକରି ପୋତିଦେଲେ ମା’

ପଟ୍ଟାମୁଣ୍ଡାଇ,୪ା୧୦(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ଦିହୁଡିପୁର ପଞ୍ଚାୟତ ମାଟିଆପଡ଼ା ଗଁାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ପ୍ରେମରେ ପାଗିଳୀ ହୋଇ ମା’ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ୩ ବର୍ଷର ପୁଅକୁ ସବୁଦିନ ପାଇଁ ହଟାଇବା…

ସ୍ତ୍ରୀ, ପିଲାଙ୍କୁ ମାଡ଼ ମାରି ଘର ଜାଳିଦେଲେ ସ୍ବାମୀ

ପୁରୀ,୪ା୧୦:ମଦ ନିଶାରେ ଭୁଲିଗଲେ ପରିବାର। ସ୍ତ୍ରୀ’, ପୁଅ, ଝିଅ ବି ଦେଖାଗଲେନି। ଶେଷରେ ସମସ୍ତଙ୍କୁ ମାଡ଼ ମାରି ଘରେ ନିଆଁ ଲଗାଇଦେଲେ ସ୍ବାମୀ। ଏଭଳି ଘଟଣା ପୁରୀ ବାସେଳିସାହି ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିରେ ରବିବାର ରାତିରେ ଦେଖିବାକୁ ମିଳିଛି। ଏ…

କଟକ ପାର୍ବଣର ନିଆରା ପରମ୍ପରା

ଐତିହାସିକ ସହର କଟକ ଦଶହରାର ସ୍ବତନ୍ତ୍ରତା ରହିଛି। ଏକଦା ଏଠାରେ ମୁଖ୍ୟ ଆକର୍ଷଣ ଥିଲା ଜରି ଓ ଚାନ୍ଦି ମେଢ। ଏବେ ବିଭିନ୍ନ ପୂଜା କମିଟି ମଧ୍ୟରେ ସୁନାମେଢ଼ ପାଇଁ ପ୍ରତିଯୋଗିତା ଦେଖାଦେଇଛି। ସେହିପରି ମାଛଭୋଗ, ଦହିପଖାଳ, ସିନ୍ଦୂରଖେଳ, କୁମାରୀ ପୂଜା…

ଅସ୍ତ୍ରୋପଚାର ନିଷ୍ଫଳ: ଅସୁସ୍ଥ ହାତୀର ଜୀବନ ଗଲା

ବାରିପଦା ଅଫିସ/ବେତନଟୀ, ୪ା୧୦(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ମଶିଣାକାଟି ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି। ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଉକ୍ତ ଦନ୍ତାର ମୃତ୍ୟୁ ହେବା ନେଇ ବିଭିନ୍ନ ମହଲରେ…

ଦାଦନଙ୍କ ଗୋଡ଼, ହାତପାପୁଲି କାଟିଲେ ଦଲାଲ

ପାରଳାଖେମୁଣ୍ଡି,୪ା୧୦(ଡି.ଏନ୍‌.ଏ.):କିଛିବର୍ଷ ତଳେ କଳାହାଣ୍ଡି ଜିଲାର ଜଣେ ଦାଦନ ଶ୍ରମିକଙ୍କ ହାତ କାଟି ଦିଆଯାଇଥିଲା। ଗଜପତି ଜିଲା ଅଡ଼ବା ଥାନା କଲବା ଗାଁର ଶାଙ୍କ ମୁର୍ମୁଙ୍କ କ୍ଷେତ୍ରରେ ଏହାର ପୁନରାବୃତ୍ତି ହୋଇଛି। ଶାଙ୍କଙ୍କୁ ୪ ଜଣ ଦଲାଲ ଦାଦନ ଖଟିବାକୁ ଡାକି ନେଇ…

ଚାକିରି ନାଁରେ ଠକେଇ, ଥାନାରେ ମାମଲା

ମାଲକାନଗିରି,୩ା୧୦ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଚାକିରି କରାଇଦେବା ନାଁରେ କେତେକ ଯୁବତୀଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଚାକିରି ଆଶାୟୀ ୧୫ରୁ ଊର୍ଦ୍ଧ୍ୱ ଯୁବତୀଯୁବକ ସୋମବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମାଲକାନଗିରି ସଦର ମହକୁମାରେ ଦୁଲାଦେଈ ଫାଉଣ୍ଡେଶନ…

ଜଳପ୍ରପାତରେ ସେଲ୍‌ଫି ନେଲା ଜୀବନ: ୨ ଦିନ ପରେ ମିଳିଲା ମୃତଦେହ

ପାରଳାଖେମୁଣ୍ଡି,୩ା୧୦(ଡି.ଏନ୍‌.ଏ.)-ରାୟଗଡ ବ୍ଲକ ଅନ୍ତର୍ଗତ ରଘୁନାଥପୁର ନିକଟରେ ଥିବା ଗୁଦ୍‌ଗୁଦା ଜଳପ୍ରପାତରେ ସେଲ୍‌ଫି ନେବା ବେଳେ ପୁଣି ଜଣେ ଯୁବକଙ୍କ ଜୀବନ ଯାଇଛି। ମାସକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଗତ ଶନିବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ଗ୍ରାମାଞ୍ଚଳର ୪ ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri