ଅଞ୍ଚଳବାସୀଙ୍କ ପାଇଁ ଅଭିଶାପ ପାଲଟିଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ

ଖଣ୍ଡପଡ଼ା,୯ା୨(ସ୍ବ.ପ୍ର.): ଖଣ୍ଡପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଖଳିସାହି ଠାରୁ ସମ୍ବରବିନ୍ଧା ଭାୟା ସିଂଘାପଡ଼ା ତଥା ସିଂଘାପଡ଼ା-ସମ୍ବରବିନ୍ଧା ରାସ୍ତାର ଦୁରାବସ୍ଥାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି । ଉକ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦେଢ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା । ପ୍ରାୟ ୩ ମାସ ତଳୁ ଠିକାଦାର ରାସ୍ତାର ଉନ୍ନତିକରଣ କାମ ଆରମ୍ଭ କରିଥିଲେ । ରାସ୍ତା ଉପରୁ ପିଚୁ ତଡାଯାଇ ମେଟାଲ ଓ କ୍ରସର ଡଷ୍ଟ ବିଛାଯାଇଛି । ତେବେ ପରବର୍ତ୍ତୀ କାମ କରା ନ ଯାଇ ଦୀର୍ଘ ୩ ମାସ ହେଲା କାମ ବନ୍ଦ ରହିଛି । ଉକ୍ତ ରାସ୍ତା ଉପରେ ବିଭିନ୍ନ ଯାନବାହନ ଚଳାଚଳ କରିବା ଯୋଗୁ ପଡିଥିବା ମେଟାଲ ଓ ଡଷ୍ଟ ଆଉ ସମତଳ ଅବସ୍ଥାରେ ନାହିଁ । ଡଷ୍ଟ ଉଡ଼ି ଗମନାଗମନରେ ସମସ୍ୟା ସୃଷ୍ଟି କରୁଛି । ଏଥିପାଇଁ ସ୍ଥାନୀୟ ଜନସାଧାରଣ ଅତିଷ୍ଟ ହୋଇପଡୁଛନ୍ତି । ରାସ୍ତା ପାର୍ଶ୍ୱରେ ସ୍ଥାୟୀ ବାସଗୃହ ନିର୍ମାଣ କରି ରହୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସ୍ଥାନୀୟ ଅଞ୍ଚଳର ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଆନନ୍ଦ ଚନ୍ଦ୍ର ସାହୁ, କାଳନ୍ଦୀ ଚରଣ ପଣ୍ଡା, ଗୋବର୍ଦ୍ଧନ ସ୍ବାଇଁଙ୍କ ସମେତ ଅନେକ ବ୍ୟକ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୂର୍ବରୁ ରାସ୍ତା ଖରାପ ରହିଥିଲେ ମଧ୍ୟ ଲୋକେ ସାଇକେଲ, କିମ୍ବା ବିଭିନ୍ନ ଯାନବାହନରେ ସତର୍କତାର ସହିତ ଯାତାୟତ କରିପାରୁଥିଲେ । ପରେ ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରାଯାଇଥିବା ଜାଣି ଅଞ୍ଚଳବାସୀ ଖୁସି ହୋଇଥିଲେ । ମାତ୍ର ନିଯୁକ୍ତ ଠିକାଦାରଙ୍କ ଏଭଳି କାର୍ଯ୍ୟ ଶୈଳୀ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏ ସମ୍ପର୍କରେ ଖଣ୍ଡପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କ ସହ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବ ପରେ ବି କୌଣସି ସୁଫଳ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଜୟନ୍ତୀ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ ଠିକାଦାର ରାସ୍ତାକୁ ତାଡି ଅଧାପନ୍ତରିଆ ଭାବେ କାମ ବନ୍ଦ କରି ଦେଇଛନ୍ତି । ତାଙ୍କୁ କାମ ସମ୍ପନ୍ନ କରିବାକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଇତିମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବାର ସମୟ ସୀମା ଶେଷ ହୋଇଗଲାଣି। ମାର୍ଚ୍ଚ ଶେଷ ସୁଦ୍ଧା କାମ ଶେଷ ହେବ ବୋଲି ସହକାରୀ ଯନ୍ତ୍ରୀ ଇଂ.ପଣ୍ଡା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଉକ୍ତ ରାସ୍ତା କାମ ୨୦୨୨ ଜାନୁୟାରୀ ୩ ରୁ ଆରମ୍ଭ ହୋଇ ୨୦୨୨ ଅକ୍ଟୋବର୨ରେ ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?