ରାସ୍ତାରେ ନଳାପାଣି, ଯାତାୟାତରେ ସମସ୍ୟା

ପୁରୀ ଅଫିସ, ୯ା୨: ହିନ୍ଦୁଙ୍କ ଚାରିଧାମ ମଧ୍ୟରେ ପୁରୀ ଅନ୍ୟତମ ଶ୍ରେଷ୍ଠ ଧାମ। ରାଜ୍ୟ ସରକାର ପୁରୀ ସହରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢି ତୋଳିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି। ସେହିପରି ଜିଲା ପ୍ରଶାସନ ସ୍ବଚ୍ଛ ପୁରୀ ଗର୍ବ ଆମରି ସ୍ଲୋଗାନ ଦେଇ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱ ଦେଉଛି। ମାତ୍ର ସରକାରଙ୍କ ଯୋଜନା ଏବଂ ପ୍ରଚାର ପ୍ରସାରଠାରୁ ବହୁ ଦୂରରେ ପୁରୀ ସହର ଥିବା ପରି ମନେ ହେଉଛି। କାରଣ ଶ୍ରୀମନ୍ଦିରଠାରୁ ଅଳ୍ପ ଦୂର କାକୁଡ଼ିଖାଇ ଆଚାରୀ ମଠ ପାଖରେ ବୁଢ଼ୀ’ମା ଠାକୁରାଣୀଙ୍କ ମନ୍ଦିର ସମ୍ମୁଖ ରାସ୍ତାରେ କିଛି ଦିନ ହେବ ନଳା ପାଣି ଭାସୁଛି। ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ରାସ୍ତା ଉପରେବିଭିନ୍ନ ମଇଳା ଓ ଅପରିଷ୍କାର ଭାସୁଛି। ସ୍ଥାନୀୟ ବାସିନ୍ଦା ଯାତାୟାତ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଉକ୍ତ ରାସ୍ତା ବଡ଼ଦାଣ୍ଡକୁ ସଂଯୋଗ କରିଛି। ଏହା ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ପ୍ରତିଦିନ ବିଭିନ୍ନ ଯାନବାହନ ଓ ଲୋକେ ଚଳାଚଳ କରିଥାନ୍ତି। ଏପରିକି ଉକ୍ତ ରାସ୍ତା ଦେଇ ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରଣୀ ଶ୍ୱେତଗଙ୍ଗା, ଦକ୍ଷିଣକାଳି ମନ୍ଦିର, ବେଳାଭୂମି, ସ୍ବର୍ଗଦ୍ୱାରକୁ ଯାଇଥାନ୍ତି। ସେହିପରି ଶ୍ରୀମନ୍ଦିରକୁ ମଧ୍ୟ ଏହି ବାଟ ଦେଇ ଅନେକ ଶ୍ରଦ୍ଧାଳୁ ଯାଇଥାନ୍ତି। ତେବେ ରାସ୍ତାରେ ନଳାପାଣି, ମଇଳା ଆଦି ଭାସୁଥିବାରୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ପର୍ଯ୍ୟଟକମାନେ ନକାରାମତ୍କ ଭାବନା ନେଇ ଫେରୁଛନ୍ତି। ଏହାସତ୍ତ୍ୱେ ଏଥିପ୍ରତି ପ୍ରଶାସନର ନଜର ପଡୁନାହିଁ। ଏନେଇ ଶ୍ରଜଗନ୍ନାଥ ଭକ୍ତ ପରିଷଦର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଚାରିପାଖରେ ନିର୍ମାଣ କାର୍ଯ୍ୟ ଚାଲିଛି। ପୁରୀ ସହରକୁ ସରକାର ଐତିହ୍ୟ ସହର ଭାବରେ ଗଢି ତୋଳିବା ପାଇଁ ଚେଷ୍ଟା ଚଳାଇଛନ୍ତି। ମାତ୍ର ପୁରୀବାସୀଙ୍କ ସମେତ ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ଯମ ଯନ୍ତ୍ରଣା ଭୋଗୁଛନ୍ତି। ବ୍ରାହ୍ମଣ ଓ ସେବାୟତ ବୁଲି ବୁଲି ମନ୍ଦିରକୁ ଯାଉଛନ୍ତି। ଲୋକଙ୍କ ଯିବାଆସିବା ପାଇଁ ପ୍ରଶାସନ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରୁନାହିଁ। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଭକ୍ତଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ତେଣୁ ପ୍ରଶାସନ ସମସ୍ୟାକୁ ଦୃଷ୍ଟିରେ ରଖି ତ୍ୱରିତ ପଦକ୍ଷେପ ନେବା ଉଚିତ ବୋଲି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri