ରାସ୍ତାରେ ନଳାପାଣି, ଯାତାୟାତରେ ସମସ୍ୟା

ପୁରୀ ଅଫିସ, ୯ା୨: ହିନ୍ଦୁଙ୍କ ଚାରିଧାମ ମଧ୍ୟରେ ପୁରୀ ଅନ୍ୟତମ ଶ୍ରେଷ୍ଠ ଧାମ। ରାଜ୍ୟ ସରକାର ପୁରୀ ସହରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢି ତୋଳିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି। ସେହିପରି ଜିଲା ପ୍ରଶାସନ ସ୍ବଚ୍ଛ ପୁରୀ ଗର୍ବ ଆମରି ସ୍ଲୋଗାନ ଦେଇ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱ ଦେଉଛି। ମାତ୍ର ସରକାରଙ୍କ ଯୋଜନା ଏବଂ ପ୍ରଚାର ପ୍ରସାରଠାରୁ ବହୁ ଦୂରରେ ପୁରୀ ସହର ଥିବା ପରି ମନେ ହେଉଛି। କାରଣ ଶ୍ରୀମନ୍ଦିରଠାରୁ ଅଳ୍ପ ଦୂର କାକୁଡ଼ିଖାଇ ଆଚାରୀ ମଠ ପାଖରେ ବୁଢ଼ୀ’ମା ଠାକୁରାଣୀଙ୍କ ମନ୍ଦିର ସମ୍ମୁଖ ରାସ୍ତାରେ କିଛି ଦିନ ହେବ ନଳା ପାଣି ଭାସୁଛି। ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ରାସ୍ତା ଉପରେବିଭିନ୍ନ ମଇଳା ଓ ଅପରିଷ୍କାର ଭାସୁଛି। ସ୍ଥାନୀୟ ବାସିନ୍ଦା ଯାତାୟାତ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଉକ୍ତ ରାସ୍ତା ବଡ଼ଦାଣ୍ଡକୁ ସଂଯୋଗ କରିଛି। ଏହା ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ପ୍ରତିଦିନ ବିଭିନ୍ନ ଯାନବାହନ ଓ ଲୋକେ ଚଳାଚଳ କରିଥାନ୍ତି। ଏପରିକି ଉକ୍ତ ରାସ୍ତା ଦେଇ ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରଣୀ ଶ୍ୱେତଗଙ୍ଗା, ଦକ୍ଷିଣକାଳି ମନ୍ଦିର, ବେଳାଭୂମି, ସ୍ବର୍ଗଦ୍ୱାରକୁ ଯାଇଥାନ୍ତି। ସେହିପରି ଶ୍ରୀମନ୍ଦିରକୁ ମଧ୍ୟ ଏହି ବାଟ ଦେଇ ଅନେକ ଶ୍ରଦ୍ଧାଳୁ ଯାଇଥାନ୍ତି। ତେବେ ରାସ୍ତାରେ ନଳାପାଣି, ମଇଳା ଆଦି ଭାସୁଥିବାରୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ପର୍ଯ୍ୟଟକମାନେ ନକାରାମତ୍କ ଭାବନା ନେଇ ଫେରୁଛନ୍ତି। ଏହାସତ୍ତ୍ୱେ ଏଥିପ୍ରତି ପ୍ରଶାସନର ନଜର ପଡୁନାହିଁ। ଏନେଇ ଶ୍ରଜଗନ୍ନାଥ ଭକ୍ତ ପରିଷଦର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଚାରିପାଖରେ ନିର୍ମାଣ କାର୍ଯ୍ୟ ଚାଲିଛି। ପୁରୀ ସହରକୁ ସରକାର ଐତିହ୍ୟ ସହର ଭାବରେ ଗଢି ତୋଳିବା ପାଇଁ ଚେଷ୍ଟା ଚଳାଇଛନ୍ତି। ମାତ୍ର ପୁରୀବାସୀଙ୍କ ସମେତ ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ଯମ ଯନ୍ତ୍ରଣା ଭୋଗୁଛନ୍ତି। ବ୍ରାହ୍ମଣ ଓ ସେବାୟତ ବୁଲି ବୁଲି ମନ୍ଦିରକୁ ଯାଉଛନ୍ତି। ଲୋକଙ୍କ ଯିବାଆସିବା ପାଇଁ ପ୍ରଶାସନ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରୁନାହିଁ। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଭକ୍ତଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ତେଣୁ ପ୍ରଶାସନ ସମସ୍ୟାକୁ ଦୃଷ୍ଟିରେ ରଖି ତ୍ୱରିତ ପଦକ୍ଷେପ ନେବା ଉଚିତ ବୋଲି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri