ମାଟ୍ରିକ୍‌ ପରୀକ୍ଷା ନେଇ ବୋର୍ଡ ବିଜ୍ଞପ୍ତି

କଟକ ଅଫିସ, ୯ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷର ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପରୀକ୍ଷାର୍ଥୀ ସମ୍ମେଟିଭ-୧ ପରୀକ୍ଷାରେ କପି କରି ଧରାପଡିଥିଲେ, ସେମାନେ ସମ୍ମେଟିଭ-୨ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ସେମାନଙ୍କୁ ସମ୍ମେଟିଭ-୨ ପରୀକ୍ଷା ପାଇଁ ଫର୍ମପୂରଣ କରିବାକୁ ଅନୁମତି ଦିଆଯାଇ ନ ଥିବା ଜଣାପଡିଛି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା-୨୦୨୨ (ଦ୍ୱିତୀୟ)ରେ ଯେଉଁ ବିଷୟରେ ପରୀକ୍ଷାର୍ଥୀ କପି କରି ଧରାପଡିଥିଲେ, ସେହି ବିଷୟର ମାର୍କ ପ୍ରକାଶକୁ ବୋର୍ଡ ପକ୍ଷରୁ ବାତିଲ କରାଯାଇଥିବା ସୂଚନା ମିଳିଛି।

ସୂଚନାଥାଉ କି, ଚଳିତବର୍ଷ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା ଦେବାକୁ ୫ ଲକ୍ଷ ୩୨ ହଜାର ୭୪୬ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୧୩ ହଜାର ୫୮ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ସେହିଭଳି କପି କରି ୧୪୩ ଜଣ ପରୀକ୍ଷାର୍ଥୀ ଧରାପଡିଥିଲେ। ଗତ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସମ୍ମେଟିଭ-୨ ପରୀକ୍ଷା ଫର୍ମପୂରଣରୁ ସେମାନଙ୍କୁ ବଞ୍ଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?