ପରଲୋକରେ ଯାତ୍ରା କିମ୍ବଦନ୍ତୀ ଯଦୁ ପଣ୍ଡା

ସୋର, ୯ା୨(ଡି.ଏନ.ଏ.): ଦୀର୍ଘ ୬ଦଶନ୍ଧି ଧରି ଓଡ଼ିଆ ଯାତ୍ରା ଜଗତର ଆଗଧାଡ଼ିର କଳାକାର ଭାବେ ନେତୃତ୍ୱ ନେଇଥିବା କିମ୍ବଦନ୍ତୀ ପୁରୁଷ ଯଦୁ ପଣ୍ଡା(୮୩)ଙ୍କର ବୁଧବାର ଅପରାହ୍ନରେ ସୋର ବ୍ଲକ ମହୁମୁହାଣ ଶାସନସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ ଦୁର୍ଘଟଣାର ଶିକାର ହେବା ପରେ ଦୀର୍ଘ ୬ବର୍ଷ ଧରି ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ମାତ୍ରେ ସମଗ୍ର ଯାତ୍ରାଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଛନ୍ତି।

ସ୍ବର୍ଗତ ପଣ୍ଡାଙ୍କ ପିତା କାଶୀନାଥ ପଣ୍ଡା ଓ ଆଙ୍ଗୁଳା କୃଷ୍ଣଚନ୍ଦ୍ର ଜେନାଙ୍କ ପରିଚାଳନାରେ ଗଢ଼ି ଉଠିଥିବା ଯାତ୍ରାପାର୍ଟିରେ ଓସ୍ତାଦ୍‌୍‌ ବିଦ୍ୟାଧର ଜେନା ଓ କୃଷ୍ଣପ୍ରସାଦ ବେହେରାଙ୍କ ନିର୍ଦ୍ଦେଶନାରେ ଶିଶୁ ଅଭିନେତା ଭାବେ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ନଗେଶପୁର ଯାତ୍ରାପାର୍ଟିରେ ଯୋଗଦାନ କରି ମୁଖ୍ୟନାୟକ ଭୂମିକାକୁ ଉନ୍ନୀତ ହୋଇଥିଲେ। ମାତ୍ର ୧୬ ବର୍ଷ ବୟସରେ ‘ଝାନସୀ ରାଣୀ’ ନାଟକରେ ଇଂରେଜ ସାହେବ, ‘ସମ୍ରାଟ ଅଶୋକ’ରେ ଅଶୋକଙ୍କ ପୁତ୍ର ମହେନ୍ଦ୍ର, ‘ବର୍ଗୀ ଉତ୍କଳ’ରେ ଦିବାକର (ମୁଖ୍ୟଚରିତ୍ର),‘ରକ୍ତ ଦିପାଳୀ’ରେ ଚନ୍ଦନ ଭଟ୍ଟ ଚରିତ୍ରରେ ଅଭିନୟ କରି ସଫଳତା ଲାଭ କରିଥିଲେ। ସେ ୧୯୭୪ମସିହାରେ ଓଡ଼ିଶା ଅପେରାରେ ଯୋଗଦେଲେ। ‘ସ୍ବର୍ଣ୍ଣ ମନ୍ଦିର ଇନ୍ଦିରା’, ‘ଛବିରାଣୀ ହତ୍ୟାକାଣ୍ଡ’,‘ଡିସ୍କୋ ଡ୍ୟାନ୍ସ’ରେ ଡିସ୍କୋ ଡ୍ୟାନ୍ସର ଅଭିନୟ କରିଥିଲେ। ୧୯୮୨ ମସିହାରେ ଜନତା ପାର୍ଟିରେ ‘କଚ ଦେବଯାନୀ’, ‘ମା, ମାଟି ମମତା’, ‘ଉର୍ବଶୀ’ରେ ପାର୍ଥ’ ଭୂମିକାରେ ବିଶେଷ ସଫଳତା ଲାଭ କଲେ। ‘ତୁଳସୀ’ ଗଣନାଟ୍ୟରେ ‘ରାତି ନ’ରୁ ସକାଳ ଛ’, ‘ଯେ ପକ୍ଷୀ ଉଡ଼େ ଯେତେଦୂର’ ଅଭିନୟ କରି ବିଶେଷ ସଫଳତା ହାସଲ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ୧୯୮୨ ମସିହାରେ ଯାତ୍ରା ନାୟିକା ମାଧବୀ ପଣ୍ଡାଙ୍କୁ ବିବାହ କରିଥିଲେ। ଶେଷରେ ‘ତାରିଣୀ’ ଗଣନାଟ୍ୟରେ ଦୀର୍ଘ ୪୦ ବର୍ଷର ଯାତ୍ରା ଜଗତରେ ଜଣେ ଆଗଧାଡ଼ିର କଳାକାର ଥାଇ ଅବସର ନେଲେ। ସେ କେବଳ ହିରୋ ଅଭିନୟ ନୁହେଁ ଜଣେ ଖଳନାୟକ ଏବଂ କମେଡ଼ି ଅଭିନେତା ଭାବେ ତାଙ୍କର ବେଶ୍‌ ସୁଖ୍ୟାତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri