ଆମ ଜିଲା ଖବର

ବିଦେଶୀ ନାଗରିକଙ୍କୁ ଗଞ୍ଜେଇ ଦେଲା କିଏ?

ରାୟଗଡ଼ା,୧ା୧(ସ୍ବ.ପ୍ର.): ରୁଷିଆ ନାଗରିକ ବିଦାନୋଭ ଏବଂ ପାଭେଲଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନର ତୃତୀୟ ଦିନରେ ହୋଟେଲ ମାଲିକ ଏବଂ କର୍ମଚାରୀଙ୍କୁ ପଚରାଉଚରା ଚାଲିଛି। ପାଭେଲଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ବିଦାନୋଭଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିବା…

ଟ୍ରକ୍‌ ପଛରେ ପିଟିହେଲା ପିସିଆର ଭ୍ୟାନ୍‌

ସମ୍ବଲପୁର ଅଫିସ,୧ା୧: ନୂଆବର୍ଷରେ ଅଘଟଣ। ସମ୍ବଲପୁର ସହରର ଅଇଁଠାପାଲି ଛକରେ ରବିବାର ଟ୍ରକ୍‌ ପଛରେ ପିସିଆର୍‌ ଭ୍ୟାନ ପିଟି ହେବାରୁ ୩ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ଅଇଁଠାପାଲି ଥାନାର ଏହି ପିସିଆର…

ଆରାଧନାରୁ ହେବ ଦିନ ଆରମ୍ଭ

ଅନୁଗୋଳ ଅଫିସ, ୧ା୧: ନବବର୍ଷ ୨୦୨୩କୁ ନେଇ ସବୁଆଡ଼େ ଉତ୍ସବର ବାତାବରଣ। ବର୍ଷର ପ୍ରଥମ ଦିନକୁ କିଏ କେମିତି କାଟିବେ, ତାହାକୁ ନେଇ ବହୁ ପୂର୍ବରୁ ହୋଇସାରିଛି ପ୍ରସ୍ତୁତି। ଯୁବପିଢ଼ି ତ ବେଶ୍‌ ଆଗରୁ ଯୋଜନା କରିସାରିଛନ୍ତି। ହେଲେ ଏ କ୍ଷେତ୍ରରେ…

ଡିଜେ ନାଇଟ୍‌ରେ ମସ୍‌ଗୁଲ ଯୁବପିଢ଼ି

ବ୍ରହ୍ମପୁର ଅଫିସ,୧ା୧:ଚଳିତ ବର୍ଷ କରୋନା ନିୟନ୍ତ୍ରଣରେ ଥିବା ଯୋଗୁ ରେଶମ ସହରବାସୀ ଉତ୍ସାହର ସହ ଶନିବାର ଜିରୋ ନାଇଟ ପାଳନ କରିଛନ୍ତି। ଏହି ଅବସରରେ ସହରବାସୀ କେକ୍‌ କାଟି ନିଜ ପରିବାର ଓ ବନ୍ଧୁ ବର୍ଗଙ୍କ ସହ ବାଣ ଫୁଟାଇ ପାଳନ…

ସୋରଡ଼ାର ବିଭିନ୍ନ ମନ୍ଦିରରେ ପ୍ରବଳ ଭିଡ଼

ସୋରଡ଼ା,୧ା୧(ଡି.ଏନ୍‌.ଏ.): ନୂଆବର୍ଷ ଉପଲକ୍ଷେ ଗଞ୍ଜାମ ଜିଲାର ସୋରଡ଼ା ଅଞ୍ଚଳରେ ଥିବା ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର, ପଞ୍ଚାନନ ମନ୍ଦିର, ବୃଦ୍ଧ ଲିଙ୍ଗେଶର, ପୁଡୁଗେଶ୍ୱର,ବାଲୁଙ୍କେଶ୍ୱର,ହନୁମାନ ମନ୍ଦିରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି।

ଆର୍‌ଆଇ, ପୋଲିସ ୪ଘଣ୍ଟା ଅଟକ

ଚାନ୍ଦବାଲି, ୧।୧(ଡି.ଏନ.ଏ.): ଭଦ୍ରକ ଜିଲା ବଁାଶଡ଼ା ଥାନା ଅଧୀନ ଯଶିପୁର ପଞ୍ଚାୟତ ବାରାକୋହ୍ଲା ଗ୍ରାମବାସୀ ଶନିବାର ଅପରାହ୍ନରେ ୧୪୪ ଜାରିକୁ ବିରୋଧ କରି ପୋଲିସ କର୍ମଚାରୀ ଓ ସ୍ଥାନୀୟ ମହିଳା ଆର୍‌ଆଇଙ୍କୁ ଅଟକ ରଖିଥିଲେ। ୪ ଘଣ୍ଟା ଅଟକ ରଖିବା ପରେ…

ପାଭେଲଙ୍କ ମୃତ୍ୟୁ ମାମଲା: ୩ୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ

ରାୟଗଡ଼ା,୧ା୧(ସ୍ବ.ପ୍ର.): ରୁଷିଆ ପର୍ଯ୍ୟଟକ ପାଭେଲଙ୍କ ମୃତ୍ୟୁ ମାମଲାରେ ନୂତନ ବର୍ଷର ପ୍ରଥମ ଦିନରେ ହୋଟେଲ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଡିଏସ୍‌ପି ସରୋଜକାନ୍ତ ମହାନ୍ତ ଏବଂ ଇନ୍ସପେକ୍ଟର ମମତା ରାଣୀ ପଣ୍ଡାଙ୍କ ସହିତ ୫ ଜଣ ରବିବାର ହୋଟେଲ ସାଇ ଇଣ୍ଟରନ୍ୟାଶନାଲରେ…

୪ରୁ ଧାନ ସଂଗ୍ରହ

ଯାଜପୁର ଅଫିସ,୧ା୧: ଆସନ୍ତା ଜାନୁୟାରୀ ୪ରୁ ୨୦୨୨-୨୩ ଖରିଫ ଋତୁ ଧାନକିଣା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଧାନ କ୍ରୟ ପାଇଁ ପୁନର୍ବାର ଏକ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅତିରିକ୍ତ ଜିଲାପାଳ (ପ୍ରଶାସନ) ଦୁଃଖବନ୍ଧୁ…

ଘର ଭାଙ୍ଗିଦେଲେ ଖଣି ନିଗମ ଅଧିକାରୀ

କାଳିଆପାଣି,୧ା୧(ଡି.ଏନ.ଏ.): ସୁକିନ୍ଦା ବ୍ଲକ୍‌ ଅଧୀନ କାଳିଆପାଣି ଖଣି ଅଞ୍ଚଳରେ ନୂତନ ଖଣି ଖୋଲିବାକୁ ସରକାରୀସ୍ତରରେ ପ୍ରସ୍ତୁତି ଚାଲିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ସେଠାରେ ବର୍ଷବର୍ଷ ଧରି ବସବାସ କରି ରହୁଥିବା ଏକ ଘରକୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଧିକାରୀଙ୍କ ତତ୍ତ୍ୱାବଧାନରେ…

୬୦ ପିଲାଙ୍କୁ ମାଗଣାରେ ଦେଉଛନ୍ତି ସଙ୍ଗୀତ ଶିକ୍ଷା : ଦୃଷ୍ଟିବାଧିତ ଗୋବିନ୍ଦଙ୍କ ସାଧନା

କୋରାପୁଟ,୧ା୧(ସ୍ବ.ପ୍ର.): ସେ ଦୃଷ୍ଟିବାଧିତ। ମାତ୍ର ସଙ୍ଗୀତ ପ୍ରତି ରହିଛି ଅସୀମ ଆଗ୍ରହ। ୬୦ ପିଲାଙ୍କୁ ଦେଉଛନ୍ତି ମାଗଣାରେ ସଙ୍ଗୀତ ଶିକ୍ଷା। ସେ ହେଉଛନ୍ତି କୋରାପୁଟ ପୌର ପରିଷଦର ଢ଼େପସାହିରେ ରହୁଥିବା ଗୋବିନ୍ଦ ନାଇଡୁ। ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଥିଲେ ଗୋବିନ୍ଦ। ପିଲାବେଳୁ…

ବଟ ନଦୀରେ ପୁଣି ମାଛ ମଡ଼କ

ପାରାଦୀପ,୧ା୧(ସ୍ବ.ପ୍ର.): ପାରାଦୀପର ବାଲିଝରା ସଂଲଗ୍ନ ବଟନଦୀରେ ଶନିବାର ପୁଣି ମାଛ ମଡ଼କ ହୋଇଛି। ଏହି ନଦୀରେ ପ୍ରଚୁର ପରିମାଣର ମାଛ ମରି ଭାସୁଥିବାରୁ ଚତୁଃପାଶର୍‌ବରେ ଥିବା ବସ୍ତି ଓ କଲୋନିରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅନନ୍ତ…

ଦାନ୍ତ ପାଇଁ ବନବିଭାଗ ନୟାନ୍ତ

ବାରିପଦା ଅଫିସ, ୧ା୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଜେନବିଲ ରେଞ୍ଜରେ ହାତୀ ଦାନ୍ତ ଉଦ୍ଧାର ନେଇ ବନବିଭାଗ ନୟାନ୍ତ ହୋଇପଡିଲାଣି। ରାତିଅଧିଆ ଚଢାଉ କରି ନିରାଶ ହେବା ପରେ ଉପରିସ୍ଥ ଅଧିକାରୀଙ୍କ ଆଖିରୁ ନିଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?