ଜୟପୁର ରାଜ ପରିବାରର ଶେଷ ରାଣୀଙ୍କ ପରଲୋକ
ଜୟପୁର,୨ା୧(ନି.ପ୍ର.): ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ପରେ ଶେଷରେ ଜୟୁପରସ୍ଥିତ ମୋତି ମହଲରେ ରବିବାର ରାତିରେ ରାଣୀଙ୍କ ପରଲୋକ…
ଧାନବିଲରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ
ପୁରୁଷୋତ୍ତମପୁର/ଗଞ୍ଜାମ,୨ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର-ହୁମ୍ମା ମୁଖ୍ୟ ରାସ୍ତାର କାଳୁଆବାଡ଼ି ଛୋଟାବସା ମଧ୍ୟ ରାସ୍ତା ପାଶର୍ବରେ ଥିବା ଏକ ଧାନ ବିଲରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଛି। ଘଟଣାସ୍ଥଳରେ ଏକ ପୁରୁଷଙ୍କ ଚପଲ ରହିଛି। ଏହି ଚପଲକୁ ନେଇ ଅଭିଯୁକ୍ତ ପୁରୁଷ…
ବିଦ୍ୟୁତ ଖୁଣ୍ଟରେ ଝୁଲୁଛି ଯୁବକଙ୍କ ମୃତଦେହ
ଖୋର୍ଦ୍ଧା ଅଫିସ,୨।୧: ବିଦ୍ୟୁତ ଖୁଣ୍ଟିରେ ଝୁଲୁଛି ଯୁବକଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ। ସେଇ ଗ୍ରାମର ଯାତ୍ରା ପଡିଆରେ ଥିବା ୧୧କେଭି ବିଦ୍ୟୁତ ତାର ଲାଗି ଯୁବକଙ୍କ ଜୀବନ ଚାଲିଯାଇଛି।…
ହାତୀ ଆକ୍ରମଣରେ ଚାଲିଗଲା ଚାଷୀଙ୍କ ଜୀବନ, ଜଣେ ଗୁରୁତର
ଖୋର୍ଦ୍ଧା ଅଫିସ୍/ବେଗୁନିଆ,୨।୧(ଡି.ଏନ.ଏ):ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅନ୍ତର୍ଗତ ସିକୋ ଗାଁରେ ଏକ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଜଣେ ଚାଷୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ରତ୍ନାକର ବେହେରା…
ବ୍ଲାକସ୍ପଟ୍ରେ ସାଇନେଜ୍ ଲଗାଅ
ଢେଙ୍କାନାଳ ଅଫିସ, ୨।୧:ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ପୂର୍ତ୍ତ ବିଭାଗ ପକ୍ଷରୁ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି କହିଲେ, ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ…
ପର୍ଯ୍ୟାପ୍ତ ହେଉନି ପିଣ୍ଡି
ଛେଣ୍ଡିପଦା,୨।୧(ସ୍ବ.ପ୍ର.):ପ୍ରକୃତିକୁ ଉପଭୋଗ କରିବାକୁ ପହଞ୍ଚୁଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟନ ଋତୁ ହୋଇଥିବାରୁ ଦୈନିକ ବଢ଼ୁଛି ଭିଡ଼। କିଏ ମା’ ବାୟାଣୀଙ୍କ ପୂଜାର୍ଚ୍ଚନା କରି ମାନସିକ ପୂରଣ କରୁଛନ୍ତି ତ ଆଉ କିଏ ପାହାଡ଼, ଜଙ୍ଗଲିଆ ପରିବେଶରୁ ମଜା ଉଠାଇ ଭୋଜିଭାତ କରୁଛନ୍ତି। ଅନେକେ…
ଦାରିଙ୍ଗବାଡ଼ିକୁ ପରିଚୟ ଦେଇଛି କଫି ବଗିଚା
ଦାରିଙ୍ଗବାଡ଼ି,୨।୧(ଡି.ଏନ୍.ଏ.):ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ପ୍ରଥମେ ପରିଚୟ ଦେଇଥିଲା କଫି ବଗିଚା ା ପର୍ଯ୍ୟଟକମାନେ କଫି ବଗିଚା ଦେଖିବା ପାଇଁ ଦାରିଙ୍ଗବାଡ଼ି ଆସୁଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୦୦ ମସିହାରେ ବ୍ଲକ ପ୍ରଶାସନ ପକ୍ଷରୁ ହିଲଭିୟୁ ପାର୍କ କରାଯାଇଥିବା…
୫୫ ହଜାର ପ୍ଲଟ୍ରେ ହୋଇନି ଚାଷ
କେନ୍ଦୁଝର,୨ା୧(ସ୍ବ.ପ୍ର.):କେନ୍ଦୁଝର ଜିଲାରେ ଚଳିତ ବର୍ଷ ୫୫ ହଜାରରୁ ଊର୍ଦ୍ଧ୍ୱ ଜାଲ୍ ପଞ୍ଜୀକରଣ କରାଯାଇଛି। ପଞ୍ଜୀକୃତ ଜମିରେ ଧାନ ଚାଷ ହୋଇନାହିଁ। ପ୍ରଶାସନ ପକ୍ଷରୁ ସାଟେଲାଇଟ୍ ସର୍ଭେରେ ଉକ୍ତ ତଥ୍ୟ ଜଣାପଡ଼ିଛି। ମାତ୍ର କେତେଜଣ ଚାଷୀ ସେମାନଙ୍କ ପଞ୍ଜୀକରଣ କରିଥିବା ପ୍ଲଟ୍ ମୁତାବକ…
ରୋଗୀଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ଆମ୍ବୁଲାନ୍ସ
କେନ୍ଦୁଝର,୨ା୧(ସ୍ବ.ପ୍ର):ବିଳମ୍ବିତ ରାତିରେ ଜଣେ ରୋଗୀଙ୍କୁ କଟକରୁ ଆଣି ଆମ୍ବୁଲାନ୍ସ ଅଧା ରାସ୍ତାରେ ଛାଡ଼ି ପଳାଇଥିଲା। ରୋଗୀଙ୍କ ସମ୍ପର୍କୀୟ ଏକ ଭଡ଼ା ଗାଡ଼ି କରି ରୋଗୀଙ୍କୁ ନେଇ ଘରକୁ ଫେରିଥିବା କହିଛନ୍ତି। ଏହି ଘଟଣାକୁ ରୋଗୀଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିବା ସହ…
ବଢ଼ୁଛି ଧାନକିଣା ବିବାଦ
ନୟାଗଡ଼ ଅଫିସ,୨।୧:ନୟାଗଡ଼ ଜିଲାରେ ଧାନକିଣା ଆରମ୍ଭ ହେବାର ଇତିମଧ୍ୟରେ ୧୦ ଦିନ ବିତିଛି। ଜିଲାରେ ୧୬୭ଟି ମଣ୍ଡିରୁ ଏଯାବତ ମାତ୍ର ୫ଟି ମଣ୍ଡି ଖୋଲିଛି । ଧାନକିଣାରେ ଚାଷୀର ଅସୁବିଧା ହେବନି ବୋଲି ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ କହୁଥିବାବେଳେ…
ଇକୋ ପାର୍କ ଖୋଲିବାକୁ ଅପେକ୍ଷା
ଜି.ଉଦୟଗିରି,୨ା୧(ଡି.ଏନ୍.ଏ.):ଜି.ଉଦୟଗିରି ସହରରେ ଚଳିତ ବର୍ଷ ଶୀତ ଲୁଚକାଳି ଖେଳିବା ପରି ମନେହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିବା ବେଳେ ଶନିବାର ୭.୪ ଡିଗ୍ରୀ ରହିଥିଲା। ଶୁକ୍ରବାର ୬ଡିଗ୍ରୀ ସେଲସିୟସ ରହିଥିଲା ବେଳେ ଗୁରୁବାର ତାପମାତ୍ରା ୧୨ ଡିଗ୍ରୀ ଥିଲା।…
ଜନବସତି ଉପରେ ୧୧ କେ.ଭି. ବିଦ୍ୟୁତ୍ ତାର
ରସୁଲପୁର,୨ା୧(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ କୁଆଖିଆ ବାଜରର ଜନବହୁଳ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି। ଏଠାରେ ଜନବସତି ଉପରେ ୧୧ ଓ ୩୩ କେ.ଭି. ବିଦ୍ୟୁତ୍ ତାର ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। ବିଦ୍ୟୁତ୍ ବିଭାଗର ଟାଳଟୁଳନୀତି…

