ଆମ ଜିଲା ଖବର

ପୁରୁଣାକୁ ଅଣଦେଖା, ନୂଆ ପାଇଁ ଯୋଜନା

ବ୍ରହ୍ମପୁର ଅଫିସ,୧୯ା୧୦: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ପରିସରରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଏବେ ଅଚଳ ହୋଇ ଖତ ଖାଉଛି। ଏହାକୁ ମରାମତି ଦିଗରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଅନ୍ୟପଟେ ବର୍ଷାଋତୁରେ ସହରକୁ ଜଳବନ୍ଦୀରୁ ମୁକ୍ତ ପାଇଁ…

ପେଟ ବ୍ୟଥାରୁ ମୁକ୍ତି ପାଇଁ ଚେଙ୍କ

ଆର.ଉଦୟଗିରି,୧୯ା୧୦(ଡି.ଏନ.ଏ.): ଗଜପତି ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ସଚେତନତା ଅଭାବରୁ ଏବେ ବି ଲୋକଙ୍କ ମଧ୍ୟରେ ଅନ୍ଧ ବିଶ୍ୱାସ ଲାଗିରହିଛି। କୌଣସି ରୋଗ ହେଲେ ଲୋକେ ଝଡାଫୁଙ୍କାରେ ବିଶ୍ୱାସ ରଖି ତାନ୍ତ୍ରିକଙ୍କ ପାଖକୁ ଯାଉଛନ୍ତି। ପେଟରେ ଚେଙ୍କ ଦେଇ ଆରୋଗ୍ୟ ଲାଭ…

ଭସାଣି ଶୋଭାଯାତ୍ରାରେ ବିଦ୍ୟୁତ୍‌ ତାର ଲାଗି ଜଣେ ମୃତ

ମାର୍ଶାଘାଇ, ୧୯ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କଣକଷଟି ଗଁାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଶୋଭଯାତ୍ରା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ଶୋଭାଯାତ୍ରାରେ ଯାଉଥିବା ଡିଜେ ଗାଡ଼ିର ଲୁହା ଆଙ୍ଗେଲରେ ୩୩ କେଭି ବିଦ୍ୟୁତ୍‌ ତାର ଲାଗିବାରୁ ଜଣେ…

ଗୃହରେ ତାଲା, ବାରଣ୍ଡାରେ ପିଲା

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ପୌରାଞ୍ଚଳର ୨ନଂ. ୱାର୍ଡର ଅଠରବାଙ୍କି ତଳପଡାରେ ଅଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ୨୦୦୮ରୁ ଚାଲିଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୧୦୨ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଉକ୍ତ ସ୍କୁଲ ଧାର୍ଯ୍ୟ…

ଅଳପୁଆ ପାହାନ୍ତିସାହିରେ ପାନୀୟ ଜଳ ସଙ୍କଟ

ପଟ୍ଟାମୁଣ୍ଡାଇ ୧୯ା୧୦(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ପାହାନ୍ତିସାହିରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଇ ଦେଇଛି। ଏହି ସାହିରେ ୫୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରନ୍ତି। ଏଠାରେ ନଳକୂପ ବସାଯାଇଥିଲେ ମଧ୍ୟ ଦୀର୍ଘଦିନ ଧରି ଅଚଳ…

ନିଆଳ ହାଟ ସଂଯୋଗୀକରଣ ରାସ୍ତା ମରାମତି ଦାବି

ଆଳି,୧୯ା୧୦(ଡି.ଏନ.ଏ.): ନିଆଳ ହାଟରୁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଦୀର୍ଘଦିନ ହେବ ରାସ୍ତା ଅବସ୍ଥା ଶୋଚନୀୟ ଥିବାବେଳେ ବିଭାଗ ପକ୍ଷରୁ ମରାମତି କରାଯାଉନାହିଁ। ତେଣୁ ଏହାକୁ ମରାମତି ନିମନ୍ତେ ସାଧାରଣରେ ଦାବି ହୋଇଛି। ସୂଚନା…

ବଜାର ଦର ବୃଦ୍ଧି, ଚିନ୍ତାରେ ଖାଉଟି

କେନ୍ଦ୍ରାପଡ଼ା ଅଫିସ, ୧୯ା୧୦: ବଜାର ଦର ବୃଦ୍ଧି ଯୋଗୁ ଚିନ୍ତାରେ ଖାଉଟି ପଡିଛନ୍ତି। କାର୍ତ୍ତିକ ମାସ ଯୋଗୁ ନିରାମିଷ ଖାଇବାକୁ ଲୋକେ ପସନ୍ଦ କରୁଥିବା ବେଳେ ପରିବା ଦର ଆକଶ ଛୁଅଁା ହୋଇଛି। ଏହାର ପ୍ରଭାବ ହାଣ୍ଡିଶାଳ ଉପରେ ପଡିଛି। ମାସକ…

ଟଙ୍କା ନ ଦେଲେ ପଞ୍ଜୀକରଣ ବନ୍ଦ

ନୟାଗଡ଼ ଅଫିସ,୧୯।୧୦: ଅଣସଙ୍ଗଠିତ ଶ୍ରମିକଙ୍କ ନାମ ପଞ୍ଜୀକରଣ ଓ ସେମାନଙ୍କୁ ମାଗଣାରେ ଫର୍ମ ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି । ତେବେ ନୟାଗଡ଼ ଜିଲାରେ କୃଷି ଶ୍ରମିକଙ୍କ ନାମ ପଞ୍ଜୀକରଣ କରିବା ପାଇଁ ଜିଲା ଶ୍ରମ କାର୍ଯ୍ୟାଳୟକୁ ଆସିଲେ…

ନନ୍ଦନକାନନ: ବୋଟିଂ ଟେଣ୍ଡରରେ ଫିକ୍ସିଂ ଅଭିଯୋଗ

ବାରଙ୍ଗ,୧୯।୧୦(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ନନ୍ଦନକାନନ ପୁଣି ବିବାଦ ଘେରକୁ ଟାଣି ହୋଇଯାଇଛି। ଏଥର ପର୍ଯ୍ୟଟକଙ୍କୁ ନେଇ ବିବାଦ ନୁହେଁ ଖୋଦ୍‌ ନନ୍ଦନକାନନ ଉପନିର୍ଦ୍ଦେଶକ ଓ ଜଣେ କିରାଣିଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆସିଛି। ଟେଣ୍ଡର ଫିକ୍ସିଂ ଭଳି ଅଭିଯୋଗ ଉଠାଇଛନ୍ତି…

ନବୀନ ନିବାସ ଅଭିମୁଖେ ଦଣ୍ଡବତ ଯାତ୍ରା

ସମ୍ବଲପୁର,୧୯ା୧୦(ବ୍ୟୁରୋ): ସରକାର ୩ମାସ ସମୟ ଦେଇଥିଲେ। ହେଲେ ବର୍ଷେ ବିତିଥିଲେ ବି ପ୍ରତିଶ୍ରୁତି ପୂରଣ କଲେନି। ଶେଷରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ କର୍ମକର୍ତ୍ତା। ସେମାନେ ମଙ୍ଗଳବାର ସମ୍ବଲପୁରରୁ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି। ସମ୍ବଲପୁର ମା’…

ମିଳିଲା ନାହିଁ ଜଳ ନମୁନା ପରୀକ୍ଷା ରିପୋର୍ଟ

ଯାଜପୁର ଅଫିସ,୧୯ା୧୦: ରାଜ୍ୟର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ୧୦ ହେକ୍ଟରରୁ ଊର୍ଦ୍ଧ୍ୱ ଜଳାଶୟକୁ ପ୍ରଦୂଷଣମୁକ୍ତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଏନେଇ ରୁଜୁ ହୋଇଥିବା ଏକ ମାମଲା(ନଂ.୩୨୫/୨୦୧୫)କୁ ଅନୁପାଳନ କରିବାକୁ ୬ା୯ା୨୦୨୨ରେ ଜଳ ସମ୍ପଦ ବିଭାଗ…

ବିଜେଡି ନେତାଙ୍କ ଘରକୁ ବୋମା ମାଡ଼

କାମାକ୍ଷାନଗର, ୧୯।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଏନଏସି ୨ନଂ. ଓ୍ବାର୍ଡରେ ରହୁଥିବା ବିଜେଡି ନେତା ତଥା ଠିକାଦାର କାହ୍ନୁ ସାହୁଙ୍କ ଘର ଉପରକୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ ତାଙ୍କ କାର୍‌ର ପଛ କାଚ ଭାଙ୍ଗି ଚୂରମାର୍‌ ହୋଇଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri