ରଫାଦଫା ପାଇଁ ସୋମାଲିକାଙ୍କୁ ଧମକ

ଜଗତ୍‌ସିଂହପୁର ଅଫିସ, ୨୨ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବିଧାୟକଙ୍କ ବିରୋଧରେ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱର ଗ୍ରାମର ସୋମାଲିକା ଦାଶ (୨୯) ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି କରି ପୋଲିସ ମାମଲା ରୁଜୁ କରିଥିଲା। ତେବେ ଉକ୍ତ ମାମଲାକୁ ରଫାଦଫା କରିବା ପାଇଁ ସୋମାଲିକାଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ସୋମାଲିକା ମଙ୍ଗଳବାର ରାତି ପ୍ରାୟ ୯ଟାରେ ଜଗତ୍‌ସିଂହପୁର ଥାନାରେ ପହଞ୍ଚତ୍ ଅତିରିକ୍ତ ଆଇଆଇସି ବବିତା ଦଳେଇଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସୋମାଲିକା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ୨/୩ ଦିନ ତଳେ ଏବଂ ସୋମବାର ଏକ ଅଜଣା ମୋବାଇଲ ନମ୍ବରରୁ ଧମକ ଆସିଥିଲା । ଟଙ୍କା ନେଇ ସମାଧାନ କରିଦିଅ। ବିଧାୟକଙ୍କ ଗୋଡ଼ ଧରି ଭୁଲ ମାଗ। କେବଳ ଏତିକି ନୁହେଁ, ଶାସକ ଦଳର କେତେଜଣ ସୋସିଆଲ ମିଡିଆରେ ତାଙ୍କ ସାଙ୍ଗମାନଙ୍କ ସହ ଥିବା ପୁରୁଣା ଫଟୋ ଶେୟାର କରୁଛନ୍ତି। ଏଭଳି କରି ମାନସିକ ଚାପ ଦେବାକୁ ଉଦ୍ୟମ କରାଯାଉଛି। ଯେହେତୁ ବିଜୟଶଙ୍କର ଶାସକ ଦଳର ବିଧାୟକ, ତେଣୁ ତାଙ୍କୁ ଘଣ୍ଟ ଘୋଡ଼ାଯାଉଛି ବୋଲି ସେ କହିଛନ୍ତି।
ଅପରପକ୍ଷେ ସୋମାଲିକାଙ୍କ ପାଇଁ ଆତ୍ମହତ୍ୟା କରିବା ଭଳି ପରିସ୍ଥିତି ସୃଷ୍ଟି କରାଯାଉଛି। କିନ୍ତୁ ସେ ଶେଷ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଲଢ଼ିବେ। ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବେ ନାହିଁ ବୋଲି ସୋମାଲିକା କୋହଭରା କଣ୍ଠରେ କହିଛନ୍ତି। ତାଙ୍କୁ ଆଇନଗତ ସହାୟତା କରୁଥିବା ସ୍ନିଗ୍ଧା ବିଶ୍ୱାଳ କହିଛନ୍ତି, ତାଙ୍କ ପ୍ରତି ମଧ୍ୟ ଶାସକ ଦଳର ଆକ୍ରୋଶ ବଢ଼ି ଚାଲିଛି । ସୋମାଲିକାଙ୍କ ହାତ ଛାଡ଼ିବାକୁ ଅଜଣା ମୋବାଇଲ ଫୋନ ଯୋଗେ ଧମକ ଆସୁଛି। ତାଙ୍କଠାରୁ ଦୂରେଇ ଗଲେ ମାମଲା ବନ୍ଦ ହୋଇଯିବ ବୋଲି କୁହାଯାଉଛି। ନଚେତ ଅସୁବିଧା ହେବ। କିନ୍ତୁ ସେ ସୋମାଲିକାଙ୍କ ସାଥିରେ ଅଛନ୍ତି ଏବଂ ରହିବେ ବୋଲି ଜଣାଇଛନ୍ତି। ସୋମବାର ଏକ ଅଜଣା ନମ୍ବରରୁ ଏଭଳି କଲ ଆସିଲା ପରେ ବିଶ୍ୱାଳ ସଙ୍ଗେସଙ୍ଗେ ସୋମାଲିକାଙ୍କୁ କନଫରେନ୍ସରେ ନେଇଥିଲେ। ଯେହେତୁ ତାଙ୍କ ଜୀବନ ପ୍ରତି ବିପଦ ଅଛି, ତେଣୁ ଉଭୟଙ୍କ ଦସ୍ତଖତରେ ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କରାଯାଇଛି।
ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଧାୟକ ଦାସଙ୍କ ସହ ସୋମାଲିକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ବିବାହ ନିଷ୍ପତ୍ତି ହୋଇଥିଲା। ୧୭ା୫ା୨୦୨୨ରେ ଜଗତ୍‌ସିଂହପୁର ସ୍ବତନ୍ତ୍ର ବିବାହ ଅଧିକାରୀ (ଡିଏସ୍‌ଆର୍‌)ଙ୍କ କୋର୍ଟରେ ଉଭୟ ବିବାହ ପାଇଁ ଆବେଦନ କରିଥିଲେ। ଆବେଦନର ୩୧ ଦିନ ସୋମାଲିକା ତାଙ୍କ ସମ୍ପର୍କୀୟମାନଙ୍କ ସହ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ବିବାହ ପାଇଁ ପହଞ୍ଚତ୍ଥିଲେ। ସକାଳୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଧାୟକ ବିଜୟଶଙ୍କରଙ୍କୁ ଅପେକ୍ଷା କରି ନିରାଶ ହେଲା ପରେ ଫେରିଯାଇଥିଲେ। ଅପରପକ୍ଷେ ମା’ଙ୍କ ଦେହ ଖରାପ କାରଣରୁ ପରବର୍ତ୍ତୀ ସମୟରେ ବିବାହ କରିବେ ବୋଲି ବିଜୟଶଙ୍କର ପ୍ରତିଶ୍ରୁତି ଦେଇ ଏପର୍ଯ୍ୟନ୍ତ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି। ଏନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ପର୍ଯ୍ୟାୟକ୍ରମେ ବଢି ଚାଲିଥିଲା। ଏହି ଘଟଣାରେ ପୋଲିସ ନୀରବତା ଅବଲମ୍ବନ କରିବାରୁ ସୋମାଲିକା ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ପୋଲିସ ମାମଲା ରୁଜୁ କରିବା ସହ ଗତ ୬ ତାରିଖରେ ଧାରା ୧୬୧ରେ ଜଗତ୍‌ସିଂହପୁର ଥାନାରେ ଏବଂ ୧୦ରେ ଧାରା ୧୬୪ରେ ଜଗତ୍‌ସିଂହପୁର ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ବୟାନ ରେକର୍ଡ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?