୮ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ରାଜଗାଙ୍ଗପୁର, ୨୧।୨(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲି ବାଇପାଶ ଠାରେ ଥିବା କ୍ରୀଷ୍ଣା ପାୱାର ଗୋଦାମରୁ ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଦେଖାଇ ଇଲେକ୍ଟ୍ରିକ ଓୱାର (କନଡକଟର)ଡକାୟତି ଘଟଣାରେ ରାଜଗାଙ୍ଗପୁର ପୋଲିସ ୮ଜଣ ଡକାୟତଙ୍କ ସହ ଡକାୟତି ଜିନିଷ କିଣିଥିବା ବ୍ୟକ୍ତିକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ ଟାଟା ପାୱାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ କ୍ରିଷ୍ଣା ପାୱାରକୁ ଠିକା ଦେଇଥିବାବେଳେ କ୍ରିଷ୍ଣା ପାୱାର ଜାମିପଲ୍ଲୀ ବାଇପାସଠାରେ ତାଙ୍କ ବ୍ୟବହାର ସାମଗ୍ରୀ ରଖି ଗୋଦାମ କରିଥିଲେ l ଗତ ୧୭ ତାରିଖ ରାତି ୨ଟାବେଳେ ରାଜଗାଙ୍ଗପୁର ଜାମପାଲି ବଡ଼ ଗୁଡ଼ ଓ କୁତ୍ରା ଥାନା ଅନ୍ତର୍ଗତ ଝାରବେଡାର ୮ ଜଣ ଦୃର୍ବୃତ୍ତ ପିସ୍ତଲ ଖଣ୍ଡା ଲୁହାରଡ଼ ଲାଠି ନେଇ ଗୋଦାମରେ ଥିବା କର୍ମଚାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ସେଠାରେ ଥିବା ଟାଟା ପିକଅପ୍‌ ଭ୍ୟାନ ନମ୍ବର ଓଡି ୦୫ ବିଜେ ୨୮୮୨ ରେ ଥିବା ଏକ ଟନ ୩୦ କେଜି ଇଲେକଟ୍ରିକ ଓୱାର କନଡକଟର ନେଇ କିଛି ରାସ୍ତା ଯିବା ପରେ ଓଡି ୧୪ଏ ଏ ୨୬୫୩ ମହେନ୍ଦ୍ରା ପିକଅପ ଭ୍ୟାନରେ ଅନଲୋଡ଼ କରି ତେତେରକେଲା ଜଙ୍ଗଲରେ ଗାଡି ସହ ରଖିଦେଇଥିଲେ। ଡକାୟତି ସାମଗ୍ରୀକୁ ରାଉରକେଲା ନିକଟ ବେଦବ୍ୟାସ ନେଇ ବିକ୍ରି କରି ଦେଇଥିଲେ। ରାଜଗାଙ୍ଗପୁର ଏସ୍‌ଡିପିଓ ଅଭିଷେକ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ରାଜଗାଙ୍ଗପୁର ଆଇଆଇସି ବିଭତ୍ସ କୁମାର ପ୍ରଧାନ କାଂଶବାହାଲ ଫାଣ୍ଡି ଅଧିକାରୀ ଖଗେଶ୍ୱର ବିଶ୍ୱାଳ ଥାନା ଏସ୍‌ଆଇ ରତିକାନ୍ତ ପରିଡା, ଦେବଗ୍ରାହୀ ମହାନ୍ତି, ହରପ୍ରିୟା ମାଝୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚିତ୍ରସେନ ଲାକ୍ରା, ମହେନ୍ଦ୍ର କୁଜୁର, ମିନକେତନ କୁଜୁର, ଭୂଷଣ ଲାକ୍ରା, କିରଣ ବାଗ, ଶୁଭମ ସାହୁ, ଦୀପକ ନାୟକ, କୁନ୍ଦନ ସା ଓ ଚୋରୀ ସାମଗ୍ରୀ କିଣିଥିବା ବେଦବ୍ୟାସ ଛକର ଗୁଡ଼ୁ ଶର୍ମାଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲେ। ସେମାନଙ୍କ ଠାରୁ ଡକାୟତି ସାମଗ୍ରୀ ଜବତ କରିବା ସହ,୨ଟି ପିକଅପ୍‌ ଭ୍ୟାନ, ଗୋଟିଏ ଖଣ୍ଡା, ଗୋଟିଏ ଛୁରି, ଲୁହା ରଡ, ୪ଟି ମୋବାଇଲ ଜବତ କରିଛି। ସ୍ଥାନୀୟ ଏସ୍‌ଡିପିଓ ଅଭିଷେକ କୁମାର ପାଣିଗ୍ରାହୀ ଏକ ପ୍ରେସବାର୍ତ୍ତା ଦେଇ ଏହା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri