ଆମ ଜିଲା ଖବର

ସହାୟତାର ହାତ ବଢାଇଲେ ପୋଲିସ ଅଧିକାରୀ

ଲହୁଣୀପଡ଼ା,୧୦।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ଜଣେ ପୋଲିସ ଅଧିକାରୀ ମାନବିକତାର ପରିଚୟ ଦେଇଛନ୍ତି। ସେ ହେଲେ ମହୁଲପଦା ଥାନା ଅଧିକାରୀ ସୁଦର୍ଶନ ଦେହୁରୀ। ଲହୁଣୀପଡା ବ୍ଲକ ଭୁତୁଡା ପଞ୍ଚାୟତର ତିଲକୁଦା ଗ୍ରାମର ରଞ୍ଜନ ଦେହୁରୀ (୫୦)ଙ୍କ ଝିଅ ରଇ ଦେହୁରୀ(୬) ନିଆଁରେ ପୋଡ଼ିଯାଇଥିଲେ।…

ବଜେଟ ଘୋଷଣା ଅଧିକ, ଖର୍ଚ୍ଚ କମ୍‌

ବଲାଙ୍ଗୀର ଅଫିସ,୧୦ା୨: ବହୁପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ସମଗ୍ର ଦେଶର ଏକ ବିଳମ୍ବିତ ପ୍ରକଳ୍ପ ଭାବେ ପରିଗଣିତ। ସରକାରୀ ଅବହେଳାର ଏହା ଏକ ଚରମ ନମୂନା। ତେବେ ସରକାରୀ ଅବହେଳା ଏଯାଏ ବନ୍ଦ ହୋଇନାହିଁ। ବରଂ ଏବେ ଏକ ନୂଆ ରୂପରେ ଲୋକଙ୍କୁ…

ଅଧିକାରୀଙ୍କ ଅବହେଳା, ଭୁଶୁଡୁଛି ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥା

ପଟ୍ଟାଙ୍ଗି,୧୦ା୨(ଡି.ଏନ.ଏ.):ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତକରି କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବ୍ଲକ ଓ ଜିଲା ଶିକ୍ଷା ଅଧିକାରୀଙ୍କ ଅବହେଳାରୁ କେତେକ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଅଧିକାରୀମାନେ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ର ଅନୁପାତରେ ଶିକ୍ଷୟିତ୍ରୀ ଶିକ୍ଷକ…

ସୋସିଆଲ ମିଡିଆରେ ପୋଷ୍ଟକରି ବିଧାୟକ ହେବାର ସ୍ବପ୍ନ

ଦେବଗଡ଼,୧୦।୨(ଡି.ଏନ୍‌.ଏ.): ଫେସ୍‌ ବୁକ, ହ୍ବାଟ୍ସଆପ, ୟୁଟୁବ ଆଦି ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ କିଛି ନା କିଛି ପୋଷ୍ଟ କରି ଦେବଗଡ଼ ଜିଲା ତଥା ସହରର କେତେକ ନେତା, କର୍ମୀ ସିଧାସଳଖ ବିଧାୟକ ହେବାର ସ୍ବପ୍ନ ଦେଖୁଛନ୍ତି। ଯାହା ବର୍ତ୍ତମାନ ଦେବଗଡ଼ରେ…

ବଙ୍ଗଳାଗୁଡ଼ାକୁ ରାଜସ୍ବ ଗାଁର ମାନ୍ୟତା ଦାବି

ତେନ୍ତୁଳିଖୁଣ୍ଟି, ୧୦।୨(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ପଞ୍ଚାୟତର ବଙ୍ଗଳାଗୁଡ଼ାକୁ ରାଜସ୍ବ ଗାଁର ମାନ୍ୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ଭେଟି ସେମାନେ ଏକ ଦାବିପତ୍ର ଦେଇଛନ୍ତି। ବଙ୍ଗଳାଗୁଡ଼ା ଗ୍ରାମରେ ତିନୋଟି…

ଜଣେ ଅଧିକାରୀଙ୍କୁ ୩ ଦାୟିତ୍ବ, କାର୍ଯ୍ୟ ସମ୍ପାଦନା ନେଇ ଉଠିଲା ପ୍ରଶ୍ନ

ଗୁଣପୁର,୧୦ା୨(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ରାମନାଗୁଡ଼ା ବିଡିଓଙ୍କୁ ଗୁଣପୁର ବିଡିଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଇଟିଡିଏ ପିଏ ରୂପେ ବଦଳି କରାଯିବା ପରେ ରାମନାଗୁଡ଼ା ବିଡିଓ ପ୍ରଭାତି ଝୋଡ଼ିଆଙ୍କୁ ଗୁଣପୁର ବ୍ଲକର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବିଡିଓ…

ବର୍ଷାଜଳ ସଂରକ୍ଷଣ ପାଇଁ ଟଙ୍କା ଆସୁଛି, କାମ ହେଉନି

ରାୟଗଡ଼ା,୧୦ା୨(ସ୍ବ.ପ୍ର.):ରାୟଗଡ଼ା ଜିଲାରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ରାସ୍ତା ଓ ନର୍ଦ୍ଦମାରେ ପ୍ରବାହିତ ହୋଇ ନଷ୍ଟ ହେଉଥିବା ବର୍ଷାଜଳକୁ ଛାତ ଉପରେ ସଂରକ୍ଷଣ କରାଯାଇ ପାରିଲେ ଆଗାମୀ ଦିନରେ ଜିଲାରେ ଜଳ ସଙ୍କଟ ରହିବ ନାହିଁ। ସରକାରଙ୍କ ପକ୍ଷରୁ ଏଥିପାଇଁ ଅର୍ଥ…

କେରାଣ୍ଡି ଗାଁକୁ ପକ୍କା ରାସ୍ତା ନାହିଁ

ପାରଳାଖେମୁଣ୍ଡି,୧୦ା୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହର ଉପକଣ୍ଠ ତଥା ଗୋଷାଣି ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମକୁ ପକ୍କା ରାସ୍ତା ନାହିଁ। ରାମସାଗର ଛକ ଦେଇ ଉକ୍ତ ଗ୍ରାମକୁ ଯାଇଥିବା ପକ୍କା ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ଅନ୍ୟପକ୍ଷରେ ପାରଳା ସହର ବୃନ୍ଦାବନ ପ୍ୟାଲେସ ନିକଟ…

ସିମନବାଡ଼ି-ସିକକେତା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ

ଦାରିଙ୍ଗବାଡ଼ି,୧୦।୨(ଡି.ଏନ.ଏ): ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିଠାରୁ ସିକକେତା ପର୍ଯ୍ୟନ୍ତ ପ୍ରାୟ ୧୫ କି.ମି. ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ କଚ୍ଛପ ଗତିରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟ ଚାଲିଥିବା ବେଳେ…

ଭତ୍ତା ପାଇଁ ବାର୍ଦ୍ଧକ୍ୟ ସାଜିଛି ବାଧକ

ବିଶୋଇ,୧୦ା୨(ଡି.ଏନ.ଏ.): ଆଖିକୁ ଭଲ ଦିଶୁନି। ଚାଲିବା ପାଇଁ ପାଦରେ ଆଉ ଜୁ ନାହିଁ। ଏଭଳି ପରିସ୍ଥିତିରେ ସରକାରଙ୍କଠାରୁ ମିଳୁଥିବା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତିି ଜଣେ ବୃଦ୍ଧା। ୮୦ ବର୍ଷରେ ପାଦ ଥାପିଥିବା ମୟୂରଭଞ୍ଜ ଜିଲା ବିଶୋଇ ବ୍ଲକ ଖଡ଼ମବେଡା…

ଦୀଘା ଉପକୂଳ ଅଲିଭରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା

ଭୋଗରାଇ,୧୦।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୀମାନ୍ତ ଦୀଘା ଉପକୂଳ ଏବେ ଅଲିଭ ରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା ପାଲଟିଛି। ଶତାଧିକ ଟ୍ରଲର ଓଡ଼ିଶା ଜଳରାଶି ମଧ୍ୟକୁ ଅବାଧରେ ପଶିବା ଓ ବାଲେଶ୍ୱର ଜିଲା କୀର୍ତ୍ତନିଆ ସହିତ ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ବହୁ ମାଛଧରା…

ନଦୀ ଗର୍ଭରେ କୃତ୍ରିମ ରାସ୍ତା

ପାଟଣା,୧୦ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ତହସିଲ ଦେଇ ପ୍ରବାହିତ ବୈତରଣୀ, କଞ୍ଝାରି, ଦେଓ ନଦୀରେ ଥିବା ଲିଜ୍‌ ବାଲି ଉତ୍ସ ସହ ଘାଟ ଓ ବିଭିନ୍ନ ନାଳରୁ ବେଧଡ଼କ ଭାବେ ବାଲି ଉତ୍ତୋଲନ କରାଯାଉଛି। ଲଘୁ ଖଣିଜ ଆଇନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?