ବାହା ହେବାକୁ ଚାଲିଲେ ୨୮ କିଲୋମିଟର

ରାୟଗଡ଼ା,୧୭ା୩(ସ୍ବ.ପ୍ର.): ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଲୋକେ ନାନା ହଇରାଣ ହରକତ ହେଉଛନ୍ତି। ଏପରିକି ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ବରଯାତ୍ରୀଙ୍କୁ ନେଇ ବର ୨୮ କିଲୋମିଟର ଚାଲିଛନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ।

ପ୍ରକାଶ ଯେ, ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାର୍ତିବେଡ଼ା ଗ୍ରାମର ବର ଗୁରୁବାର ବିବାହ ହେବା ନିମନ୍ତେ କନ୍ୟା ଘର ଡିବାଲପାଡୁ ଗ୍ରାମକୁ ବାହାରିଥିଲେ। ପୂର୍ବ ନିର୍ଦ୍ଧାରିତ ପ୍ରକାରେ ବର ଘର ପ୍ରସ୍ତୁତ ହୋଇଥିଲେ ମଧ୍ୟ ଭଡ଼ା ଗାଡ଼ିଗୁଡ଼ିକ ଆସି ନ ଥିଲେ। ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଗାଡ଼ି ଆସିବା ପାଇଁ ମନା କରିଥିଲେ। ଫଳରେ କୌଣସି ଉପାୟ ନପାଇ ବର ବରଯାତ୍ରୀଙ୍କୁ ଧରି ଚାଲି ଚାଲି ୨୮ କିଲୋମିଟର ବାଟ ଯାଇଥିଲେ। ସନ୍ଧ୍ୟା ୬ଟାରେ ବାହାରି ଭୋର୍‌ ୩ ଟା ବେଳେ ଅର୍ଥାତ୍‌ ଶୁକ୍ରବାର କନ୍ୟାଘରେ ପହଞ୍ଚିଥିଲେ। ଭୋର୍‌ରୁ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ବିବାହ ୧୦ ଘଣ୍ଟା ବିଳମ୍ବ ହୋଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୂକ, ବଧିର ବେଶରେ ବୁଲୁଛନ୍ତି ତାମିଲନାଡୁର ଚୋର

ଭୁବନେଶ୍ୱର,୨୮।୪(ବ୍ୟୁରୋ): ସାବଧାନ! ସହରରେ ମୂକ, ବଧିର ବେଶରେ ବୁଲୁଛନ୍ତି ତାମିଲନାଡୁର ଚୋର। ଦେଖାଉଛନ୍ତି ଦିବ୍ୟାଙ୍ଗ ପ୍ରମାଣପତ୍ର। ଭିକ୍ଷା ମାଗିବା ଆଳରେ ଘରକୁ ଘର, ହଷ୍ଟେଲ, ମେସ୍‌...

ରାସ୍ତାରେ ଜମୁଛି ବର୍ଷାପାଣି: ବିଦ୍ୟାର୍ଥୀ ହନ୍ତସନ୍ତ

ଧରାକୋଟ,୧୭ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାସ୍ତାରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ଜମି ରହିଥିବାରୁ ଛାତ୍ରୀଛାତ୍ରମାନଙ୍କ...

ୟୁକ୍ରେନ୍‌ରେ ଫସି ରହିଛନ୍ତି ସୋର, ଭଦ୍ରକର ୨ ଛାତ୍ରୀ

ସୋର, ୨୫।୨(ଡି.ଏନ.ଏ.) ୟୁକ୍ରେନ୍‌ ସହରରେ ବାଲେଶ୍ୱର ଜିଲା ସୋର ଓ ଭଦ୍ରକ ଜିଲା ଭାଟପଡା ଅଞ୍ଚଳର ୨ ମେଡିକାଲ ଛାତ୍ରୀ ଫସି ରହିଛନ୍ତି। ଯୁଦ୍ଧ ଆରମ୍ଭ...

ପୁରୁଣା ଟଙ୍କା ଧରି ଜିଲା କାର୍ଯ୍ୟାଳୟରେ ଭିନ୍ନକ୍ଷମ  

ଅନୁଗୋଳ ଅଫିସ, ୮।୬- ସୋସିଆଲ ମିଡିଆରେ ବୁଲୁଥିବା ଏକ ଗୁଜବକୁ ଜାଣି ନ ପାରି ଅଧିକ ଅର୍ଥ ପାଇବା ଆଶାରେ ଅନୁଗୋଳ ଜିଲା ମୁଖ୍ୟ କାର୍ଯ୍ୟାଳୟକୁ...

ଦୈନିକ ସାଢ଼େ ୪ ଘଣ୍ଟା ଚାଲିବ ବିଧାନସଭା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଆସନ୍ତା ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେବେ ଏହି ଅଧିବେଶନ କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେବ। ଦୈନିକ ସାଢ଼େ୪ ଘଣ୍ଟା...

ଦୀପାଳିଙ୍କ ବୟାନ ପ୍ରାୟୋଜିତ, ଆମେ ନବ ଦାସଙ୍କ ମୃତ୍ୟୁକୁ ନେଇ ରାଜନୀତି କରୁନାହୁଁ: ଭାଜପା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗୋଟିଏ ପଟେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଏନେଇ ଝିଅ ଦୀପାଳି ଦାସଙ୍କ ପ୍ରତିକ୍ରିୟା ଚର୍ଚ୍ଚାକୁ...

ସ୍ନାୟୁ ରୋଗରେ ଆକ୍ରାନ୍ତ ଶିଶୁ: ଚିକିତ୍ସାରେ ଅର୍ଥ ବାଧକ

ଜହ୍ନାପଙ୍କ,୩୦।୧୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଜଗତି ଗାଁର ଦେଢବର୍ଷର ଶିଶୁ ନିହାରିକା ବେହେରା ସ୍ନାୟୁ ରୋଗରେ ଆକ୍ରାନ୍ତ। ବର୍ତ୍ତମାନ ତାଙ୍କର ଅଧିକ ଚିକିତ୍ସାର ଆବଶ୍ୟକ...

ପାଇପ୍‌ଲାଇନ୍‌ ପାଇଁ ଗଛ ବଳି

କେନ୍ଦୁଝର,୫।୬: କେନ୍ଦୁଝର ଜିଲାରେ ଖଣିଖାଦାନ ଯୋଗୁ ଜଙ୍ଗଲ ନଷ୍ଟ ହୋଇଛି। ବନ୍ଧ, କେନାଲ, ଖଣି, କାରଖାନା ନିର୍ମାଣ ତଥା ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କଟା ଚାଲିଛି।...

Advertisement
Archives

Model This Week