ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରୁଛି ମଣ୍ଡାସରୁ ଇକୋ ଟୁରିଜମ୍‌

ରାଇକିଆ,୧୭ା୩: କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଇକିଆର ମଣ୍ଡାସରୁ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରୁଛି। ଗତ କିଛିବର୍ଷ ମଧ୍ୟରେ ପ୍ରାକୃତିକ ସୋନ୍ଦର୍ଯ୍ୟ ସାଙ୍ଗକୁ ଏହାର ପୁନରୁଦ୍ଧାର ଯୋଗୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଏହି ଇକୋ ଟୁରିଜମ୍‌ କେନ୍ଦ୍ର। ବ୍ୟସ୍ତତା ଭିତରୁ ବାହାରି ଶାନ୍ତ, ସବୁଜ ଓ ଜଙ୍ଗଲ ପାହାଡ଼ ଘେରା ପରିବେଶର ମଜା ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା ବାହାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ରାଇକିଆ ସହରଠାରୁ ୧୦ କି.ମି. ଦୂରରେ ଥିବା ମଣ୍ଡାସରୁ ଇକୋ ଟୁରିଜମ୍‌ ସେଣ୍ଟର ମଧ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଳ ପ୍ରପାତ, କାଠରେ ତିଆରି ବଙ୍ଗଳା ଇତ୍ୟାଦି ରହିଥିବା ବେଳେ ରହିବା ଖାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ଥିବା ଯୋଗୁ ବର୍ଷତମାମ ପର୍ଯ୍ୟଟକ ଆସିଥାନ୍ତି। ବିଶେଷ କରି ଶୀତ ଋତୁରେ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ପୂର୍ବରୁ ଚାରୋଟି କାଠ ବଙ୍ଗଳାରେ ରହିବା ସୁବିଧା ଥିବା ବେଳେ ବର୍ତ୍ତମାନ ଆଉ ଦୁଇଟି କାଠ ବଙ୍ଗଳା ନିର୍ମାଣ କରାଯାଇଛି। ଏହି ପର୍ଯ୍ୟଟନସ୍ଥଳୀ ରାଜ୍ୟର ପ୍ରଥମ ଜୈବ ବିବିଧତା ଐତିହ୍ୟ ସ୍ଥଳୀ ଭାବରେ ମାନ୍ୟତା ପାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପରିଚାଳିତ ଏହି ଇକୋ ଟୁରିଜମ୍‌କୁ ଅଧିକ ଆକର୍ଷିତ କରିବା ପାଇଁ ସାଜସଜ୍ଜା ମଧ୍ୟ କରାଯାଉଛି। ଏହା ନିକଟରେ ରହିଛି ଜଳ ପ୍ରପାତ। ୧୫୦ ଫୁଟ ଉଚ୍ଚରୁ ପାଣି ପଡୁଥିବାରୁ ସେଥିପ୍ରତି ମଧ୍ୟ ପର୍ଯ୍ୟଟକ ଆକର୍ଷିତ ହେଉଛନ୍ତି। ପୂର୍ବରୁ ଜଳ ପ୍ରପାତକୁ ରାସ୍ତା ନ ଥିବାରୁ ଏହା ଲୋକଲୋଚନକୁ ଆସି ପାରିନଥିଲା। ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବା ସହ ରାସ୍ତା ନିର୍ମାଣ କରଯାଇଥିଲା। ଏହା ନିକଟରେ ଜଳ ପ୍ରପାତ ଦୃଶ୍ୟମାନ ପାଇଁ ଏକ ୱାଚ ଭିୟୁ ପଏଣ୍ଟ ମଧ୍ୟ ନିର୍ମାଣ କରାଯାଇଛି। ଗତ ଡିସେମ୍ବର ଓ ଜାନୁୟାରୀରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥିବା ବେଳେ ଏହି ଜଳ ପ୍ରପାତ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ସ୍ଥାନ ବୁଲିବା ସହ ହିଲ ଟ୍ରେକିଂର ମଜା ମଧ୍ୟ ନେଉଛନ୍ତି ପର୍ଯ୍ୟଟକ। ଅନ୍ୟପକ୍ଷରେ ପିକ୍‌ନିକ୍‌ ପାଇଁ ମଧ୍ୟ ସମସ୍ତ ସୁବିଧା ଥିବାରୁ ଭିଡ଼ ଜମୁଛି। ରାଜ୍ୟ ସମେତ ବାହାରର ପର୍ଯ୍ୟଟକ ଏଠାକୁ ନିୟମିତ ଆସୁଥିବାରୁ କନ୍ଧମାଳ ପର୍ଯ୍ୟଟନ ଶିଳ୍ପକୁ ଏହା ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି।

ପ୍ରଦୀପ କୁମାର ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଲା ନିର୍ମାଣାଧୀନ କମ୍ୟୁନିଟି ହଲ୍‌

  ଗଞ୍ଜାମ,୬ା୧୨(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୬ ଓଡ଼ିଆ ଢ଼ାମଣା ସାହି ରାମଲିଙ୍ଗେଶ୍ୱର ମନ୍ଦିର ପରିସରରେ ନିର୍ମିତ କମ୍ୟୁନିଟି ହଲ୍‌ ନିମ୍‌ଟାଲ୍‌ ଲେବଲ ତାଜା ଗୁରୁବାର...

ଖଇରାର ଗୌରବ ଅବିନାଶ

ଖଇରା, ୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଅଧୀନ ଅଲିପୁର ଗ୍ରାମର ଅବିନାଶ ଦଳେଇ ଓଡିଶା ପ୍ରଶାସନିକ ସେବା(ଓଏଏସ)ରେ ୧୭୧ନମ୍ବର ସ୍ଥାନରେ ରହି ଖଇରା...

ରେଳଷ୍ଟେଶନରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ: କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ନାହିଁ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଗାନ୍ଧୀ ଜୟନ୍ତୀରୁ ରେଳଷ୍ଟେଶନଗୁଡ଼ିକରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ହେଲେ ଏବେ ବି ବିଭିନ୍ନ ଷ୍ଟେଶନରେ ନିଷିଦ୍ଧ...

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ

ଭୁବନେଶ୍ୱର,୧ା୮(ବ୍ୟୁରୋ)-କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଏହି ସମୟରେ ମହିଳା ଓ ଶିଶୁ...

ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନର ୧୫ଦିନ ପରେ କାନ୍ଥରେ ଫାଟ

ସାଲେପୁର,୨୯।୯ (ଡି.ଏନ୍‌.ଏ.): ଉଦ୍‌ଘାଟନର ୧୫ ଦିନ ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବାଥରୁମ୍‌ରେ ଲାଗିଥିବା ଟ୍ୟାପ୍‌ରୁ ପାଣି ବାହାରୁ ନାହିଁ। ଇନଭର୍ଟର...

ବିଧାୟକଙ୍କ ଚାଷକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ନବରଙ୍ଗପୁର ଜିଲା ଡାବୁଗଁ। ବିଧାୟକ ମନୋହର ରନ୍ଧାରୀ ପ୍ରତ୍ୟେକ ବର୍ଷ ଦୁଇ ମାସ ପାଇଁ ନିଜ ଜମିରେ ଚାଷ କରନ୍ତି। ସବୁଥର ଭଳି ଏଥର...

ବର୍ଗରରୁ ବାହାରିଲା କାଚ ଖଣ୍ଡ: ମେଡିକାଲରେ ପହଞ୍ଚିଲେ ଯୁବକ

ଆଜିକାଲିର ଯୁବପିଢ଼ି ଫାଷ୍ଟ ଫୁଡ୍‌ ଖାଇବାକୁ ବେଶ୍‌ ପସନ୍ଦ କରୁଛନ୍ତି। ପ୍ରତିଦିନ ଏହାକୁ ଖାଇବା ପାଇଁ ପିଜା ହଟ୍‌ ଅବା କୌଣସି ଫାଷ୍ଟ ଫୁଡ୍‌, ବର୍ଗର...

ପରୀ ହତ୍ୟା ଘଟଣାର ତଦନ୍ତ ଜୋର୍‌ଦାର: ହତ୍ୟାକାରୀଙ୍କୁ ଧରାଇଲେ ମିଳିବ ୧ ଲକ୍ଷ

ନୟାଗଡ଼ ଅଫିସ,୬ା୧୨: ନୟାଗଡ଼ ସଦର ଥାନା ଯଦୁପୁରର ପରୀ ହତ୍ୟା ଘଟଣାରେ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ତଦନ୍ତ ଜୋର୍‌ଦାର କରିଛି। ହତ୍ୟା ଘଟଣାର ଗୁମର ଖୋଲିବାକୁ...

Advertisement
Archives

Model This Week