ନିଲାମ ହେଉନି ବାଲି ସଇରାତ

ବାରିପଦା ଅଫିସ,୧୭ା୩: ମୟୂରଭଞ୍ଜ ଜିଲାର ତିନୋଟି ବାଲି ସଇରାତରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଛାଟ ପରେ ମଧ୍ୟ ଚୋରା ଚାଲାଣ ରୋକିବାରେ ପ୍ରଶାସନ ବିଫଳ ହୋଇଛି। ଫଳରେ ଅପରାଧ ମୂଳକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଚୋରାରେ ବାଲି ପରିବହନ କରିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଡ଼ସାହି ତହସିଲ ଅଧୀନ ବର୍ତ୍ତନା ଗ୍ରାମରେ। ବଡ଼ସାହି ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଅନ୍ୟ ପକ୍ଷରେ ବିନା ପଞ୍ଜୀକରଣରେ କୃଷି କାର୍ଯ୍ୟଲାଗି ଋଣରେ ନିଆଯାଇଥିବା ଟ୍ରାକ୍ଟର ଯୋଗେ ଚୋରା ବାଲି ପରିବହନ ହେଉଥିବା ନଜରକୁ ଆସୁଛି। ଏନେଇ ବେତନଟୀ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ଜିଲାରେ ୬୦ରୁ ଉର୍ଦ୍ଧ୍ୱ ବାଲି ସଇରାତ ପ୍ରଶାସନ ପକ୍ଷରୁ ନିଲାମ ପ୍ରକ୍ରିୟା କରାଯାଇ ନାହିଁ। ଏହାର ସୁଯୋଗ ନେଇ ବାଲି ମାଫିଆମାନେ ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଛନ୍ତି। ରାଜସ୍ବ ବିଭାଗ କିମ୍ବା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି। ଏପରିକି ଅଧିକ ଲାଭ ଆଶାରେ କିଛି ଲୋକ କୃଷି ଋଣ ଆକାରରେ ବିଭିନ୍ନ କମ୍ପାନୀର ଟ୍ରାକ୍ଟର ଆଣି ଚୋରାରେ ବାଲି ପରିବହନ କାର୍ଯ୍ୟରେ ଲଗାଉଛନ୍ତି। ଚୋରା ପରିବହନ କରୁଥିବା ଏକ ନୂଆ ଟ୍ରାକ୍ଟର ବେତନଟୀ ପୋଲିସ ଧରିବା ପରେ ଘଟଣା ପଦାକୁ ଆସିଛି। ଜବତ ଟ୍ରାକ୍ଟରଟି ୧୫ଦିନ ପୂର୍ବରୁ ଏହି କାର୍ଯ୍ୟରେ ଲିପ୍ତ ରହିଥିଲା। ଅଦ୍ୟାବଧି ଏହି ଟ୍ରାକ୍ଟରର ଇଞ୍ଜିନ ଓ ଡାଲାର ପରିବହନ ନମ୍ବର ପଞ୍ଜୀକରଣ କରାଯାଇ ନାହିଁ। ପରିବହନ ବିଭାଗର ନିୟମ ଅନୁଯାୟୀ ବିନା ପଞ୍ଜୀକରଣରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ତେବେ ଟ୍ରାକ୍ଟରଟି ଜବତ କରିବା ସମୟରେ ଡ୍ରାଇଭର ଫେରାର ହୋଇଯିବାରୁ ଇଞ୍ଜିନ ନମ୍ବର ଅନୁଯାୟୀ ଅଜଣା ମାଲିକଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସସ୍ମିତା ମହାନ୍ତ ପ୍ରକାଶ କରିଛନ୍ତି। ଟ୍ରାକ୍ଟରଟି ବାଲେଶ୍ୱରର କମ୍ପାନୀ ଅଧିକୃତ ଶୋ’ରୁମରୁ କିଣାଯାଇଛି। ଏ ନେଇ ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ କୁହନ୍ତି, ଘଟଣା ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ। ତେବେ କମ୍ପାନୀର ଏଭଳି କାର୍ଯ୍ୟକଳାପକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ମୟୂରଭଞ୍ଜ ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ୱଜିତ ବେହେରା କୁହନ୍ତି, ବିନା ପଞ୍ଜୀକରଣରେ ଗାଡି ବିକିବା ଧର୍ତ୍ତବ୍ୟ ଅପରାଧ। ଏଥି ପାଇଁ ଉଭୟ କ୍ରେତା ଓ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି। ଟ୍ରାକ୍ଟର ଜବତ ହେବା ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଗୁରୁବାର ସକାଳେ ବଚସା ହେବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ବର୍ତ୍ତନା ଗ୍ରାମର ବନ୍ଧନ ଜେନା ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲେରୋରେ ଚାଲାଣ ହେଉଥିଲା ଦେଶୀ ରନ୍ଧା ମଦ, ପାଟ୍ରୋଲିଂବେଳେ ଧରିଲା ପୋଲିସ

ଭଦ୍ରକ ଅଫିସ,୪ା୭: ଜିଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ଏକ ସ୍ବତନ୍ତ୍ର ଟିମ୍‌ ବାସୁଦେବପୁର ଥାନା ଅନ୍ତର୍ଗତ ଟେରା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ...

ଜିଦ୍‌ରେ ଆନ୍ଧ୍ର, ଅନାଇଛି ଓଡ଼ିଶା

ପଟ୍ଟାଙ୍ଗି, ୧୦।୨(ଡି.ଏନ.ଏ.):କୋଟିଆ ଲୋଭ ଛାଡ଼ିପାରୁନାହିଁ ଆନ୍ଧ୍ର। କଳ, ବଳ, କୌଶଳ ଖଟାଇ ସୀମାନ୍ତ ଓଡ଼ିଶାର ଏହି ଭୂଖଣ୍ଡକୁ କରାୟତ୍ତ କରିବା ଲାଗି ଜିଦ୍‌ରେ ଅଟଳ ରହିଛି...

ବିଏମ୍‌ସି ବ୍ୟତୀତ ଆଜିଠୁ ଖୋର୍ଦ୍ଧା ଜିଲାର ଖୋଲିଲା ସମସ୍ତ ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା ଅଫିସ,୮ା୮: ଦୀର୍ଘ ୩ମାସ ପରେ ସୋମବାରଠାରୁ ଖୋର୍ଦ୍ଧା ଜିଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିିଛି। କରୋନା ମହାମାରୀ ଯୋଗୁ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ...

ତିତ୍‌ଲି ଦୁଃଖ ଯାଇନି, ମାଡ଼ିଆସୁଛି ‘ଫନୀ’ ଲୋକେ ଆତଙ୍କିତ

ଭଞ୍ଜନଗର,୧ା୫(ଡି.ଏନ୍‌.ଏ.) : ସାମୁଦ୍ରିକ  ଝଡ଼  ତିତ୍‌ଲି ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଇତିମଧ୍ୟରେ ତିତ୍‌ଲିକୁ ୬ ମାସ ପୂରିବାକୁ...

ସିଏମ୍‌ସି ପକ୍ଷରୁ ହୋମ ଡେଲିଭରି ସେବା

କଟକ ଅଫିସ,୨୬ା୩: ସମ୍ପ୍ରତି ଲକ୍‌ଡାଉନ୍‌ ସମୟରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହୋମ ଡେଲିଭରି ସେବା ଯୋଗାଇଦେବାକୁ ବୁଧବାର ପଦକ୍ଷେପ...

ଅସୁରକ୍ଷିତ ବେଦାନ୍ତ ଖଣି ତଦନ୍ତ ଆଜିଠୁ

ଯାଜପୁର ଅଫିସ,୧୭ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ରହିଛି। ଏନେଇ ହୋଇଥିବା ଅଭିଯୋଗ ଉପରେ...

ରାସେଶ୍ୱରୀଙ୍କୁ ନେଇ ଚିନ୍ତାରେ ମା’ବାପା

ଖଇରା,୩।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ସାଉଣ୍ଡିଆ ଗ୍ରାମର ସୁମତୀ ବେହେରା ଓ ସ୍ବାମୀ ତାପସଙ୍କୁ ଘାରିଛି ଗୋଟିଏ ଚିନ୍ତା। କେମିତି ନିଜର...

ଏମ୍‌କେସିଜି ଶିଶୁ ରୋଗ ବିଭାଗରେ ୪ ପିଜି ସିଟ୍‌ ବୃଦ୍ଧି

ବ୍ରହ୍ମପୁର ଅଫିସ,୨୮/୬: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି)ମେଡିକାଲ କଲେଜର ଶିଶୁ ବିଭାଗ ପିଜି ସିଟ ବୃଦ୍ଧି କରାଯିବା ନେଇ ସୋମବାର ଜାତୀୟ ଭେଷଜ ପରିଷଦ(ଏନ୍‌ଏମ୍‌ସି)ର ଜଣିକିଆ ପ୍ରତିନିଧି...

Advertisement
Archives

Model This Week