ଆର୍‌ଆଇଙ୍କ ଜାଲିଆତି ପରିବାରକୁ କଲା ବାସହରା

ନୂଆଗାଁ,୧୭।୩ (ଡି.ଏନ.ଏ.): ବାପାଙ୍କ ମୃତ୍ୟୁ ପରେ ମାଆ ଓ ତିନି ଭଉଣୀଙ୍କ ଅଜାଣତରେ ବାପାଙ୍କ ନାମରେ ଥିବା ଜାଗାକୁ ବେଆଇନ ଭାବେ ଚଞ୍ଚକତା କରି ପୁଅ ବିକ୍ରୀ କରିଦେଇଥିବା ନେଇ ପରିବାର ତରଫରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବା ପାଇଁ ଉପ-ଜିଲାପାଳ ସବ୍‌ରେଜିଷ୍ଟର ବିଭାଗରୁ ରେଜିଷ୍ଟ୍ରି ସମୟର ସମସ୍ତ ଦଲିଲ ଆଣିବା ପାଇଁ କହିଥିଲେ। ତେବେ ଦଲିଲ ଆଣିବାରେ ରେଜିଷ୍ଟ୍ରି ପାଇଁ ଆବଶ୍ୟକ ଥିବା ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜାଲିଆତି କରି ଆରଆଇ ତଥ୍ୟ ପ୍ରଦାନ କରିଥିବା ଜଣାପଡିଛି । ସେହି ଆଧାରରେ ବିଧବା ମାଆ ଓ ତିନି ଭଉଣୀଙ୍କୁ ବାଦ୍‌ ଦେଇ ପୁଅଙ୍କ ଦ୍ୱାରା ଜାଗା ବିକ୍ରୀ କରାଯାଇଛି। ଯାହା ଫଳରେ ପରିବାର ଲୋକେ ତଥା ଉତ୍ତରାଧିକାରୀମାନେ ବାସହରା ହୋଇଛନ୍ତି।
ସୂଚନା ମୁତାବକ ନୟାଗଡ଼ ଜିଲା ନୂଆଗାଁ ତହସିଲ ମହିପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ଡମୁଣୀ ଗ୍ରାମର ବନବାସୀ ମହାକୁଡ ଓ ସ୍ତ୍ରୀ ଗଣ୍ଡେଇ ମହାକୁଡଙ୍କ ଗୋଟିଏ ପୁଅ ମାଗେତା ମହାକୁଡ ଓ ୩ ଝିଅ ଅଛନ୍ତି। ବନବାସୀ ମହାକୁଡଙ୍କ ୨୦୦୩ରେ ପରଲୋକ ଘଟିଥିଲା। ବାପାଙ୍କ ନାମରେ ଥିବା ୧୩ ଡିସିମିଲ ଜାଗା (ପ୍ଳଟ ନଂ. ୭୦/୫୫୧)ରେ ପରିବାର ଲୋକେ ରହୁଥିଲେ। ଗତ ଜାନୁୟାରୀରେ ସମସ୍ତଙ୍କ ଅଗୋଚରରେ ମହିପୁର ତତ୍କାଳୀନ ଆରଆଇ ଉମେଶ ଚନ୍ଦ୍ର ଭୋଳଙ୍କୁ ହାତ କରି ବେଆଇନ ଭାବେ ମାଗେତା ମହାକୁଡ ନିଜ ସ୍ତ୍ରୀ ରୀତା ମହାକୁଡଙ୍କ ନାମରେ ୫ ଡିସିମିଲି ଜାଗା ରେଜିଷ୍ଟ୍ରି କରିବା ସହ ପ୍ରଫୁଲ କୁମାର ସାହୁଙ୍କୁ ୮ ଡିସିମିଲି ଜାଗା ବିକ୍ରୀ କରିଦେଇଛନ୍ତି। ଜାଗା କିଣି ଥିବା ବ୍ୟକ୍ତି ପରିବାର ଲୋକଙ୍କୁ ଘରୁ ବାହାର କରିଦେବା ପରେ ଜାଗା ବିକ୍ରୀ ହୋଇଥିବା ବିଷୟରେ ସେମାନେ ଜାଣିବାକୁ ପାଇଥିଲେ। ତେବେ ଜାଗା ବିକ୍ରୀ କରିବା ସମୟରେ ଉତ୍ତରାଧିକାରୀମାନଙ୍କ ପ୍ରମାଣ ପତ୍ର ସହ ସବ୍‌ ରେଜିଷ୍ଟରଙ୍କ ନିକଟରେ ଉପସ୍ଥିତିର ଆବଶ୍ୟକତା ପଡିଥାଏ। ଉତ୍ତରାଧିକାରୀ ପ୍ରମାଣପତ୍ର ସଂପୃକ୍ତ ଜାଗାର ରାଜସ୍ବ ନିରୀକ୍ଷକ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥାନ୍ତି । କିନ୍ତୁ ଏହି ଜାଗା ବିକ୍ରୀ ଘଟଣାରେ ମହିପୁରର ତତ୍କାଳୀନ ଆର ଆଇ ସମ୍ପୂର୍ଣ୍ଣ ଜାଲିଆତି କରି ଉତ୍ତରାଧିକାରୀ ତାଲିକାରୁ ମାଆ ଓ ୩ ଭଉଣୀଙ୍କୁ ବାଦ୍‌ ଦେଇ କେବଳ ଗୋଟିଏ ପୁଅ ଥିବା ୨୧।୧୨।୨୨ ରିପୋର୍ଟରେ ଦର୍ଶାଇଥିଲେ। ଯାହା ଫଳରେ ମାଆ ଓ ଭଉଣୀମାନଙ୍କ ଅଗୋଚରରେ ପୁଅ ମାଗେତା ଜାଗା ବିକ୍ରୀ କରିବା ପାଇଁ ସମର୍ଥ ହୋଇ ପାରିଥିଲେ। ଆରଆଇଙ୍କ ଜାଲିଆତି ତଥ୍ୟ ଆଧାରରେ ଜାଗା ବିକ୍ରୀ ପରେ ପରିବାର ଲୋକେ ବାସହରା ହୋଇ ପଡିଛନ୍ତି। ବେଆଇନ ଭାବେ ଜାଗା ବିକ୍ରୀ ଘଟଣାକୁ ବିରୋଧ କରି ଜିଲାପାଳଙ୍କ ନିକଟରେ ବନବାସୀଙ୍କ ସ୍ତ୍ରୀ ଗଣ୍ଡେଇ ଓ ୩ ଝିଅ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକାରୀଙ୍କ ନିକଟକୁ ବିଭିନ୍ନ ଲୋକ ଫୋନ କରି ଧମକ ଦେଉଛନ୍ତି। ଫଳରେ ସେମାନେ ଘର ଛାଡି ବାହାରେ ଆତ୍ମଗୋପନ କରୁଥିବା କହିଛନ୍ତି ପରିବାର ଲୋକେ । ଆରଆଇଙ୍କ ଏପରି ଜାଲିଆତି ବାବଦରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକଙ୍କୁ ପଚାରିବାରେ ସମ୍ପୃକ୍ତ ଆରଆଇଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ହୋଇଛି। ତେଣୁ ଏହାର ନିଷ୍ପତ୍ତି ଉପଜିଲାପାଳ କିମ୍ବା ଜିଲାପାଳ ନେବେ। ଜାଲିଆତି ବାବଦରେ ମହିପୁରର ତତ୍କାଳୀନ ଆରଆଇ ଉମେଶ ଚନ୍ଦ୍ର ଭୋଳଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?