ଆର୍‌ଆଇଙ୍କ ଜାଲିଆତି ପରିବାରକୁ କଲା ବାସହରା

ନୂଆଗାଁ,୧୭।୩ (ଡି.ଏନ.ଏ.): ବାପାଙ୍କ ମୃତ୍ୟୁ ପରେ ମାଆ ଓ ତିନି ଭଉଣୀଙ୍କ ଅଜାଣତରେ ବାପାଙ୍କ ନାମରେ ଥିବା ଜାଗାକୁ ବେଆଇନ ଭାବେ ଚଞ୍ଚକତା କରି ପୁଅ ବିକ୍ରୀ କରିଦେଇଥିବା ନେଇ ପରିବାର ତରଫରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବା ପାଇଁ ଉପ-ଜିଲାପାଳ ସବ୍‌ରେଜିଷ୍ଟର ବିଭାଗରୁ ରେଜିଷ୍ଟ୍ରି ସମୟର ସମସ୍ତ ଦଲିଲ ଆଣିବା ପାଇଁ କହିଥିଲେ। ତେବେ ଦଲିଲ ଆଣିବାରେ ରେଜିଷ୍ଟ୍ରି ପାଇଁ ଆବଶ୍ୟକ ଥିବା ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜାଲିଆତି କରି ଆରଆଇ ତଥ୍ୟ ପ୍ରଦାନ କରିଥିବା ଜଣାପଡିଛି । ସେହି ଆଧାରରେ ବିଧବା ମାଆ ଓ ତିନି ଭଉଣୀଙ୍କୁ ବାଦ୍‌ ଦେଇ ପୁଅଙ୍କ ଦ୍ୱାରା ଜାଗା ବିକ୍ରୀ କରାଯାଇଛି। ଯାହା ଫଳରେ ପରିବାର ଲୋକେ ତଥା ଉତ୍ତରାଧିକାରୀମାନେ ବାସହରା ହୋଇଛନ୍ତି।
ସୂଚନା ମୁତାବକ ନୟାଗଡ଼ ଜିଲା ନୂଆଗାଁ ତହସିଲ ମହିପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ଡମୁଣୀ ଗ୍ରାମର ବନବାସୀ ମହାକୁଡ ଓ ସ୍ତ୍ରୀ ଗଣ୍ଡେଇ ମହାକୁଡଙ୍କ ଗୋଟିଏ ପୁଅ ମାଗେତା ମହାକୁଡ ଓ ୩ ଝିଅ ଅଛନ୍ତି। ବନବାସୀ ମହାକୁଡଙ୍କ ୨୦୦୩ରେ ପରଲୋକ ଘଟିଥିଲା। ବାପାଙ୍କ ନାମରେ ଥିବା ୧୩ ଡିସିମିଲ ଜାଗା (ପ୍ଳଟ ନଂ. ୭୦/୫୫୧)ରେ ପରିବାର ଲୋକେ ରହୁଥିଲେ। ଗତ ଜାନୁୟାରୀରେ ସମସ୍ତଙ୍କ ଅଗୋଚରରେ ମହିପୁର ତତ୍କାଳୀନ ଆରଆଇ ଉମେଶ ଚନ୍ଦ୍ର ଭୋଳଙ୍କୁ ହାତ କରି ବେଆଇନ ଭାବେ ମାଗେତା ମହାକୁଡ ନିଜ ସ୍ତ୍ରୀ ରୀତା ମହାକୁଡଙ୍କ ନାମରେ ୫ ଡିସିମିଲି ଜାଗା ରେଜିଷ୍ଟ୍ରି କରିବା ସହ ପ୍ରଫୁଲ କୁମାର ସାହୁଙ୍କୁ ୮ ଡିସିମିଲି ଜାଗା ବିକ୍ରୀ କରିଦେଇଛନ୍ତି। ଜାଗା କିଣି ଥିବା ବ୍ୟକ୍ତି ପରିବାର ଲୋକଙ୍କୁ ଘରୁ ବାହାର କରିଦେବା ପରେ ଜାଗା ବିକ୍ରୀ ହୋଇଥିବା ବିଷୟରେ ସେମାନେ ଜାଣିବାକୁ ପାଇଥିଲେ। ତେବେ ଜାଗା ବିକ୍ରୀ କରିବା ସମୟରେ ଉତ୍ତରାଧିକାରୀମାନଙ୍କ ପ୍ରମାଣ ପତ୍ର ସହ ସବ୍‌ ରେଜିଷ୍ଟରଙ୍କ ନିକଟରେ ଉପସ୍ଥିତିର ଆବଶ୍ୟକତା ପଡିଥାଏ। ଉତ୍ତରାଧିକାରୀ ପ୍ରମାଣପତ୍ର ସଂପୃକ୍ତ ଜାଗାର ରାଜସ୍ବ ନିରୀକ୍ଷକ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥାନ୍ତି । କିନ୍ତୁ ଏହି ଜାଗା ବିକ୍ରୀ ଘଟଣାରେ ମହିପୁରର ତତ୍କାଳୀନ ଆର ଆଇ ସମ୍ପୂର୍ଣ୍ଣ ଜାଲିଆତି କରି ଉତ୍ତରାଧିକାରୀ ତାଲିକାରୁ ମାଆ ଓ ୩ ଭଉଣୀଙ୍କୁ ବାଦ୍‌ ଦେଇ କେବଳ ଗୋଟିଏ ପୁଅ ଥିବା ୨୧।୧୨।୨୨ ରିପୋର୍ଟରେ ଦର୍ଶାଇଥିଲେ। ଯାହା ଫଳରେ ମାଆ ଓ ଭଉଣୀମାନଙ୍କ ଅଗୋଚରରେ ପୁଅ ମାଗେତା ଜାଗା ବିକ୍ରୀ କରିବା ପାଇଁ ସମର୍ଥ ହୋଇ ପାରିଥିଲେ। ଆରଆଇଙ୍କ ଜାଲିଆତି ତଥ୍ୟ ଆଧାରରେ ଜାଗା ବିକ୍ରୀ ପରେ ପରିବାର ଲୋକେ ବାସହରା ହୋଇ ପଡିଛନ୍ତି। ବେଆଇନ ଭାବେ ଜାଗା ବିକ୍ରୀ ଘଟଣାକୁ ବିରୋଧ କରି ଜିଲାପାଳଙ୍କ ନିକଟରେ ବନବାସୀଙ୍କ ସ୍ତ୍ରୀ ଗଣ୍ଡେଇ ଓ ୩ ଝିଅ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକାରୀଙ୍କ ନିକଟକୁ ବିଭିନ୍ନ ଲୋକ ଫୋନ କରି ଧମକ ଦେଉଛନ୍ତି। ଫଳରେ ସେମାନେ ଘର ଛାଡି ବାହାରେ ଆତ୍ମଗୋପନ କରୁଥିବା କହିଛନ୍ତି ପରିବାର ଲୋକେ । ଆରଆଇଙ୍କ ଏପରି ଜାଲିଆତି ବାବଦରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକଙ୍କୁ ପଚାରିବାରେ ସମ୍ପୃକ୍ତ ଆରଆଇଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ହୋଇଛି। ତେଣୁ ଏହାର ନିଷ୍ପତ୍ତି ଉପଜିଲାପାଳ କିମ୍ବା ଜିଲାପାଳ ନେବେ। ଜାଲିଆତି ବାବଦରେ ମହିପୁରର ତତ୍କାଳୀନ ଆରଆଇ ଉମେଶ ଚନ୍ଦ୍ର ଭୋଳଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ପୁରୀ ଅଫିସ,୧୫।୧୦: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ମଙ୍ଗଳବାର ଦୁଇଜଣ ଯୁବକ ଭାସି ଯାଇଛନ୍ତି। ଅପରାହ୍ନରେ ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ରରେ କେତେଜଣ ଯୁବକ...

ଝାରସୁଗୁଡାରେ ଝାଡାବାନ୍ତି: ପୁଅଙ୍କ ପରେ ଚାଲିଗଲା ବାପାଙ୍କ ଜୀବନ

ଝାରସୁଗୁଡା ଅଫିସ,୩୦।୫: ଝାରସୁଗୁଡା ପୌରାଞ୍ଚଳ ୧୩ନଂ ଓ୍ବାର୍ଡ ଦେବାଡିହି ଗ୍ରାମରେ ଝାଡାବାନ୍ତିରେ ୧୫ରୁ ୨୦ ଗ୍ରାମବାସୀ ଆକ୍ରାନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ଆଦି ବିଭିନ୍ନ ହସ୍ପିଟାଲରେ...

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କର୍ମଶାଳା

କଳିଙ୍ଗନଗର,୪-୯(ଡି.ଏନ୍‌.ଏ.)- ଦାନଗଦୀ ବ୍ଲକ ବିଜେଡି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଦାନଗଦୀ ଭବନଠାରେ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦାନଗଦୀ ବ୍ଲକ ବିଜେଡି...

ସ୍ବାବଲମ୍ବୀ କରିଛି ଚିନାବାଦାମ ବିକ୍ରି

କେନ୍ଦୁଝର, ୫ା୧୦(ସ୍ବ.ପ୍ର.)-ବର୍ତ୍ତମାନ ଚିନାବାଦାମ ଅମଳର ସମୟ। ଚାଷୀ ଚିନାବାଦମ ଅମଳ କରି ବିକି ବେଶ ଦୁଇ ପଇସା ଲାଭ କରିଥାଏ। ବେପାରୀ ମାନେ ଏହି ଚିନାବାଦାମକୁ...

ଆବାସ ଗୃହ ବଣ୍ଟନରେ ଅନିୟମିତତା: ଜଣେ ହିତାଧିକାରୀ ହାତୋଉଛନ୍ତି ୨ ଗୃହ

ନୂଆଗାଁ, ୩ା୧୦ (ଡି.ଏନ.ଏ.): ଝାଟିମାଟି ଘରେ ରହୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ଚାତକ ପରି ଚାହିଁ ରହିଛନ୍ତି। ଏପରିସ୍ଥଳେ...

୩ ନଂ. ଜୋନ୍‌ରେ ଚର୍ତୁମୁଖୀ ଲଢ଼େଇ

ଏରସମା,୧୪ା୨(ସ୍ବ.ପ୍ର.): ଏରସମା ବ୍ଲକର ୪ଟି ଜିଲା ପରିଷଦ ଜୋନ ମଧ୍ୟରୁ ୩ ନଂ. ଜୋନରେ ପ୍ରଚାର ଜୋର ଧରିଛି। ଏରସମା, ଜିରାଇଲୋ, ଜପା, ନୂଆଡିହି, ଭିତର...

ଚିଲିକାରେ ଡଲ୍‌ଫିନ ଗଣନା ଆରମ୍ଭ

ବ୍ରହ୍ମଗିରି,୧୭।୧(ଡି.ଏନ୍‌.ଏ.): ଚିଲିକାରେ ମୁଖ୍ୟ ଆକର୍ଷଣ ପାଲଟିଥିବା ‘ଇରାଓ୍ବାଡି’ ଡଲ୍‌ଫିନର ଗଣନା କାର୍ଯ୍ୟ ରବିବାର ସକାଳୁ ଆରମ୍ଭ ହୋଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବନବିଭାଗର...

ସ୍ତ୍ରୀ, ପୁଅଙ୍କୁ ଗୁଳି ଉଦ୍ୟମ

ଛେଣ୍ଡିପଦା,୪।୯(ସ୍ବ.ପ୍ର.): ପ୍ରଥମ ସ୍ତ୍ରୀ ଓ ପୁଅଙ୍କୁ ଆକ୍ରମଣ ଅଭିଯୋଗରେ ଜେଲ୍‌ ଯାଇ କିଛିଦିନ ତଳେ ବେଲ୍‌ରେ ଆସିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମର...

Advertisement
Archives

Model This Week